ବାତ୍ୟା ଦାନା ମୁକାବିଲାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ଆଜି ଅପରାହ୍ନ ସୁଦ୍ଧା ପ୍ରଭାବିତ ଜିଲ୍ଲାରେ ସ୍ବାଭାବିକ ହେବ ବିଦ୍ୟୁତ୍ ସେବା

The Sakala Picture
Published On

ଭୁବନେଶ୍ୱର: ବାତ୍ୟା ‘ଦାନା’ ଜନିତ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶୁକ୍ରବାର ରାଜସ୍ବମନ୍ତ୍ରୀ, ମୁଖ୍ୟ ସଚିବ, ଉନ୍ନୟନ ସଚିବ, ଏସ୍‌ଆର୍‌ସିଙ୍କ ସମେତ ଉଚ୍ଚ ପଦାଧିକାରୀଙ୍କ ସହ ସେ ବାତ୍ୟା ମୁକାବିଲା ଓ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଥିଲେ। ବୈଠକ ପରେ ୭ ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବାତ୍ୟା ‘ଦାନା’ ଯୋଗୁଁ […]

ଭୁବନେଶ୍ୱର: ବାତ୍ୟା ‘ଦାନା’ ଜନିତ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶୁକ୍ରବାର ରାଜସ୍ବମନ୍ତ୍ରୀ, ମୁଖ୍ୟ ସଚିବ, ଉନ୍ନୟନ ସଚିବ, ଏସ୍‌ଆର୍‌ସିଙ୍କ ସମେତ ଉଚ୍ଚ ପଦାଧିକାରୀଙ୍କ ସହ ସେ ବାତ୍ୟା ମୁକାବିଲା ଓ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଥିଲେ। ବୈଠକ ପରେ ୭ ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଅନୁଗୁଳର ନରହନ୍ତା ଦନ୍ତାକୁ ସାତକୋଶିଆରେ ଛାଡିବାକୁ ସ୍ଥାନୀୟ ଅଞ୍ଚଳରେ ବିରୋଧ

ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବାତ୍ୟା ‘ଦାନା’ ଯୋଗୁଁ ପ୍ରଭାବିତ ହୋଇଥିବା ଜିଲ୍ଲାଗୁଡ଼ିକରେ ପ୍ରାୟ ୧.୭୫ଲକ୍ଷ ଏକର ଚାଷଜମିରେ ଫସଲ ନଷ୍ଟ ହୋଇଛି। ଅନେକ ସ୍ଥାନରେ ବାସଗୃହ ମଧ୍ୟ ନଷ୍ଟ ହୋଇଥିବା ନେଇ ସରକାରଙ୍କ ପକ୍ଷରୁ କରାଯାଇଥିବା ପ୍ରାକ୍‌ ଆକଳନରୁ ସୂଚନା ମିଳିଛି। କିନ୍ତୁ ସମ୍ପୂର୍ଣ୍ଣ ତଥ୍ୟ ମିଳିବା ପରେ ପ୍ରକୃତ କ୍ଷୟକ୍ଷତି ଜଣାପଡ଼ିବ ଓ ସରକାର ସହାୟତା ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ବାତ୍ୟାରେ ଯେଉଁମାନଙ୍କର ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି ଅବା ଆଂଶିକ ନଷ୍ଟ ହୋଇଛି ତା’ର ଗ୍ରାଉଣ୍ଡ ସର୍ଭେ ରିପୋର୍ଟ ଆସିବା ପରେ ସେମାନଙ୍କୁ ଘର ଦିଆଯିବ ଓ ସହାୟତା ଯୋଗାଇ ଦିଆଯିବ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଯଦି ଶନିବାର ପାଗ ଭଲ ରହେ, ତେବେ ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗକୁ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି।

ଆହୁରି ପଢ଼ନ୍ତୁ: କାର୍ଯ୍ୟରେ ଅବହେଳା ଅଭିଯୋଗରେ ଜଳ ସଂପଦ ବିଭାଗର ୩ ଇଂଜିନିୟର ସସ୍‌ପେଣ୍ଡ

ମୁଖ୍ୟମନ୍ତ୍ରୀ କହିଛନ୍ତି, ବାତ୍ୟା ‘ଦାନା’ ଯୋଗୁ ମୋଟ ୮ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କୁ ନିଜ ଘରକୁ ଯିବାକୁ ଅନୁମତି ଦିଆଯାଇଛି। ଆଉ କିଛି ସ୍ଥାନରେ ଲୋକଙ୍କ ଘର ନଷ୍ଟ ହୋଇଥିବାରୁ ସେମାନେ ଆଶ୍ରୟସ୍ଥଳୀରେ ରହିଛନ୍ତି। ଏହି ସବୁ ଆଶ୍ରୟସ୍ଥଳୀରେ ଆଜିଠୁ ଆଉ ୭ଦିନ ପର୍ଯ୍ୟନ୍ତ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ। ବାତ୍ୟା ଏବେ ଦୁର୍ବଳ ହୋଇଥଲେ ମଧ୍ୟ ଏହାର ପ୍ରଭାବରେ କିଛି ଅଂଚଳରେ ତୁହାକୁ ତୁହା ବର୍ଷା ଜାରି ରହିଛି। ତେଣୁ ପୁନରୁଦ୍ଧାର କାର୍ଯ୍ୟରେ ସମସ୍ୟା ଦେଖାଦେଇଛି। ତେବେ ଗତକାଲି ଅପରାହ୍ନ ସୁଦ୍ଧା ଗଛ କଟାଯାଇ ରାସ୍ତା ଅବରୋଧକୁ ସମ୍ପୂର୍ଣ୍ଣ ହଟାଇ ଦିଆଯାଇଛି। ସେହିପରି ବାତ୍ୟା ଯୋଗୁ ୨୨.୪୩ ଲକ୍ଷ ବିଦ୍ୟୁତ ଉପଭୋକ୍ତାଙ୍କ ବିଦ୍ୟୁତ ଯୋଗାଣ ବିଚ୍ଛିନ୍ନ ହୋଇଥିବା ବେଳେ ଇତିମଧ୍ୟରେ ୧୪.୮୦ଲକ୍ଷ ଉପଭୋକ୍ତାଙ୍କର ବିଦ୍ୟୁତ ପୁନଃଯୋଗାଣ ସମ୍ଭବପର ହୋଇପାରିଛି। କିନ୍ତୁ ପ୍ରବଳ ବର୍ଷା ଯୋଗୁ ବାକି ଉପଭୋକ୍ତାଙ୍କୁ ବିଦ୍ୟୁତ ଯୋଗାଣ ହୋଇପାରିନି। ଶନିବାର ସୁଦ୍ଧା ଏହି ସମସ୍ତ ବିଦ୍ୟୁତ ଉପଭୋକ୍ତାଙ୍କୁ ବିଦ୍ୟୁତ ଯୋଗାଇ ଦେବାକୁ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶୁକ୍ରବାର ରାତି ୯ଟା ସୁଦ୍ଧା ଭଦ୍ରକ ଜିଲ୍ଲାରେ ବିଦ୍ୟୁତଯୋଗାଣ ବ୍ୟବସ୍ଥା ସ୍ୱାଭାବିକ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି କାର୍ଯ୍ୟ ସହ ବାତ୍ୟା ମୁକାବିଲାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସଫଳ ହୋଇଛନ୍ତି ବୋଲି କହିବା ସହ ସରକାରଙ୍କ “ଶୂନ୍ୟ ଜୀବନ ହାନୀ’ ଲକ୍ଷ୍ୟ ହାସଲ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ରଥଖଳାରେ ଶୋକର ଛାୟା: ତାଳଧ୍ୱଜ ରଥ ନିର୍ମାଣକାରୀ ଭୋଇ ସେବାୟତଙ୍କ ହୃଦଘାତରେ ମୃତ୍ୟୁ

ବାତ୍ୟା “ଦାନା’ ସମୟରେ ରାଜ୍ୟରେ ବିଭିନ୍ନ ମେଡିକାଲରେ ୨୨୦୦ ଶିଶୁ ଜନ୍ମ ନେଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ଜଣ ମା’ ଯାଅାଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ଏହି ସମସ୍ତ ଉଭୟ ମା’ ଓ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏବେ ବି ବାତ୍ୟା ପ୍ରଭାବିତ ଅଂଚଳରେ ୧୫୮ ପ୍ଲାଟୁନ ପୁଲିସ ଫୋର୍ସ ସୁରକ୍ଷା ଓ ସହାୟତା ପାଇଁ ମୁତୟନ ଅଛନ୍ତି। ସବୁ ବିଭାଗର ସମନ୍ୱ୍ୱୟ, ରାଜ୍ୟ ଓ ଜିଲ୍ଲାସ୍ତରର ଅଫିସ ମଧ୍ୟରେ ଉତ୍ତମ ତାଳମେଳ ଓ ଟିମ୍‌ ୱାର୍କ ଯୋଗୁ ବାତ୍ୟାର ସଫଳ ମୁକାବିଲା କରାଯାଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୂଚନା ଥାଉ କି ଶୁକ୍ରବାର ସକାଳେ ମୁଖ୍ୟମନ୍ତ୍ରୀ ଏସ୍‌ଆରସି କାର୍ଯ୍ୟାଳୟ ଯାଇ ବାତ୍ୟା ମୁକାବିଲା ସ୍ଥିତି ସମୀକ୍ଷା କରିବା ସହ ରାଜସ୍ୱ ମନ୍ତ୍ରୀ ମଧ୍ୟ ସ୍ଥିତି ବୁଝିଥିଲେ। ଏହି ସମୟରେ ସେ ସମସ୍ତ ସହଯୋଗ ପାଇଁ ସରକାରୀ କର୍ମଚାରୀ ଓ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ।

26 Oct 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର