ଅନ୍‌‌ଲାଇନ ଟ୍ରେଡିଂ ଶିଖାଇବା ଆଳରେ ୨୦ଲକ୍ଷ ଠକିନେଲେ ସାଇବର୍‌ ଠକ

The Sakala Picture
Published On

ବ୍ରହ୍ମପୁର: ଅନଲାଇନ୍‌ରେ ଟ୍ରେଡିଂ ଶିକ୍ଷା ଦେବା ନାଁରେ ସାଇବର୍‌ ଠକମାନେ ଜଣେ ସରକାରୀ କର୍ମଚାରୀଙ୍କଠାରୁ ୨୦ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଏନେଇ ସଂପୃକ୍ତ ବ୍ୟକ୍ତିଜଣଙ୍କ ଅଭିଯୋଗ ଆଧାରରେ ବ୍ରହ୍ମପୁର ସାଇବର୍‌ ଓ ଅର୍ଥନୈତିକ ଅପରାଧ ଥାନାରେ ଏକ ମାମଲା ରୁଜୁ ହେବା ସହ ପୁଲିସ ତଦନ୍ତ ଆରମ୍ଭ କରିଛି। ଠକେଇର ଶିକାର ହୋଇଥିବା ବ୍ୟକ୍ତିଜଣଙ୍କ ହେଲେ ଶିଶିର (ଛଦ୍ମନାମ)। ସୂଚନାଯୋଗ୍ୟ ଯେ, ଉତ୍ତରପ୍ରଦେଶର ମୂଳନିବାସୀ ଶିଶିର ବ୍ରହ୍ମପୁର ନିକଟରେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଏକ […]

ବ୍ରହ୍ମପୁର: ଅନଲାଇନ୍‌ରେ ଟ୍ରେଡିଂ ଶିକ୍ଷା ଦେବା ନାଁରେ ସାଇବର୍‌ ଠକମାନେ ଜଣେ ସରକାରୀ କର୍ମଚାରୀଙ୍କଠାରୁ ୨୦ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଏନେଇ ସଂପୃକ୍ତ ବ୍ୟକ୍ତିଜଣଙ୍କ ଅଭିଯୋଗ ଆଧାରରେ ବ୍ରହ୍ମପୁର ସାଇବର୍‌ ଓ ଅର୍ଥନୈତିକ ଅପରାଧ ଥାନାରେ ଏକ ମାମଲା ରୁଜୁ ହେବା ସହ ପୁଲିସ ତଦନ୍ତ ଆରମ୍ଭ କରିଛି। ଠକେଇର ଶିକାର ହୋଇଥିବା ବ୍ୟକ୍ତିଜଣଙ୍କ ହେଲେ ଶିଶିର (ଛଦ୍ମନାମ)।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ସୂଚନାଯୋଗ୍ୟ ଯେ, ଉତ୍ତରପ୍ରଦେଶର ମୂଳନିବାସୀ ଶିଶିର ବ୍ରହ୍ମପୁର ନିକଟରେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଏକ କାର୍ଯ୍ୟାଳୟରେ ଚାକିରି କରନ୍ତି। ପୁଞ୍ଜିବଜାରରେ ନିବେଶର କୌଶଳ ଶିଖିବା ପାଇଁ କିଛି ଦିନ ତଳେ ଶିଶିର ‘କେକେଆରସିଏ ଷ୍ଟଡିଙ୍ଗ ଗ୍ରୁପ’ ନାମ ଏକ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ରେ ଯୋଡ଼ି ହୋଇଥିଲେ। ଗ୍ରୁପ୍‌ର ଆଡମିନ୍‌ ଓ ସହଯୋଗୀମାନେ ବିଭିନ୍ନ ସମୟରେ ଗ୍ରୁପ୍‌ର ସଦସ୍ୟଙ୍କୁ ଅନଲାଇନ୍‌ ଟ୍ରେଡିଂ ବିଷୟରେ ବିଭିନ୍ନ ପ୍ରକାର ଶିକ୍ଷା ଦେଉଥିଲେ। କିଛି ଦିନ ପରେ ଶିଶିରଙ୍କୁ ଏକ ଆପ୍‌ ଡାଉନଲୋଡ୍‌ କରିବାକୁ ଗ୍ରୁପ୍‌ରୁ ପରାମର୍ଶ ଦିଆଯାଇଥିଲା। ସେହି ଆପ୍‌ରେ ସରକାରୀ ଶିଶିର ଆବଶ୍ୟକ ପ୍ରମାଣପତ୍ର ଦାଖଲ କରିବା ପରେ ତାଙ୍କୁ ଅନଲାଇନ୍‌ ଟ୍ରେଡିଂ ପାଇଁ ‘ସେବି’ ଦ୍ୱାରା ପ୍ରଦତ୍ତ ଏକ ପ୍ରମାଣପତ୍ର ପଠାଯାଇଥିଲା। ପ୍ରମାଣପତ୍ର ପାଇବା ପରେ ଶିଶିର ଏହି କମ୍ପାନି ଉପରେ ଆଖି ବନ୍ଦ କରି ବିଶ୍ବାସ କରିନେଇଥିଲେ। ପରେ ଠକଙ୍କ ପରାମର୍ଶରେ ସେ ‘୮୩-ଭିଆଇପି ରାହୁଲ କୁମାର’ ନାମକ ଏକ ଗ୍ରୁ୍‌ପ୍‌ରେ ଯୋଗଦେଇ ସେଠାରୁ ଟ୍ରେଡିଂ ସମ୍ୱନ୍ଧୀୟ ଟିପ୍ସ ନେଇଥିଲେ। ସେଠାରୁ ପରାମର୍ଶ ପାଇ ସେ ଅନ୍ୟାନ୍ୟ ଆପ୍‌ ଡାଉନଲୋଡ କରି ଟ୍ରେଡିଂ ଆରମ୍ଭ କରିଥିଲେ।

ଆହୁରି ପଢ଼ନ୍ତୁ: ପୋଖରୀରେ ବୁଡ଼ିଯାଉଥିଲେ ୨ ଛୋଟ ଝିଅ, ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲେ ସସ୍ମିତା

ଏହାର କିଛି ଦିନ ପରେ କମ୍ପାନୀ ପକ୍ଷରୁ ନୂତନ ଭାବେ ପ୍ରାରମ୍ଭିକ ପବ୍ଲିକ୍‌ ଅଫର୍‌(ଆଇପିଓ) ଆରମ୍ଭ ହେଉଛି ଏବଂ ସେଥିରେ ଆବେଦନ କରିବାକୁ ପରାମର୍ଶ ଦିଆଯାଇଥିଲା। ୬୦୦୦ ଆଇପିଓ କିଣିବାକୁ ୨୬ଲକ୍ଷ ଟଙ୍କା ଜମା କରିବାକୁ ହେବ ବୋଲି କୁହାଯାଇଥିଲା। ଏଥିରେ ସରକାରୀ କର୍ମଚାରୀଜଣଙ୍କ ଆଗପଛ ବିଚାର ନକରି ପର୍ଯ୍ୟାୟକ୍ରମ ୨୦ ଲକ୍ଷ ଟଙ୍କା ଜମା କରିଥିଲେ। ପରବର୍ତ୍ତୀ ସମୟରେ ସେ କିଛି ଟଙ୍କା ଉଠାଇବାକୁ ଇଚ୍ଛା କରିଥିଲେ ହେଁ ତାଙ୍କ ଟ୍ରେଡିଂ ଆକାଉଣ୍ଟରୁ ଟଙ୍କା ଉଠାଇ ପାରିନଥିଲେ। ଏନେଇ ସେ ସମ୍ପୃକ୍ତ ଗ୍ରୁପ୍‌ ଓ କମ୍ପାନୀର କର୍ମଚାରୀଙ୍କ ସହ ଯୋଗାଯୋଗ କରିଥିଲେ। ଟ୍ୟାକ୍ସ କଟିବା ସମ୍ପର୍କିତ ସମସ୍ୟା ଯୋଗୁଁ ଟଙ୍କା ଉଠି ପାରୁନଥିବା କମ୍ପାନୀ ପକ୍ଷରୁ କୁହାଯାଇଥିଲା। ପରବର୍ତ୍ତୀ ସମୟରେ ଟଙ୍କା ଉଠାଣ ହୋଇପାରିବ ନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିଲା। ଏଥିରେ ଶିଶିରଙ୍କ ସନ୍ଦେହ ହେବାରୁ ସେ ଉକ୍ତ କମ୍ପାନୀ ସଂପର୍କରେ ବିଭିନ୍ନ ଆଡ଼ୁ ଯାଞ୍ଚ କରିଥିଲେ। ସେ ସାଇବର୍‌ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇବା ପରେ ସାଇବର ଥାନା‌ରେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର