ଆସନ୍ତାକାଲିଠୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା, ୫ ଲକ୍ଷ ୧୨ ହଜାର ୪୩୭ ଛାତ୍ରଛାତ୍ରୀ ଦେବେ ପରୀକ୍ଷା…

The Sakala Picture
Published On

ଭୁବନେଶ୍ବର: ଆସନ୍ତାକାଲିଠୁ ଆରମ୍ଭ ହେବ ଚଳିତ ବର୍ଷର ୧୦ମ ବୋର୍ଡ (ମାଟ୍ରିକ) ପରୀକ୍ଷା। ଉଭୟ ରେଗୁଲାର, ଏକ୍ସ-ରେଗୁଲାର ପାଇଁ ପରୀକ୍ଷା ଅନୁଷ୍ଠିତ ହେବ। ଉଭୟ ରେଗୁଲାର, ଏକ୍ସ-ରେଗୁଲାର ପରୀକ୍ଷା ଗୋଟିଏ ସିଟିଂ ଓ ଗୋଟିଏ ପ୍ରଶ୍ନପତ୍ରରେ ହେବ। ସକାଳ ୭ଟା ୩୦ ମିନିଟରେ ପରୀକ୍ଷା କେନ୍ଦ୍ର ଖୋଲିବ। ପରୀକ୍ଷା ପାଇଁ ବିଭାଗ ସମସ୍ତ ପଦକ୍ଷେପ ନେଇଛି। ୩୦୨୯ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେବ। ୫ ଲକ୍ଷ ୧୨ ହଜାର ୪୩୭ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ବିଭାଗ ପକ୍ଷରୁ […]

ଭୁବନେଶ୍ବର: ଆସନ୍ତାକାଲିଠୁ ଆରମ୍ଭ ହେବ ଚଳିତ ବର୍ଷର ୧୦ମ ବୋର୍ଡ (ମାଟ୍ରିକ) ପରୀକ୍ଷା। ଉଭୟ ରେଗୁଲାର, ଏକ୍ସ-ରେଗୁଲାର ପାଇଁ ପରୀକ୍ଷା ଅନୁଷ୍ଠିତ ହେବ। ଉଭୟ ରେଗୁଲାର, ଏକ୍ସ-ରେଗୁଲାର ପରୀକ୍ଷା ଗୋଟିଏ ସିଟିଂ ଓ ଗୋଟିଏ ପ୍ରଶ୍ନପତ୍ରରେ ହେବ। ସକାଳ ୭ଟା ୩୦ ମିନିଟରେ ପରୀକ୍ଷା କେନ୍ଦ୍ର ଖୋଲିବ। ପରୀକ୍ଷା ପାଇଁ ବିଭାଗ ସମସ୍ତ ପଦକ୍ଷେପ ନେଇଛି। ୩୦୨୯ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେବ। ୫ ଲକ୍ଷ ୧୨ ହଜାର ୪୩୭ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ବିଭାଗ ପକ୍ଷରୁ ୩୧୪ଟି ନୋଡାଲ ସେଣ୍ଟର ହୋଇଛି। ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଫ୍ଲାଇଂ ସ୍କ୍ୱାର୍ଡ ଠାରୁ ଆରମ୍ଭ କରି ନୋଡାଲ ଅଫିସରମାନଙ୍କୁ ନିଯୁକ୍ତ କରାଯାଇଛି। ସେଣ୍ଟ୍ରାଲ ଅବଜରଭର୍, ଜିଲ୍ଲାସ୍ତର ଅବଜରଭର୍ ମାନେ ଦାୟିତ୍ୱରେ ରହିଛନ୍ତି। ଯେମିତି ପରୀକ୍ଷାରେ କୌଣସି ବ୍ୟତିକ୍ରମ ହେବ ନାହିଁ, ସେଥିପାଇଁ ବିଭାଗ ତରଫରୁ ଗୁରୁତ୍ଵ ଦିଆଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: କୋର୍ଟରେ ଖାରଜ ହେଲା ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ଅପବ୍ୟବହାର ମାମଲା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର