‘ମିଶନ୍‍ ଶକ୍ତି’ ଆପ୍‍ରେ ୧ ଲକ୍ଷ ସଦସ୍ୟ : ଏବେ ଡିଜିଟାଲ ଦୁନିଆରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ

The Sakala Picture
Published On

ଭୁବନେଶ୍ୱର : ଡିଜିଟାଲ ମୋଡ୍‌ରେ ଏବେ ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ। ଏହା ମହିଳାଙ୍କ ଭିତରେ ଆଣିଛି ସମନ୍ୱୟ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ବିଭିନ୍ନ କ୍ଷେତ୍ରରେ ନିଜର ସାମର୍ଥ୍ୟ ଦର୍ଶାଇବା ସହ ଡିଜିଟାଲ ଦୁନିଆରେ ପାଦ ଥାପିପାରିଛନ୍ତି। ଏହାସହିତ ଡିଜିଟାଲ ସଶକ୍ତିକରଣ ହୋଇପାରିଛନ୍ତି। ମିଶନ ଶକ୍ତି ବିଭାଗ ପକ୍ଷରୁ ‘ମିଶନ୍‍ ଶକ୍ତି’ ମୋବାଇଲ୍‍ ଆପ୍ଲିକେସନ୍‍ ଆସିଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ମହିଳା ସଶକ୍ତିକରଣର ବିଭିନ୍ନ ଯୋଜନା ଏବଂ ଏ ନେଇ […]

ଭୁବନେଶ୍ୱର : ଡିଜିଟାଲ ମୋଡ୍‌ରେ ଏବେ ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ। ଏହା ମହିଳାଙ୍କ ଭିତରେ ଆଣିଛି ସମନ୍ୱୟ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ବିଭିନ୍ନ କ୍ଷେତ୍ରରେ ନିଜର ସାମର୍ଥ୍ୟ ଦର୍ଶାଇବା ସହ ଡିଜିଟାଲ ଦୁନିଆରେ ପାଦ ଥାପିପାରିଛନ୍ତି। ଏହାସହିତ ଡିଜିଟାଲ ସଶକ୍ତିକରଣ ହୋଇପାରିଛନ୍ତି। ମିଶନ ଶକ୍ତି ବିଭାଗ ପକ୍ଷରୁ ‘ମିଶନ୍‍ ଶକ୍ତି’ ମୋବାଇଲ୍‍ ଆପ୍ଲିକେସନ୍‍ ଆସିଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ମହିଳା ସଶକ୍ତିକରଣର ବିଭିନ୍ନ ଯୋଜନା ଏବଂ ଏ ନେଇ ସରକାରଙ୍କ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମୋବାଇଲ୍‍ ଆପ୍‍ ମାଧ୍ୟମରେ ଜାଣିପାରିବେ। ଏହି ଆପ୍‍ ଯୋଗୁଁ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ବିଷୟରେ ସୂଚନା ପାଇବା ପାଇଁ ସକ୍ଷମ ହୋଇପାରୁଛନ୍ତି। ପୂର୍ବରୁ ମହିଳାମାନେ ଡିଜିଟାଲ ମେସିନ୍‍ ମାଧ୍ୟମରେ ବିଦ୍ୟୁତ୍‌ ବିଲ୍‍, ପାଣି ବିଲ୍‍ ଆଦି ଆଦାୟ କରୁଥିଲେ।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ମାତ୍ର ମା’ମାନଙ୍କୁ ହାତ ପାହାନ୍ତରେ ସମସ୍ତ ସୂଚନା ପ୍ରଦାନ କାରିବା ପାଇଁ ଏହା ହେଉଛି ଅଭିନବ ପ୍ରୟାସ। କେବଳ ଯେ ସୂଚନା ପାଇପାରିବେ ତାହା ନୁହେଁ; ନିଜର କିଛି ପ୍ରଶ୍ନ ଥିଲେ ଏହି ଆପ୍‍ ସେମାନଙ୍କ ପ୍ରଶ୍ନର ସମସ୍ତ ଉତ୍ତର ଦେବାର ମଧ୍ୟ ବ୍ୟବସ୍ଥା ରହିଛି। ମିଶନ ଶକ୍ତି ସହିତ ଏସ୍‍ଏଚ୍‍ଜି ସଦସ୍ୟମାନଙ୍କ ପାଇଁ ଏହା ଏକ ଦ୍ୱିପାକ୍ଷିକ ଯୋଗାଯୋଗ ଚ୍ୟାନେଲ୍‍ ମଧ୍ୟ ପ୍ରତିଷ୍ଠା କରାଯିବ। ଏହି ଆପ୍‍ରେ ୧ଲକ୍ଷରୁ ଊର୍ଦ୍ଧ୍ବ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ସାମିଲ ହୋଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ଆପ୍‍ରେ ମିଶନ ବିଭାଗ ଅଧୀନରେ ଥିବା ରାଜ୍ୟର ୬ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ୭୦ ଲକ୍ଷ ଏସ୍‍ଏଚ୍‍ଜି ସଦସ୍ୟଙ୍କ ସମ୍ପର୍କରେ ସୂଚନା ରହିଛି। ସେମାନଙ୍କର କାର୍ଯ୍ୟପନ୍ଥା ସମ୍ପର୍କରେ ଘରେ ବସି ସଦସ୍ୟମାନେ ତଥ୍ୟ ସଂଗ୍ରହ କରିପାରୁଛନ୍ତି। ବିଶେଷକରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ନୂଆ ଗୋଷ୍ଠୀ ତିଆରି କରିବାଠାରୁ ବ୍ୟାଙ୍କ୍‍ ଋଣ, ସୁଧ ରିହାତି ସମ୍ବନ୍ଧରେ ସମସ୍ତ ତଥ୍ୟ ମିଳିପାରୁଛି।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

କୌଣସି ଏକ କାର୍ଯ୍ୟ ଆରମ୍ଭ ପୂର୍ବରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ବ୍ୟାଙ୍କ୍‍ ଲିଙ୍କେଜ ସମ୍ବନ୍ଧରେ ତଥ୍ୟ ରହିଛି। ଏମିତି ସେମାନଙ୍କର ଦ୍ୱନ୍ଦ ଏବଂ ଜ୍ଞାନଭିତ୍ତିକ ସୂଚନା ପାଇପାରୁଛନ୍ତି। ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ସହ ସେମାନଙ୍କୁ ସମସ୍ତ କ୍ଷେତ୍ରରେ ଆଗଧାଡ଼ିକୁ ଆଣିବା ପାଇଁ ବିଭାଗର ଏହି ଯୋଜନା। ଏଥିପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ଆପ୍‍ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଛି। ଦୀର୍ଘ ୬ମାସରୁ ଊର୍ଦ୍ଧ୍ବ ହେବ ଏହି ଆପ୍‍ ସହିତ ଗ୍ରାମାଞ୍ଚଳ ତଥା ସହରାଞ୍ଚଳର ମହିଳା ସଦସ୍ୟମାନେ ଜଡ଼ିତ ରହିଛନ୍ତି। ଗୋଷ୍ଠୀର ସଭାପତି ଓ ସମ୍ପାଦକଙ୍କୁ ଏନେଇ ପ୍ରଶିକ୍ଷଣ ଦିଆଯିବା ସହ ପ୍ରତ୍ୟେକ ଗୋଷ୍ଠୀକୁ ମୋବାଇଲ୍‍ ପାଇଁ ଆକାଉଣ୍ଟକୁ ଟଙ୍କା ମଧ୍ୟ ପ୍ରଦାନ କରାଯାଇଛି ବୋଲି ପିପିଲି ପୂବାଶାସନ ଅଲାରଶ୍ୱର ସ୍ୱୟଂ ସହାୟକ ଗୋଷ୍ଠୀର ସମ୍ପାଦକ ନିରୁପମା ମହାପାତ୍ର କହିଛନ୍ତି।
‘ମିଶନ୍‍ ଶକ୍ତି’ ଆପ୍‍ରେ…

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର