କରୋନାକୁ ହରାଇଲେ ୯୭ ବର୍ଷ ବୟସ୍କା ବୃଦ୍ଧା

The Sakala Picture
Published On

ବାଲେଶ୍ବର: କରୋନା ଦ୍ବିତୀୟ ଲହରରେ ଜଣେ ୯୭ ବର୍ଷର ବୃଦ୍ଧା କରେନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କୋଭିଡ୍‌ ହସପିଟାଲରେ ଡାକ୍ତାମାନଙ୍କ ମଝିରେ ବସିଥିବା ବୃଦ୍ଧା ମୁହଁରେ ହସ ଟିକକ ଫୁଟୁଥିବାର ଫଟୋ ଦେଖିବାକୁ ମିଳିଛି। ଯାହା ଅନ୍ୟମାନଙ୍କ ମନୋବଳ ବଢ଼ାଇଛି। ବୃଦ୍ଧା ଜଣକ ହେଲେ ଚଞ୍ଚଳା ବେହେରା(୯୭)। ମିଳିଥିବା ସୂଚନା ଅନୁସାରେ, ବାଲେଶ୍ବର ସହର ଫୁଲାଡ଼ି ଅଞ୍ଚଳରେ ଚଞ୍ଚଳାଙ୍କ ଘର। ଜଣେ କେୟାର ଟେକର୍‌ ତାଙ୍କ କଥା ବୁଝାବୁଝି କରନ୍ତି। ତେବେ ବୟସାଧିକ୍ୟ କାରଣରୁ […]

ବାଲେଶ୍ବର: କରୋନା ଦ୍ବିତୀୟ ଲହରରେ ଜଣେ ୯୭ ବର୍ଷର ବୃଦ୍ଧା କରେନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କୋଭିଡ୍‌ ହସପିଟାଲରେ ଡାକ୍ତାମାନଙ୍କ ମଝିରେ ବସିଥିବା ବୃଦ୍ଧା ମୁହଁରେ ହସ ଟିକକ ଫୁଟୁଥିବାର ଫଟୋ ଦେଖିବାକୁ ମିଳିଛି। ଯାହା ଅନ୍ୟମାନଙ୍କ ମନୋବଳ ବଢ଼ାଇଛି। ବୃଦ୍ଧା ଜଣକ ହେଲେ ଚଞ୍ଚଳା ବେହେରା(୯୭)।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ: RBI ପ୍ରକଳ୍ପର କରିବେ ଉଦଘାଟନ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

ମିଳିଥିବା ସୂଚନା ଅନୁସାରେ, ବାଲେଶ୍ବର ସହର ଫୁଲାଡ଼ି ଅଞ୍ଚଳରେ ଚଞ୍ଚଳାଙ୍କ ଘର। ଜଣେ କେୟାର ଟେକର୍‌ ତାଙ୍କ କଥା ବୁଝାବୁଝି କରନ୍ତି। ତେବେ ବୟସାଧିକ୍ୟ କାରଣରୁ ତାଙ୍କର ଉଚ୍ଚ ରକ୍ତଚାପ, ଶ୍ୱାସଜନିତ ଓ ହୃଦରୋଗ ସମସ୍ୟା ରହିଥିଲା। ଚଞ୍ଚଳାଙ୍କ ବୋହୂ ତପସ୍ବିନୀଙ୍କ କହିବା ଅନୁଯାୟୀ,ଚଞ୍ଚଳା ଏବେବି ନିଜ କାମ ନିଜ କରିପାରନ୍ତି। କବେଳ ବାଡ଼ି ଗୋଟିଏ ଧରି ସବୁତକ କାମ ସେ ଚଞ୍ଚଳତା ହୋଇ କରିପାରୁଥିଲେ। ତେବେ ହଠାତ ତାଙ୍କୁ ଜ୍ବର ଓ ଥଣ୍ଡା ହେଲା। ଫଳରେ ପରୀକ୍ଷା କରିବାରୁ କରୋନା ପଜିଟିଭ୍‌ ବାହାରିଥିଲା। ଜୁନ୍ ୧୮ ତାରିଖରେ କରୋନା ସଂକ୍ରମିତ ହେବା ପରେ ପ୍ରଥମେ ରେଲୱେ ହସପିଟାଲରେ ଭର୍ତ୍ତି କରିବା ପରେ ସେଠାରୁ ସଙ୍ଗେ ସଙ୍ଗେ ଭୁବନେଶ୍ୱର ସମ୍ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରିଦେଇଥିଲେ। ସେଠାରେ ସେ ଦୀର୍ଘ ୨୨ଦିନ ସଙ୍ଘର୍ଷ ପରେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ତାଙ୍କର ମନୋବଳ ଦୃଢ଼ ଯୋଗୁଁ ସେ କରୋନାକୁ ମାତ ଦେଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଆହୁରି ପଢ଼ନ୍ତୁ: ବିଜେପି ନେତାଙ୍କ ମନ୍ତବ୍ୟକୁ ବିଜେଡିର କଡ଼ା ବିରୋଧ: ନବୀନଙ୍କ ବୟସକୁ ନେଇ ଆକ୍ଷେପ ବିକୃତ ମାନସିକତା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର