ରାୟଗଡ ଜିଲ୍ଲା କାଶୀପୁରରେ ଅଜଣା ରୋଗ ଆତଙ୍କ: ଗଲାଣି ୫ ଜଣଙ୍କ ଜୀବନ

The Sakala Picture
Published On

ରାୟଗଡା: ରାୟଗଡା କାଶୀପୁର ମନୁଷପଦର ଗାଁରେ ଅଜଣା ରୋଗ ଆତଙ୍କ । ଏହି ଅଜଣା ରୋଗରେ ୫ ଜଣଙ୍କର ମୃତ୍ଯୁ ହୋଇଛି। ଅନେକ ଆକ୍ରାନ୍ତ ହୋଇ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଗାଁକୁ ସାତ ଜଣିଆ ଟିମ ସ୍ଥିତି ଅନୁଧ୍ୟାନ ପାଇଁ ଯାଇଛନ୍ତି । ଟିମରେ ଭୁବନେଶ୍ୱରରୁ ଆଡିସନାଲ ଡାଇରେକ୍ଟର ଡ଼ାକ୍ତର ଆଦିତ୍ୟ ମହାପାତ୍ର, ଜଏଣ୍ଟ ଡାଇରେକ୍ଟର, କୋରାପୁଟ SLN ମେଡିକାଲ କଲେଜର ୫ ଜଣଙ୍କ ସହ ରାୟଗଡର ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ […]

ରାୟଗଡା: ରାୟଗଡା କାଶୀପୁର ମନୁଷପଦର ଗାଁରେ ଅଜଣା ରୋଗ ଆତଙ୍କ । ଏହି ଅଜଣା ରୋଗରେ ୫ ଜଣଙ୍କର ମୃତ୍ଯୁ ହୋଇଛି। ଅନେକ ଆକ୍ରାନ୍ତ ହୋଇ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଗାଁକୁ ସାତ ଜଣିଆ ଟିମ ସ୍ଥିତି ଅନୁଧ୍ୟାନ ପାଇଁ ଯାଇଛନ୍ତି । ଟିମରେ ଭୁବନେଶ୍ୱରରୁ ଆଡିସନାଲ ଡାଇରେକ୍ଟର ଡ଼ାକ୍ତର ଆଦିତ୍ୟ ମହାପାତ୍ର, ଜଏଣ୍ଟ ଡାଇରେକ୍ଟର, କୋରାପୁଟ SLN ମେଡିକାଲ କଲେଜର ୫ ଜଣଙ୍କ ସହ ରାୟଗଡର ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ ସାମିଲ ହୋଇଛନ୍ତି। ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ରୋଗୀଙ୍କୁ ଅନୁଧ୍ୟାନ ପରେ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ ।

ଆହୁରି ପଢ଼ନ୍ତୁ: BPPLକୁ କାରଣ ଦର୍ଶାଅ ନୋଟିସ୍: ବୈତରଣୀରେ ଅନିୟମିତ ଗେଟ୍ ଖୋଲିବା ନେଇ କାର୍ଯ୍ୟାନୁଷ୍ଠାନ

ସୂଚନା ଅନୁଯାୟୀ, ଚଳିତ ମାସ ୩ ତାରିଖ ଠାରୁ ଏହି ରୋଗ ବ୍ୟାପିଲାଣି । ଏହି ରୋଗରେ ଆକ୍ରାନ୍ତ ଶିଶୁମାନଙ୍କ ଗଳା ଫୁଲିବା ସହିତ ଜ୍ବର ହେଉଛି । ବିଶେଷ କରି ଏହି ରୋଗରେ ଶିଶୁ ଏବଂ ବୃଦ୍ଧା ଆକ୍ରାନ୍ତ ହେଉଛନ୍ତି। ଆକ୍ରାନ୍ତଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଭୁବନେଶ୍ବର ଆରଏମଆରସିକୁ ପଠାଯାଇଥିବା ସୂଚନା ମିଳିଛି। ଗତକାଲି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ, କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଟିମ୍ ଏବଂ ବିଶ୍ବ ସ୍ବାସ୍ଥ୍ୟ ବିଭାଗ ଟିମ୍ ଯାଇ ଆକ୍ରାନ୍ତଙ୍କୁ ଚିକିତ୍ସା କରିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଟିମ ପକ୍ଷରୁ ଡିପଥେରିଆ ରୋଗ ବ୍ୟାପିଥିବା ସନ୍ଦେହ କରାଯାଉଛି। ପୋଡଶୀ ଗାଁକୁ ରୋଗ ବ୍ୟାପୁଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ନଭେମ୍ବର ୨୪ରୁ ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରା: ଉଭୟ ଉପର ଓ ତଳ ପଡ଼ିଆରେ ହେବ ଭବ୍ୟ ଆୟୋଜନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର