ଆସନ୍ତାକାଲି ସୁନାବେଶ, ନିୟୋଜିତ ହେବେ ୧୯୦ ପ୍ଲାଟୁନ ଫୋର୍ସ

The Sakala Picture
Published On

ପୁରୀ: ଆସନ୍ତାକାଲି ସୁନାବେଶ। ରଥ ଉପରେ ମହଣ ମହଣ ସୁନାରେ ସଜେଇ ହୋଇ ଭକ୍ତ ମାନଙ୍କୁ ଦର୍ଶନ ଦେବେ ଶ୍ରୀଜୀଉ। ଆସନ୍ତାକାଲି ହରିଶୟନ ଏକାଦଶୀ ତିଥି ଥିବାରୁ ରଥ ଉପରେ ମହାପ୍ରଭୁ ଶ୍ରୀ ବଳଭଦ୍ର, ଶ୍ରୀ ଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କୁ ସୁନାବେଶ କରାଯିବ। ହୀରାନୀଳା ଖଚିତ ବିଭିନ୍ନ ସୁବର୍ଣ୍ଣ ଅଳଙ୍କାରରେ ଆଭୂଷିତ ହେବେ ମହାପ୍ରଭୁ। ସନ୍ଧ୍ୟା ଆଳତି ପରେ ପ୍ରଭୁଙ୍କ ଶ୍ରୀଅଙ୍ଗରେ ଚନ୍ଦନ ଲାଗି କରାଯିବ। ଏହାପରେ ଦାରୁବ୍ରହ୍ମଙ୍କୁ ସୁନାବେଶ କରାଯିବ। ଅପରାହ୍ଣ ୫ଟାରେ ସୁନାବେଶ […]

ପୁରୀ: ଆସନ୍ତାକାଲି ସୁନାବେଶ। ରଥ ଉପରେ ମହଣ ମହଣ ସୁନାରେ ସଜେଇ ହୋଇ ଭକ୍ତ ମାନଙ୍କୁ ଦର୍ଶନ ଦେବେ ଶ୍ରୀଜୀଉ। ଆସନ୍ତାକାଲି ହରିଶୟନ ଏକାଦଶୀ ତିଥି ଥିବାରୁ ରଥ ଉପରେ ମହାପ୍ରଭୁ ଶ୍ରୀ ବଳଭଦ୍ର, ଶ୍ରୀ ଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କୁ ସୁନାବେଶ କରାଯିବ। ହୀରାନୀଳା ଖଚିତ ବିଭିନ୍ନ ସୁବର୍ଣ୍ଣ ଅଳଙ୍କାରରେ ଆଭୂଷିତ ହେବେ ମହାପ୍ରଭୁ।

ଆହୁରି ପଢ଼ନ୍ତୁ: ଲଗାଣ ବର୍ଷାରେ ମୟୂରଭଞ୍ଜ ସ୍ଥିତି ବେହାଲ; ବାଙ୍ଗିରିପୋଷି ଓ ସାରସକଣାରେ ସର୍ବାଧିକ ବର୍ଷା, କାତରା ଓ ବୁଢାବଳଙ୍ଗରେ ବନ୍ୟା

ସନ୍ଧ୍ୟା ଆଳତି ପରେ ପ୍ରଭୁଙ୍କ ଶ୍ରୀଅଙ୍ଗରେ ଚନ୍ଦନ ଲାଗି କରାଯିବ। ଏହାପରେ ଦାରୁବ୍ରହ୍ମଙ୍କୁ ସୁନାବେଶ କରାଯିବ। ଅପରାହ୍ଣ ୫ଟାରେ ସୁନାବେଶ ଆରମ୍ଭ ପାଇଁ ସମୟ ନିର୍ଦ୍ଧାରଣ କରାଯାଇଛି। ତେବେ ଦିନ ୨ଟା ସୁଦ୍ଧା ଠାକୁରଙ୍କୁ ସୁନାବେଶ କରାଇବା ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ଚାଲିଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ସୁନାବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଆବଶ୍ୟକିୟ ବ୍ୟବସ୍ଥା କରାଯାଇଛି। ସିଂହଦ୍ବାରଠାରୁ ମାର୍କେଟ୍‌ ଛକ ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ବ୍ୟାରିକେଡ୍‌ କରାଯାଇଛି। ଅଧିକ ଭିଡ଼ ହେଲେ ଶ୍ରୀମାର୍ଗ ଦେଇ ଯିବେ ଶ୍ରଦ୍ଧାଳୁ। ପାଖାପାଖି ୧୯୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଏନେଇ ପୁରୀ ଏସ୍‌ପି ପିନାକ ମିଶ୍ର ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର