ମନୋରଞ୍ଜନ
ଓଡ଼ିଶା
ଫେବ୍ରୁଆରୀ ୨୮ରେ ଓଡ଼ିଶା ଆସିବେ ମାଇକ୍ରୋସଫ୍ଟ ସହ-ସଂସ୍ଥାପକ ବିଲ୍ ଗେଟ୍ସ
ଭୁବନେଶ୍ବର : ବିଶ୍ବର ଅନ୍ୟତମ ପ୍ରତିଷ୍ଠିତ ବିତ୍ତଶାଳୀ ତଥା ମାଇକ୍ରୋସଫ୍ଟ କର୍ପୋରେସନର ସହ-ସଂସ୍ଥାପକ ବିଲ୍ ଗେଟ୍ସ ଓଡ଼ିଶା ଆସିବେ। ଫେବ୍ରୁଆରୀ ୨୮ରେ ଭୁବନେଶ୍ବରରେ ପହଞ୍ଚି ବିଲ୍ ଗେଟ୍ସ କୃଷି ଭବନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି କୃଷି କ୍ଷେତ୍ରରେ ଓଡ଼ିଶା କିଭଳି ସଫଳତା ହାସଲ କରିଚାଲିଛି ସେ ଦିଗରେ ବିଲ୍ ଗେଟ୍ସ ଅବଗତ ହେବା ସହ ଭବିଷ୍ୟତରେ ନୂତନ ଜ୍ଞାନକୌଶଳର ବ୍ୟବହାର କରି କିପରି କୃଷିରେ ପରିବର୍ତ୍ତନ କରାଯିବ ସେ ନେଇ […]
ଭୁବନେଶ୍ବର : ବିଶ୍ବର ଅନ୍ୟତମ ପ୍ରତିଷ୍ଠିତ ବିତ୍ତଶାଳୀ ତଥା ମାଇକ୍ରୋସଫ୍ଟ କର୍ପୋରେସନର ସହ-ସଂସ୍ଥାପକ ବିଲ୍ ଗେଟ୍ସ ଓଡ଼ିଶା ଆସିବେ। ଫେବ୍ରୁଆରୀ ୨୮ରେ ଭୁବନେଶ୍ବରରେ ପହଞ୍ଚି ବିଲ୍ ଗେଟ୍ସ କୃଷି ଭବନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି କୃଷି କ୍ଷେତ୍ରରେ ଓଡ଼ିଶା କିଭଳି ସଫଳତା ହାସଲ କରିଚାଲିଛି ସେ ଦିଗରେ ବିଲ୍ ଗେଟ୍ସ ଅବଗତ ହେବା ସହ ଭବିଷ୍ୟତରେ ନୂତନ ଜ୍ଞାନକୌଶଳର ବ୍ୟବହାର କରି କିପରି କୃଷିରେ ପରିବର୍ତ୍ତନ କରାଯିବ ସେ ନେଇ ଆଲୋଚନା କରିବେ।
ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି
ଉଲ୍ଲେଖଯୋଗ୍ୟ ୨୦୧୭ ମସିହା ଏପ୍ରିଲ ମାସରେ ବିଲ୍ ଗେଟ୍ସ ଫାଉଣ୍ଡେସନ ସହ ଓଡ଼ିଶା ସରକାରଙ୍କ ଏମଓୟୁ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ କ୍ଷୁଦ୍ର ଚାଷୀଙ୍କ ଜୀବନ ଧାରାରେ ଉନ୍ନତି ଏବଂ ଅର୍ନ୍ତଭୁକ୍ତୀ କରଣ ଚାଷ ପରିବର୍ତ୍ତନକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ୨୦୧୭ରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା।






