ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ରାଜ୍ୟସଭାରେ ଉଠିଲା ସ୍ୱର

The Sakala Picture
Published On

ନୂଆଦିଲ୍ଲୀ: ଓଡିଶାକୁ ମିଳୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟାର ମାନ୍ୟତା । ରାଜ୍ୟସଭାରେ ଉଠିଲା ଏହି ପ୍ରସଙ୍ଗ । ବିଜେଡି ରାଜ୍ୟସଭା ସାଂସଦ ମୁନା ଖାଁ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇଛନ୍ତି । ମୁନା ଖାଁଙ୍କ ଦାବିକୁ ସମର୍ଥନ ଜଣାଇଛନ୍ତି ସାଂସଦ ସସ୍ମିତ ପାତ୍ର । ମୁନା ଖାଁ ଗୃହରେ କହିଛନ୍ତି, ବ୍ୟାପକ ସମ୍ଭାବନାର ରାଜ୍ୟ ଓଡ଼ିଶାର ୭ଟି ଜିଲ୍ଲା ସମୁଦ୍ର ସହ ସଂଲଗ୍ନ ହୋଇ ରହିଛି । ୧୯୯୯ ମହାବାତ୍ୟାରୁ ଆରମ୍ଭ କରି ୨୦୧୯ରେ ଫନି ପର୍ଯ୍ୟନ୍ତ […]

ନୂଆଦିଲ୍ଲୀ: ଓଡିଶାକୁ ମିଳୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟାର ମାନ୍ୟତା । ରାଜ୍ୟସଭାରେ ଉଠିଲା ଏହି ପ୍ରସଙ୍ଗ । ବିଜେଡି ରାଜ୍ୟସଭା ସାଂସଦ ମୁନା ଖାଁ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇଛନ୍ତି । ମୁନା ଖାଁଙ୍କ ଦାବିକୁ ସମର୍ଥନ ଜଣାଇଛନ୍ତି ସାଂସଦ ସସ୍ମିତ ପାତ୍ର । ମୁନା ଖାଁ ଗୃହରେ କହିଛନ୍ତି, ବ୍ୟାପକ ସମ୍ଭାବନାର ରାଜ୍ୟ ଓଡ଼ିଶାର ୭ଟି ଜିଲ୍ଲା ସମୁଦ୍ର ସହ ସଂଲଗ୍ନ ହୋଇ ରହିଛି । ୧୯୯୯ ମହାବାତ୍ୟାରୁ ଆରମ୍ଭ କରି ୨୦୧୯ରେ ଫନି ପର୍ଯ୍ୟନ୍ତ ବିଗତ ୨୫ ବର୍ଷରେ ୪ଟି ବଡ଼ ବାତ୍ୟାର ସମ୍ମୁଖୀନ ହୋଇଛି । କିନ୍ତୁ ୨୦୦୦ ମସିହା ପରେ ନବୀନ ପଟ୍ଟନାୟକଙ୍କ ସରକାର ଆସିବା ପରେ ପ୍ରାକୃତିକ ବିପର୍ଯ୍ୟୟକୁ ଓଡ଼ିଶା ମୁକାବିଲା କରିବାରେ ସକ୍ଷମ ହୋଇଛି । ଯାହାକୁ ବିଶ୍ବବ୍ୟାପୀ ପ୍ରଶଂସା କରାଯାଇଛି । ନବୀନଙ୍କ ଜିରୋ କାଜୁଆଲିଟି ନୀତି ଯୋଗୁ ଏହା ସମ୍ଭବ ହୋଇଛି । ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବାରୁ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରାଯାଇ ଅନୁଦାନ ଦିଆଯାଉ ବୋଲି ଦାବି କରିଛନ୍ତି ମୁନା ଖାଁ । ଏଥି ପାଇଁ କିଛି ସ୍ବତନ୍ତ୍ର ଆଇନ ଥିଲେ ମଧ୍ୟ କେନ୍ଦ୍ର ସରକାର ଚାହିଁଲେ ଆଇନରେ ପରିବର୍ତ୍ତନ ଆଣି ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦିଆଯାଇପାରିବ ବୋଲି ମୁନା କହିଛନ୍ତି ।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

22 Jul 2024 By The Sakala

ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ରାଜ୍ୟସଭାରେ ଉଠିଲା ସ୍ୱର

ନୂଆଦିଲ୍ଲୀ: ଓଡିଶାକୁ ମିଳୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟାର ମାନ୍ୟତା । ରାଜ୍ୟସଭାରେ ଉଠିଲା ଏହି ପ୍ରସଙ୍ଗ । ବିଜେଡି ରାଜ୍ୟସଭା ସାଂସଦ ମୁନା ଖାଁ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇଛନ୍ତି । ମୁନା ଖାଁଙ୍କ ଦାବିକୁ ସମର୍ଥନ ଜଣାଇଛନ୍ତି ସାଂସଦ ସସ୍ମିତ ପାତ୍ର । ମୁନା ଖାଁ ଗୃହରେ କହିଛନ୍ତି, ବ୍ୟାପକ ସମ୍ଭାବନାର ରାଜ୍ୟ ଓଡ଼ିଶାର ୭ଟି ଜିଲ୍ଲା ସମୁଦ୍ର ସହ ସଂଲଗ୍ନ ହୋଇ ରହିଛି । ୧୯୯୯ ମହାବାତ୍ୟାରୁ ଆରମ୍ଭ କରି ୨୦୧୯ରେ ଫନି ପର୍ଯ୍ୟନ୍ତ ବିଗତ ୨୫ ବର୍ଷରେ ୪ଟି ବଡ଼ ବାତ୍ୟାର ସମ୍ମୁଖୀନ ହୋଇଛି । କିନ୍ତୁ ୨୦୦୦ ମସିହା ପରେ ନବୀନ ପଟ୍ଟନାୟକଙ୍କ ସରକାର ଆସିବା ପରେ ପ୍ରାକୃତିକ ବିପର୍ଯ୍ୟୟକୁ ଓଡ଼ିଶା ମୁକାବିଲା କରିବାରେ ସକ୍ଷମ ହୋଇଛି । ଯାହାକୁ ବିଶ୍ବବ୍ୟାପୀ ପ୍ରଶଂସା କରାଯାଇଛି । ନବୀନଙ୍କ ଜିରୋ କାଜୁଆଲିଟି ନୀତି ଯୋଗୁ ଏହା ସମ୍ଭବ ହୋଇଛି । ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବାରୁ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରାଯାଇ ଅନୁଦାନ ଦିଆଯାଉ ବୋଲି ଦାବି କରିଛନ୍ତି ମୁନା ଖାଁ । ଏଥି ପାଇଁ କିଛି ସ୍ବତନ୍ତ୍ର ଆଇନ ଥିଲେ ମଧ୍ୟ କେନ୍ଦ୍ର ସରକାର ଚାହିଁଲେ ଆଇନରେ ପରିବର୍ତ୍ତନ ଆଣି ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦିଆଯାଇପାରିବ ବୋଲି ମୁନା କହିଛନ୍ତି ।

https://www.thesakala.in/latest-odisha-news/odisha-special-category-status-topic-rised-by-mp-munna-khan-in-rajyasabha/article-33816
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର