ହିଂସା ପରେ ମକୁନ୍ଦପ୍ରସାଦରେ ଶାନ୍ତି ଫେରାଇ ଆଣିବାକୁ ପୋଲିସର ପଇଁତରା; ଦୋକାନ ବଜାର ବନ୍ଦ, ଗାଁ ପୁରା ଖାଁ ଖାଁ

The Sakala Picture
Published On

ଖୋର୍ଦ୍ଧା: ମକୁନ୍ଦପ୍ରସାଦରେ ହାଇଆଲର୍ଟ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ପରେ ଖୋର୍ଦ୍ଧା ଜିଲ୍ଲା ମକୁନ୍ଦପ୍ରସାଦ ଗାଁରେ ପୋଲିସର ପଇଁତରା । ଗାଁ ପୁରା ଖାଁ ଖାଁ । ଦୋକାନ ବଜାର ବନ୍ଦ । ଗାଁକୁ ଘେରି ରହିଛି ସଶସ୍ତ୍ର ପୋଲିସ ବାହିନୀ । ଗାଁରେ ଶାନ୍ତି ଫେରାଇ ଆଣିବାକୁ ପଇଁତରା ମାରୁଛନ୍ତି ୭ ପ୍ଲାଟୁନ ଫୋର୍ସ । ଧାରା ୧୬୩ ଲାଗୁ ହୋଇଥିବାରୁ ଲୋକଙ୍କ ଗତିବିଧି ଉପରେ ପୋଲିସ କଡ଼ା ନଜର ରଖିଛି । ୫ […]

ଖୋର୍ଦ୍ଧା: ମକୁନ୍ଦପ୍ରସାଦରେ ହାଇଆଲର୍ଟ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ପରେ ଖୋର୍ଦ୍ଧା ଜିଲ୍ଲା ମକୁନ୍ଦପ୍ରସାଦ ଗାଁରେ ପୋଲିସର ପଇଁତରା । ଗାଁ ପୁରା ଖାଁ ଖାଁ । ଦୋକାନ ବଜାର ବନ୍ଦ । ଗାଁକୁ ଘେରି ରହିଛି ସଶସ୍ତ୍ର ପୋଲିସ ବାହିନୀ । ଗାଁରେ ଶାନ୍ତି ଫେରାଇ ଆଣିବାକୁ ପଇଁତରା ମାରୁଛନ୍ତି ୭ ପ୍ଲାଟୁନ ଫୋର୍ସ । ଧାରା ୧୬୩ ଲାଗୁ ହୋଇଥିବାରୁ ଲୋକଙ୍କ ଗତିବିଧି ଉପରେ ପୋଲିସ କଡ଼ା ନଜର ରଖିଛି । ୫ ଜଣରୁ ଅଧିକ ଲୋକ ଏକାଠି ନହେବାକୁ ଦିଆଯାଇଛି ନିର୍ଦ୍ଦେଶ । ସ୍କୁଲ ଓ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ଗଳିକନ୍ଦି ଉପରେ ରହିଛି ପୋଲିସର ସତର୍କ ନଜର । ଗହଳି ଦେଖିଲେ ବାନ୍ଧିବାକୁ ଦିଆଯାଇଛି ନିର୍ଦ୍ଦେଶ । ନିଜେ ଏସପି ସ୍ଥିତିର ଅନୁଧ୍ଯାନ କରୁଛନ୍ତି ।

ଆହୁରି ପଢ଼ନ୍ତୁ: ମୋବାଇଲ୍ ନିଶା ନେଲା ଜୀବନ: ମା'ଙ୍କ ଗାଳି ପରେ ପୁଅର ଆତ୍ମହତ୍ୟା, ଦୁଃଖରେ ବିଷ ପିଇଲେ ମା'

ଅନ୍ୟପଟେ ହତ୍ୟାକାଣ୍ଡ ଘଟଣାର ତଦନ୍ତ କରୁଛି ପୋଲିସ । ହତ୍ୟାକାଣ୍ଡ ଘଟାଇଥିବା ଦୁର୍ବୁତ୍ତଙ୍କୁ ଚିହ୍ନଟ ସରିଛି। ଏକାଧିକ ବ୍ୟକ୍ତି ବିଶେଷଙ୍କୁ ଅଟକ ରଖି ପଚରାଉଚରା ଚାଲିଛି। ଗାଁ ଗଣ୍ଡଗୋଳରେ ଭାଙ୍ଗିରୁଜି ଯାଇଥିବା ଗାଡ଼ି ଏବଂ ଘରକୁ ନେଇ ମାମଲା ରୁଜୁ ହୋଇଛି। ଆଇନ ହାତକୁ ନନେବାକୁ ପୋଲିସ ଚେତାବନୀ ଦେଇଛି।

ଆହୁରି ପଢ଼ନ୍ତୁ: ବାହୁଡ଼ିବେ ମହାବାହୁ; ରଥାରୁଢ଼ ହୋଇସାରିଲେଣି ବଳଭଦ୍ର ଏବଂ ଦେବୀ ସୁଭଦ୍ରା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ

ସୂଚନାଯୋଗ୍ୟ, ଦୁଇ ଗୋଷ୍ଠୀ ଭିତରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମହମ୍ମଦ ସାଜିଦଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ହତ୍ଯା କରିଥିଲେ ଦୁର୍ବୃତ୍ତ । ହତ୍ୟାକାଣ୍ଡ ପରେ ଗୋଟିଏ ଗୋଷ୍ଠୀ ଟାୟାର ଜାଳି ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିଥିଲେ । ଅନେକ ଘର ଓ ଗାଡି ଭଙ୍ଗାରୁଜା କରିଥିଲେ ଉତ୍ତ୍ୟକ୍ତ ଲୋକେ । ଡିଜିପି ଓ୍ବାଇ ବି ଖୁରାନିୟା ସ୍ଥିତିର ଅନୁଧ୍ଯାନ କରିବା ପରେ ପ୍ରଶାସନ ପକ୍ଷରୁ ୧୬୩ ଧାରା ଜାରି କରାଯାଇଥିଲା । ସେପଟେ ହତ୍ୟାକାଣ୍ଡ ପରେ ମୃତ ସାଜିଦଙ୍କ ପରିବାର ଆତଙ୍କିତ ଅବସ୍ଥାରେ ଥିବା ବଳେ ସୁରକ୍ଷା ସହ ନ୍ୟାୟ ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ବାହୁଡ଼ାଯାତ୍ରାରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ: ଚରମ ବିଫଳତାକୁ ନେଇ ବିଜେଡିର କଡ଼ା ସମାଲୋଚନା

26 Aug 2024 By The Sakala

ହିଂସା ପରେ ମକୁନ୍ଦପ୍ରସାଦରେ ଶାନ୍ତି ଫେରାଇ ଆଣିବାକୁ ପୋଲିସର ପଇଁତରା; ଦୋକାନ ବଜାର ବନ୍ଦ, ଗାଁ ପୁରା ଖାଁ ଖାଁ

ଖୋର୍ଦ୍ଧା: ମକୁନ୍ଦପ୍ରସାଦରେ ହାଇଆଲର୍ଟ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ପରେ ଖୋର୍ଦ୍ଧା ଜିଲ୍ଲା ମକୁନ୍ଦପ୍ରସାଦ ଗାଁରେ ପୋଲିସର ପଇଁତରା । ଗାଁ ପୁରା ଖାଁ ଖାଁ । ଦୋକାନ ବଜାର ବନ୍ଦ । ଗାଁକୁ ଘେରି ରହିଛି ସଶସ୍ତ୍ର ପୋଲିସ ବାହିନୀ । ଗାଁରେ ଶାନ୍ତି ଫେରାଇ ଆଣିବାକୁ ପଇଁତରା ମାରୁଛନ୍ତି ୭ ପ୍ଲାଟୁନ ଫୋର୍ସ । ଧାରା ୧୬୩ ଲାଗୁ ହୋଇଥିବାରୁ ଲୋକଙ୍କ ଗତିବିଧି ଉପରେ ପୋଲିସ କଡ଼ା ନଜର ରଖିଛି । ୫ ଜଣରୁ ଅଧିକ ଲୋକ ଏକାଠି ନହେବାକୁ ଦିଆଯାଇଛି ନିର୍ଦ୍ଦେଶ । ସ୍କୁଲ ଓ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ଗଳିକନ୍ଦି ଉପରେ ରହିଛି ପୋଲିସର ସତର୍କ ନଜର । ଗହଳି ଦେଖିଲେ ବାନ୍ଧିବାକୁ ଦିଆଯାଇଛି ନିର୍ଦ୍ଦେଶ । ନିଜେ ଏସପି ସ୍ଥିତିର ଅନୁଧ୍ଯାନ କରୁଛନ୍ତି ।

ଅନ୍ୟପଟେ ହତ୍ୟାକାଣ୍ଡ ଘଟଣାର ତଦନ୍ତ କରୁଛି ପୋଲିସ । ହତ୍ୟାକାଣ୍ଡ ଘଟାଇଥିବା ଦୁର୍ବୁତ୍ତଙ୍କୁ ଚିହ୍ନଟ ସରିଛି। ଏକାଧିକ ବ୍ୟକ୍ତି ବିଶେଷଙ୍କୁ ଅଟକ ରଖି ପଚରାଉଚରା ଚାଲିଛି। ଗାଁ ଗଣ୍ଡଗୋଳରେ ଭାଙ୍ଗିରୁଜି ଯାଇଥିବା ଗାଡ଼ି ଏବଂ ଘରକୁ ନେଇ ମାମଲା ରୁଜୁ ହୋଇଛି। ଆଇନ ହାତକୁ ନନେବାକୁ ପୋଲିସ ଚେତାବନୀ ଦେଇଛି।

ସୂଚନାଯୋଗ୍ୟ, ଦୁଇ ଗୋଷ୍ଠୀ ଭିତରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମହମ୍ମଦ ସାଜିଦଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ହତ୍ଯା କରିଥିଲେ ଦୁର୍ବୃତ୍ତ । ହତ୍ୟାକାଣ୍ଡ ପରେ ଗୋଟିଏ ଗୋଷ୍ଠୀ ଟାୟାର ଜାଳି ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିଥିଲେ । ଅନେକ ଘର ଓ ଗାଡି ଭଙ୍ଗାରୁଜା କରିଥିଲେ ଉତ୍ତ୍ୟକ୍ତ ଲୋକେ । ଡିଜିପି ଓ୍ବାଇ ବି ଖୁରାନିୟା ସ୍ଥିତିର ଅନୁଧ୍ଯାନ କରିବା ପରେ ପ୍ରଶାସନ ପକ୍ଷରୁ ୧୬୩ ଧାରା ଜାରି କରାଯାଇଥିଲା । ସେପଟେ ହତ୍ୟାକାଣ୍ଡ ପରେ ମୃତ ସାଜିଦଙ୍କ ପରିବାର ଆତଙ୍କିତ ଅବସ୍ଥାରେ ଥିବା ବଳେ ସୁରକ୍ଷା ସହ ନ୍ୟାୟ ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର