ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ; ୭ଦିନ ପାଇଁ ବିପନ୍ନଙ୍କୁ ରିଲିଫ ଦେବାକୁ କହିଲେ ପ୍ରମିଳା ମଲ୍ଲିକ

The Sakala Picture
Published On

ଭୁବନେଶ୍ୱର: ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ବାତ୍ୟା ଦାନା ପ୍ରଭାବରେ ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଅଭିଯୋଗ କରିଛନ୍ତି ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ। ଏହାକୁ ଦୃଷ୍ଟିରେ ରଖି ଆଗାମୀ ୭ଦିନ ପାଇଁ ବିଞ୍ଝାରପୁର ଓ ଦଶରଥପୁର ବାତ୍ୟା ବିପନ୍ନମାନଙ୍କୁ ରିଲିଫ୍‌ ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କ ମାଧ୍ୟମରେ ସରକାରଙ୍କୁ ଦାବି କରିଛନ୍ତି ପ୍ରମିଳା। ବାତ୍ୟାରେ ବିଞ୍ଝାରପୁରର ଅନେକ ସ୍ଥାନରେ ଧାନ ଫସଲ […]

ଭୁବନେଶ୍ୱର: ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ବାତ୍ୟା ଦାନା ପ୍ରଭାବରେ ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଅଭିଯୋଗ କରିଛନ୍ତି ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ। ଏହାକୁ ଦୃଷ୍ଟିରେ ରଖି ଆଗାମୀ ୭ଦିନ ପାଇଁ ବିଞ୍ଝାରପୁର ଓ ଦଶରଥପୁର ବାତ୍ୟା ବିପନ୍ନମାନଙ୍କୁ ରିଲିଫ୍‌ ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କ ମାଧ୍ୟମରେ ସରକାରଙ୍କୁ ଦାବି କରିଛନ୍ତି ପ୍ରମିଳା।

ଆହୁରି ପଢ଼ନ୍ତୁ: ସୁବର୍ଣ୍ଣପୁରର ଏକ ତେଲ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟ ଜାରି

ବାତ୍ୟାରେ ବିଞ୍ଝାରପୁରର ଅନେକ ସ୍ଥାନରେ ଧାନ ଫସଲ ବ୍ୟାପକଭାବେ ନଷ୍ଟ ହୋଇଥିବା ବେଳେ ତଳିଆ ଅଂଚଳର ଅନେକ ଲୋକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି । ଗୃହପାଳିତ ପଶୁମାନଙ୍କ ପାଖରେ ଏପର୍ଯ୍ୟନ୍ତ କୌଣସି ଖାଦ୍ୟ ପହଁଚିନଥିବା ବେଳେ ଅନେକ ଗଛ ଓ ଘର ମଧ୍ୟ ଭାଙ୍ଗିଯାଇଛି । ତେଣୁ ଏ ସମ୍ପର୍କରେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ସହ ଯଥାଶୀଘ୍ର ରାଜ୍ୟ ସରକାର ସାତ ଦିନର ଖାଦ୍ୟ ସାମଗ୍ରୀ ସହ କ୍ଷତିଗ୍ରସ୍ତ ହୋଇଥିବା ପରିବାର ଓ ଚାଷୀଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରନ୍ତୁ ବୋଲି ଦାବି କହିଛନ୍ତି ପ୍ରମିଳା ମଲ୍ଲିକ ।

ଆହୁରି ପଢ଼ନ୍ତୁ: ବଲାଙ୍ଗୀରରେ ପୋଖରୀ ପୁନରୁଦ୍ଧାର କାମକୁ ନେଇ ବିଜେଡି-କଂଗ୍ରେସ ମୁହାମୁହିଁ

ଅନ୍ୟପଟେ ଦାନା ବାତ୍ୟା ପାଇଁ କେବଳ ସରକାରୀ ଦଳ ନୁହଁ କଂଗ୍ରେସ ଓ ବିଜେଡି ମଧ୍ୟ ଲୋକଙ୍କୁ ସେବା ଯୋଗାଇଛନ୍ତି ବୋଲି କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହୀନପତି କହିଛନ୍ତି। ସରକାର ଯେଉଁ ବାହାସ୍ପୋଟ ମାରୁଛନ୍ତି ତାହା ଠିକ୍ ନୁହଁ। ଜଗନ୍ନାଥଙ୍କ କୃପାରୁ ବାତ୍ୟାର ଆଖି ଖୋଲିଲା ନାହିଁ । ତେଣୁ ବିଶେଷ ପ୍ରଭାବ ରହିଲା ନାହିଁ ବୋଲି ତାରା କହିଛନ୍ତି ।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଧଉଳି ଥାନା ପୋଲିସ: ହୋଟେଲକୁ ଡାକି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ

25 Oct 2024 By The Sakala

ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ; ୭ଦିନ ପାଇଁ ବିପନ୍ନଙ୍କୁ ରିଲିଫ ଦେବାକୁ କହିଲେ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର: ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ବାତ୍ୟା ଦାନା ପ୍ରଭାବରେ ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଅଭିଯୋଗ କରିଛନ୍ତି ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ। ଏହାକୁ ଦୃଷ୍ଟିରେ ରଖି ଆଗାମୀ ୭ଦିନ ପାଇଁ ବିଞ୍ଝାରପୁର ଓ ଦଶରଥପୁର ବାତ୍ୟା ବିପନ୍ନମାନଙ୍କୁ ରିଲିଫ୍‌ ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କ ମାଧ୍ୟମରେ ସରକାରଙ୍କୁ ଦାବି କରିଛନ୍ତି ପ୍ରମିଳା।

ବାତ୍ୟାରେ ବିଞ୍ଝାରପୁରର ଅନେକ ସ୍ଥାନରେ ଧାନ ଫସଲ ବ୍ୟାପକଭାବେ ନଷ୍ଟ ହୋଇଥିବା ବେଳେ ତଳିଆ ଅଂଚଳର ଅନେକ ଲୋକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି । ଗୃହପାଳିତ ପଶୁମାନଙ୍କ ପାଖରେ ଏପର୍ଯ୍ୟନ୍ତ କୌଣସି ଖାଦ୍ୟ ପହଁଚିନଥିବା ବେଳେ ଅନେକ ଗଛ ଓ ଘର ମଧ୍ୟ ଭାଙ୍ଗିଯାଇଛି । ତେଣୁ ଏ ସମ୍ପର୍କରେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ସହ ଯଥାଶୀଘ୍ର ରାଜ୍ୟ ସରକାର ସାତ ଦିନର ଖାଦ୍ୟ ସାମଗ୍ରୀ ସହ କ୍ଷତିଗ୍ରସ୍ତ ହୋଇଥିବା ପରିବାର ଓ ଚାଷୀଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରନ୍ତୁ ବୋଲି ଦାବି କହିଛନ୍ତି ପ୍ରମିଳା ମଲ୍ଲିକ ।

ଅନ୍ୟପଟେ ଦାନା ବାତ୍ୟା ପାଇଁ କେବଳ ସରକାରୀ ଦଳ ନୁହଁ କଂଗ୍ରେସ ଓ ବିଜେଡି ମଧ୍ୟ ଲୋକଙ୍କୁ ସେବା ଯୋଗାଇଛନ୍ତି ବୋଲି କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହୀନପତି କହିଛନ୍ତି। ସରକାର ଯେଉଁ ବାହାସ୍ପୋଟ ମାରୁଛନ୍ତି ତାହା ଠିକ୍ ନୁହଁ। ଜଗନ୍ନାଥଙ୍କ କୃପାରୁ ବାତ୍ୟାର ଆଖି ଖୋଲିଲା ନାହିଁ । ତେଣୁ ବିଶେଷ ପ୍ରଭାବ ରହିଲା ନାହିଁ ବୋଲି ତାରା କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର