ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଆଦାନୀ ଜମିକିଣା ବିବାଦ: ଗନ୍ଧମାର୍ଦ୍ଦନ ଉପରେ ବିପଦ ପଡିଲେ ତେଜିବ ଆନ୍ଦୋଳନ, ଚେତାବନୀ ଦେଲେ ଅଞ୍ଚଳବାସୀ

The Sakala Picture
Published On

ଭୁବନେଶ୍ବର: ନିର୍ଦ୍ଧାରିତ ମୂଲ୍ୟଠାରୁ ତିନି ଗୁଣା ଅଧିକ ଟଙ୍କା ଦେଇ ଲୋକଙ୍କଠାରୁ ଗନ୍ଧମାର୍ଦ୍ଦନ ପାଦଦେଶରେ ଆଦାନୀ ଗୃପ କିଣିଛି ୧୧୨.୮୬ ଏକର ଜମି । ଫଳରେ ଏହି ଅଞ୍ଚଳରେ ଖଣି ଖନନ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ଗନ୍ଧମାର୍ଦ୍ଦନ ଉପରେ ବିପଦ ପଡିଲେ ଆନ୍ଦୋଳନ ତେଜିବ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ । ଅନ୍ୟପଟେ ଗନ୍ଧମାର୍ଦ୍ଦନର ଜୈବ ବିବିଧତାକୁ ଖଣି ଖନନ ପାଇଁ ଆଦାନିକୁ ଟେକି ଦେଲେ ବିଜେଡି ତୀବ୍ର ବିରୋଧ କରିବ ବୋଲି […]

ଭୁବନେଶ୍ବର: ନିର୍ଦ୍ଧାରିତ ମୂଲ୍ୟଠାରୁ ତିନି ଗୁଣା ଅଧିକ ଟଙ୍କା ଦେଇ ଲୋକଙ୍କଠାରୁ ଗନ୍ଧମାର୍ଦ୍ଦନ ପାଦଦେଶରେ ଆଦାନୀ ଗୃପ କିଣିଛି ୧୧୨.୮୬ ଏକର ଜମି । ଫଳରେ ଏହି ଅଞ୍ଚଳରେ ଖଣି ଖନନ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ଗନ୍ଧମାର୍ଦ୍ଦନ ଉପରେ ବିପଦ ପଡିଲେ ଆନ୍ଦୋଳନ ତେଜିବ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ । ଅନ୍ୟପଟେ ଗନ୍ଧମାର୍ଦ୍ଦନର ଜୈବ ବିବିଧତାକୁ ଖଣି ଖନନ ପାଇଁ ଆଦାନିକୁ ଟେକି ଦେଲେ ବିଜେଡି ତୀବ୍ର ବିରୋଧ କରିବ ବୋଲି ଚେତାବନୀ ଦେଇଛି ।

ଆହୁରି ପଢ଼ନ୍ତୁ: ଗୁଣି ଗାରେଡି ସନ୍ଦେହରେ ମା-ଝିଅଙ୍କୁ ଧାରୁଆ ଅସ୍ତ୍ରରେ ହାଣି ନିର୍ମମ ଭାବେ ହତ୍ୟା କଲେ ପଡୋଶୀ

ବଲାଙ୍ଗୀର-ବରଗଡ ସୀମାରେ ଥିବା ଗର୍ଦ୍ଧମାର୍ଦ୍ଦନ ପର୍ବତ ଉପରେ ଖଣି ଖନନ ପାଇଁ ଆଦାନୀ କମ୍ପାନୀ ଚେଷ୍ଟା କରୁଥିବା ଚର୍ଚ୍ଚା ଜୋର ଧରିଛି । ଏହାକୁ ନେଇ ଏବେ ଚିହିଁକି ଉଠିଛନ୍ତି ଅଞ୍ଚଳବାସୀ ।

ଆହୁରି ପଢ଼ନ୍ତୁ: ଓପିଏସ୍‌ସି ପରୀକ୍ଷାରେ କପି କରିବା ଅଭିଯୋଗରେ ପରୀକ୍ଷାର୍ଥୀ ସହ ଅନ୍ୟ ୩ ଗିରଫ

ଆଦାନୀ କମ୍ପାନୀ ମହାନଦୀ ମାଇନ୍ସ ଆଣ୍ଡ ମିନେରାଲ ପ୍ରାଇଭେଟ ଲିମିଟେଡ ନାଁରେ ଅଞ୍ଚଳରୁ ୧୧୨.୮୬ ଏକର ଜମି କିଣିଛି । ନୂଆ ସରକାର ଆସିବା ପରେ ଗତ ସେପ୍ଟେମ୍ବର ମାସରେ କମ୍ପାନୀ ପକ୍ଷରୁ ଜମି କିଣା ଯାଇଛି । ତେବେ ଏହି ଜମିଠାରୁ ବଲାଙ୍ଗୀର ଜିଲ୍ଲାର ପ୍ରସିଦ୍ଧ ହରିଶଙ୍କର ଓ ବରଗଡ ଜିଲ୍ଲାର ପ୍ରସିଦ୍ଧ ନୃସିଂହନାଥ ପୀଠର ସମାନ ଦୂରତା । ହଜାର ହଜାର ବର୍ଷ ଧରି ପଶ୍ଚିମ ଓଡିଶାର ଧର୍ମୀୟ ଭାବନା ସହିତ ଜଡିତ ରହିଛି ଗନ୍ଧମାର୍ଦ୍ଦନ । ପାହାଡରୁ ସୁକତେଲ ଓ ଅଙ୍ଗନଦୀ ବାହାରିଥିବା ବେଳେ ୨୨ରୁ ଅଧିକ ଚିରସ୍ରୋତା ଝରଣା ବହି ଚାଲିଛି । ଏଠି ୧୮ ହଜାର ପ୍ରଜାତିର ଔଷଧୀୟ ବୃକ୍ଷଲତା ରହିଛି । ବଲାଙ୍ଗୀର, ବରଗଡ଼ ଓ ନୂଆପଡା ଜିଲ୍ଲାର ଲକ୍ଷାଧିକ ଲୋକ ପେଟପାଟଣା ପାଇଁ ଗନ୍ଧମାର୍ଦ୍ଦନ ଉପରେ ନିର୍ଭର କରନ୍ତି I ଫଳରେ ଗନ୍ଧମାର୍ଦ୍ଦନକୁ ଜୈବ ବିବିଧତା ଅଞ୍ଚଳ ଘୋଷଣା କରିବାକୁ ତତ୍କାଳୀନ ନବୀନ ସରକାର ଅନେକ ଚେଷ୍ଟା କରିଥିଲେ । ହେଲେ ଏବେ ନୂଆ ସରକାର ଆସିବା ପରେ ବିପଦ ଆଡକୁ ଠେଲି ହୋଇଯାଇଛି ଗନ୍ଧମାର୍ଦ୍ଦନ ପର୍ବତ ।

ଆହୁରି ପଢ଼ନ୍ତୁ: ରଥଖଳାରେ ଶୋକର ଛାୟା: ତାଳଧ୍ୱଜ ରଥ ନିର୍ମାଣକାରୀ ଭୋଇ ସେବାୟତଙ୍କ ହୃଦଘାତରେ ମୃତ୍ୟୁ

ଗନ୍ଧମାର୍ଦ୍ଦନ ପାଦଦେଶରେ କିଣାଯାଇଥିବା ଏହି ଜମିରେ କ’ଣ କରିବ ଆଦାନୀ କମ୍ପାନୀ ? ଏତେ ପରିମାଣର ଜମି କିଣିବା ପଛରେ କାରଣ କ’ଣ ? ଉପଯୁକ୍ତ ମୂଲ୍ୟଠାରୁ ତିନି ଗୁଣ ଅଧିକା ଦାମ ଦେଇ ଜମି କାହିଁକି କିଣାଯାଇଛି ? ତାହା ସ୍ପଷ୍ଟ କରୁନାହାଁନ୍ତି କମ୍ପାନୀ କର୍ତ୍ତୃପକ୍ଷ । ବଲାଙ୍ଗୀର ନୂଆପଡା ରେଳପଥ ପାଇଁ ଦୁଇ ଦଶନ୍ଧୀ ଧରି ଦାବି ହେଉଥିବା ବେଳେ ନିକଟରେ କେନ୍ଦ୍ର ସରକାର ଏହି ରେଳପଥ ପାଇଁ ଡିପିଆରକୁ ଅନୁମତି ଦେଇଛନ୍ତି । ଏହାସହ ପାଟଣାଗଡରେ ଏକ ଏୟାରଷ୍ଟ୍ରିପ ନିର୍ମାଣ କରିବାକୁ ପ୍ରସ୍ତାବ ରହିଛି । ଯାହା ଖଣି ଖନନ ସନ୍ଦେହକୁ ଦୃଢିଭୂତ କରିଛି । ଅନ୍ୟପଟେ ଧର୍ମକୁ ଆଖିଠାର ଭଳି ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରତିକ୍ରିୟା ଦେଇଛନ୍ତି ।

ଗନ୍ଧମାର୍ଦ୍ଦନ ପାହାଡରେ ୨୦୨ ମିଲିୟନ ଟନ ବକ୍ସାଇଟ ରହିଥିବାରୁ ଦେଶର ବଡ଼ ବଡ଼ ଶିଳ୍ପପତିଙ୍କ ଆଖି ଏହା ଉପରେ ରହିଛି । ୧୯୮୦ ମସିହାରେ ତତ୍କାଳୀନ କଂଗ୍ରେସ ସରକାରଙ୍କ ସମୟରେ ଗନ୍ଧମାର୍ଦ୍ଦନରୁ ବକ୍ସାଇଟ ଉତ୍ତୋଳନ ପାଇଁ ବାଲକୋ କମ୍ପାନୀକୁ ଲିଜ୍ ଦିଆଯାଇଥିଲା । ସେତେବେଳେ ମଧ୍ୟ ଜୋରଦାର୍ ବିରୋଧ ପରେ କମ୍ପାନୀ ଫେରିଯାଇଥିଲା ।

21 Nov 2024 By The Sakala

ଆଦାନୀ ଜମିକିଣା ବିବାଦ: ଗନ୍ଧମାର୍ଦ୍ଦନ ଉପରେ ବିପଦ ପଡିଲେ ତେଜିବ ଆନ୍ଦୋଳନ, ଚେତାବନୀ ଦେଲେ ଅଞ୍ଚଳବାସୀ

ଭୁବନେଶ୍ବର: ନିର୍ଦ୍ଧାରିତ ମୂଲ୍ୟଠାରୁ ତିନି ଗୁଣା ଅଧିକ ଟଙ୍କା ଦେଇ ଲୋକଙ୍କଠାରୁ ଗନ୍ଧମାର୍ଦ୍ଦନ ପାଦଦେଶରେ ଆଦାନୀ ଗୃପ କିଣିଛି ୧୧୨.୮୬ ଏକର ଜମି । ଫଳରେ ଏହି ଅଞ୍ଚଳରେ ଖଣି ଖନନ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ଗନ୍ଧମାର୍ଦ୍ଦନ ଉପରେ ବିପଦ ପଡିଲେ ଆନ୍ଦୋଳନ ତେଜିବ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ । ଅନ୍ୟପଟେ ଗନ୍ଧମାର୍ଦ୍ଦନର ଜୈବ ବିବିଧତାକୁ ଖଣି ଖନନ ପାଇଁ ଆଦାନିକୁ ଟେକି ଦେଲେ ବିଜେଡି ତୀବ୍ର ବିରୋଧ କରିବ ବୋଲି ଚେତାବନୀ ଦେଇଛି ।

ବଲାଙ୍ଗୀର-ବରଗଡ ସୀମାରେ ଥିବା ଗର୍ଦ୍ଧମାର୍ଦ୍ଦନ ପର୍ବତ ଉପରେ ଖଣି ଖନନ ପାଇଁ ଆଦାନୀ କମ୍ପାନୀ ଚେଷ୍ଟା କରୁଥିବା ଚର୍ଚ୍ଚା ଜୋର ଧରିଛି । ଏହାକୁ ନେଇ ଏବେ ଚିହିଁକି ଉଠିଛନ୍ତି ଅଞ୍ଚଳବାସୀ ।

ଆଦାନୀ କମ୍ପାନୀ ମହାନଦୀ ମାଇନ୍ସ ଆଣ୍ଡ ମିନେରାଲ ପ୍ରାଇଭେଟ ଲିମିଟେଡ ନାଁରେ ଅଞ୍ଚଳରୁ ୧୧୨.୮୬ ଏକର ଜମି କିଣିଛି । ନୂଆ ସରକାର ଆସିବା ପରେ ଗତ ସେପ୍ଟେମ୍ବର ମାସରେ କମ୍ପାନୀ ପକ୍ଷରୁ ଜମି କିଣା ଯାଇଛି । ତେବେ ଏହି ଜମିଠାରୁ ବଲାଙ୍ଗୀର ଜିଲ୍ଲାର ପ୍ରସିଦ୍ଧ ହରିଶଙ୍କର ଓ ବରଗଡ ଜିଲ୍ଲାର ପ୍ରସିଦ୍ଧ ନୃସିଂହନାଥ ପୀଠର ସମାନ ଦୂରତା । ହଜାର ହଜାର ବର୍ଷ ଧରି ପଶ୍ଚିମ ଓଡିଶାର ଧର୍ମୀୟ ଭାବନା ସହିତ ଜଡିତ ରହିଛି ଗନ୍ଧମାର୍ଦ୍ଦନ । ପାହାଡରୁ ସୁକତେଲ ଓ ଅଙ୍ଗନଦୀ ବାହାରିଥିବା ବେଳେ ୨୨ରୁ ଅଧିକ ଚିରସ୍ରୋତା ଝରଣା ବହି ଚାଲିଛି । ଏଠି ୧୮ ହଜାର ପ୍ରଜାତିର ଔଷଧୀୟ ବୃକ୍ଷଲତା ରହିଛି । ବଲାଙ୍ଗୀର, ବରଗଡ଼ ଓ ନୂଆପଡା ଜିଲ୍ଲାର ଲକ୍ଷାଧିକ ଲୋକ ପେଟପାଟଣା ପାଇଁ ଗନ୍ଧମାର୍ଦ୍ଦନ ଉପରେ ନିର୍ଭର କରନ୍ତି I ଫଳରେ ଗନ୍ଧମାର୍ଦ୍ଦନକୁ ଜୈବ ବିବିଧତା ଅଞ୍ଚଳ ଘୋଷଣା କରିବାକୁ ତତ୍କାଳୀନ ନବୀନ ସରକାର ଅନେକ ଚେଷ୍ଟା କରିଥିଲେ । ହେଲେ ଏବେ ନୂଆ ସରକାର ଆସିବା ପରେ ବିପଦ ଆଡକୁ ଠେଲି ହୋଇଯାଇଛି ଗନ୍ଧମାର୍ଦ୍ଦନ ପର୍ବତ ।

ଗନ୍ଧମାର୍ଦ୍ଦନ ପାଦଦେଶରେ କିଣାଯାଇଥିବା ଏହି ଜମିରେ କ’ଣ କରିବ ଆଦାନୀ କମ୍ପାନୀ ? ଏତେ ପରିମାଣର ଜମି କିଣିବା ପଛରେ କାରଣ କ’ଣ ? ଉପଯୁକ୍ତ ମୂଲ୍ୟଠାରୁ ତିନି ଗୁଣ ଅଧିକା ଦାମ ଦେଇ ଜମି କାହିଁକି କିଣାଯାଇଛି ? ତାହା ସ୍ପଷ୍ଟ କରୁନାହାଁନ୍ତି କମ୍ପାନୀ କର୍ତ୍ତୃପକ୍ଷ । ବଲାଙ୍ଗୀର ନୂଆପଡା ରେଳପଥ ପାଇଁ ଦୁଇ ଦଶନ୍ଧୀ ଧରି ଦାବି ହେଉଥିବା ବେଳେ ନିକଟରେ କେନ୍ଦ୍ର ସରକାର ଏହି ରେଳପଥ ପାଇଁ ଡିପିଆରକୁ ଅନୁମତି ଦେଇଛନ୍ତି । ଏହାସହ ପାଟଣାଗଡରେ ଏକ ଏୟାରଷ୍ଟ୍ରିପ ନିର୍ମାଣ କରିବାକୁ ପ୍ରସ୍ତାବ ରହିଛି । ଯାହା ଖଣି ଖନନ ସନ୍ଦେହକୁ ଦୃଢିଭୂତ କରିଛି । ଅନ୍ୟପଟେ ଧର୍ମକୁ ଆଖିଠାର ଭଳି ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରତିକ୍ରିୟା ଦେଇଛନ୍ତି ।

ଗନ୍ଧମାର୍ଦ୍ଦନ ପାହାଡରେ ୨୦୨ ମିଲିୟନ ଟନ ବକ୍ସାଇଟ ରହିଥିବାରୁ ଦେଶର ବଡ଼ ବଡ଼ ଶିଳ୍ପପତିଙ୍କ ଆଖି ଏହା ଉପରେ ରହିଛି । ୧୯୮୦ ମସିହାରେ ତତ୍କାଳୀନ କଂଗ୍ରେସ ସରକାରଙ୍କ ସମୟରେ ଗନ୍ଧମାର୍ଦ୍ଦନରୁ ବକ୍ସାଇଟ ଉତ୍ତୋଳନ ପାଇଁ ବାଲକୋ କମ୍ପାନୀକୁ ଲିଜ୍ ଦିଆଯାଇଥିଲା । ସେତେବେଳେ ମଧ୍ୟ ଜୋରଦାର୍ ବିରୋଧ ପରେ କମ୍ପାନୀ ଫେରିଯାଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର