ବିଜେପି ବିଧାୟକ ଜୟ ନାରାୟଣଙ୍କ ବିତଣ୍ଡା ଯୁକ୍ତି: ରାସନ୍ ଲୋକେ ଖାଉ ନାହାନ୍ତି, ଆମ୍ବ ଟାକୁଆ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ…..

The Sakala Picture
Published On

ଭୁବନେଶ୍ବର: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁ ଘଟିଛି। ଓଡ଼ିଶାକୁ ଏହା ବିଶ୍ୱରେ ନିନ୍ଦିତ କରିଛି । ଏଭଳି  ସମ୍ୱେଦନଶୀଳ ଘଟଣାରେ ରାଜ୍ୟ ସରକାର ଘଟଣାକୁ ଗୁରୁତର ସହ ଗ୍ରହଣ କରିବା ପରିବର୍ତ୍ତେ ଅତ୍ୟନ୍ତ ଦାୟିତ୍ୱହୀନ ମନ୍ତବ୍ୟ ଦେଇଥିଲେ। ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଅପପୁଷ୍ଟି ହୋଇନି ବୋଲି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୟାନ ଦେଇଥିଲେ । ସେହିପରି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର […]

ଭୁବନେଶ୍ବର: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁ ଘଟିଛି। ଓଡ଼ିଶାକୁ ଏହା ବିଶ୍ୱରେ ନିନ୍ଦିତ କରିଛି । ଏଭଳି  ସମ୍ୱେଦନଶୀଳ ଘଟଣାରେ ରାଜ୍ୟ ସରକାର ଘଟଣାକୁ ଗୁରୁତର ସହ ଗ୍ରହଣ କରିବା ପରିବର୍ତ୍ତେ ଅତ୍ୟନ୍ତ ଦାୟିତ୍ୱହୀନ ମନ୍ତବ୍ୟ ଦେଇଥିଲେ। ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଅପପୁଷ୍ଟି ହୋଇନି ବୋଲି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୟାନ ଦେଇଥିଲେ । ସେହିପରି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର  ଆମ୍ବ ଟାକୁଆ ଜାଉ ଖାଇବା ସେହି ଅଞ୍ଚଳର ପାରମ୍ପରିକ ଖାଦ୍ୟ ବୋଲି କହିଥିଲେ। ଏଭଲି ସମ୍ୱେଦନଶୀଳ ଘଟଣାରେ ପୁଣି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ବିତଣ୍ଡା ଯୁକ୍ତି କରିଛନ୍ତି।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ଜୟ ନାରାୟଣ ମିଶ୍ର କହିଛନ୍ତି ଯେ, ରାସନ୍ ଲୋକେ ଖାଉ ନାହାନ୍ତି । ଆମ୍ବ ଟାକୁଆ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ । ଯେଉଁମାନେ କହୁଛନ୍ତି ଆମ୍ବ ଟାକୁଆ ଖାଇ ଲୋକେ ମରୁଛନ୍ତି ତାହା ବେକାର କଥା ବୋଲି ଜୟ ନାରାୟଣ କହିଛନ୍ତି। ଆଦିବାସୀମାନେ ଆମ୍ବ ଟାକୁଆ ଖାଆନ୍ତି। ଯିଏ କିଛି କାମ କରିବେନି, ଶୋଇକି ରହିବେ ତାଙ୍କୁ କିଏ ଖାଇବାକୁ ଦେବ୍ ବୋଲି ସେ ହୀନ ମନ୍ତବ୍ୟ ଦେଇଛନ୍ତି। ଏଥିସହ ସେ କହିଛନ୍ତି ଯେ, ମାଗଣା ଚାଉଳ ଲୋକେ କ’ଣ କରୁଛନ୍ତି ଅନୁସନ୍ଧାନ କର।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଆମ୍ବ ଟାକୁଆ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ରାଜନେତା ବିଜୟ ମହାପାତ୍ର । ଏପରି ଘଟଣା ଦୁର୍ଭାଗ୍ୟ ଜନକ ଓ ଲଜ୍ଜାଜନକ। ୩ ମାସ ଧରି ଲୋକଙ୍କୁ ରାସନ୍ ମିଳୁ ନ ଥିଲା । ପ୍ରଧାନମନ୍ତ୍ରୀ କହିଥିଲେ ସବୁ ମାସରେ ଚାଉଳ ଦେବାକୁ । ୩ ମାସ ଚାଉଳ ନ ପହଞ୍ଚିବା ଦୁର୍ଭାଗ୍ୟ ଜନକ। ଆମ୍ବ ଟାକୁଆ ପାରମ୍ପରିକ ଖାଦ୍ୟ ନୁହେଁ । ଆଦିବାସୀଙ୍କ ପରମ୍ପରା ନାହିଁ ଆମ୍ବ ଟାକୁଆ ଖାଇବା । ଭୋକ ଉପାସରେ ସେମାନେ ଆମ୍ବ ଟାକୁଆ ଖାଉଥିବା କଥା କହିଛନ୍ତି ବରିଷ୍ଠ ରାଜନେତା ବିଜୟ ମହାପାତ୍ର। ପାଖ ଅଞ୍ଚାୟତରେ ଏ ଯାଏଁ ରାସନ୍ ଦିଆ ଯାଇନଥିବା ମଧ୍ୟ ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ବିଜେପିର ଜନବିରୋଧୀ ନୀତି ପାଇଁ ଓଡ଼ିଶା ଉପେକ୍ଷିତ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର