୩ କୁଖ୍ୟାତ ଡକାୟତ ଗିରଫ, ଲକ୍ଷାଧିକ ଟଙ୍କାର ସ୍ୱର୍ଣ୍ଣ ଅଳଙ୍କାର ଜବତ

The Sakala Picture
Published On

ନୟାଗଡ଼: ନୟାଗଡ଼ ପୋଲିସ ପଞ୍ଝାରେ ତିନି କୁଖ୍ୟାତ ଡକାୟତ । ପୋଲିସ ଏମାନଙ୍କୁ ଗିରଫ କରିବା ସହ ଲକ୍ଷାଧିକ ଟଙ୍କାର ସ୍ୱର୍ଣ୍ଣ ଅଳଙ୍କାର ଜବତ କରିଛି । ଗତ ୨୧ ତାରିଖ ସକାଳେ ରଣପୁର ଥାନା ସଂଖେଇ ଗ୍ରାମର ବ୍ୟବସାୟୀ ଅରୁଣ କୁମାର ସାହୁ ବାଇକ ଯୋଗେ ଯାଉଥିବାବେଳେ ତିନି ଜଣ ଡକାୟତ ମାରଣାସ୍ତ୍ର ଦେଖାଇ ତାଙ୍କ ଠାରୁ ଅଳଙ୍କାର ଭର୍ତ୍ତି ବ୍ୟାଗ୍ ଲୁଟି ନେଇଥିଲେ । ଏନେଇ ରଣପୁର ଥାନାରେ ଅଭିଯୋଗ କରିଥିଲେ ଅରୁଣ । […]

ନୟାଗଡ଼: ନୟାଗଡ଼ ପୋଲିସ ପଞ୍ଝାରେ ତିନି କୁଖ୍ୟାତ ଡକାୟତ । ପୋଲିସ ଏମାନଙ୍କୁ ଗିରଫ କରିବା ସହ ଲକ୍ଷାଧିକ ଟଙ୍କାର ସ୍ୱର୍ଣ୍ଣ ଅଳଙ୍କାର ଜବତ କରିଛି । ଗତ ୨୧ ତାରିଖ ସକାଳେ ରଣପୁର ଥାନା ସଂଖେଇ ଗ୍ରାମର ବ୍ୟବସାୟୀ ଅରୁଣ କୁମାର ସାହୁ ବାଇକ ଯୋଗେ ଯାଉଥିବାବେଳେ ତିନି ଜଣ ଡକାୟତ ମାରଣାସ୍ତ୍ର ଦେଖାଇ ତାଙ୍କ ଠାରୁ ଅଳଙ୍କାର ଭର୍ତ୍ତି ବ୍ୟାଗ୍ ଲୁଟି ନେଇଥିଲେ । ଏନେଇ ରଣପୁର ଥାନାରେ ଅଭିଯୋଗ କରିଥିଲେ ଅରୁଣ ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ଅରୁଣଙ୍କ ଅଭିଯୋଗ ପରେ ପୋଲିସ ଏହି ଘଟଣାରେ ତଦନ୍ତ କରି ପଦ୍ମପୁର ଗ୍ରାମର ବିଜୟ ରାଉତ, ଖଣ୍ଡୁ ଗାଁର ସୁଶାନ୍ତ ପ୍ରଧାନ, ଏବଂ ଘୋରଡ଼ିଆ ଗ୍ରାମର ସନ୍ତୋଷ ସାହୁଙ୍କୁ ଗିରଫ କରିଛି । ଏମାନଙ୍କ ଠାରୁ ସୁନା, ରୁପା ସହ ମୋବାଇଲ, ଏକ ଭୁଜାଲି ଏବଂ ଗୋଟିଏ ବାଇକ ଜବତ କରାଯାଇଥିବା ସୂଚନା ଦେଇଛନ୍ତି ଏସପି ସିଦ୍ଧାର୍ଥ କଟାରିଆ ।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର