ଓଡ଼ିଆ ଝିଅ ବିଶ୍ବରୂପାଙ୍କୁ ୟୁଏଇର ଗୋଲଡେନ ଭିସା, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ବାରିପଦା : ମୟୂରଭଞ୍ଜ ଜିଲ୍ଲାର ମୋନା ବିଶ୍ୱରୂପା ମହାନ୍ତିଙ୍କୁ ୟୁଏଇ ଗୋଲଡେନ ଭିସା ପ୍ରଦାନ କରିଛି। ଏହି ଭିସା ମିଳିବାର ଅର୍ଥ ବିଶ୍ୱରୂପା ଏବେ ୟୁଏଇରେ ୧୦ ବର୍ଷ ଯାଏ ବିନା କୌଣସି ବାଧାରେ ରହିପାରିବେ। କଳା, ସୃଜନଶୀଳ ଶିଳ୍ପ, ସାହିତ୍ୟ ଏବଂ ସଂସ୍କୃତି, ଐତିହାସିକ ଏବଂ ପାଠ ପଢ଼ିବା କ୍ଷେତ୍ରରେ ପ୍ରତିଭାମାନଙ୍କୁ ଏହି ଦୀର୍ଘକାଳୀନ ସାଂସ୍କୃତିକ ଭିସା ପ୍ରଦାନ କରିଥାଏ ୟୁଏଇ। ପ୍ରଥମ ଓଡ଼ିଆ ଭାବେ ସେ ଏହି ସମ୍ମାନ ପାଇଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା […]

ବାରିପଦା : ମୟୂରଭଞ୍ଜ ଜିଲ୍ଲାର ମୋନା ବିଶ୍ୱରୂପା ମହାନ୍ତିଙ୍କୁ ୟୁଏଇ ଗୋଲଡେନ ଭିସା ପ୍ରଦାନ କରିଛି। ଏହି ଭିସା ମିଳିବାର ଅର୍ଥ ବିଶ୍ୱରୂପା ଏବେ ୟୁଏଇରେ ୧୦ ବର୍ଷ ଯାଏ ବିନା କୌଣସି ବାଧାରେ ରହିପାରିବେ। କଳା, ସୃଜନଶୀଳ ଶିଳ୍ପ, ସାହିତ୍ୟ ଏବଂ ସଂସ୍କୃତି, ଐତିହାସିକ ଏବଂ ପାଠ ପଢ଼ିବା କ୍ଷେତ୍ରରେ ପ୍ରତିଭାମାନଙ୍କୁ ଏହି ଦୀର୍ଘକାଳୀନ ସାଂସ୍କୃତିକ ଭିସା ପ୍ରଦାନ କରିଥାଏ ୟୁଏଇ। ପ୍ରଥମ ଓଡ଼ିଆ ଭାବେ ସେ ଏହି ସମ୍ମାନ ପାଇଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହିତ ତାଙ୍କର ଏହି ଉପଲବ୍ଧ ଅନ୍ୟମାନଙ୍କୁ ବିଶ୍ୱସ୍ତରରେ ଖ୍ୟାତି ଅର୍ଜନ ଲାଗି ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: କାଠଯୋଡି ନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

ବିଶ୍ୱରୂପା ମହାନ୍ତି ଦୁବାଇର ଅର୍ଥନୀତିକ ବିଭାଗର ଜଣେ କଳାକାର। ୨୦୦୭ ପାଖରୁ ସେ ଦୁବାଇରେ ରହୁଛନ୍ତି। ସେ ବାରିପଦା ସ୍କୁଲ ଅଫ୍ ଆର୍ଟ ଆଣ୍ଡ କ୍ରାଫ୍ଟରୁ ଫାଇନ ଆର୍ଟରେ ଡିପ୍ଲୋମା କରିଛନ୍ତି। ମୋନାଙ୍କ ବାପା ସଂଗ୍ରାମ କେଶରୀ ମହାନ୍ତି ଜଣେ ଗୀତିକାର ଭାବରେ ଜଣାଶୁଣା। ତାଙ୍କ ମା’ ମମତା ଜଣେ ଶିକ୍ଷୟିତ୍ରୀ। ବିଶ୍ୱରୂପା ଇଟାଲୀର ମିଲାନରୁ ଫ୍ୟାଶନ ଏବଂ ଟେକ୍ସଟାଇଲରେ ମାଷ୍ଟର ଡିଗ୍ରୀ କରିଥିଲେ।ଏବେ ବିଶ୍ୱରୂପା ଦୁବାଇର ଏକାଡେମିକ୍ କ୍ଷେତ୍ରରେ ଏବଂ ଡିଜାଇନ୍ ଇଣ୍ଡଷ୍ଟ୍ରିରେ ପ୍ରାୟ ଆଠ ବର୍ଷ ହେବ ସକ୍ରିୟ ରହିଛନ୍ତି। ସେ କହିଛନ୍ତି ଯେ ଏହି ଦୀର୍ଘକାଳୀନ ରହଣି ସହିତ ସାଂସ୍କୃତିକ ବିନିମୟ ଏବଂ ଅନ୍ୟ କଳାକାରମାନଙ୍କ ସହ ସହଭାଗୀତାରେ କାମ କରିବାର ସମ୍ଭାବନା ଦେଇଥାଏ। ଦିନକୁ ଦିନ ବିଶ୍ୱରେ ସାଂସ୍କୃତିକ ଐତିହ୍ୟ ବଢ଼ି ଚାଲିଛି। ଏଥିରେ ନିଜ ଦେଶର ସଂସ୍କୃତିକୁ ନେଇ ସେ ପ୍ରତିନିଧିତ୍ୱ କରୁଛନ୍ତି। ଏହାଦ୍ୱାରା ଗୋଟିଏ ଦେଶର ସଂସ୍କୃତି ଅନ୍ୟ ଦେଶର ସଂସ୍କୃତି ସହିତ ଆଦାନ ପ୍ରଦାନ ହୋଇପାରୁଛି ବୋଲି ସେ କହିଛନ୍ତି।

୨୦୧୯ରେ ଏପରି ଭିସାର ବ୍ୟବସ୍ଥା ଆରମ୍ଭ କରିଥିଲା ୟୁଏଇ। ​​ଯେଉଁଥିରେ ଏହି ଭିସା ପାଞ୍ଚ କିମ୍ବା ୧୦ ବର୍ଷ ପାଇଁ ପ୍ରଦାନ କରାଯାଇଥାଏ ଏବଂ ଏହା ସ୍ୱୟଂଚାଳିତ ଭାବରେ ନବୀକରଣ କରାଯାଇଥାଏ। ମୁଖ୍ୟତଃ ଯେଉଁମାନେ କଳା, ସୃଜନଶୀଳତା, ସାହିତ୍ୟ ଏବଂ ସଂସ୍କୃତି, ଐତିହ୍ୟ ଇତିହାସ ଏବଂ ବିଜ୍ଞାନ କ୍ଷେତ୍ରରେ ପ୍ରତିଭାବନ ସେହିଭଳି ବ୍ୟକ୍ତିଙ୍କୁ ଏହି ଗୋଲଡେନ ଭିସା ଦିଏ ୟୁଏଇ ବା ସଞ୍ଜୁକ୍ତ ଆରବ ଏମିରେଟସ ।

30 Jun 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର