ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ତଥା ବୈଚିତ୍ରମୟ ଜୈବ ବିବିଧତାର ବିରଳ ଭଣ୍ଡାର ମରାଳମାଳିନୀ ନୀଳାମ୍ବୁ ଚିଲିକା

The Sakala Picture
Published On

ଚିଲିକା(ରଞ୍ଜିତ୍‌‌ ସାମନ୍ତରାୟ ଓ ଶିବଶଙ୍କର ପଣ୍ଡା): ପ୍ରକୃତିର ଗନ୍ତାଘର ନୈସର୍ଗିକ ସୌନ୍ଦର୍ଯ୍ୟର ଅପସରା ଭୁବନ, ଅନବଦ୍ୟ ସୃଷ୍ଟି ଏବଂ ଚମତ୍କାରିତାର ଏକ ଶ୍ରେଷ୍ଠ ନିଦର୍ଶନ ହେଉଛି ପକ୍ଷୀତୀର୍ଥ ମରାଳମାଳିନୀ ନୀଳାମ୍ବୁ ଚିଲିକା। ଯାହା ଏସିଆ ମହାଦେଶର ସର୍ବବୃହତ୍‌ ଲବଣ ହ୍ରଦର ମାନ୍ୟତା ପାଇଛି। ଚିଲିକାର ମନୋରମ ପ୍ରାକୃତିକ ଦୃଶ୍ୟରାଜି ସମେତ ଏହା ଉପରେ ନିର୍ଭର କରୁଥିବା ସ୍ଥାନୀୟ ଲୋକଙ୍କ ଜୀବନଜୀବିକା ସମ୍ପର୍କରେ ସ୍ୱତନ୍ତ୍ର ଉପସ୍ଥାପନା। କାହା ପାଇଁ ଚିଲିକା ହେଉଛି ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ତ ଆଉ […]

ଚିଲିକା(ରଞ୍ଜିତ୍‌‌ ସାମନ୍ତରାୟ ଓ ଶିବଶଙ୍କର ପଣ୍ଡା): ପ୍ରକୃତିର ଗନ୍ତାଘର ନୈସର୍ଗିକ ସୌନ୍ଦର୍ଯ୍ୟର ଅପସରା ଭୁବନ, ଅନବଦ୍ୟ ସୃଷ୍ଟି ଏବଂ ଚମତ୍କାରିତାର ଏକ ଶ୍ରେଷ୍ଠ ନିଦର୍ଶନ ହେଉଛି ପକ୍ଷୀତୀର୍ଥ ମରାଳମାଳିନୀ ନୀଳାମ୍ବୁ ଚିଲିକା। ଯାହା ଏସିଆ ମହାଦେଶର ସର୍ବବୃହତ୍‌ ଲବଣ ହ୍ରଦର ମାନ୍ୟତା ପାଇଛି। ଚିଲିକାର ମନୋରମ ପ୍ରାକୃତିକ ଦୃଶ୍ୟରାଜି ସମେତ ଏହା ଉପରେ ନିର୍ଭର କରୁଥିବା ସ୍ଥାନୀୟ ଲୋକଙ୍କ ଜୀବନଜୀବିକା ସମ୍ପର୍କରେ ସ୍ୱତନ୍ତ୍ର ଉପସ୍ଥାପନା।

ଆହୁରି ପଢ଼ନ୍ତୁ: ଦୃଷ୍ଟିହୀନତା ହାରିଲା, ମା’ଙ୍କ ତପସ୍ୟା ଜିତିଲା: ୟୁପିଏସସିରେ ୨୦ ତମ ର଼୍ୟାଙ୍କ ହାସଲ କଲେ ନୱାଦାର ରବି ରାଜ

କାହା ପାଇଁ ଚିଲିକା ହେଉଛି ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ତ ଆଉ କାହା ପାଇଁ ବୈଚିତ୍ରମୟ ଜୈବ ବିବିଧତାର ଏକ ବିରଳ ଭଣ୍ଡାର। ଏହାର ସବୁଜିମା, କୂଳ କୂଳ ନାଦର ଢେଉ, ରଙ୍ଗ ବେରଙ୍ଗ ପକ୍ଷୀଙ୍କର କାକଳୀ, ଡଲ୍‌‌ଫିନର ଡେଣା ହଲା ଜଳକ୍ରୀଡ଼ା, ମାଛ ଚିଙ୍ଗୁଡ଼ି ଓ ଙ୍କଙ୍କଡ଼ାର ଭଣ୍ଡାର ସହ ଉତ୍କଳ ବିଳାସମୟୀ ନୀଳମ୍ବୁ ଚିଲିକା ମା’ ଲକ୍ଷୀଙ୍କର ଏକ ବରଦାନ। ଜଳଚର ଜୀବଜନ୍ତୁ ପକ୍ଷୀଙ୍କର ଗୁଞ୍ଜରଣ ସହ ଡେଣା ହଲା କିଚିରି ମିଚିରି ଶବ୍ଦରେ ବିଚରଣ, ନୀଳ ଜଳରାଶିର ଢେଉ, ନାଉରିଆ ପୁଅର ତଲେଇ ଠିଆକରି ଓ କାତମାରି ଡ଼ଙ୍ଗା ବାହିନେବା ଏବଂ ଭାସମାନ ଗୁଳ୍ମ ପ୍ରଭୃତିର ସୌନ୍ଦର୍ଯ୍ୟ ଯେତିକି ଆକର୍ଷଣୀୟ ମାନବୀୟ କଳ୍ପନାକୁ ଆନ୍ଦୋଳିତ ଏବଂ ଇନ୍ଦ୍ରୀୟାନୁଭୂତିକୁ ଉନ୍ମାଦିତ କରିବାର ଭୂମିକା ସେତିକି ଅନନ୍ୟ। କେବଳ ସେତିକି ନୁହେଁ, ଉପକୂଳବର୍ତ୍ତୀ ଗ୍ରାମର ହଜାର ହଜାର ପରିବାର ଲୋକେ ପେଟପାଟଣା ପାଇଁ ଚିଲିକା ଉପରେ ନିର୍ଭର କରିଆସୁଛନ୍ତି।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଚିଲିକାରେ ଲୁଣି ପାଣି ସହ ବିଭିନ୍ନ ପ୍ରଜାତିର ଗୁଳ୍ମ ଜାତୀୟ ଉଦ୍ଭିଦ ଓ ହରିତ୍‌‌ଶୈବାଳ ବହୁ ପରିମାଣରେ ଥିବାରୁ ଏଠାରେ ପ୍ରାୟ ୨୨୩ ପ୍ରକାରର ମାଛ ଦେଖାଯାଆନ୍ତି। କିନ୍ତୁ ୧୯୮୦ ମସିହାରୁ ଏଠାରେ ଆରମ୍ଭ ହୋଇଥିଲା ଚିଙ୍ଗୁଡ଼ିଚାଷ। ଯାହାକି ପରବର୍ତ୍ତୀ ସମୟରେ ଚିଲିକାର ଶାନ୍ତ ବାତାବରଣକୁ ଅଶାନ୍ତ କରିଦେଇଛି ବୋଲି କୁହନ୍ତି ମତ୍ସ୍ୟଜୀବୀ ଗଣେଶ ଭୂୟାଁ। ଡଙ୍ଗା ଅଛି, ଜାଲ ଅଛି ମାତ୍ର ମିଳୁଥିବା ମାଛର ପରିମାଣ ପୂର୍ବାପେକ୍ଷା ଅତିକମ୍‌‌ ବୋଲି ସେ କୁହନ୍ତି। ମିଳିଥିବା ସୂଚନା ଅନୁଯାୟୀ ଚିଲିକା ଉପରେ ପ୍ରାୟ ୧୩୨ଟି ଗ୍ରାମର ୧୨ହଜାର ୩ଶହରୁ ଅଧିକ ମତ୍ସ୍ୟଜୀବୀ ପରିବାର ନିର୍ଭର କରି ମାଛ ମାରି ଜୀବିକା ନିର୍ବାହ କରି ଆସୁଛନ୍ତି। ପୂର୍ବରୁ ମତ୍ସ୍ୟଜୀବୀମାନଙ୍କୁ ସହାୟତା କରିବାକୁ ପ୍ରାୟ ୬୬ଟି ସମବାୟ ସମିତି ଗଠନ କରାଯାଇଥିବା ବେଳେ ୧୨ଟି ଜେଟି ମଧ୍ୟ ନିର୍ମାଣ ହୋଇଥିଲା। ଏବେ କିନ୍ତୁ ଚିଲିକାର ମୁହାଣ ପୋତି ହୋଇଯିବାରୁ ସମୁଦ୍ରରୁ ମାଛ ଆସିବାରେ ପ୍ରତିବନ୍ଧକ ସୃଷ୍ଟି ହେବା ସହ ମତ୍ସ୍ୟ ଉତ୍ପାଦନ ହ୍ରାସ ପାଇବାରେ ଲାଗିଛି।

ଆହୁରି ପଢ଼ନ୍ତୁ: କାଶୀପୁରରେ ଛତୁ ଚାଷ ଜରିଆରେ ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ

ବିଦେଶୀ ପକ୍ଷୀଙ୍କ ଭୂସ୍ୱର୍ଗ
ସେହିପରି ଶୀତ ପଡ଼ିବା ମାତ୍ରେ ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ଭିଡ଼ ହୋଇଥାଏ। ଚିଲିକାରେ ମନୋରମ ଦୃଶ୍ୟ ସହ ବିଭିନ୍ନ ରଙ୍ଗବେରଙ୍ଗ ପକ୍ଷୀଙ୍କ ସମାଗମ ପର୍ଯ୍ୟଟକଙ୍କୁ ବେଶ୍‌‌ ଆକୃଷ୍ଟ କରିଥାଏ। ବିଶେଷକରି ଟାଙ୍ଗୀ ବ୍ଲକ ମଙ୍ଗଳାଯୋଡ଼ିରେ ଲକ୍ଷ ଲକ୍ଷ ପକ୍ଷୀଙ୍କ ସମାଗମ ହେଉଥିବାରୁ ଏହାକୁ ପକ୍ଷୀଙ୍କ ଭୂସ୍ୱର୍ଗ ବୋଲି କୁହାଯାଏ। ଫଳରେ ଏହି ସ୍ଥାନରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ମଙ୍ଗଳାଯୋଡ଼ିରୁ ଚିଲିକାର ନୀଳ ଜଳରାଶି, ପ୍ରକୃତିର ନୈସର୍ଗିକ ଦୃଶ୍ୟପଟ ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରୁଛି। ଏଥିସହିତ ପକ୍ଷୀଙ୍କ ସମାହାର ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ। ନୀଳ ଜଳରାଶିରେ ପକ୍ଷୀଙ୍କ ଉଡ଼ନ୍ତା ଦୃଶ୍ୟ ଦେଶବିଶେଷର ପ୍ରକୃତିପ୍ରେମୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। କ୍ୟାମେରା ଲେନ୍ସରେ ପକ୍ଷୀଙ୍କ ଉଡ଼ନ୍ତା ଦୃଶ୍ୟ ହେଉ କି ନଳବଣ, ରାଜଦଳରେ ଖାଦ୍ୟ ଅନ୍ୱେଷଣ କରୁଥିବା ପକ୍ଷୀଙ୍କ ଫଟୋ ଉଠାଇବା ପାଇଁ ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରିଆସୁଛି। ଗତ ଶୀତଋତୁରେ ଚିଲିକାକୁ ୧୧ ଲକ୍ଷ ୩୧ହଜାର ୯୨୯ପକ୍ଷୀଙ୍କ ସମାଗମ ହୋଇଥିଲା। ତନ୍ମଧ୍ୟରେ ୧୦୫ ପ୍ରଜାତିର ୧୦ ଲକ୍ଷ ୯୩ହଜାର ୪୯ଟି ବିଦେଶାଗତ ପକ୍ଷୀ, ସ୍ଥାନୀୟ ଅଞ୍ଚଳର ୭୯ପ୍ରଜାତିର ୩୮ହଜାର ୮୮୦ଟି ପକ୍ଷୀ ରହିଥିଲେ। ପକ୍ଷୀଙ୍କ ସୁରକ୍ଷା ପାଇଁ ଏହି ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ମୁଖ୍ୟତଃ ଖୋର୍ଦ୍ଧାର ମଙ୍ଗଳାଯୋଡ଼ି, ଭୁଷଣ୍ଡପୁର, ବାଲିପାଟପୁର, ଦେଏପୁର, ଢୋଲପୁର, ବରୁଣପଡ଼ା, ହାଲିସିଙ୍ଗ, ଅଭିମାନପୁର, ସୁନ୍ଦରପୁର, ନଇରୀ, ସୋରଣ ପ୍ରଭୃତି ସ୍ଥାନରେ ଅସ୍ଥାୟୀ କ୍ୟାମ୍ପ କରାଯାଉଛି।

ଡଲ୍‌ଫିନଙ୍କ ଭୂସ୍ବର୍ଗ
୨୦୨୪ ଜାନୁଆରୀ ଡଲଫିନ୍ ଗଣନା ମୁତାବକ ସମଗ୍ର ଚିଲିକା ହ୍ରଦ ମଧ୍ୟରେ ମୋଟ ୧୭୩ଟି ଡଲଫିନ୍ ଦେଖିବାକୁ ମିଳିଥିଲା ବେଳେ ସେଥି ମଧ୍ୟରେ ଇରାୱାଡି ପ୍ରଜାତିର ଡଲଫିନ୍ ୧୫୪ଟି ଏବଂ ୧୯ଟି ବଟଲ୍ ନୋଜ ପ୍ରଜାତିର ଡଲଫିନ ରହିଛନ୍ତି। ସେଥÒମଧ୍ୟରୁ ଚିଲିକା ଜଳରାଶିର ସାତପଡା ଅଞ୍ଚଳରେ ରହିଛନ୍ତି ମୋଟ ୨୨ଟି ଡଲ୍ଫିନ। ସେମାନେ ବିଭିନ୍ନ ସମୟରେ ଜଳକ୍ରୀଡ଼ା କରିବାର ଦୃଶ୍ୟ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଆସୁଛି। ପକ୍ଷୀ ଅଭୟାରଣ୍ୟ ନଳବଣ ହୋଇ ଥିବା ବେଳେ ଡଲଫିନ୍ ଅଭୟାରଣ୍ୟ ଭାବେ ସାତପଡ଼ା ବୁଝାଯାଇଥାଏ। ଡଲ୍ଫିନର ଜଳକ୍ରୀଡ଼ା ଦେଖିବାକୁ ବର୍ଷସାରା ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି।

ପୀଠ ଓ ପର୍ଯ୍ୟଟନ
ଅନ୍ୟପକ୍ଷରେ ଚିଲିକା ମଧ୍ୟରେ ରହିଛି ଚଢ଼େଇହଗା ପାହାଡ଼ ଓ ମା’କାଳିଯାଈଙ୍କ ମନ୍ଦିର ଆଉ ପାହାଡ଼। ଦିନତମାମ ଚିଲିକାର ଜଳରାଶି ଉପରେ ଘୂରିବୁଲିବା ପରେ ସୂର୍ଯ୍ୟାସ୍ତ ହେଲେ ପକ୍ଷୀମାନେ ଏହି ପାହାଡ଼ ଦୁଇଟିରେ ଆଶ୍ରୟ ନେଇଥାନ୍ତି। ପ୍ରାକୃତିକ ସୌନ୍ଦର୍ଯ୍ୟମୟୀ ଚିଲିକାର ଚର୍ତୁଃପାର୍ଶ୍ବରେ ରହିଛି ବହୁ ପର୍ଯ୍ୟଟନସ୍ଥଳୀ ଓ ମଧ୍ୟଭାଗରେ ରହିଛି ପାରିକୁଦ ଗଡ଼। ଚିଲିକା ହ୍ରଦ ମଧ୍ୟରେ ମା’କାଳିଯାଈ ମନ୍ଦିର, ପକ୍ଷୀତୀର୍ଥ ନଳବଣ, ଡଲ୍‌‌ଫିନଙ୍କ ବିଚରଣ ସ୍ଥଳ ସାତପଡ଼ା, ସମୁଦ୍ର ଓ ଚିଲିକାର ମିଶ୍ରଣସ୍ଥଳ ସମୁଦ୍ର ମୁହାଣ ରାଜହଂସ ତଥା ସି-ମାଉଥ୍‌‌, ଚିଲିକା ତଟବର୍ତ୍ତୀ ଅଞ୍ଚଳ ବୋଟ୍‌‌ ଡାଇଭିଙ୍ଗ୍‌‌ ବଡ଼କୂଳ ପାନ୍ଥନିବାସ, ନିକଟବର୍ତ୍ତୀ ପର୍ଯ୍ୟଟନ କ୍ଷେତ୍ର ମା’ନାରାୟଣୀ ପୀଠ, ଶାଳିଆ ଡ୍ୟାମ୍‌‌, ମା’ ଭଗବତୀ ପୀଠ, ଜଙ୍ଗଲ ମଧ୍ୟରେ ଅବସ୍ଥିତା ମା’ ବୀରଜାଈ ପୀଠ, ମା’ ମାଳ ତାରିଣୀ ପୀଠ, ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର କାଙ୍କଣଶିଖରୀ ଓ ଏସିଆର ସର୍ବବୃହତମ ଶାଳ ସାଗୁଆନ ଜଙ୍ଗଲ ବରବରା ଅଜି ପର୍ଯ୍ୟଟନସ୍ଥଳ, ଯେଉଁଠାରେ ବର୍ଷତମାମ ପର୍ଯ୍ୟଟକଙ୍କର ବଣଭୋଜିର ଆସର ଜମେ।

କମୁଛି ଜଳାୟତନ
ପ୍ରାୟ ୪୦ବର୍ଷ ତଳେ ଚିଲିକାର ଆୟତନ ଥିଲା ୨୪୫୦ବର୍ଗ କିଲୋମିଟର। ପରେ ଖୋର୍ଦ୍ଧା, ପୁରୀ ଏବଂ ଗଞ୍ଜାମ ଜିଲ୍ଲାରେ ୧୧୬୬ବର୍ଗ କିଲୋମିଟର ଇଲକାରେ ପରିବ୍ୟାପ୍ତ ରହିଥିଲା। କ୍ରମେ ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି। ଚିଲିକା ଏକହଜାର କିଲୋମିଟର ମଧ୍ୟରେ ସୀମିତ ରହିଥିବା ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲାର ୭୪.୩୩ ବର୍ଗ କିଲୋମିଟର, ଖୋର୍ଦ୍ଧା ଜିଲ୍ଲାର ୭୨.୯୯ ବର୍ଗ କିଲୋମିଟର ଏବଂ ପୁରୀ ଜିଲ୍ଲାର ୮୮୪.୫୬ ବର୍ଗ କିଲୋମିଟର ପର୍ଯ୍ୟନ୍ତ ବ୍ୟାପ୍ତ ଚିଲିକାରେ ଛୋଟବଡ଼ ୫୨ଟି ନଦୀ ନାଳ ମିଶିଛି। ଖରାଦିନେ ଚିଲିକାରେ ଜଳଧାରଣ କ୍ଷମତା କମୁଥିବା ବେଳେ ବର୍ଷା ଋତୁରେ ପାଣି ଆସିଲେ ଏହା ପରିସୀମା ବୃଦ୍ଧି ପାଉଛି। ଖରାଦିନେ ଏହା ପ୍ରାୟ ୯ଶହ ବର୍ଗ କିଲୋମିଟର ଏବଂ ବର୍ଷା ଦିନେ ପ୍ରାୟ ୧୧ଶହ ବର୍ଗ କିଲୋମିଟର ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଥାଏ। ମୁଖ୍ୟ ସମସ୍ୟା ହେଉଛି ବର୍ଷା ଦିନେ ଚିଲିକାରେ ମିଶିଥିବା ନଦୀଗୁଡ଼ିକରେ ମାଟିଗୋଡ଼ି, ବାଲି କାଦୁଅ ଆସି ଧୀରେ ଧୀରେ ପୋତି ହେବାକୁ ବସିଲାଣି। ପ୍ଲାଷ୍ଟିକ୍‌‌, ପଲିଥିନ ବର୍ଜ୍ୟବସ୍ତୁ ନଦୀ ନାଳରୁ ଯାଇ ଚିଲିକାରେ ମିଶୁଛି। ଏହା ଦ୍ୱାରା ଜଳଚର ଜୀବଙ୍କ ଉପରେ ପ୍ରଭାବ ପଡୁଛି। ସେହିଭଳି ଚିଲିକାର ପ୍ରାୟ ୧୫୦ବର୍ଗ କିଲୋମିଟର ଇଲାକାରେ ନଳଘାସ ପରିପୂର୍ଣ୍ଣ ହୋଇ ରହିଛି। ପୁରୀ ଜିଲ୍ଲାର ବରକୁଦଠାରୁ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ କୁମଣ୍ଡପାଟଣା, ସୋରଣ, ଭୂଷଣ୍ଡପୁର ପ୍ରଭୃତି ଉପକୂଳ ପର୍ଯ୍ୟନ୍ତ ନଳଘାସ ପୂର୍ଣ୍ଣ ହୋଇରହିଛି। ଗତ ୧୯୯୯ ମହାବାତ୍ୟା ଠାରୁ ବର୍ତ୍ତମାନ ମଧ୍ୟରେ ସରୁ ବାଉଁଶ ଚିଲିକାର ବିଭିନ୍ନ ଅଞ୍ଚଳକୁ ମାଡ଼ିଗଲାଣି।

ଘେରି ପାଇଁ ଘୋର ଚିନ୍ତା
ଚିଲିକାର ଅନ୍ୟତମ ସମସ୍ୟା ହେଉଛି ଚିଙ୍ଗୁଡ଼ି ଘେରି। ଚିଲିକାରେ ଜାଲ ଓ ବାଉଁଶ ବିଛାଇ ବେଆଇନ ଭାବେ ରହିଥିବା ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୩ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି, ଚିଲିକା ବ୍ଲକ, ପୁରୀ ଜିଲ୍ଲା କୃଷ୍ଣପ୍ରସାଦ, ବ୍ରହ୍ମଗିରି ଏବଂ ଗଞ୍ଜାମ ଜିଲ୍ଲା ଉପକୂଳବର୍ତ୍ତୀ ଅଞ୍ଚଳରୁ ଘେରି ଉଚ୍ଛେଦ ଜାରିରହିଛି। ଯେତିକି ଉଚ୍ଛେଦ ହେଉଛି ପୁଣି ଧୀରେ ଧୀରେ ବଢ଼଼ିଚାଲିଛି। ବେଆଇନ ଘେରି ଯୋଗୁଁ ଚିଲିକା ଅବରୋଧ ସହ ଏଥିରେ ବ୍ୟବହୃତ ରାସାୟନିକ ପଦାର୍ଥ ପରିବେଶ ପାଇଁ ବିପଦ ସୃଷ୍ଟି କରୁଛି। ଚିଲିକାରେ ଘେରି ଉଚ୍ଛେଦ ସହ ଉପକୂଳବର୍ତ୍ତୀ ଇଲାକାରେ ରହିଥିବା ମାଟିର ଘେରି (ମାଟିବନ୍ଧ) କରି ଚିଙ୍ଗୁଡ଼ି ଚାଷ ଚାଲିଛି। ଏହି ଘେରି ଉଚ୍ଛେଦ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଟାଙ୍ଗି ବ୍ଲକ ଭୁଷଣ୍ଡପୁର ଅଞ୍ଚଳରେ ଦୀର୍ଘଦିନ ରହିଥିବା ଏକର ଏକର ମାଟିବନ୍ଧକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜେସିବି ସାହାର୍ଯ୍ୟରେ ନଷ୍ଟ କରାଯାଇଛି। ସେହିପରି ଚିଲିକାରେ ୩ଜିଲ୍ଲା ପ୍ରଶାସନ ପକ୍ଷରୁ ଚିଲିକାରେ ପାଟ୍ରୋଲିଂ ମଧ୍ୟ କରାଯାଉଛି। ଚିଲିକାର ପରିବେଶ ସୁଧାରିବା ପାଇଁ ପ୍ରୟାସ ଜାରିରହିଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

31 Mar 2024 By The Sakala

https://www.thesakala.in/latest-odisha-news/chilika-is-a-haven-of-natural-beauty-and-a-rare-treasure-of-exotic-biodiversity/article-31050
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର