ଜଗା ଦର୍ଶନ ସାରି ଫେରୁଥିବାବେଳେ ଟ୍ରକ୍ ପଛରେ ପିଟିହେଲା ଅଟୋ: ଜଣେ ହବିଷିଆଳି ମୃତ, ୫ ଗୁରୁତର

The Sakala Picture
Published On

ଟାଙ୍ଗୀ: ଜଗା ଦର୍ଶନ ସାରି ପୁରୀରୁ ଅଟୋ ରିକ୍ସାରେ ଫେରୁଥିଲେ ହବିଷିଆଳି। ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡେଶ୍ୱର ନିକଟରେ ଟ୍ରକ ପଛରେ ପିଟିହେଲା ଅଟୋ । ଘଟଣାସ୍ଥଳରେ ଜଣେ ହବିଷିଆଳିଙ୍କ ମୃତ୍ୟୁ ଘଟିଥିବାବେଳେ ଅଟୋ ଚାଳକ ସମେତ ୫ ଜଣ ଗୁରୁତର ହୋଇଛନ୍ତି। ମୃତ ହବିଷିଆଳିଙ୍କ ନାମ ହେଲା ସ୍ନେହ ମଞ୍ଜରୀ ମିଶ୍ର । ବୟସ ୫୫ ବର୍ଷ । ଘର ଗଞ୍ଜାମ ଜିଲ୍ଲା ଖଲିକୋଟରେ ବୋଲି ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା […]

ଟାଙ୍ଗୀ: ଜଗା ଦର୍ଶନ ସାରି ପୁରୀରୁ ଅଟୋ ରିକ୍ସାରେ ଫେରୁଥିଲେ ହବିଷିଆଳି। ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡେଶ୍ୱର ନିକଟରେ ଟ୍ରକ ପଛରେ ପିଟିହେଲା ଅଟୋ । ଘଟଣାସ୍ଥଳରେ ଜଣେ ହବିଷିଆଳିଙ୍କ ମୃତ୍ୟୁ ଘଟିଥିବାବେଳେ ଅଟୋ ଚାଳକ ସମେତ ୫ ଜଣ ଗୁରୁତର ହୋଇଛନ୍ତି। ମୃତ ହବିଷିଆଳିଙ୍କ ନାମ ହେଲା ସ୍ନେହ ମଞ୍ଜରୀ ମିଶ୍ର । ବୟସ ୫୫ ବର୍ଷ । ଘର ଗଞ୍ଜାମ ଜିଲ୍ଲା ଖଲିକୋଟରେ ବୋଲି ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଖବର ପାଇ ଟାଙ୍ଗୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଓ ଗୁରୁତରଙ୍କୁ ଉଦ୍ଧାରକରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ଆହୁରି ପଢ଼ନ୍ତୁ: ଲୋକ ଭବନରେ ୨ ଆଇଆର୍‌ଏସ୍‌ ଅଧିକାରୀଙ୍କ ଉପରେ ଦୁର୍ବ୍ୟବହାର ଘଟଣା, ନିନ୍ଦା କଲା ବିଜେଡି

29 Oct 2024 By The Sakala

ଜଗା ଦର୍ଶନ ସାରି ଫେରୁଥିବାବେଳେ ଟ୍ରକ୍ ପଛରେ ପିଟିହେଲା ଅଟୋ: ଜଣେ ହବିଷିଆଳି ମୃତ, ୫ ଗୁରୁତର

ଟାଙ୍ଗୀ: ଜଗା ଦର୍ଶନ ସାରି ପୁରୀରୁ ଅଟୋ ରିକ୍ସାରେ ଫେରୁଥିଲେ ହବିଷିଆଳି। ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡେଶ୍ୱର ନିକଟରେ ଟ୍ରକ ପଛରେ ପିଟିହେଲା ଅଟୋ । ଘଟଣାସ୍ଥଳରେ ଜଣେ ହବିଷିଆଳିଙ୍କ ମୃତ୍ୟୁ ଘଟିଥିବାବେଳେ ଅଟୋ ଚାଳକ ସମେତ ୫ ଜଣ ଗୁରୁତର ହୋଇଛନ୍ତି। ମୃତ ହବିଷିଆଳିଙ୍କ ନାମ ହେଲା ସ୍ନେହ ମଞ୍ଜରୀ ମିଶ୍ର । ବୟସ ୫୫ ବର୍ଷ । ଘର ଗଞ୍ଜାମ ଜିଲ୍ଲା ଖଲିକୋଟରେ ବୋଲି ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଖବର ପାଇ ଟାଙ୍ଗୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଓ ଗୁରୁତରଙ୍କୁ ଉଦ୍ଧାରକରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର