ଲିଙ୍ଗରାଜ ମନ୍ଦିରରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଭିଡିଓ ଭାଇରାଲ ଘଟଣା, ସମ୍ପୃକ୍ତ ସେବାୟତଙ୍କୁ ଜାରିହେବ କାରଣ ଦର୍ଶାଅ ନୋଟିସ…

The Sakala Picture
Published On

ଭୁବନେଶ୍ବର: ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଭିଡିଓ ଭାଇରାଲ ଘଟଣା । ସମ୍ପୃକ୍ତ ସେବାୟତଙ୍କୁ ଜାରିହେବ କାରଣ ଦର୍ଶାଅ ନୋଟିସ । ୭ ଦିନ ମଧ୍ୟରେ ଉତ୍ତର ରଖିବାକୁ ହେବ ନୋଟିସ । ଉତ୍ତର ମିଳିବା ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ସେବାୟତ ସୁପରଭାଇଜର ରାଜକିଶୋର ମହାପାତ୍ରଙ୍କୁ ଜାରି ହେବ ନୋଟିସ୍। ଶିଳ୍ପାଙ୍କ ସହ ଭିଡିଓରେ ରହିଛନ୍ତି ସଂପୃକ୍ତ ସେବାୟତ। ଟ୍ରଷ୍ଟବୋର୍ଡ ବୈଠକରେ ଏ ନେଇ ଆଲୋଚନା ହେବ ।  ଏଣିକି ସିଂହଦ୍ବାର […]

ଭୁବନେଶ୍ବର: ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଭିଡିଓ ଭାଇରାଲ ଘଟଣା । ସମ୍ପୃକ୍ତ ସେବାୟତଙ୍କୁ ଜାରିହେବ କାରଣ ଦର୍ଶାଅ ନୋଟିସ । ୭ ଦିନ ମଧ୍ୟରେ ଉତ୍ତର ରଖିବାକୁ ହେବ ନୋଟିସ । ଉତ୍ତର ମିଳିବା ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ସେବାୟତ ସୁପରଭାଇଜର ରାଜକିଶୋର ମହାପାତ୍ରଙ୍କୁ ଜାରି ହେବ ନୋଟିସ୍। ଶିଳ୍ପାଙ୍କ ସହ ଭିଡିଓରେ ରହିଛନ୍ତି ସଂପୃକ୍ତ ସେବାୟତ। ଟ୍ରଷ୍ଟବୋର୍ଡ ବୈଠକରେ ଏ ନେଇ ଆଲୋଚନା ହେବ ।  ଏଣିକି ସିଂହଦ୍ବାର ନିକଟରେ ହେବ କଡା ଚେକିଂ । ଭିତରକୁ ଆଣ୍ଡ୍ରଏଡ୍ ଫୋନ ନ ନେବା ପାଇଁ କଡା ଚେକିଂ ହେବ। ସେବାୟତମାନେ ମଧ୍ୟ ଭିତରକୁ ଆଣ୍ଡ୍ରଏଡ୍ ଫୋନ ନ ନେବା ପାଇଁ ପ୍ରସ୍ତାବ ଦିଆଯିବ।  ଏ ନେଇ ସୂଚନା ଦେଇଛନ୍ତି ମନ୍ଦିର ପରିଚାଳନା ଅଧିକାରୀ ରୂଦ୍ରନାରାୟଣ  ମହାନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ସୂଚନା ଅନୁଯାୟୀ, ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ପରିସରରେ ଫଟୋ ଓ ଭିଡିଓ ସୁଟିଂ କରି ବିବାଦରେ ରହିଥିଲେ ବଲିଉଡ୍‌ର ଚର୍ଚ୍ଚିତ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଶିଳ୍ପା ଗତକାଲି ସଂଧ୍ୟାରେ ଭୁବନେଶ୍ବର ଆସିଥିବା ବେଳେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପାଇଁ ମନ୍ଦିର ଯାଇଥିଲେ। ମନ୍ଦିର ଭିତରକୁ ମୋବାଇଲ୍‌ ଓ କ୍ୟାମେରା ନେବାକୁ ବାରଣ ଥିଲେ ହେଁ ସେଠାରେ ଶିଳ୍ପାଙ୍କ ଫଟୋ ଉତ୍ତୋଳନ କରାଯିବା ସହ ଭିଡିଓ କରାଯାଇଥିଲା। ତେବେ ସାମାଜିକ ଗଣମାଧ୍ୟମରେ ଏହା ଭାଇରାଲ୍‌ ହେବା ପରେ ବିବାଦ ଦେଖାଦେଇଛି। ଏହାକୁ ନେଇ ଶ୍ରଦ୍ଧାଳୁଙ୍କମହଲ‌ରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

ସେମାନଙ୍କ କହିବା କଥା, ଶିଳ୍ପା ବାହାର ରାଜ୍ୟର ହୋଇଥିବାରୁ ସେ ହୁଏତ ଏ କଟକଣା ସଂପର୍କ‌ରେ ଜାଣି ନଥିବେ। କିନ୍ତୁ ମନ୍ଦିରର ସୁରକ୍ଷା ଦାୟିତ୍ବ‌ରେ ଥିବା ପୁଲିସ୍‌ ଓ ମନ୍ଦିର ପ୍ରଶାସନ କ’ଣ କରୁଥିଲା। ଏନେଇ ତାଙ୍କୁ କାହିଁକି ବାରଣ କରାଗଲା ନାହିଁ। ବାରଣ ତ ଦୂରର କଥା, ମନ୍ଦିର ଭିତରକୁ ମୋବାଇଲ୍‌ ବା କ୍ୟାମେରା ଯିବା ବେଳେ ତାହା କାହିଁକି ଯାଞ୍ଚ କରାଗଲା ନାହିଁ। ଖାଲି ସେତିକି ନୁହେଁ, ଫଟୋ ଓ ଭିଡିଓରେ ଶିଳ୍ପାଙ୍କ ସହ ଜଣେ ସେବାୟତ ନଜର ଆସୁଛନ୍ତି। ସେ ଶିଳ୍ପାଙ୍କୁ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଓ ମନ୍ଦିର ସଂପର୍କରେ ସୂଚନା ଦେଉଛନ୍ତି। ତେବେ ସଂପୃକ୍ତ ସେବାୟତଜଣଙ୍କ କ’ଣ ମନ୍ଦିରର ଏହି କଟକଣା ସଂପର୍କରେ ଜାଣିନାହାନ୍ତି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖାଲି ଏହି ଗୋଟିଏ ଘଟଣା ନୁହେଁ, ଅତୀତରେ ମଧ୍ୟ ଅନେକଥର ଶ୍ରୀଲିଙ୍ଗରାଜ ମନ୍ଦିରର ଫଟୋ ଭାଇରାଲ ହେବାର ନଜିର ରହିଛି।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର