ଆଜି ପଶ୍ଚିମରେ ପ୍ରବଳ, ଉପକୂଳରେ ଘଡ଼ଘଡ଼ି ବର୍ଷା

The Sakala Picture
Published On

ଭୁବନେଶ୍ୱର : ବୁଧବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ବିଶେଷ କରି ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼ ଓ ଦେବଗଡ଼ରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ଉପକୂଳ ସମେତ ଅନ୍ୟ ୨୨ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ତେଣୁ ଏହି ୨୨ଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି ବୋଲି ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚ୍ଆର ବିଶ୍ବାସ କହିଛନ୍ତି। ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ ପ୍ରତ୍ୟେକ ଦିନ […]

ଭୁବନେଶ୍ୱର : ବୁଧବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ବିଶେଷ କରି ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼ ଓ ଦେବଗଡ଼ରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ଉପକୂଳ ସମେତ ଅନ୍ୟ ୨୨ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ତେଣୁ ଏହି ୨୨ଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି ବୋଲି ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚ୍ଆର ବିଶ୍ବାସ କହିଛନ୍ତି। ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ ପ୍ରତ୍ୟେକ ଦିନ ସ୍ଵଳ୍ପ ବର୍ଷା ହେଉଛି। ଆକଳନ କରାଯାଉଛି ଯେ ଏହା ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ଆସନ୍ତା ୨୫ ଓ ୨୬ ତାରିଖରେ ଉତ୍ତର ପ୍ରଦେଶରୁ ଉତ୍ତର ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଥିବା ଟ୍ରଫ୍ (ଗୁଣ୍ଡିବଳୟ)ର ପୂର୍ବ ଭାଗରେ ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗରରେ ଏକ ସାଇକ୍ଲୋନିକ୍ ସାଲେସନ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଫଳରେ ୨୫ରୁ ୨୭ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ପ୍ରକୋପ ସାମାନ୍ୟ ବଢ଼ିବ। ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରତ୍ୟେକ ଦିନ ମଧ୍ୟମ ଧରଣ ବର୍ଷା (୩୫ ମିମି ପର୍ଯ୍ୟନ୍ତ) ହେବ ଏବଂ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଅପେକ୍ଷାକୃତ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

ଆକଳନ କରାଯାଉଛି ଯେ ଉପକୂଳ ସଂଲଗ୍ନ ଜିଲ୍ଲାରେ ୨୪ରୁ ୨୬ ସ୍ଵଳ୍ପ ବର୍ଷା, ଦକ୍ଷିଣ ୨୨ ଜିଲ୍ଲାକୁ ୟେଲୋ ଆଲର୍ଟ ଆଭ୍ୟନ୍ତରୀଣରେ ୨୩-୨୬ ସ୍ବଳ୍ପ ଓ ସ୍ଥାନେ ସ୍ଥାନେ ମଧ୍ୟମ ଏବଂ ଉତ୍ତର ଆଭ୍ୟନ୍ତରୀଣରେ ୨୩-୨୭ ସ୍ଵଳ୍ପରୁ ମଧ୍ୟମ ବର୍ଷା ହେବ । ତେବେ ଏହି ସମୟ ମଧ୍ୟରେ ଘଡ଼ଘଡ଼ି ହେବାକୁ ଥିବା ବେଳେ ୨୭ ପରେ ବର୍ଷାର ପ୍ରକୋପ କମି ୩୦ ପର୍ଯ୍ୟନ୍ତ ପାଗ ଭଲ ରହିବାର ସମ୍ଭାବନା ରହିଛି। ଅନ୍ୟପଟେ ୨୨ ତାରିଖରୁ ଚଳିତ ମାସ ଶେଷ ସୁଦ୍ଧା ବର୍ତ୍ତମାନ ନିଅଣ୍ଟିଆ ବର୍ଷା ଥିବା ଗଞ୍ଜାମ ଗଜପତି ନୟାଗଡ଼, ଭଦ୍ରକ ଓ ଯାଜପୁରରେ ସମୁଦାୟ ବର୍ଷା ୫୦ ମିମିରୁ କମ୍ ହେତୁ ଏହି ଜିଲ୍ଲା ନିଅଣ୍ଟିଆ ରହିବ।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

ତେବେ ରାୟଗଡ଼ା ଓ କେନ୍ଦୁଝରରେ ଅଧିକ ବର୍ଷା ହେତୁ ଏଠାରେ ନିଅଣ୍ଟିଆ ହେବାର ସମ୍ଭାବନା ରହିଛି। ଜୁଲାଇ ପ୍ରଥମ ସପ୍ତାହରେ ସାରା ରାଜ୍ୟରେ ଭଲ ବର୍ଷାର ସମ୍ଭାବନା ରହିଛି । ଯାହାଦ୍ବାରା ବର୍ତ୍ତମାନ ନିଅଣ୍ଟିଆ ବର୍ଷା ଆଉ ରହିବ ନାହିଁ। ବିଭିନ୍ନ ମଡେଲରୁ ଜଣାପଡୁଛି ଯେ ବର୍ତ୍ତମାନ ଏନ୍ଏସ୍ଓ ସ୍ଵାଭାବିକ ଅବସ୍ଥାରେ ରହିଛି। ଏହା ଅକ୍ଟୋବର ପର୍ଯ୍ୟନ୍ତ ସମାନ ଅବସ୍ଥାରେ ରହିବ। ଏହାଦ୍ବାରା ଅକ୍ଟୋବର ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସ୍ଵାଭାବିକ ବା ତାଠାରୁ ଅଧିକ ବର୍ଷା ହେବ। ସେପ୍ଟେମ୍ବର ମାସରେ ଏଧିକ ବର୍ଷାର ସମ୍ଭାବନା ଅଧିକ ରହିଥିବା ପ୍ରଫେସର ପଶୁପାଳକ କହିଛନ୍ତି ।

ଉତ୍ତର ପଞ୍ଜାବରୁ ମଧ୍ୟଦେଇ ଉତ୍ତରପୂର୍ବ ବଙ୍ଗୋପସାଗର ଯାଏଁ ଏକ ଟ୍ରଫ୍ ଲାଇନ୍ ଓ ଦକ୍ଷିଣ ବାଙ୍ଗଲାଦେଶ ଓ ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ମୌସୁମୀ ଜନିତ ବର୍ଷା ଲାଗିରହିଛି । ବିଶେଷ କରି ଉପକୂଳ ଓଡ଼ିଶାରେ ଏହି ବର୍ଷାର ପରିମାଣ ଅଧିକ ରହୁଛି । ସନ୍ଧ୍ୟା ସାଢ଼େ ୫ ଟା ସୁଦ୍ଧା ଭୁବନେଶ୍ବରରେ ୪୧ ମିମି ବର୍ଷା ହୋଇଥିବା ବେଳେ କଟକରେ ୨୫. ବାଲେଶ୍ବର୨୧ ପାରଦୀପରେ ୩୩ କେନ୍ଦୁଝରରେ ୩୨ ମିମି ବର୍ଷା ରେକର୍ଡ କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର