୧୦ରୁ ବଢ଼ିବ ବର୍ଷାର ପରିମାଣ

The Sakala Picture
Published On

ଭୁବନେଶ୍ୱର : ଚଳିତ ମାସ ଦ୍ୱିତୀୟ ସପ୍ତାହରେ ହେବାକୁ ଥିବା ଲଘୁଚାପର ପ୍ରଭାବ ଆସନ୍ତା ୧୦ ତାରିଖଠାରୁ ଆରମ୍ଭ ହୋଇଯିବ। ୧୦ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇ ୧୧ ତାରିଖ ଉପର ଓଳି ସୁଦ୍ଧା ଏହା ଲଘୁଚାପର ରୂପ ନେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହା ପ୍ରଭାବରେ ୧୦ ତାରିଖଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯିବ ବୋଲି ଜଣାପଡ଼ିଛି। ମଙ୍ଗଳବାର ଆଇଏମ୍‍ଡି ଏଥିରେ ମୋହର […]

ଭୁବନେଶ୍ୱର : ଚଳିତ ମାସ ଦ୍ୱିତୀୟ ସପ୍ତାହରେ ହେବାକୁ ଥିବା ଲଘୁଚାପର ପ୍ରଭାବ ଆସନ୍ତା ୧୦ ତାରିଖଠାରୁ ଆରମ୍ଭ ହୋଇଯିବ। ୧୦ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇ ୧୧ ତାରିଖ ଉପର ଓଳି ସୁଦ୍ଧା ଏହା ଲଘୁଚାପର ରୂପ ନେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହା ପ୍ରଭାବରେ ୧୦ ତାରିଖଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯିବ ବୋଲି ଜଣାପଡ଼ିଛି। ମଙ୍ଗଳବାର ଆଇଏମ୍‍ଡି ଏଥିରେ ମୋହର ମାରିଛି। ଆଇଏମ୍‍ଡି ସୂଚନା ପରେ ରାଜ୍ୟର ଚାଷୀକୁଳ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ଏହି ଲଘୁଚାପ ପ୍ରଭାବରେ ୧୦ ତାରିଖରୁ ମୌସୁମୀ ସକ୍ରିୟ ହେବାର ଥିବା ବେଳେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଫଳରେ ଦକ୍ଷିଣ ଓଡ଼ିଶାରେ ଯେଉଁ ନିଅଣ୍ଟିଆ ସ୍ଥିତି ରହିଛି ତାହା ଭରଣା ହେବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

୧୧ ତାରିଖ ପରେ ୧୬ ତାରିଖ ମଧ୍ୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ହେବାର ସମ୍ଭାବନା ରହିଛି। ଯାହାଦ୍ୱାରା ଚଳିତ ମାସରେ ରାଜ୍ୟରେ ଭଲ ବର୍ଷା ହେବାର ଆକଳନ କରାଯାଉଛି। ବୁଧବାରଠାରୁ ରାଜ୍ୟର ଅନେକ ସ୍ଥାନରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ବିଶେଷ କରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ ଆଦିରେ ପ୍ରବଳ ବର୍ଷା ହୋଇପାରେ। ସେହିପରି ଏହି ୮ ଜିଲ୍ଲା ସମେତ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଖୋର୍ଦ୍ଧା, ପୁରୀ, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ତେଣୁ ଏହି ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର