ରୋଚକ ହେବ ବଜେଟ ଅଧିବେଶନ: ବିଜେପିର ପ୍ରଥମ ସରକାର, ବିରୋଧୀ ଆସନରେ ପ୍ରଥମଥର ବିଜେଡି
ଭୁବନେଶ୍ୱର: ବିଭିନ୍ନ ଦୃଷ୍ଟିକୋଣରୁ ଆଗାମୀ ବିଧାନସଭା ଅଧିବେଶନ ରୋଚକ ହେବାକୁ ଯାଉଛି। କେବଳ ରୋଚକ ନୁହେଁ; ସବୁ ଦଳ ପାଇଁ ଏହି ଅଧିବେଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ମଧ୍ୟ ରାଜନୈତିକ ବିଶେଷଜ୍ଞ ମତ ପ୍ରକାଶ କରୁଛନ୍ତି। ରାଜ୍ୟରେ ପ୍ରଥମଥର ବିଜେପି ଏକାକୀ ସରକାର ଗଠନ କରିଥିବା ବେଳେ ବିଜେଡି ପ୍ରଥମଥର ପାଇଁ ରାଜ୍ୟରେ ବିରୋଧୀ ଆସନରେ ବସିବାକୁ ଯାଉଛି। ଉଭୟ ବିଜେପି ଓ ବିଜେଡି ନୂଆ ଭୂମିକାରେ ଅବତୀର୍ଣ୍ଣ ହୋଇଥିବାବେଳେ ଉଭୟ ଦଳର ପ୍ରଦର୍ଶନ ରାଜ୍ୟ […]
ଭୁବନେଶ୍ୱର: ବିଭିନ୍ନ ଦୃଷ୍ଟିକୋଣରୁ ଆଗାମୀ ବିଧାନସଭା ଅଧିବେଶନ ରୋଚକ ହେବାକୁ ଯାଉଛି। କେବଳ ରୋଚକ ନୁହେଁ; ସବୁ ଦଳ ପାଇଁ ଏହି ଅଧିବେଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ମଧ୍ୟ ରାଜନୈତିକ ବିଶେଷଜ୍ଞ ମତ ପ୍ରକାଶ କରୁଛନ୍ତି। ରାଜ୍ୟରେ ପ୍ରଥମଥର ବିଜେପି ଏକାକୀ ସରକାର ଗଠନ କରିଥିବା ବେଳେ ବିଜେଡି ପ୍ରଥମଥର ପାଇଁ ରାଜ୍ୟରେ ବିରୋଧୀ ଆସନରେ ବସିବାକୁ ଯାଉଛି। ଉଭୟ ବିଜେପି ଓ ବିଜେଡି ନୂଆ ଭୂମିକାରେ ଅବତୀର୍ଣ୍ଣ ହୋଇଥିବାବେଳେ ଉଭୟ ଦଳର ପ୍ରଦର୍ଶନ ରାଜ୍ୟ ରାଜନୀତିକୁ ନୂଆ ମୋଡ଼ ଦେବ ବୋଲି ମଧ୍ୟ ଆଲୋଚନା ହେଉଛି। ତେବେ ବିଜେପିର ବିଧାୟକଙ୍କ ତୁଳନାରେ ବିଜେଡିର ବିଧାୟକମାନେ ସଂସଦୀୟ ରାଜନୀତି କ୍ଷେତ୍ରରେ ବେଶ୍ ଅଭିଜ୍ଞ। ଏସବୁକୁ ବିଚାରକୁ ନେଲେ ଆଗାମୀ ବିଧାନସଭା ବେଶ୍ ରୋଚକ ହେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।
ପୂର୍ବରୁ ୨୦୦୦ରୁ ୨୦୦୯ ମସିହା ମଧ୍ୟରେ ମେଣ୍ଟ ବେଳେ ୯ ବର୍ଷ ପାଇଁ ଉଭୟ ଭାଗୁଆଳି ଥିଲେ ହେଁ ରାଜ୍ୟରେ ବିଜେପି ପ୍ରଥମଥର ଏକାକୀ ସରକାର ଗଠନ କରିଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ରବି ନାରାୟଣ ନାଏକଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତେ ପ୍ରଥମଥର ପାଇଁ ମନ୍ତ୍ରୀ ହୋଇଛନ୍ତି। ତେଣୁ ସରକାର ଚଳାଇବାରେ ବିଜେପି ପାଖରେ ଆଦୌ ଅଭିଜ୍ଞତା ନାହିଁ। ଏପରିକି ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ କେବେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିନାହାନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହ ୧୪ ମନ୍ତ୍ରୀ ପ୍ରଥମଥର ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି। ତେଣୁ ଗୃହରେ ସରକାରୀ ଦଳ ଭାବେ ପ୍ରଭାବୀ ପ୍ରଦର୍ଶନ କରିବା ଏବଂ ବିରୋଧୀଙ୍କୁ ସାମ୍ନା କରିବା କ୍ଷେତ୍ରରେ ବିଜେପିକୁ କଠୋର ପରିଶ୍ରମ କରିବାକୁ ପଡ଼ିବ। ଅପରପକ୍ଷେ ୨୪ ବର୍ଷ କ୍ଷମତାରେ ରହିଥିବା ବିଜେଡି ପ୍ରଥମଥର ପାଇଁ ବିଧାନସଭାରେ ମୁଖ୍ୟ ବିରୋଧୀ ଆସନରେ ବସିବାକୁ ଯାଉଛି। ବିରୋଧୀ ଆସନ ବିଜେଡି ପାଇଁ ନୂଆ ହୋଇଥିଲେ ହେଁ, ଦଳର ନେତା କିନ୍ତୁ ବେଶ୍ ଅଭିଜ୍ଞ। ନବୀନଙ୍କୁ ସହଯୋଗ କରିବାକୁ ଦଳ ଉପନେତା ଭାବେ ବରିଷ୍ଠ ରାଜନେତା ପ୍ରସନ୍ନ ଆଚାର୍ଯ୍ୟ, ଦୀର୍ଘବର୍ଷ ମନ୍ତ୍ରୀ ତଥା ବାଚସ୍ପତି ଦାୟିତ୍ୱ ତୁଲାଇଥିବା ପ୍ରମିଳା ମଲ୍ଲିକ, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ପ୍ରତାପ ଦେବ ରହିଛନ୍ତି। ଦଳର ଅଧିକାଂଶ ବିଧାୟକ ଏକାଧିକବାର ବିଧାନସଭାକୁ ନିର୍ବାଚନ ଜିତି ଆସିଛନ୍ତି। ଏସବୁକୁ ବିଚାରକୁ ନେଲେ ସଂସଦୀୟ ଅଭିଜ୍ଞତା କ୍ଷେତ୍ରରେ ବିଜେଡି ବିଜେପିଠାରୁ ବହୁ ଆଗରେ। ଏହି କ୍ରମରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜ ଦଳର ବିଧାୟକଙ୍କୁ ନେଇ ଛାୟା କ୍ୟାବିନେଟ ଗଠନ କରିଛନ୍ତି। ସରକାରଙ୍କ ୧୭ ମନ୍ତ୍ରୀଙ୍କ ଯୋଜନା, କାର୍ଯ୍ୟକ୍ରମ ଏବଂ କାର୍ଯ୍ୟକଳାପକୁ ଦଳର ୫୦ ବିଧାୟକ ଜଗିବାକୁ ନବୀନ ଏହି ଛାୟା କ୍ୟାବିନେଟ ଗଠନ କରିଛନ୍ତି। ଏହାହିଁ ନବୀନଙ୍କ ପରିପକ୍ୱତା ଏବଂ ଦୀର୍ଘବର୍ଷର ଅଭିଜ୍ଞତାକୁ ପ୍ରମାଣିତ କରୁଛି ବୋଲି ମତପ୍ରକାଶ ପାଇଛି। ସେହିପରି ଗତଥର ଅପେକ୍ଷା ୫ଟି ଅଧିକ ଆସନ ପାଇଥିବା କଂଗ୍ରେସ ଆସନ୍ତା ଅଧିବେଶନରେ ବିଜେପିକୁ ଅଡ଼ୁଆରେ ପକାଇବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ଆଗାମୀ ବିଧାନସଭାର ୨୭ ଦିନିଆ ଅଧିବେଶନ ବେଶ୍ ରୋଚକ ହେବ ଏହା ଆଗାମୀ ଦିନରେ ରାଜ୍ୟ ରାଜନୀତିକୁ ନୂଆ ଦିଶା ପ୍ରଦାନ କରିବାର ଯଥେଷ୍ଟ ସମ୍ଭାବନା ରଖୁଥିବା ବିଶେଷଜ୍ଞ ମହଲ ମତପ୍ରକାଶ କରିଛନ୍ତି।