ଭାରତୀୟ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟ ସରକାର

The Sakala Picture
Published On

ଭୁବନେଶ୍ବର: ପ୍ୟାରିସ ଅଲିମ୍ପିକ୍ସରେ କାଂସ୍ୟ ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିବା ହରମନପ୍ରୀତ ସିଂହଙ୍କ ନେତୃତ୍ୱାଧୀନ ଭାରତୀୟ ହକି ଦଳ ଓଡ଼ିଶାରେ ପହଞ୍ଚିଛି। ଏୟାରପୋର୍ଟରେ ପହଞ୍ଚିବା ପରେ ଭାରତୀୟ ହକି ଦଳକୁ ପାରମ୍ପରିକ ନୃତ୍ୟଗୀତରେ ଭବ୍ୟ ସ୍ବାଗତ କରାଯାଇଥିଲା। ଏହାପରେ ବିମାନ ବନ୍ଦରରୁ ଖୋଳାଳିମାନଙ୍କୁ ଏକ ବିଶାଳ ରୋଡ଼ ସୋ’ରେ କଳିଙ୍ଗ ଷ୍ଟାଡିୟମକୁ ଅଣାଯାଇଥିଲା। ସେଠାରେ ଫଟୋସୁଟ୍‌ କରାଯାଇଥିଲା। ପରେ ଲୋକସେବା ଭବନ କନଭେନ୍ସନ୍ ସେଣ୍ଟରରେ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ […]

ଭୁବନେଶ୍ବର: ପ୍ୟାରିସ ଅଲିମ୍ପିକ୍ସରେ କାଂସ୍ୟ ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିବା ହରମନପ୍ରୀତ ସିଂହଙ୍କ ନେତୃତ୍ୱାଧୀନ ଭାରତୀୟ ହକି ଦଳ ଓଡ଼ିଶାରେ ପହଞ୍ଚିଛି। ଏୟାରପୋର୍ଟରେ ପହଞ୍ଚିବା ପରେ ଭାରତୀୟ ହକି ଦଳକୁ ପାରମ୍ପରିକ ନୃତ୍ୟଗୀତରେ ଭବ୍ୟ ସ୍ବାଗତ କରାଯାଇଥିଲା। ଏହାପରେ ବିମାନ ବନ୍ଦରରୁ ଖୋଳାଳିମାନଙ୍କୁ ଏକ ବିଶାଳ ରୋଡ଼ ସୋ’ରେ କଳିଙ୍ଗ ଷ୍ଟାଡିୟମକୁ ଅଣାଯାଇଥିଲା। ସେଠାରେ ଫଟୋସୁଟ୍‌ କରାଯାଇଥିଲା। ପରେ ଲୋକସେବା ଭବନ କନଭେନ୍ସନ୍ ସେଣ୍ଟରରେ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଆହୁରି ପଢ଼ନ୍ତୁ: ମହାନଦୀ ଜଳ ବିବାଦ: ଟ୍ରିବ୍ୟୁନାଲଙ୍କ କଡ଼ା ଆଭିମୁଖ୍ୟ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସସ୍ମିତ ପାତ୍ରଙ୍କ ଚିଠି

ଭାରତୀୟ ହକି ଦଳ କ୍ରମାଗତ ଦୁଇଟି ଅଲିମ୍ପିକ୍ସରେ କାଂସ୍ୟ ପଦକ ହାସଲ କରି ଏକ ବିରଳ ସଫଳତା ଅର୍ଜନ କରିଛି। ଏହାପୂର୍ବରୁ ଭାରତ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ କାଂସ୍ୟ ପଦକ ଜିତିଥିଲା। କାଂସ୍ୟ ପଦକ ଜିତିବାର ଗୋଟିଏ ଦନ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଥିଲେ ଓ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ୧୫ ଲକ୍ଷ ଓ ପ୍ରତ୍ୟେକ ସପୋର୍ଟ ଷ୍ଟାଫ୍‌ଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ପୁରସ୍କାର ଦେବାକୁ ଘୋଷଣା କରିଥିଲେ। ଏଥିସହ ଭାରତୀୟ ଦଳର ସଦସ୍ୟ ତଥା ଓଡ଼ିଆ ତାରକା ଡିଫେଣ୍ଡର ଅମିତ ରୋହିଦାସଙ୍କୁ ୪ କୋଟି ଟଙ୍କା ପ୍ରଦାନ କରିବାକୁ ସେ ଘୋଷଣା କରିଥିଲେ। ଭାରତୀୟ ଟିମରେ ସେ ଷ୍ଟ୍ରାଇକର ଭାବରେ ସାମିଲ ହୋଇଥିଲେ । ଏହାପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ଭାରତୀୟ ଟିମର ଅଂଶ ଥିଲେ ଅମିତ।

ଆହୁରି ପଢ଼ନ୍ତୁ: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ସ୍କୁଲ ପ୍ରଧାନଶିକ୍ଷକ ଗିରଫ

୨୦୩୬ ପର୍ଯ୍ୟନ୍ତ ହକି ଇଣ୍ଡିଆର ପ୍ରାୟୋଜକ ରହିଛି ଓଡ଼ିଶା । ଏହି ସଫଳତା ପଛରେ ଓଡ଼ିଶା ସରକାରଙ୍କ ମଧ୍ୟ ଅବଦାନ ରହିଛି। ଏହିକ୍ରମରେ ପୁରା ଟିମ ଓ ସପୋର୍ଟ ଷ୍ଟାଫଙ୍କୁ ନିମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ । ଆଜି ଏଠାରେ ପହଞ୍ଚିବା ପରେ ସେମାନଙ୍କ ଗ୍ରାଣ୍ଡ ୱେଲକମ୍ କରାଯାଇଥିଲା । ରୋଡ ଶୋ’ ସମୟରେ ପାରମ୍ପରିକ ନୃତ୍ୟ ଗୀତର ଆସର ଜମିଥିଲା ।

ଆହୁରି ପଢ଼ନ୍ତୁ: ସିଆର୍‌ଏଫ୍‌ଏମ୍‌ ଯୋଜନା ବାଟବଣା: ସାରା ରାଜ୍ୟରେ ଦୁର୍ନୀତିର ପାହାଡ଼

21 Aug 2024 By The Sakala

ଭାରତୀୟ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟ ସରକାର

ଭୁବନେଶ୍ବର: ପ୍ୟାରିସ ଅଲିମ୍ପିକ୍ସରେ କାଂସ୍ୟ ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିବା ହରମନପ୍ରୀତ ସିଂହଙ୍କ ନେତୃତ୍ୱାଧୀନ ଭାରତୀୟ ହକି ଦଳ ଓଡ଼ିଶାରେ ପହଞ୍ଚିଛି। ଏୟାରପୋର୍ଟରେ ପହଞ୍ଚିବା ପରେ ଭାରତୀୟ ହକି ଦଳକୁ ପାରମ୍ପରିକ ନୃତ୍ୟଗୀତରେ ଭବ୍ୟ ସ୍ବାଗତ କରାଯାଇଥିଲା। ଏହାପରେ ବିମାନ ବନ୍ଦରରୁ ଖୋଳାଳିମାନଙ୍କୁ ଏକ ବିଶାଳ ରୋଡ଼ ସୋ’ରେ କଳିଙ୍ଗ ଷ୍ଟାଡିୟମକୁ ଅଣାଯାଇଥିଲା। ସେଠାରେ ଫଟୋସୁଟ୍‌ କରାଯାଇଥିଲା। ପରେ ଲୋକସେବା ଭବନ କନଭେନ୍ସନ୍ ସେଣ୍ଟରରେ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଭାରତୀୟ ହକି ଦଳ କ୍ରମାଗତ ଦୁଇଟି ଅଲିମ୍ପିକ୍ସରେ କାଂସ୍ୟ ପଦକ ହାସଲ କରି ଏକ ବିରଳ ସଫଳତା ଅର୍ଜନ କରିଛି। ଏହାପୂର୍ବରୁ ଭାରତ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ କାଂସ୍ୟ ପଦକ ଜିତିଥିଲା। କାଂସ୍ୟ ପଦକ ଜିତିବାର ଗୋଟିଏ ଦନ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଥିଲେ ଓ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ୧୫ ଲକ୍ଷ ଓ ପ୍ରତ୍ୟେକ ସପୋର୍ଟ ଷ୍ଟାଫ୍‌ଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ପୁରସ୍କାର ଦେବାକୁ ଘୋଷଣା କରିଥିଲେ। ଏଥିସହ ଭାରତୀୟ ଦଳର ସଦସ୍ୟ ତଥା ଓଡ଼ିଆ ତାରକା ଡିଫେଣ୍ଡର ଅମିତ ରୋହିଦାସଙ୍କୁ ୪ କୋଟି ଟଙ୍କା ପ୍ରଦାନ କରିବାକୁ ସେ ଘୋଷଣା କରିଥିଲେ। ଭାରତୀୟ ଟିମରେ ସେ ଷ୍ଟ୍ରାଇକର ଭାବରେ ସାମିଲ ହୋଇଥିଲେ । ଏହାପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ଭାରତୀୟ ଟିମର ଅଂଶ ଥିଲେ ଅମିତ।

୨୦୩୬ ପର୍ଯ୍ୟନ୍ତ ହକି ଇଣ୍ଡିଆର ପ୍ରାୟୋଜକ ରହିଛି ଓଡ଼ିଶା । ଏହି ସଫଳତା ପଛରେ ଓଡ଼ିଶା ସରକାରଙ୍କ ମଧ୍ୟ ଅବଦାନ ରହିଛି। ଏହିକ୍ରମରେ ପୁରା ଟିମ ଓ ସପୋର୍ଟ ଷ୍ଟାଫଙ୍କୁ ନିମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ । ଆଜି ଏଠାରେ ପହଞ୍ଚିବା ପରେ ସେମାନଙ୍କ ଗ୍ରାଣ୍ଡ ୱେଲକମ୍ କରାଯାଇଥିଲା । ରୋଡ ଶୋ’ ସମୟରେ ପାରମ୍ପରିକ ନୃତ୍ୟ ଗୀତର ଆସର ଜମିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର