ବାଙ୍ଗିରିପୋଷିରେ ୩ରେଳପଥ ସହିତ ୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଷ୍ଟ୍ରପତି

The Sakala Picture
Published On

ବାରିପଦା: ମୟୂରଭଞ୍ଜବାସୀଙ୍କୁ ୩ ରେଳ ପ୍ରକଳ୍ପ ଭେଟି ଦେଲେ ମହାମହିମ ରାଷ୍ଟ୍ରପତି। ବାଙ୍ଗିରିପୋଷିରେ ୩ଟି ରେଳ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାଙ୍ଗିରିପୋଷି-ଗୋରୁମହିଷାଣି, ବୁଡାମରା-ଚାକୁଳିଆ, ବାଦାମପାହାଡ- କେନ୍ଦୁଝରଗଡ ଆଦି ୬ହଜାର ୨୯୪ କୋଟି ଟଙ୍କାର ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ତତସହିତ ଭିଡିଓ କନଫରେନ୍ସି ମାଧ୍ୟମରେ ରାଇରଙ୍ଗପୁରର ଠାରେ ଜନଜାତୀୟ ଗବେଷଣା ଓ ବିକାଶ କେନ୍ଦ୍ର, ଦାଣ୍ଡବୋଷ ବିମାନବନ୍ଦର ଏବଂ ଉପଖଣ୍ଡ ଚିକିତ୍ସାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । […]

ବାରିପଦା: ମୟୂରଭଞ୍ଜବାସୀଙ୍କୁ ୩ ରେଳ ପ୍ରକଳ୍ପ ଭେଟି ଦେଲେ ମହାମହିମ ରାଷ୍ଟ୍ରପତି। ବାଙ୍ଗିରିପୋଷିରେ ୩ଟି ରେଳ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାଙ୍ଗିରିପୋଷି-ଗୋରୁମହିଷାଣି, ବୁଡାମରା-ଚାକୁଳିଆ, ବାଦାମପାହାଡ- କେନ୍ଦୁଝରଗଡ ଆଦି ୬ହଜାର ୨୯୪ କୋଟି ଟଙ୍କାର ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ତତସହିତ ଭିଡିଓ କନଫରେନ୍ସି ମାଧ୍ୟମରେ ରାଇରଙ୍ଗପୁରର ଠାରେ ଜନଜାତୀୟ ଗବେଷଣା ଓ ବିକାଶ କେନ୍ଦ୍ର, ଦାଣ୍ଡବୋଷ ବିମାନବନ୍ଦର ଏବଂ ଉପଖଣ୍ଡ ଚିକିତ୍ସାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

ବାଙ୍ଗିରିପୋଷି-ଗୋରୁମହିଷାଣି ନୂଆ ଲାଇନ : ୮୬ କିଲୋମିଟରର ଏହି ନୂଆ ଲାଇନ ପ୍ରକଳ୍ପ ମୟୂରଭଞ୍ଜ ଜିଲ୍ଲାକୁ ଅନ୍ତର୍ଭୁକ୍ତ କରିବ । ୨୫୪୯ କୋଟି ଟଙ୍କା ବ୍ୟୟରେ ଏହି ଲାଇନ ନିର୍ମାଣ ହେବ । ସେହିପରି ବୁଢ଼ାମରା-ଚାକୁଲିଆ ନୂଆ ଲାଇନ :୬୦ କିଲୋମିଟରର ଏହି ନୂତନ ଲାଇନ ପ୍ରକଳ୍ପ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ଏବଂ ଝାଡ଼ଖଣ୍ଡର ସିଂହଭୁମ୍ ଜିଲ୍ଲାକୁ ଅନ୍ତର୍ଭୁକ୍ତ କରିବ । ୧୬୩୯ କୋଟି(ଆନୁମାନିକ) ଟଙ୍କାବ୍ୟୟରେ ଏହି ଲାଇନ ନିର୍ମାଣ ହେବ । ବାଦାମପାହାଡ଼-କେନ୍ଦୁଝରଗଡ଼ ନୂଆ ଲାଇନ :୮୨ କିଲୋମିଟରର ଏହି ନୂଆ ଲାଇନ ପ୍ରକଳ୍ପ ଓଡ଼ିଶାର ମୟୂରଭଞ୍ଜ ଓ କେଉଁଝର ଜିଲ୍ଲାକୁ ଅନ୍ତର୍ଭୁକ୍ତ କରିବ । ଏହି ପ୍ରକଳ୍ପ ୨୧୦୬ କୋଟି ଟଙ୍କା ବ୍ୟୟରେ ଏହି ଲାଇନନିର୍ମାଣ ହେବ ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

୩ନୂତନ ରେଳପଥରେ ସେବା ଆରମ୍ଭ ହେଲେ ରେଳ ସୁବିଧାରୁ ବଂଚିତ ସ୍ଥାନୀୟ ବାସିନ୍ଦାମାନେ ବର୍ତମାନ ବହୁଭାବରେ ଉପକୃତ ହେବେ । ଏହି ନୂଆ ଲାଇନ ବ୍ୟବସାୟର ସୁଯୋଗକୁ ବଢାଇବ ଏବଂ ଏହା ଦ୍ଵାରା ସ୍ଥାନୀୟ ଅର୍ଥ ବ୍ୟବସ୍ଥା ବୃଦ୍ଧି ପାଇବ । ଓଡ଼ିଶାର ଖଣିଜ ସଂପଦ ଅଂଚଳ ଉପରେ ତିନୋଟି ଲାଇନ ନିର୍ମାଣ ସହିତ ମାଲ ପରିବହନର ପରିସର ସୃଷ୍ଟି ହେବ, ଏହା ନିକଟସ୍ଥ ଶିଳ୍ପ କ୍ଷେତ୍ରକୁ ବୃଦ୍ଧି କରିବ । କ୍ରମାଗତ ଭାବରେ ସ୍ଥାନୀୟ ଲୋକଙ୍କ ପାଇଁ ନୂତନନିଯୁକ୍ତି ସମ୍ଭାବନା ସୃଷ୍ଟି ହେବ ।ଏହା ବ୍ୟତୀତ ପରିବହନର ନୂତନ ଧାରା ସହିତ ଏହି ଅଂଚଳର ଚିକିତ୍ସା ଓ ଶିକ୍ଷାଗତ ସୁଯୋଗବୃଦ୍ଧି ପାଇବ । ଏହି ନୂଆ ଲାଇନ ଝାଡ଼ଖଣ୍ଡର ସିଂହଭୁମ୍ ଜିଲ୍ଲା ଏବଂ ଓଡ଼ିଶାର ମୟୂରରଂଜ କେନ୍ଦୁଝର ଜିଲ୍ଲା ପଛୁଆ ଅଂଚଳର ଅଭିବୃଦ୍ଧି ତଥା ବିକାଶକୁ ମଧ୍ୟ ବୃଦ୍ଧି କରିବ ।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

07 Dec 2024 By The Sakala

ବାଙ୍ଗିରିପୋଷିରେ ୩ରେଳପଥ ସହିତ ୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଷ୍ଟ୍ରପତି

ବାରିପଦା: ମୟୂରଭଞ୍ଜବାସୀଙ୍କୁ ୩ ରେଳ ପ୍ରକଳ୍ପ ଭେଟି ଦେଲେ ମହାମହିମ ରାଷ୍ଟ୍ରପତି। ବାଙ୍ଗିରିପୋଷିରେ ୩ଟି ରେଳ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାଙ୍ଗିରିପୋଷି-ଗୋରୁମହିଷାଣି, ବୁଡାମରା-ଚାକୁଳିଆ, ବାଦାମପାହାଡ- କେନ୍ଦୁଝରଗଡ ଆଦି ୬ହଜାର ୨୯୪ କୋଟି ଟଙ୍କାର ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ତତସହିତ ଭିଡିଓ କନଫରେନ୍ସି ମାଧ୍ୟମରେ ରାଇରଙ୍ଗପୁରର ଠାରେ ଜନଜାତୀୟ ଗବେଷଣା ଓ ବିକାଶ କେନ୍ଦ୍ର, ଦାଣ୍ଡବୋଷ ବିମାନବନ୍ଦର ଏବଂ ଉପଖଣ୍ଡ ଚିକିତ୍ସାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ବାଙ୍ଗିରିପୋଷି-ଗୋରୁମହିଷାଣି ନୂଆ ଲାଇନ : ୮୬ କିଲୋମିଟରର ଏହି ନୂଆ ଲାଇନ ପ୍ରକଳ୍ପ ମୟୂରଭଞ୍ଜ ଜିଲ୍ଲାକୁ ଅନ୍ତର୍ଭୁକ୍ତ କରିବ । ୨୫୪୯ କୋଟି ଟଙ୍କା ବ୍ୟୟରେ ଏହି ଲାଇନ ନିର୍ମାଣ ହେବ । ସେହିପରି ବୁଢ଼ାମରା-ଚାକୁଲିଆ ନୂଆ ଲାଇନ :୬୦ କିଲୋମିଟରର ଏହି ନୂତନ ଲାଇନ ପ୍ରକଳ୍ପ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ଏବଂ ଝାଡ଼ଖଣ୍ଡର ସିଂହଭୁମ୍ ଜିଲ୍ଲାକୁ ଅନ୍ତର୍ଭୁକ୍ତ କରିବ । ୧୬୩୯ କୋଟି(ଆନୁମାନିକ) ଟଙ୍କାବ୍ୟୟରେ ଏହି ଲାଇନ ନିର୍ମାଣ ହେବ । ବାଦାମପାହାଡ଼-କେନ୍ଦୁଝରଗଡ଼ ନୂଆ ଲାଇନ :୮୨ କିଲୋମିଟରର ଏହି ନୂଆ ଲାଇନ ପ୍ରକଳ୍ପ ଓଡ଼ିଶାର ମୟୂରଭଞ୍ଜ ଓ କେଉଁଝର ଜିଲ୍ଲାକୁ ଅନ୍ତର୍ଭୁକ୍ତ କରିବ । ଏହି ପ୍ରକଳ୍ପ ୨୧୦୬ କୋଟି ଟଙ୍କା ବ୍ୟୟରେ ଏହି ଲାଇନନିର୍ମାଣ ହେବ ।

୩ନୂତନ ରେଳପଥରେ ସେବା ଆରମ୍ଭ ହେଲେ ରେଳ ସୁବିଧାରୁ ବଂଚିତ ସ୍ଥାନୀୟ ବାସିନ୍ଦାମାନେ ବର୍ତମାନ ବହୁଭାବରେ ଉପକୃତ ହେବେ । ଏହି ନୂଆ ଲାଇନ ବ୍ୟବସାୟର ସୁଯୋଗକୁ ବଢାଇବ ଏବଂ ଏହା ଦ୍ଵାରା ସ୍ଥାନୀୟ ଅର୍ଥ ବ୍ୟବସ୍ଥା ବୃଦ୍ଧି ପାଇବ । ଓଡ଼ିଶାର ଖଣିଜ ସଂପଦ ଅଂଚଳ ଉପରେ ତିନୋଟି ଲାଇନ ନିର୍ମାଣ ସହିତ ମାଲ ପରିବହନର ପରିସର ସୃଷ୍ଟି ହେବ, ଏହା ନିକଟସ୍ଥ ଶିଳ୍ପ କ୍ଷେତ୍ରକୁ ବୃଦ୍ଧି କରିବ । କ୍ରମାଗତ ଭାବରେ ସ୍ଥାନୀୟ ଲୋକଙ୍କ ପାଇଁ ନୂତନନିଯୁକ୍ତି ସମ୍ଭାବନା ସୃଷ୍ଟି ହେବ ।ଏହା ବ୍ୟତୀତ ପରିବହନର ନୂତନ ଧାରା ସହିତ ଏହି ଅଂଚଳର ଚିକିତ୍ସା ଓ ଶିକ୍ଷାଗତ ସୁଯୋଗବୃଦ୍ଧି ପାଇବ । ଏହି ନୂଆ ଲାଇନ ଝାଡ଼ଖଣ୍ଡର ସିଂହଭୁମ୍ ଜିଲ୍ଲା ଏବଂ ଓଡ଼ିଶାର ମୟୂରରଂଜ କେନ୍ଦୁଝର ଜିଲ୍ଲା ପଛୁଆ ଅଂଚଳର ଅଭିବୃଦ୍ଧି ତଥା ବିକାଶକୁ ମଧ୍ୟ ବୃଦ୍ଧି କରିବ ।

https://www.thesakala.in/latest-odisha-news/president-droupadi-murmu-laid-the-foundation-stone-of-3-railway-project-in-bangiriposhi/article-37081
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର