ମନରେଗା ଶ୍ରମିକଙ୍କ ପାଇଁ ୩୫୨ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର: କୋଭିଡ ମହାମାରୀ ଭଳି କଠିନ ସମୟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଛି । ମନରେଗା ଅଧିନିୟମ ଅନୁଯାୟୀ ନିଶ୍ଚିତ ୧୦୦ ଦିନର କାର୍ଯ୍ଯ ସହିତ ୨୦୦ ଦିନର ଅତିରିକ୍ତ କାର୍ଯ୍ଯଦିବସ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ବ୍ୟୟବରାଦ କରିଛନ୍ତି । ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟରେ ଉକ୍ତ ଯୋଜନାର ଅଗ୍ରଗତିରେ ଉଲ୍ଲେଖନୀୟ ବୃଦ୍ଧି ପାଇଛି । ୨୦୨୦-୨୧ ଆର୍ଥିକ ବର୍ଷରେ […]

ଭୁବନେଶ୍ୱର: କୋଭିଡ ମହାମାରୀ ଭଳି କଠିନ ସମୟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଛି । ମନରେଗା ଅଧିନିୟମ ଅନୁଯାୟୀ ନିଶ୍ଚିତ ୧୦୦ ଦିନର କାର୍ଯ୍ଯ ସହିତ ୨୦୦ ଦିନର ଅତିରିକ୍ତ କାର୍ଯ୍ଯଦିବସ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ବ୍ୟୟବରାଦ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟରେ ଉକ୍ତ ଯୋଜନାର ଅଗ୍ରଗତିରେ ଉଲ୍ଲେଖନୀୟ ବୃଦ୍ଧି ପାଇଛି । ୨୦୨୦-୨୧ ଆର୍ଥିକ ବର୍ଷରେ ଜୁଲାଇ ପହିଲା ସୁଦ୍ଧା ୫.୦୩ କୋଟି ଶ୍ରମଦିବସ ସୃଷ୍ଟି ହୋଇଥିଲା । ୨୦୨୧-୨୨ ଆର୍ଥିକ ବର୍ଷର ଏହି ସମୟ ସୁଦ୍ଧା ୭ କୋଟି ୫ ଲକ୍ଷ ୯୩ ହଜାର ୩ ଶହ ଶ୍ରମଦିବସ ସୃଷ୍ଟି ହୋଇଛି । ଯାହାକି ପୂର୍ବ ବର୍ଷ ତୁଳନାରେ ୪୦ ପ୍ରତିଶତ ଅଧିକ ହାସଲ ହୋଇଛି । ଚଳିତବର୍ଷ ୩୨ ଲକ୍ଷ ୧୮ ହଜାର ୫ ଜଣଙ୍କୁ ନିଯୁକ୍ତି ଯୋଗାଇ ଦିଆଯାଇଛି । ୧୪୪୮ କୋଟି ୭୯ ଲକ୍ଷ ଟଙ୍କା ମଜୁରି ଆକାରରେ ପ୍ରଦାନ କରାଯାଇଛି । ଆର୍ଥିକ ବର୍ଷ ୨୦୨୧-୨୨ ସମୟରେ ରାଜ୍ୟ ମନରେଗାର ବିଭିନ୍ନ ପାରାମିଟରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ଶ୍ରମଦିବସ ସୃଷ୍ଟିରେ ଶ୍ରେଷ୍ଠ ଚାରିଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି । ଗରିବ ଲୋକମାନଙ୍କର ଜୀବନ ଜୀବିକା ଏବଂ ଗ୍ରାମୀଣ ଭିତ୍ତିଭୂମିକୁ ସୁଦୃଢ କରିବା ନିମନ୍ତେ ଜଳାଶୟଗୁଡ଼ିକର ନବୀକରଣ, ଜଳଛାୟା ପରିଚାଳନା ,ଉଦ୍ୟାନକୃଷି ବୃକ୍ଷରୋପଣ, ରାସ୍ତାକଡ଼ ବୃକ୍ଷରୋପଣ, ଜଙ୍ଗଲ ସୃଷ୍ଟି, ପୋଖରୀଖନନ, ନଳକୂପ, ଜମିର ବିକାଶ, ନଡ଼ିଆ ଚାଷ, ସବୁଜ ଗୋଖାଦ୍ୟ ଫସଲ ଚାଷ ଇତ୍ୟାଦି ବିଭିନ୍ନ କାର୍ୟ୍ୟକଳାପ ଉପରେ ଗୁରୁତ୍ୱ ଦିଆଯାଇଅଛି ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ଏଥିସହ ଦିବ୍ୟାଙ୍ଗ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ସମେତ ମହିଳା ହିତାଧିକାରୀଙ୍କୁ ନିଯୁକ୍ତି ଯୋଗାଇବା ଉପରେ ଧ୍ୟାନ ଦିଆଯିବା ସହ ସେମାନଙ୍କ ଜୀବନ ଜୀବିକାକୁ ସୁଦୃଢ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ୨୦୨୦-୨୧ ଆର୍ଥିକ ବର୍ଷରେ, ୩୭.୫ ୨ ଲକ୍ଷ ପରିବାରର ୬୨.୨୫ଲକ୍ଷ ଲୋକଙ୍କୁ ରୋଜଗାର ଯୋଗାଇଦେଇ ମଜୁରି ବାବଦରେ ୪୬୮୩.୬୮ କୋଟି ଟଙ୍କା ବ୍ୟୟ ବରାଦ କରିବା ସହ ସର୍ବମୋଟ ୨୦ କୋଟି ଶ୍ରମଦିବସ ସୃଷ୍ଟି କରି ରାଜ୍ୟ ଉତ୍କର୍ଷତା ପ୍ରଦର୍ଶନ କରିଛି । ଦାଦନ ରୋକିବା ପାଇଁ ବଲାଙ୍ଗିର, ବରଗଡ, କାଳାହାଣ୍ଡି ଏବଂ ନୂଆପଡା ଜିଲ୍ଲାର ୨୦ଟି ଦାଦନ ପ୍ରବଣ ବ୍ଲକରେ ୨୦୧୯-୨୦ ଆର୍ଥିକ ବର୍ଷରୁ ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର କାର୍ୟ୍ୟକ୍ରମ ମାଧ୍ୟମରେ ରାଜ୍ୟ ବଜେଟରୁ ରାଜ୍ୟର ଅଣକୁଶଳୀ ଶ୍ରମିକଙ୍କ ମଜୁରି ହାରରେ ପ୍ରଦାନ ନିମନ୍ତେ ବ୍ୟବସ୍ଥା କରିଛନ୍ତି ।

09 Jul 2021 By The Sakala

ମନରେଗା ଶ୍ରମିକଙ୍କ ପାଇଁ ୩୫୨ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ ମହାମାରୀ ଭଳି କଠିନ ସମୟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଛି । ମନରେଗା ଅଧିନିୟମ ଅନୁଯାୟୀ ନିଶ୍ଚିତ ୧୦୦ ଦିନର କାର୍ଯ୍ଯ ସହିତ ୨୦୦ ଦିନର ଅତିରିକ୍ତ କାର୍ଯ୍ଯଦିବସ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ବ୍ୟୟବରାଦ କରିଛନ୍ତି ।

୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟରେ ଉକ୍ତ ଯୋଜନାର ଅଗ୍ରଗତିରେ ଉଲ୍ଲେଖନୀୟ ବୃଦ୍ଧି ପାଇଛି । ୨୦୨୦-୨୧ ଆର୍ଥିକ ବର୍ଷରେ ଜୁଲାଇ ପହିଲା ସୁଦ୍ଧା ୫.୦୩ କୋଟି ଶ୍ରମଦିବସ ସୃଷ୍ଟି ହୋଇଥିଲା । ୨୦୨୧-୨୨ ଆର୍ଥିକ ବର୍ଷର ଏହି ସମୟ ସୁଦ୍ଧା ୭ କୋଟି ୫ ଲକ୍ଷ ୯୩ ହଜାର ୩ ଶହ ଶ୍ରମଦିବସ ସୃଷ୍ଟି ହୋଇଛି । ଯାହାକି ପୂର୍ବ ବର୍ଷ ତୁଳନାରେ ୪୦ ପ୍ରତିଶତ ଅଧିକ ହାସଲ ହୋଇଛି । ଚଳିତବର୍ଷ ୩୨ ଲକ୍ଷ ୧୮ ହଜାର ୫ ଜଣଙ୍କୁ ନିଯୁକ୍ତି ଯୋଗାଇ ଦିଆଯାଇଛି । ୧୪୪୮ କୋଟି ୭୯ ଲକ୍ଷ ଟଙ୍କା ମଜୁରି ଆକାରରେ ପ୍ରଦାନ କରାଯାଇଛି । ଆର୍ଥିକ ବର୍ଷ ୨୦୨୧-୨୨ ସମୟରେ ରାଜ୍ୟ ମନରେଗାର ବିଭିନ୍ନ ପାରାମିଟରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି ।

ଶ୍ରମଦିବସ ସୃଷ୍ଟିରେ ଶ୍ରେଷ୍ଠ ଚାରିଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି । ଗରିବ ଲୋକମାନଙ୍କର ଜୀବନ ଜୀବିକା ଏବଂ ଗ୍ରାମୀଣ ଭିତ୍ତିଭୂମିକୁ ସୁଦୃଢ କରିବା ନିମନ୍ତେ ଜଳାଶୟଗୁଡ଼ିକର ନବୀକରଣ, ଜଳଛାୟା ପରିଚାଳନା ,ଉଦ୍ୟାନକୃଷି ବୃକ୍ଷରୋପଣ, ରାସ୍ତାକଡ଼ ବୃକ୍ଷରୋପଣ, ଜଙ୍ଗଲ ସୃଷ୍ଟି, ପୋଖରୀଖନନ, ନଳକୂପ, ଜମିର ବିକାଶ, ନଡ଼ିଆ ଚାଷ, ସବୁଜ ଗୋଖାଦ୍ୟ ଫସଲ ଚାଷ ଇତ୍ୟାଦି ବିଭିନ୍ନ କାର୍ୟ୍ୟକଳାପ ଉପରେ ଗୁରୁତ୍ୱ ଦିଆଯାଇଅଛି ।

ଏଥିସହ ଦିବ୍ୟାଙ୍ଗ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ସମେତ ମହିଳା ହିତାଧିକାରୀଙ୍କୁ ନିଯୁକ୍ତି ଯୋଗାଇବା ଉପରେ ଧ୍ୟାନ ଦିଆଯିବା ସହ ସେମାନଙ୍କ ଜୀବନ ଜୀବିକାକୁ ସୁଦୃଢ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ୨୦୨୦-୨୧ ଆର୍ଥିକ ବର୍ଷରେ, ୩୭.୫ ୨ ଲକ୍ଷ ପରିବାରର ୬୨.୨୫ଲକ୍ଷ ଲୋକଙ୍କୁ ରୋଜଗାର ଯୋଗାଇଦେଇ ମଜୁରି ବାବଦରେ ୪୬୮୩.୬୮ କୋଟି ଟଙ୍କା ବ୍ୟୟ ବରାଦ କରିବା ସହ ସର୍ବମୋଟ ୨୦ କୋଟି ଶ୍ରମଦିବସ ସୃଷ୍ଟି କରି ରାଜ୍ୟ ଉତ୍କର୍ଷତା ପ୍ରଦର୍ଶନ କରିଛି । ଦାଦନ ରୋକିବା ପାଇଁ ବଲାଙ୍ଗିର, ବରଗଡ, କାଳାହାଣ୍ଡି ଏବଂ ନୂଆପଡା ଜିଲ୍ଲାର ୨୦ଟି ଦାଦନ ପ୍ରବଣ ବ୍ଲକରେ ୨୦୧୯-୨୦ ଆର୍ଥିକ ବର୍ଷରୁ ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର କାର୍ୟ୍ୟକ୍ରମ ମାଧ୍ୟମରେ ରାଜ୍ୟ ବଜେଟରୁ ରାଜ୍ୟର ଅଣକୁଶଳୀ ଶ୍ରମିକଙ୍କ ମଜୁରି ହାରରେ ପ୍ରଦାନ ନିମନ୍ତେ ବ୍ୟବସ୍ଥା କରିଛନ୍ତି ।

https://www.thesakala.in/latest-odisha-news/cm-announced-rs-352-crore-package-for-mgnrega-workers/article-3612
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର