ମନୋରଞ୍ଜନ
ଓଡ଼ିଶା
ଗରମ ପାଇଁ କବାଟ ଖୋଲି ଶୋଇଥିଲେ, ଘରୁ ଘୋଷାଡ଼ି ନେଲା ବାଘ
ଉମରକୋଟ: କିଛି ଦିନ ବ୍ୟବଧାନରେ ପୁଣିଥରେ ଛତିଶଗଡ଼ କାଙ୍କେର ଜିଲ୍ଲା ଅନ୍ତର୍ଗତ ଚନାର ଗ୍ରାମରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ରବିବାର ଜଣେ ୭୫ବର୍ଷୀୟା ବୃଦ୍ଧାଙ୍କୁ ଚିତାବାଘ ଘରୁ ଟାଣି ନେଇ ଶିକାର କରିଥିବା ଭଳି ଲୋମଟାଙ୍କୁରା ଘଟଣା ସାରା ଅଞ୍ଚଳରେ ଭୟର ବାତାବରଣ ଖେଳାଇ ଦେଇଛି। କିଛି ଦିନ ତଳେ ଏକ ମଣିଷଖିଆ ବାଘ ଛତିଶଗଡ଼ର ବିଭିନ୍ନ ଗ୍ରାମରେ ଆତଙ୍କ ସୃଷ୍ଟି କରି ୫ରୁ ୬ଜଣଙ୍କୁ ଆକ୍ରମଣ କରିଥିଲା। ପରେ ତାକୁ କାବୁ କରି ଓଡ଼ିଶା-ଛତିଶଗଡ଼ […]
ଉମରକୋଟ: କିଛି ଦିନ ବ୍ୟବଧାନରେ ପୁଣିଥରେ ଛତିଶଗଡ଼ କାଙ୍କେର ଜିଲ୍ଲା ଅନ୍ତର୍ଗତ ଚନାର ଗ୍ରାମରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ରବିବାର ଜଣେ ୭୫ବର୍ଷୀୟା ବୃଦ୍ଧାଙ୍କୁ ଚିତାବାଘ ଘରୁ ଟାଣି ନେଇ ଶିକାର କରିଥିବା ଭଳି ଲୋମଟାଙ୍କୁରା ଘଟଣା ସାରା ଅଞ୍ଚଳରେ ଭୟର ବାତାବରଣ ଖେଳାଇ ଦେଇଛି।
କିଛି ଦିନ ତଳେ ଏକ ମଣିଷଖିଆ ବାଘ ଛତିଶଗଡ଼ର ବିଭିନ୍ନ ଗ୍ରାମରେ ଆତଙ୍କ ସୃଷ୍ଟି କରି ୫ରୁ ୬ଜଣଙ୍କୁ ଆକ୍ରମଣ କରିଥିଲା। ପରେ ତାକୁ କାବୁ କରି ଓଡ଼ିଶା-ଛତିଶଗଡ଼ ସୀମାରେ ଥିବା ଉଡ଼ନ୍ତୀ ସୀତାନଦୀ ଅଭୟାରଣ୍ୟରେ ଛାଡ଼ି ଦିଆଯାଇଥିଲା। ପୁଣିଥରେ ରବିବାର ଜଣେ ୭୫ ବର୍ଷୀୟା ବୃଦ୍ଧାଙ୍କୁ ଏକ ବାଘ ଘରୁ ଟାଣି ନେଇ ଖିନଭିନ୍ କରି ଖାଇବା ପରେ କଙ୍କାଳ ଛାଡ଼ି ଦେଇ ଚାଲିଯାଇଥିବା ଦେଖିବାକୁ ମିଳିଥିଲା।
ମିଳିଥିବା ସୂଚନା ଅନୁଯାୟୀ, କାଙ୍କେର ଜିଲ୍ଲା ଅନ୍ତର୍ଗତ ଚନାର ଗ୍ରାମରେ ରବିବାର ରାତିରେ ବୃଦ୍ଧାଜଣକ ଗରମ ଯୋଗୁଁ ଘର କବାଟ ଖୋଲି ଶୋଇଥିଲେ। ଏହି ସମୟରେ ଏକ ଚିତାବାଘ ମହିଳାଙ୍କୁ ଘର ଭିତରୁ ଟାଣି ନେଇ ମାରିଦେବା ସହିତ ଖିନଭିନ୍ କରି ଘରଠାରୁ ପ୍ରାୟ ୨୦୦ ମିଟର ଦୂରରେ ମୃତଦେହକୁ ଛାଡ଼ି ଚାଲିଯାଇଥିଲା। ମଣିଷଖିଆ ଚିତାବାଘକୁ ନେଇ ଏବେ ସେ ଅଞ୍ଚଳରେ ଆତଙ୍କ ସୃଷ୍ଟି ହେବା ସହିତ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ଅନ୍ୟପଟେ ଘଟଣାସ୍ଥଳରେ ଛତିଶଗଡ଼ ବନ ବିଭାଗ କର୍ମଚାରୀ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଚିତାବାଘକୁ ଧରିବାକୁ ଉଦ୍ୟମ ଜାରି ରଖିଛନ୍ତି।