ଆସନ୍ତାକାଲି ବିଜେଡ଼ି ବିଧାୟକ ଦଳ ବୈଠକ, ବିଧାନସଭାରେ ଆଇନ ଶୃଙ୍ଖଳାଠୁ ନେଇ ଉଠିବ ଚାଷୀ ପ୍ରସଙ୍ଗ: ପ୍ରସନ୍ନ ଆଚାର୍ଯ୍ୟ
ଭୁବନେଶ୍ବର: ବିଧାନସଭାରେ ରାଜ୍ୟର ନୂଆ ଓ ପୁରୁଣା ପ୍ରସଙ୍ଗ ଉଠାଇବ ବିଜେଡି । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଆଇନ ଶୃଂଖଳା ପରିସ୍ଥିତି ତଳକୁ ତଳକୁ ଖସି ଯାଇଛି । ରାଜଧାନୀରେ ହତ୍ୟା, ନାରୀ ନିର୍ଯାତନା, ଚୋରୀ, ଡକାୟତି ବଢିଯାଇଛି। ଭିଆଇପି ଅଞ୍ଚଳରେ ଚୋରି ହେଉଛି, ସାଧାରଣ ଅଞ୍ଚଳରେ ବି ହେଉଛି । ଚାଷୀ ମାରଣା ନୀତି ଗ୍ରହଣ କରିଛନ୍ତି ସରକାର । ଧାନର ଅଭାବୀ ବିକ୍ରି ଓ କଟନୀ ଛଟନୀ ହେଉଛି […]
ଭୁବନେଶ୍ବର: ବିଧାନସଭାରେ ରାଜ୍ୟର ନୂଆ ଓ ପୁରୁଣା ପ୍ରସଙ୍ଗ ଉଠାଇବ ବିଜେଡି । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଆଇନ ଶୃଂଖଳା ପରିସ୍ଥିତି ତଳକୁ ତଳକୁ ଖସି ଯାଇଛି । ରାଜଧାନୀରେ ହତ୍ୟା, ନାରୀ ନିର୍ଯାତନା, ଚୋରୀ, ଡକାୟତି ବଢିଯାଇଛି। ଭିଆଇପି ଅଞ୍ଚଳରେ ଚୋରି ହେଉଛି, ସାଧାରଣ ଅଞ୍ଚଳରେ ବି ହେଉଛି । ଚାଷୀ ମାରଣା ନୀତି ଗ୍ରହଣ କରିଛନ୍ତି ସରକାର । ଧାନର ଅଭାବୀ ବିକ୍ରି ଓ କଟନୀ ଛଟନୀ ହେଉଛି । ଏହାକୁ ପ୍ରସଙ୍ଗ କରାଯିବ । ଆସନ୍ତାକାଲି ସନ୍ଧ୍ୟାରେ ବିଜେଡି ବିଧାୟକ ଦଳ ବୈଠକ ବସିବ। ନବୀନ ପଟ୍ଟନାୟକ ଅଧକ୍ଷତାରେ ଏହି ବୈଠକ ବସିବ। ବୈଠକରେ ରଣନୀତି ପ୍ରସ୍ତୁତ ହେବ। ବିଧାନସଭା ସୁରୁଖୁରୁରେ କିପରି ଚାଲିବ ତାହା ଶାସକ ଦଳର ଦାୟିତ୍ୱ । ଶାସକ ଦଳ ବିଶୃଙ୍ଖଳା କଲେ କାର୍ଯ୍ୟନୁଷ୍ଠାନ ନେବ ତ ? ଅନେକ ସମୟରେ ଶାସକ ଦଳ କହିବାକୁ ଦେଉନାହିଁ । ବାଚସ୍ପତି ସବୁ ଦଳକୁ ସମାନ ଦୃଷ୍ଟିରେ ଦେଖନ୍ତୁ ବୋଲି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।