ଲକଡାଉନ ସମୟରେ ବାଲେଶ୍ୱର ସହରରେ ଚାଲିଛି ବେଧଡକ ଦେହ ବ୍ୟବସାୟ

The Sakala Picture
Published On

ବାଲେଶ୍ୱର: କରୋନା ମହାମାରୀ ସମୟରେ ବଜାରରେ ପଡ଼ିଛି ତାଲା | ଲକଡାଉନ ଓ ସଟଡାଉନରେ ଲୋକେ ଘରୁ ବାହାରକୁ ବାହାରିବାକୁ ଭୟ କରୁଥିବା ବେଳେ ବାଲେଶ୍ୱର ସହର ମଝିରେ ଖୁଲମଖୁଲା ଚାଲିଥିଲା ଦେହ ବ୍ୟବସାୟ | ଏନେଇ ସୁରାକ ପାଇ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ହେବା ପରେ ଆକ୍ସନ ମୁଡକୁ ଆସିଛି ବାଲେଶ୍ୱର ପୁଲିସ | ତେବେ ଏହି ଖବର ଜାଣି ପାରି ପୁଲିସ ପହଞ୍ଚିବା ପୂର୍ବରୁ ଘଟଣାସ୍ଥଳରୁ ଗ୍ରାହକମାନେ ଖସି ଯାଇଥିବା ବେଳେ ରାଣୀ […]

ବାଲେଶ୍ୱର: କରୋନା ମହାମାରୀ ସମୟରେ ବଜାରରେ ପଡ଼ିଛି ତାଲା | ଲକଡାଉନ ଓ ସଟଡାଉନରେ ଲୋକେ ଘରୁ ବାହାରକୁ ବାହାରିବାକୁ ଭୟ କରୁଥିବା ବେଳେ ବାଲେଶ୍ୱର ସହର ମଝିରେ ଖୁଲମଖୁଲା ଚାଲିଥିଲା ଦେହ ବ୍ୟବସାୟ | ଏନେଇ ସୁରାକ ପାଇ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ହେବା ପରେ ଆକ୍ସନ ମୁଡକୁ ଆସିଛି ବାଲେଶ୍ୱର ପୁଲିସ | ତେବେ ଏହି ଖବର ଜାଣି ପାରି ପୁଲିସ ପହଞ୍ଚିବା ପୂର୍ବରୁ ଘଟଣାସ୍ଥଳରୁ ଗ୍ରାହକମାନେ ଖସି ଯାଇଥିବା ବେଳେ ରାଣୀ ମହୁମାଛିକୁ ପୁଲିସ ଉଠାଇ ଆଣି ପଚରାଉଚରା ଚଳାଇଛି |

ଆହୁରି ପଢ଼ନ୍ତୁ: ଚଳଚଞ୍ଚଳ ରଥଖଳା, ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଲାଗି ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ

ସୂଚନାଯୋଗ୍ୟ, ବାଲେଶ୍ୱର ଟାଉନ ଥାନା ଠାରୁ ମାତ୍ର 500 ମିଟର ଦୂରରେ ଥିବା ଜନଗହଳିପୂର୍ଣ୍ଣ କଲୋନୀ ମଧ୍ୟରେ ଏହି କୁତ୍ସିତ କାରବାର ବୁହୁ ଦିନ ଧରି ଚାଲିଥିଲା | ଦିନ ରାତି ଉକ୍ତ କୋଠାରେ ଦେହ କାରବାର ଚାଲିଥିବା ବେଳେ ରାଣୀ ମହୁମାଛି ଖୋଲାମଖୋଲା ଦେହ ବେପାର ଚଳାଇ ଥିଲା | ପୁଣି ପଡୋଶୀ ପଶ୍ଚିମବଙ୍ଗରୁ ଗଣିକାମାନଙ୍କୁ ଆଣୁଥିବା ବେଳେ ବାଲେଶ୍ୱର ଅଞ୍ଚଳର 10ରୁ ଉର୍ଧ୍ଵ ଯୁବତୀଙ୍କୁ ଏହି କାରବାରରେ ଲିପ୍ତ ରଖିଥିଲା | ଗ୍ରାହକଙ୍କ ପାଖରୁ ମୋଟା ଅଙ୍କର ଟଙ୍କା ନେଇ କାରବାର ଜମାଇ ଆସୁଥିଲା ରାଣୀ ମହୁମାଛି | ଏପରିକି ଅଗ୍ରିମ ଟଙ୍କା ଦେଇ ମୋବାଇଲରେ ବୁକିଂ ସିଷ୍ଟମ ଚାଲୁ କରିଥିଲେ | ନିଜେ ରହୁଥିବା କୋଠାକୁ କୋଠିରେ ପରିଣତ କରି ଦେଇଥିବା ବେଳେ ଯୁବତୀ ମାନଙ୍କୁ କାରବାର ପାଇଁ ବାହାରକୁ ମଧ୍ୟ ଛାଡୁଥିଲା | ଏବାବଦରେ ଅଧିକ ଟଙ୍କା ଦେବାକୁ ପଡୁଥିଲା ଗ୍ରାହକଙ୍କୁ | ତେବେ ସହରର ଜନଗହଳି ଜାଗାରେ ଏଭଳି ସେକ୍ସ ରାକେଟ କିଭଳି ଚାଲିଥିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି | ପୁଲିସ ନାକ ତଳେ ଏଭଳି ଅନୈତିକ କାରବାର କିଭଳି ଚାଲୁଥିଲା ଓ ଏନେଇ ସୁରାକ ନପାଇବା ପୁଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି | ଏଭଳି ସେକ୍ସ ରାକେଟ ବାଲେଶ୍ୱର ସହରର ବିଭିନ୍ନ ସ୍ଥାନରେ ଚାଲୁଥିବା ବେଳେ ଏନେଇ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି | ସ୍ୱତନ୍ତ୍ର ଟିମ କରି ଏଭଳି ଗତିବିଧି ଉପରେ ଧ୍ୟାନ ଦିଆଯିବ ବୋଲି ବାଲେଶ୍ୱର ଏସପି ସୂଚନା ଦେଇଛନ୍ତି |

ଆହୁରି ପଢ଼ନ୍ତୁ: ଚାକିରି ଲୋଭ ଦେଖାଇ ଆଦିବାସୀ ଯୁବତୀଙ୍କୁ ଦିଲ୍ଲୀରେ ବିକ୍ରି; ୫ ବର୍ଷ ପରେ ଘରକୁ ଯୋଗାଯୋଗ କଲେ

17 Jun 2021 By The Sakala

ଲକଡାଉନ ସମୟରେ ବାଲେଶ୍ୱର ସହରରେ ଚାଲିଛି ବେଧଡକ ଦେହ ବ୍ୟବସାୟ

ବାଲେଶ୍ୱର: କରୋନା ମହାମାରୀ ସମୟରେ ବଜାରରେ ପଡ଼ିଛି ତାଲା | ଲକଡାଉନ ଓ ସଟଡାଉନରେ ଲୋକେ ଘରୁ ବାହାରକୁ ବାହାରିବାକୁ ଭୟ କରୁଥିବା ବେଳେ ବାଲେଶ୍ୱର ସହର ମଝିରେ ଖୁଲମଖୁଲା ଚାଲିଥିଲା ଦେହ ବ୍ୟବସାୟ | ଏନେଇ ସୁରାକ ପାଇ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ହେବା ପରେ ଆକ୍ସନ ମୁଡକୁ ଆସିଛି ବାଲେଶ୍ୱର ପୁଲିସ | ତେବେ ଏହି ଖବର ଜାଣି ପାରି ପୁଲିସ ପହଞ୍ଚିବା ପୂର୍ବରୁ ଘଟଣାସ୍ଥଳରୁ ଗ୍ରାହକମାନେ ଖସି ଯାଇଥିବା ବେଳେ ରାଣୀ ମହୁମାଛିକୁ ପୁଲିସ ଉଠାଇ ଆଣି ପଚରାଉଚରା ଚଳାଇଛି |

ସୂଚନାଯୋଗ୍ୟ, ବାଲେଶ୍ୱର ଟାଉନ ଥାନା ଠାରୁ ମାତ୍ର 500 ମିଟର ଦୂରରେ ଥିବା ଜନଗହଳିପୂର୍ଣ୍ଣ କଲୋନୀ ମଧ୍ୟରେ ଏହି କୁତ୍ସିତ କାରବାର ବୁହୁ ଦିନ ଧରି ଚାଲିଥିଲା | ଦିନ ରାତି ଉକ୍ତ କୋଠାରେ ଦେହ କାରବାର ଚାଲିଥିବା ବେଳେ ରାଣୀ ମହୁମାଛି ଖୋଲାମଖୋଲା ଦେହ ବେପାର ଚଳାଇ ଥିଲା | ପୁଣି ପଡୋଶୀ ପଶ୍ଚିମବଙ୍ଗରୁ ଗଣିକାମାନଙ୍କୁ ଆଣୁଥିବା ବେଳେ ବାଲେଶ୍ୱର ଅଞ୍ଚଳର 10ରୁ ଉର୍ଧ୍ଵ ଯୁବତୀଙ୍କୁ ଏହି କାରବାରରେ ଲିପ୍ତ ରଖିଥିଲା | ଗ୍ରାହକଙ୍କ ପାଖରୁ ମୋଟା ଅଙ୍କର ଟଙ୍କା ନେଇ କାରବାର ଜମାଇ ଆସୁଥିଲା ରାଣୀ ମହୁମାଛି | ଏପରିକି ଅଗ୍ରିମ ଟଙ୍କା ଦେଇ ମୋବାଇଲରେ ବୁକିଂ ସିଷ୍ଟମ ଚାଲୁ କରିଥିଲେ | ନିଜେ ରହୁଥିବା କୋଠାକୁ କୋଠିରେ ପରିଣତ କରି ଦେଇଥିବା ବେଳେ ଯୁବତୀ ମାନଙ୍କୁ କାରବାର ପାଇଁ ବାହାରକୁ ମଧ୍ୟ ଛାଡୁଥିଲା | ଏବାବଦରେ ଅଧିକ ଟଙ୍କା ଦେବାକୁ ପଡୁଥିଲା ଗ୍ରାହକଙ୍କୁ | ତେବେ ସହରର ଜନଗହଳି ଜାଗାରେ ଏଭଳି ସେକ୍ସ ରାକେଟ କିଭଳି ଚାଲିଥିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି | ପୁଲିସ ନାକ ତଳେ ଏଭଳି ଅନୈତିକ କାରବାର କିଭଳି ଚାଲୁଥିଲା ଓ ଏନେଇ ସୁରାକ ନପାଇବା ପୁଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି | ଏଭଳି ସେକ୍ସ ରାକେଟ ବାଲେଶ୍ୱର ସହରର ବିଭିନ୍ନ ସ୍ଥାନରେ ଚାଲୁଥିବା ବେଳେ ଏନେଇ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି | ସ୍ୱତନ୍ତ୍ର ଟିମ କରି ଏଭଳି ଗତିବିଧି ଉପରେ ଧ୍ୟାନ ଦିଆଯିବ ବୋଲି ବାଲେଶ୍ୱର ଏସପି ସୂଚନା ଦେଇଛନ୍ତି |

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର