ବିଦେଶରେ ଚାକିରି ପ୍ରଲୋଭନ ଦେଖାଇ ୬୧ ହଜାରରୁ ଉର୍ଦ୍ଧ୍ଵ ଟଙ୍କା ଠକି ନେଲେ ସାଇବର ଲୁଟେରା

The Sakala Picture
Published On

ବାଲୁଗାଁ/ବାଣପୁର : ରାଜ୍ୟରେ ବାରମ୍ବାର ନୂଆ ନୂଆ ଉପାୟରେ ଲୋକଙ୍କୁ ଠକି ସର୍ବସ୍ବାନ୍ତ କରିଚାଲିଛନ୍ତି ସାଇବର ଲୁଟେରାମାନେ। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲାର ବାଣପୁର ଅଞ୍ଚଳର ଜଣେ ଯୁବକଙ୍କୁ ବିଦେଶରେ ଚାକିରି କରାଇ ଦେବେ ନେଇ ବିଭିନ୍ନ ବାହାନା କରି ତିନୋଟି କିସ୍ତିରେ ଆକାଉଣ୍ଟରୁ ୬୧ ହଜାରରୁ ଉର୍ଦ୍ଧ୍ଵ ଟଙ୍କା ଠକି ନେଲେ ସାଇବର ଲୁଟେରା। ଅପରପକ୍ଷରେ ବିଦେଶରେ ଚାକିରୀ ପାଇବା ଖୁସିରେ ନିଜର ବର୍ତ୍ତମାନ ଚାକିରୀ ଛାଡିଦେଇ ଯୁବକ ଏବେ ସାଇବର ଲୁଟରାଙ୍କ ଶିକାର ହୋଇଥିବାର […]

ବାଲୁଗାଁ/ବାଣପୁର : ରାଜ୍ୟରେ ବାରମ୍ବାର ନୂଆ ନୂଆ ଉପାୟରେ ଲୋକଙ୍କୁ ଠକି ସର୍ବସ୍ବାନ୍ତ କରିଚାଲିଛନ୍ତି ସାଇବର ଲୁଟେରାମାନେ। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲାର ବାଣପୁର ଅଞ୍ଚଳର ଜଣେ ଯୁବକଙ୍କୁ ବିଦେଶରେ ଚାକିରି କରାଇ ଦେବେ ନେଇ ବିଭିନ୍ନ ବାହାନା କରି ତିନୋଟି କିସ୍ତିରେ ଆକାଉଣ୍ଟରୁ ୬୧ ହଜାରରୁ ଉର୍ଦ୍ଧ୍ଵ ଟଙ୍କା ଠକି ନେଲେ ସାଇବର ଲୁଟେରା। ଅପରପକ୍ଷରେ ବିଦେଶରେ ଚାକିରୀ ପାଇବା ଖୁସିରେ ନିଜର ବର୍ତ୍ତମାନ ଚାକିରୀ ଛାଡିଦେଇ ଯୁବକ ଏବେ ସାଇବର ଲୁଟରାଙ୍କ ଶିକାର ହୋଇଥିବାର ଜାଣିବାକୁ ପାଇ ତାଙ୍କ ପାଦ ତଳୁ ମାଟି ଖସିପଡିଛି ।

ଆହୁରି ପଢ଼ନ୍ତୁ: ଥାଇଲ୍ୟାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ: ଭୋକ ଉପବାସରେ କଟୁଛି ଜୀବନ, ଉଦ୍ଧାର ପାଇଁ ସରକାରଙ୍କୁ ଆକୁଳ ନିବେଦନ..

ସୁଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ଅନୀଲ କୁମାର ମାଝୀ (୨୮) ମୁମ୍ବାଇରେ ଅବସ୍ଥିତ ଟାଟା କମ୍ପାନୀରେ ସିଭିଲ ଇଞ୍ଜିନିଅର ଭାବେ କାର୍ଯ୍ୟରତ ଥିଲେ। ଗତ ଜୁନ ମାସ ୧୫ ତାରିଖରେ ‘ଅଲ ସଫର ଷ୍ଟିଲ ଇଞ୍ଜିନିଅରିଙ୍ଗ ଲିମିଟେଡ଼’ ନାମକ ଦୁବାଇ ସ୍ଥିତ ଏକ କମ୍ପାନୀରେ ଚାକିରି ନିମନ୍ତେ ଅଫର ଲେଟର ଅନୀଲଙ୍କ ପାଖକୁ ତାଙ୍କ ଇ-ମେଲରେ ଆସିଥିଲା। ଉକ୍ତ ଇ-ମେଲରେ ଦୁବାଇରେ ଚାକିରିର ଅଫର ଲେଟର ପାଇ ଅନୀଲ ଖୁସି ହୋଇ ସେଥିରେ ଦିଆଯାଇଥିବା କମ୍ପାନୀର ଜଣେ ଅଧିକାରୀଙ୍କ ମୋବାଇଲ ନମ୍ବରରେ ଯୋଗାଯୋଗ କରିଥିଲେ । ଟେଲିଫୋନ ମାଧ୍ୟମରେ ଅନୀଲ ସେ କମ୍ପାନୀରେ ଚାକିରି ପାଇଁ ଏକ ସାକ୍ଷାତକାର ମଧ୍ୟ ଦେଇଥିଲେ। ଜୁନ ୧୮ ତାରିଖରେ ଅନୀଲ ପ୍ରୋସେସିଙ୍ଗ ଫିସ ବାବଦକୁ ୧୦ ହଜାର ଟଙ୍କା ଡିପୋଜିଟ କରିବା ନିମନ୍ତେ ଏକ ମେଲ ପାଇ ନୂଆ ଦିଲ୍ଲୀର ଏକ ଷ୍ଟେଟ ବ୍ୟାଙ୍କ ଆକଉଣ୍ଟକୁ ନିଜ ଗୁଗୁଲ ପେ ମାଧ୍ୟମରେ ୧୦ହଜାର ଟଙ୍କା ପଠାଇଥିଲେ। ପୁଣିଥରେ ଜୁନ ୨୨ ତାରିଖରେ ଏକ ନକଲି ଭିସା ଅନିଲଙ୍କ ପାଖକୁ ମେଲରେ ପଠାଇ ୨୫ହଜାର ଟଙ୍କା ଡିପୋଜିଟ କରିବାକୁ ମେଲରେ ଲେଖିଥିଲା ସାଇବର ଲୁଟେରା। ଭିସା ପାଇ ଅନୀଲ ଖୁସି ହୋଇ ୨୫ହଜାର ଟଙ୍କା ଏବଂ ପୁଣିଥରେ ବିମାନ ଟିକେଟ ଓ ଅନ୍ୟାନ୍ୟ ଗସ୍ତ ଖର୍ଚ୍ଚ ବାବଦକୁ ୨୬ହଜାର ଟଙ୍କା ଉକ୍ତ ଆକାଉଣ୍ଟକୁ ପଠେଇଥିଲେ। ଏହିଭଳି ନିଜ ଗୁଗୁଲ ପେ ମାଧ୍ୟମରେ ୬୧ ହଜାରରୁ ଉର୍ଦ୍ଧ ଟଙ୍କା ସମ୍ପୃକ୍ତ ଆକାଉଣ୍ଟକୁ ଅନୀଲ ପଠାଇ ସାରିଛନ୍ତି। ପୁଣି ବାରମ୍ବାର ଉକ୍ତ କମ୍ପାନୀ ଅଧିକାରୀ ବିଭିନ୍ନ ବାହାନାରେ ଟଙ୍କା ମାଗିବାରୁ ଅନୀଲ ସନ୍ଦେହ କରି ଉକ୍ତ କମ୍ପାନୀର ୱେବସାଇଟ ଓ ବିଭିନ୍ନ ମାଧ୍ୟମରେ ଯାଞ୍ଚ କରି ସେହିଭଳି କୌଣସି କମ୍ପାନୀ ନ ଥିବାର ଜାଣିବାକୁ ପାଇଲେ । ସେ ଜାଣିଗଲେ ଯେ ସେ ଏକ ସାଇବର ଲୁଟେରାର ଶିକାର ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଜଗା ଦର୍ଶନ ପାଇଁ ଆସୁଥିବା ବେଳେ ହେଲା ମର୍ମନ୍ତୁଦ ସଡକ ଦୁର୍ଘଟଣା, ୬ ଗୁରୁତର

ବିଦେଶରେ ଚାକିରୀ ଲୋଭରେ ନିଜ ଟଙ୍କା ହରାଇବା ସହ ନିଜେ ଚାକିରି କରିଥିବା ମୁମ୍ବାଇର ଟାଟା କମ୍ପାନୀରୁ ମଧ୍ୟ ଇସ୍ତଫା ଦେଇ ପଳାଇ ଆସି ବର୍ତ୍ତମାନ ଅନୀଲ ଘରେ ବସି ଦୁଃଖରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ଶେଷରେ ଅନୀଲ ଏ ନେଇ କଟକ ସାଇବର ସେଲ ଓ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିବା ସହ ବାଲୁଗାଁ ଏସଡ଼ିପିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ଯୁବତୀଙ୍କୁ ହଷ୍ଟେଲରୁ ନେଇ ହୋଟେଲରେ ଦୁଷ୍କର୍ମ ଅଭଯୋଗ

03 Jul 2021 By The Sakala

ବିଦେଶରେ ଚାକିରି ପ୍ରଲୋଭନ ଦେଖାଇ ୬୧ ହଜାରରୁ ଉର୍ଦ୍ଧ୍ଵ ଟଙ୍କା ଠକି ନେଲେ ସାଇବର ଲୁଟେରା

ବାଲୁଗାଁ/ବାଣପୁର : ରାଜ୍ୟରେ ବାରମ୍ବାର ନୂଆ ନୂଆ ଉପାୟରେ ଲୋକଙ୍କୁ ଠକି ସର୍ବସ୍ବାନ୍ତ କରିଚାଲିଛନ୍ତି ସାଇବର ଲୁଟେରାମାନେ। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲାର ବାଣପୁର ଅଞ୍ଚଳର ଜଣେ ଯୁବକଙ୍କୁ ବିଦେଶରେ ଚାକିରି କରାଇ ଦେବେ ନେଇ ବିଭିନ୍ନ ବାହାନା କରି ତିନୋଟି କିସ୍ତିରେ ଆକାଉଣ୍ଟରୁ ୬୧ ହଜାରରୁ ଉର୍ଦ୍ଧ୍ଵ ଟଙ୍କା ଠକି ନେଲେ ସାଇବର ଲୁଟେରା। ଅପରପକ୍ଷରେ ବିଦେଶରେ ଚାକିରୀ ପାଇବା ଖୁସିରେ ନିଜର ବର୍ତ୍ତମାନ ଚାକିରୀ ଛାଡିଦେଇ ଯୁବକ ଏବେ ସାଇବର ଲୁଟରାଙ୍କ ଶିକାର ହୋଇଥିବାର ଜାଣିବାକୁ ପାଇ ତାଙ୍କ ପାଦ ତଳୁ ମାଟି ଖସିପଡିଛି ।

ସୁଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ଅନୀଲ କୁମାର ମାଝୀ (୨୮) ମୁମ୍ବାଇରେ ଅବସ୍ଥିତ ଟାଟା କମ୍ପାନୀରେ ସିଭିଲ ଇଞ୍ଜିନିଅର ଭାବେ କାର୍ଯ୍ୟରତ ଥିଲେ। ଗତ ଜୁନ ମାସ ୧୫ ତାରିଖରେ ‘ଅଲ ସଫର ଷ୍ଟିଲ ଇଞ୍ଜିନିଅରିଙ୍ଗ ଲିମିଟେଡ଼’ ନାମକ ଦୁବାଇ ସ୍ଥିତ ଏକ କମ୍ପାନୀରେ ଚାକିରି ନିମନ୍ତେ ଅଫର ଲେଟର ଅନୀଲଙ୍କ ପାଖକୁ ତାଙ୍କ ଇ-ମେଲରେ ଆସିଥିଲା। ଉକ୍ତ ଇ-ମେଲରେ ଦୁବାଇରେ ଚାକିରିର ଅଫର ଲେଟର ପାଇ ଅନୀଲ ଖୁସି ହୋଇ ସେଥିରେ ଦିଆଯାଇଥିବା କମ୍ପାନୀର ଜଣେ ଅଧିକାରୀଙ୍କ ମୋବାଇଲ ନମ୍ବରରେ ଯୋଗାଯୋଗ କରିଥିଲେ । ଟେଲିଫୋନ ମାଧ୍ୟମରେ ଅନୀଲ ସେ କମ୍ପାନୀରେ ଚାକିରି ପାଇଁ ଏକ ସାକ୍ଷାତକାର ମଧ୍ୟ ଦେଇଥିଲେ। ଜୁନ ୧୮ ତାରିଖରେ ଅନୀଲ ପ୍ରୋସେସିଙ୍ଗ ଫିସ ବାବଦକୁ ୧୦ ହଜାର ଟଙ୍କା ଡିପୋଜିଟ କରିବା ନିମନ୍ତେ ଏକ ମେଲ ପାଇ ନୂଆ ଦିଲ୍ଲୀର ଏକ ଷ୍ଟେଟ ବ୍ୟାଙ୍କ ଆକଉଣ୍ଟକୁ ନିଜ ଗୁଗୁଲ ପେ ମାଧ୍ୟମରେ ୧୦ହଜାର ଟଙ୍କା ପଠାଇଥିଲେ। ପୁଣିଥରେ ଜୁନ ୨୨ ତାରିଖରେ ଏକ ନକଲି ଭିସା ଅନିଲଙ୍କ ପାଖକୁ ମେଲରେ ପଠାଇ ୨୫ହଜାର ଟଙ୍କା ଡିପୋଜିଟ କରିବାକୁ ମେଲରେ ଲେଖିଥିଲା ସାଇବର ଲୁଟେରା। ଭିସା ପାଇ ଅନୀଲ ଖୁସି ହୋଇ ୨୫ହଜାର ଟଙ୍କା ଏବଂ ପୁଣିଥରେ ବିମାନ ଟିକେଟ ଓ ଅନ୍ୟାନ୍ୟ ଗସ୍ତ ଖର୍ଚ୍ଚ ବାବଦକୁ ୨୬ହଜାର ଟଙ୍କା ଉକ୍ତ ଆକାଉଣ୍ଟକୁ ପଠେଇଥିଲେ। ଏହିଭଳି ନିଜ ଗୁଗୁଲ ପେ ମାଧ୍ୟମରେ ୬୧ ହଜାରରୁ ଉର୍ଦ୍ଧ ଟଙ୍କା ସମ୍ପୃକ୍ତ ଆକାଉଣ୍ଟକୁ ଅନୀଲ ପଠାଇ ସାରିଛନ୍ତି। ପୁଣି ବାରମ୍ବାର ଉକ୍ତ କମ୍ପାନୀ ଅଧିକାରୀ ବିଭିନ୍ନ ବାହାନାରେ ଟଙ୍କା ମାଗିବାରୁ ଅନୀଲ ସନ୍ଦେହ କରି ଉକ୍ତ କମ୍ପାନୀର ୱେବସାଇଟ ଓ ବିଭିନ୍ନ ମାଧ୍ୟମରେ ଯାଞ୍ଚ କରି ସେହିଭଳି କୌଣସି କମ୍ପାନୀ ନ ଥିବାର ଜାଣିବାକୁ ପାଇଲେ । ସେ ଜାଣିଗଲେ ଯେ ସେ ଏକ ସାଇବର ଲୁଟେରାର ଶିକାର ହୋଇଛନ୍ତି ।

ବିଦେଶରେ ଚାକିରୀ ଲୋଭରେ ନିଜ ଟଙ୍କା ହରାଇବା ସହ ନିଜେ ଚାକିରି କରିଥିବା ମୁମ୍ବାଇର ଟାଟା କମ୍ପାନୀରୁ ମଧ୍ୟ ଇସ୍ତଫା ଦେଇ ପଳାଇ ଆସି ବର୍ତ୍ତମାନ ଅନୀଲ ଘରେ ବସି ଦୁଃଖରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ଶେଷରେ ଅନୀଲ ଏ ନେଇ କଟକ ସାଇବର ସେଲ ଓ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିବା ସହ ବାଲୁଗାଁ ଏସଡ଼ିପିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର