ସାଧାରଣତନ୍ତ୍ର ଦିବସ ପାଇଁ ରାଷ୍ଟ୍ରପତି ପୁରସ୍କାର ଘୋଷଣା, ଓଡ଼ିଶାରୁ ୧୯ ଜଣଙ୍କୁ ମିଳିବ ପୁଲିସ ପଦକ

The Sakala Picture
Published On

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ପାଇଁ ରାଷ୍ଟ୍ରପତି ପୁରସ୍କାର ଘୋଷଣା। ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାରୁ ୧୯ ଜଣଙ୍କୁ ମିଳିବ ପୁଲିସ ପଦକ । ଉତ୍କୃଷ୍ଟ ସେବା ପାଇଁ ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପୁରସ୍କାର । ସାହସିକତା ପାଇଁ ୬ ପୋଲିସକୁ ମିଳିବ ପୁରସ୍କାର। ସେହିପରି ସେବାରେ ପ୍ରଂଶସନୀୟ କାର୍ଯ୍ୟ  ପାଇଁ ୧୧ ଜଣଙ୍କୁ ମିଳିବ ପୁରସ୍କାର। ଅଗ୍ନିଶମ ସେବାରେ ଭମରବର ସେଠ୍‌ଙ୍କୁ ରାଷ୍ଟ୍ରପତି ପୁରସ୍କାର ମିଳିବ । ଅଗ୍ନିଶମ ସେବାରେ ପ୍ରଶଂସନୀୟ କାର୍ଯ୍ୟ ପାଇଁ ୪ […]

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ପାଇଁ ରାଷ୍ଟ୍ରପତି ପୁରସ୍କାର ଘୋଷଣା। ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାରୁ ୧୯ ଜଣଙ୍କୁ ମିଳିବ ପୁଲିସ ପଦକ । ଉତ୍କୃଷ୍ଟ ସେବା ପାଇଁ ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପୁରସ୍କାର । ସାହସିକତା ପାଇଁ ୬ ପୋଲିସକୁ ମିଳିବ ପୁରସ୍କାର। ସେହିପରି ସେବାରେ ପ୍ରଂଶସନୀୟ କାର୍ଯ୍ୟ  ପାଇଁ ୧୧ ଜଣଙ୍କୁ ମିଳିବ ପୁରସ୍କାର। ଅଗ୍ନିଶମ ସେବାରେ ଭମରବର ସେଠ୍‌ଙ୍କୁ ରାଷ୍ଟ୍ରପତି ପୁରସ୍କାର ମିଳିବ । ଅଗ୍ନିଶମ ସେବାରେ ପ୍ରଶଂସନୀୟ କାର୍ଯ୍ୟ ପାଇଁ ୪ ଜଣ ପାଇବେ ପୁରସ୍କାର । ହୋମ୍‌ଗାର୍ଡ ଓ ସିଭିଲ୍‌ ଡିଫେନ୍ସ ବିଭାଗରେ ୩ ଜଣଙ୍କୁ ମିଳିବ ପଦକ । ପ୍ରମୋଦ କୁମାର ରାଉତ, ହୋମଗାର୍ଡ ସୌଭାଗ୍ୟ ପ୍ରଧାନଙ୍କୁ ରାଷ୍ଟ୍ରପତି ପଦକ ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଅନ୍ୟରାଜ୍ୟ ମଧ୍ୟରେ ଅରୁଣାଚଳ ପ୍ରଦେଶରୁ ୩, ଆସାମରୁ ୧୫, ବିହାରରୁ ୯, ଛତିଶଗଡ଼ରୁ ୨୨, ଦିଲ୍ଲୀରୁ ୨୦, ଗୋଆରୁ ଜଣେ, ଗୁଜରାଟରୁ ୧୧, ହରିୟାଣାରୁ ୯, ଝାଡଖଣ୍ଡ ୧୨, କର୍ଣ୍ଣାଟକରୁ ୨୧, କେରଳରୁ ୧୧, ମଧ୍ୟପ୍ରଦେଶରୁ ୨୧, ମହାରାଷ୍ଟ୍ରରୁ ୪୩, ମଣିପୁରରୁ ୮, ମେଘାଳୟରୁ ୩, ମିଜୋରାମ୍‌ରୁ ୪, ନାଗାଲଣ୍ଡରୁ ୪, ଓଡିଶାରୁ ୧୯, ପଞ୍ଜାବ ୧୭, ରାଜସ୍ଥାନରୁ ୧୭, ସିକ୍କିମରୁ ୨, ତାମିଲନାଡୁରୁ ୨୩, ତେଲେଙ୍ଗାନାରୁ ୧୪, ତ୍ରିପୁରାରୁ ୭, ଉତ୍ତରପ୍ରଦେଶରୁ ୯୫, ଉତ୍ତରାଖଣ୍ଡ ୫, ପଶ୍ଚିମବଙ୍ଗରୁ ୨୨ ଜଣ ପୁରସ୍କାର ପଦକ ପାଇଁ ମନୋନୀତ ହୋଇଛନ୍ତି। ସେହିପରି କେନ୍ଦ୍ରଶାସିତ ରାଜ୍ୟ ମଧ୍ୟରୁ ଆଣ୍ଡାମନ ଓ ନିକୋବରରୁ ୩, ଚଣ୍ଡିଗଡରୁ ୨, ଲଦାଖରୁ ୨, ପୁଣ୍ଡୁଚେରୀରୁ ୩, ଜାମ୍ମୁ ଓ କାଶ୍ମୀରରୁ ୨୭ ଜଣ ରହିଛନ୍ତି।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

 

ଆହୁରି ପଢ଼ନ୍ତୁ: ନୟାଗଡ଼ର ରୁଖି ପାହାଡ଼ରେ ଫସିଗଲେ କଲେଜ ଛାତ୍ର, ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସୁରକ୍ଷିତ ଉଦ୍ଧାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର