ବିବାହ ଭାଙ୍ଗିଯିବାରୁ ଯୁବତୀଙ୍କ ଅଶ୍ଲୀଳ ଭିଡ଼ିଓ ପ୍ରେମିକ ଭାଇରାଲ କରୁଥିବା ଅଭିଯୋଗ

The Sakala Picture
Published On

କେନ୍ଦ୍ରାପଡା: ରଙ୍ଗ ନମ୍ବରରୁ ପ୍ରେମ l ପରେ ପରେ ଉଭୟ ପରିବାରର ସହମ୍ମତି କ୍ରମେ ବିବାହ ତାରିଖ ଫିକ୍ସ ହେଲା l ଏହାର କିଛିଦିନ ପରେ ପୁଅ ଘର ମୋଟା ଅଙ୍କର ଯୌତୁକ ଦାବି କଲେ l ଯୁବତୀଙ୍କ ପରିବାର ଏତେଟଙ୍କା ଯୌତୁକ ଦେବାକୁ ମନା କରିବାରୁ ବିବାହ ଭାଙ୍ଗିଗଲା l ଏହି ରାଗରେ ପୂର୍ବରୁ ଯୁବତୀଙ୍କ ସହ ଭିଡ଼ିଓ କଲରେ କଥାବାର୍ତ୍ତାଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ବୁଲାବୁଲିଠାରୁ ଆରମ୍ଭ କରି ଯୁବତୀଙ୍କ ସରଳତାର ସୁଯୋଗ […]

କେନ୍ଦ୍ରାପଡା: ରଙ୍ଗ ନମ୍ବରରୁ ପ୍ରେମ l ପରେ ପରେ ଉଭୟ ପରିବାରର ସହମ୍ମତି କ୍ରମେ ବିବାହ ତାରିଖ ଫିକ୍ସ ହେଲା l ଏହାର କିଛିଦିନ ପରେ ପୁଅ ଘର ମୋଟା ଅଙ୍କର ଯୌତୁକ ଦାବି କଲେ l ଯୁବତୀଙ୍କ ପରିବାର ଏତେଟଙ୍କା ଯୌତୁକ ଦେବାକୁ ମନା କରିବାରୁ ବିବାହ ଭାଙ୍ଗିଗଲା l ଏହି ରାଗରେ ପୂର୍ବରୁ ଯୁବତୀଙ୍କ ସହ ଭିଡ଼ିଓ କଲରେ କଥାବାର୍ତ୍ତାଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ବୁଲାବୁଲିଠାରୁ ଆରମ୍ଭ କରି ଯୁବତୀଙ୍କ ସରଳତାର ସୁଯୋଗ ନେଇ ଯୁବକ ନେଇଥିବା ଅଶ୍ଲୀଳ ଭିଡ଼ିଓ ଆଉ ଫଟୋକୁ ଏବେ ସୋସିଆଲ ମିଡିଆରେ ସେୟାର କରୁଥିବା ନେଇ ଅଭିଯୋଗ ହୋଇଛି l

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

ପୋଲିସ ସୂଚନା ମୁତାବକ, ସଦର ଥାନା ଅଧିନ ଇନ୍ଦାଳ ବରବୋଡିଆ ଅଞ୍ଚଳର ଯୁବତୀଙ୍କୁ ଏକ ବର୍ଷ ତଳେ ଏକ ଅଜଣା ନମ୍ବରରୁ ଫୋନ ଆସିଥିଲା l ଯୁବତୀ ଜଣକ ଫୋନ ଉଠାଇ କଥା ହୋଇଥିଲେ l ଆଉ ରଙ୍ଗ ନମ୍ବର କହି କାଟି ଦେଇଥିଲେ l ସେହି ଦିନରୁ ଯୁବକ ଜଣକ ବାରମ୍ବାର କଲ କରିବା ସହ ମେସେଜ କରିଥିଲେ l ଶେଷରେ ପ୍ରେମ ନିବେଦନ କରିଥିଲେ l ଯୁବତୀ ଜଣଙ୍କ ରାଜି ନହେବାରୁ ବିଷ ବୋତଲ ଧରି ପ୍ରେମ କରିବାକୁ ବାଧ୍ୟ କରିଥିଲେ l ଯୁବତୀ ରାଜି ହେବା ପରେ ତାଙ୍କ ସହ ମିଳାମିଶା କରି ଫୋନରେ ସବୁ ଜିନିଷ ରେକର୍ଡ଼ିଂ କରି ରଖୁଥିଲେ l ସେମାନଙ୍କ ପ୍ରେମ ସମ୍ପର୍କରେ ଯୁବତୀଙ୍କ ପରିବାର ଜାଣିବା ପରେ କଟକ ନେମାଳ ଥାନା ଅଧିନ ଗୋପୀନାଥପୁରର ନଇଁଗୁଆ ଅଞ୍ଚଳର ଅଭିଯୁକ୍ତଙ୍କ ଘରକୁ ବିବାହ ପ୍ରସ୍ତାବ ନେଇଯାଇଥିଲେ l ଉଭୟ ପରିବାର ବିବାହ ପାଇଁ ରାଜି ହୋଇଥିଲେ l ତାରିଖ ମଧ୍ୟ ଫିକ୍ସ ହେଲା l ହେଲେ କିଛିଦିନ ପରେ ଅଭିଯୁକ୍ତଙ୍କ ପରିବାର ଯୌତୁକ ବାବଦ ୫୦ ହଜାର ଟଙ୍କା ସୁନା ଅଳଙ୍କାର ଆଉ ବିଭିନ୍ନ ଆସବାବପତ୍ର ଦାବି କରିଥିଲେ l ଯୁବତୀଙ୍କ ପରିବାର ଆର୍ଥିକ ଅବସ୍ଥା ଠିକ ନଥିବାରୁ ସେମାନେ ଏତେ ଜିନିଷ ଦେଇପାରିବେ ନାହିଁ ବୋଲି ରୋକଠୋକ ମନାକରିଥିଲେ l ଏହାପରେ ବିବାହ ଭାଙ୍ଗି ଯାଇଥିଲା l ଏହି ରାଗର ଅଭିଯୁକ୍ତ ରାକା ପୂର୍ବରୁ ମୋବାଇଲରେ ରଖିଥିବା ଅଶ୍ଲୀଳ ଭିଡ଼ିଓ ଆଉ ଫଟୋ ଯୁବତୀଙ୍କ ଗ୍ରାମର ଅନେକ ଲୋକଙ୍କ ମୋବାଇଲକୁ ହ୍ଵାଟ୍ସଆପରେ ପଠାଇଛି l ଆଉ ଯୁବତୀଙ୍କ ଅନ୍ୟତ୍ର ବିବାହ ପ୍ରସ୍ତାବ ପଡିଲେ ସେହି ସବୁ ଅଶ୍ଲୀଳ ଭିଡ଼ିଓ ଦେଖାଇ ବିବାହ ଭାଙ୍ଗୁଛନ୍ତି l ଏବେ ଯୁବତୀଙ୍କ ଭବିଷ୍ୟତ ଅନ୍ଧକାର ହୋଇଛି l ଯୁବତୀ ଜଣକ ମାନସିକ ଭାରସାମ୍ୟ ହରାଇ ବସିଥିବା ନେଇ ଯୁବତୀଙ୍କ ବାପା ସଦର ଥାନାରେ ଅଭିଯୋଗ କରିବା ପରେ ପୋଲିସ ୩୫୧/୨୧ ରୁଜୁ କରି ତଦନ୍ତ ଆରମ୍ଭ କରିଛି l

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର