ବ୍ୟାଙ୍କ୍‍ ଚାକିରି ଆଳରେ ଆଉ ୫ଜଣଙ୍କୁ ଠକେଇ

The Sakala Picture
Published On

ଭୁବନେଶ୍ୱର : ଚାକିରି ଆଳରେ ୪୦ଲକ୍ଷ ଠକେଇ କରି ଗିରଫ ହୋଇଥିବା ଶଳା ସୌମ୍ୟରଞ୍ଜନ ରାଉତ ଏବଂ ଭିଣୋଇ ସମତଜିତ୍‍ ରାଉତଙ୍କ ନାମରେ ଅଭିଯୋଗ ତାଲିକା ବଢ଼ିବାରେ ଲାଗିଛି। ରବିବାର ପୁଣି ଉଭୟଙ୍କ ନାମରେ ଆଉ ୫ଟି ଅଭିଯୋଗ ହୋଇଛି। ଜଗତସିଂହପୁର ଏବଂ ନୟାଗଡ଼଼ର ଏକାଧିକ ଚାକିରି ଆଶାୟୀ ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଟଙ୍କା କାରବାର ତମାଣ୍ଡୋରେ ହୋଇଥିବାରୁ ମାମଲା ତମାଣ୍ଡୋ ଥାନାକୁ ପଠାଇ ଦେଇଛିି ଚନ୍ଦ୍ରଶେଖରପୁର ଥାନା ପୁଲିସ। ଚାକିରି ଆଶାୟୀମାନଙ୍କୁ […]

ଭୁବନେଶ୍ୱର : ଚାକିରି ଆଳରେ ୪୦ଲକ୍ଷ ଠକେଇ କରି ଗିରଫ ହୋଇଥିବା ଶଳା ସୌମ୍ୟରଞ୍ଜନ ରାଉତ ଏବଂ ଭିଣୋଇ ସମତଜିତ୍‍ ରାଉତଙ୍କ ନାମରେ ଅଭିଯୋଗ ତାଲିକା ବଢ଼ିବାରେ ଲାଗିଛି। ରବିବାର ପୁଣି ଉଭୟଙ୍କ ନାମରେ ଆଉ ୫ଟି ଅଭିଯୋଗ ହୋଇଛି। ଜଗତସିଂହପୁର ଏବଂ ନୟାଗଡ଼଼ର ଏକାଧିକ ଚାକିରି ଆଶାୟୀ ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଟଙ୍କା କାରବାର ତମାଣ୍ଡୋରେ ହୋଇଥିବାରୁ ମାମଲା ତମାଣ୍ଡୋ ଥାନାକୁ ପଠାଇ ଦେଇଛିି ଚନ୍ଦ୍ରଶେଖରପୁର ଥାନା ପୁଲିସ। ଚାକିରି ଆଶାୟୀମାନଙ୍କୁ ଏସ୍‍ବିଆଇ ପିଓ ଚାକିରି କରାଇ ଦେବାକୁ କହି ୧୬ଲକ୍ଷ ଟଙ୍କା ନେଇଥିଲେ। ଟଙ୍କା ନେବାପରେ ସେମାନଙ୍କୁ ଇଣ୍ଟରଭ୍ୟୁ ପାଇଁ ଦିଲ୍ଲୀ ଡାକି ନେଇଥିଲେ। ଆଶାୟୀମାନେ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ହୋଟେଲରେ ୩୦ ଦିନ ରହିଥିଲେ।

ଆହୁରି ପଢ଼ନ୍ତୁ: ବ୍ୟବସାୟୀଙ୍କୁ ଅପହରଣ କରି ୨ କୋଟି ଦାବି କଲେ ଦୁବୃର୍ତ୍ତ, ପରିବାର ପୁଲିସର ଦ୍ୱାରସ୍ଥ ହେବାରୁ ମାରି ଜଙ୍ଗଲରେ ଫିଙ୍ଗିଦେଲେ

ଏହା ମଧ୍ୟରେ ଭିଣୋଇ ଏକ କାଗଜରେ ସମସ୍ତଙ୍କ ଦସ୍ତଖତ ନେବା ପରେ ଚାକିରି ହୋଇଗଲା ବୋଲି କହି ଓଡ଼ିଶା ପଠାଇ ଦେଇଥିଲେ। କିନ୍ତୁ ସେମାନଙ୍କୁ ନିଯୁକ୍ତି ଆଳରେ ଦିନ ଗଡ଼ାଇଥିଲେ। ଶନିବାର ଗଣମାଧ୍ୟମରେ ଶଳା, ଭିଣୋଇଙ୍କ ଠକେଇ କାରନାମା ପଦାକୁ ଆସିବା ପରେ ଅନ୍ୟ ଆଶାୟୀ ଅଭିଯୋଗ କରିଛନ୍ତି। ସେପଟେ ଗିରଫ ହୋଇଥିବା ଭିଣୋଇ ଠକେଇ ମାମଲାରେ ଝାରପଡ଼ା ଜେଲକୁ ଯାଇଛି। କିନ୍ତୁ ଶଳାର କୋଭିଡ୍‍ ପରୀକ୍ଷା ପଜିଟିଭ୍‍ ଆସିବା ପରେ ତାକୁ ସିଆରପିସି ୪୧ରେ ନୋଟିସ୍‍ ଦେଇ ଛଡାଯାଇଛି। ୨୧ ଦିନ ପାଇଁ ସେ ହୋମ୍‍ କ୍ୱାରେଣ୍ଟାଇନ୍‍ରେ ରହିବ। ଏହାପରେ ପୁଲିସ ତାଙ୍କୁ ଥାନାକୁ ଡାକି ଗିରଫ କରି ଜେଲ ପଠାଇବ ବୋଲି ଜଣେ ଅଧିକାରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଚାକିରି ଲୋଭ ଦେଖାଇ ଆଦିବାସୀ ଯୁବତୀଙ୍କୁ ଦିଲ୍ଲୀରେ ବିକ୍ରି; ୫ ବର୍ଷ ପରେ ଘରକୁ ଯୋଗାଯୋଗ କଲେ

19 Jul 2021 By The Sakala

ବ୍ୟାଙ୍କ୍‍ ଚାକିରି ଆଳରେ ଆଉ ୫ଜଣଙ୍କୁ ଠକେଇ

ଭୁବନେଶ୍ୱର : ଚାକିରି ଆଳରେ ୪୦ଲକ୍ଷ ଠକେଇ କରି ଗିରଫ ହୋଇଥିବା ଶଳା ସୌମ୍ୟରଞ୍ଜନ ରାଉତ ଏବଂ ଭିଣୋଇ ସମତଜିତ୍‍ ରାଉତଙ୍କ ନାମରେ ଅଭିଯୋଗ ତାଲିକା ବଢ଼ିବାରେ ଲାଗିଛି। ରବିବାର ପୁଣି ଉଭୟଙ୍କ ନାମରେ ଆଉ ୫ଟି ଅଭିଯୋଗ ହୋଇଛି। ଜଗତସିଂହପୁର ଏବଂ ନୟାଗଡ଼଼ର ଏକାଧିକ ଚାକିରି ଆଶାୟୀ ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଟଙ୍କା କାରବାର ତମାଣ୍ଡୋରେ ହୋଇଥିବାରୁ ମାମଲା ତମାଣ୍ଡୋ ଥାନାକୁ ପଠାଇ ଦେଇଛିି ଚନ୍ଦ୍ରଶେଖରପୁର ଥାନା ପୁଲିସ। ଚାକିରି ଆଶାୟୀମାନଙ୍କୁ ଏସ୍‍ବିଆଇ ପିଓ ଚାକିରି କରାଇ ଦେବାକୁ କହି ୧୬ଲକ୍ଷ ଟଙ୍କା ନେଇଥିଲେ। ଟଙ୍କା ନେବାପରେ ସେମାନଙ୍କୁ ଇଣ୍ଟରଭ୍ୟୁ ପାଇଁ ଦିଲ୍ଲୀ ଡାକି ନେଇଥିଲେ। ଆଶାୟୀମାନେ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ହୋଟେଲରେ ୩୦ ଦିନ ରହିଥିଲେ।

ଏହା ମଧ୍ୟରେ ଭିଣୋଇ ଏକ କାଗଜରେ ସମସ୍ତଙ୍କ ଦସ୍ତଖତ ନେବା ପରେ ଚାକିରି ହୋଇଗଲା ବୋଲି କହି ଓଡ଼ିଶା ପଠାଇ ଦେଇଥିଲେ। କିନ୍ତୁ ସେମାନଙ୍କୁ ନିଯୁକ୍ତି ଆଳରେ ଦିନ ଗଡ଼ାଇଥିଲେ। ଶନିବାର ଗଣମାଧ୍ୟମରେ ଶଳା, ଭିଣୋଇଙ୍କ ଠକେଇ କାରନାମା ପଦାକୁ ଆସିବା ପରେ ଅନ୍ୟ ଆଶାୟୀ ଅଭିଯୋଗ କରିଛନ୍ତି। ସେପଟେ ଗିରଫ ହୋଇଥିବା ଭିଣୋଇ ଠକେଇ ମାମଲାରେ ଝାରପଡ଼ା ଜେଲକୁ ଯାଇଛି। କିନ୍ତୁ ଶଳାର କୋଭିଡ୍‍ ପରୀକ୍ଷା ପଜିଟିଭ୍‍ ଆସିବା ପରେ ତାକୁ ସିଆରପିସି ୪୧ରେ ନୋଟିସ୍‍ ଦେଇ ଛଡାଯାଇଛି। ୨୧ ଦିନ ପାଇଁ ସେ ହୋମ୍‍ କ୍ୱାରେଣ୍ଟାଇନ୍‍ରେ ରହିବ। ଏହାପରେ ପୁଲିସ ତାଙ୍କୁ ଥାନାକୁ ଡାକି ଗିରଫ କରି ଜେଲ ପଠାଇବ ବୋଲି ଜଣେ ଅଧିକାରୀ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର