ଆଜିଠାରୁ ଖଣ୍ଡଗିରି କୁମ୍ଭମେଳା; ଭିଡ଼ ଜମାଇଲେଣି ରାଜ୍ୟ ବାହାରର ସାଧୁସନ୍ଥ

The Sakala Picture
Published On

ଭୁବନେଶ୍ୱର: ଖଣ୍ଡଗିରି ଉଦୟଗିରି ପାଦଦେଶରେ ଆଜିଠାରୁ ଆରମ୍ଭ ହେବ ପ୍ରସିଦ୍ଧ ମାଘ ମେଳା। ମାଘ ସପ୍ତମୀଠାରୁ ଆରମ୍ଭ ହେବାକୁ ଥିବା ଏହି ମେଳା ୨୪ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରସିଦ୍ଧ କୁମ୍ଭମେଳା ପାଇଁ ସାରା ଦେଶରୁ ଖଣ୍ଡଗିରିକୁ ସାଧୁସନ୍ଥମାନଙ୍କ ସୁଅ ଛୁଟିଛି। ବିଶ୍ୱଶାନ୍ତି ମହାଯଜ୍ଞ ଲାଗି ସାଧୁସନ୍ଥମାନଙ୍କ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଯଜ୍ଞ ଲାଗି କୁଣ୍ଡ ମଧ୍ୟ ପ୍ରସ୍ତୁତ ସରିଲାଣି। ଆଜି ଭୋରରୁ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ଲାଗି ସାଧୁସନ୍ଥମାନେ ଗୁରୁବାରଠାରୁ ଅର୍କକ୍ଷେତ୍ର ଅଭିମୁଖେ ଯାତ୍ରା […]

ଭୁବନେଶ୍ୱର: ଖଣ୍ଡଗିରି ଉଦୟଗିରି ପାଦଦେଶରେ ଆଜିଠାରୁ ଆରମ୍ଭ ହେବ ପ୍ରସିଦ୍ଧ ମାଘ ମେଳା। ମାଘ ସପ୍ତମୀଠାରୁ ଆରମ୍ଭ ହେବାକୁ ଥିବା ଏହି ମେଳା ୨୪ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରସିଦ୍ଧ କୁମ୍ଭମେଳା ପାଇଁ ସାରା ଦେଶରୁ ଖଣ୍ଡଗିରିକୁ ସାଧୁସନ୍ଥମାନଙ୍କ ସୁଅ ଛୁଟିଛି। ବିଶ୍ୱଶାନ୍ତି ମହାଯଜ୍ଞ ଲାଗି ସାଧୁସନ୍ଥମାନଙ୍କ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଯଜ୍ଞ ଲାଗି କୁଣ୍ଡ ମଧ୍ୟ ପ୍ରସ୍ତୁତ ସରିଲାଣି। ଆଜି ଭୋରରୁ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ଲାଗି ସାଧୁସନ୍ଥମାନେ ଗୁରୁବାରଠାରୁ ଅର୍କକ୍ଷେତ୍ର ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରୁ କୁମ୍ଭରେ ଜଳ ଆଣି ଆସିବା ପରେ ଖଣ୍ଡଗିରି ପାଦଦେଶରେ ଧୁନି ସ୍ଥାପନ କରାଯାଇ ଯଜ୍ଞ ସହିତ ଆରମ୍ଭ ହେବ ଖଣ୍ଡଗିରି ମାଘ ମେଳା। ମହାମେଘବାହାନ ଐର ଖାରବେଳଙ୍କ ସମୟରୁ ଜୈନ ସନ୍ଥମାନେ ଖଣ୍ଡଗିରିକୁ ଆସି ସାଧନା କରୁଛନ୍ତି। ସାରା ଦେଶରୁ ସାଧୁସନ୍ଥମାନେ ଆସି ଖଣ୍ଡଗିରିରେ ଭିଡ଼ ଜମାଇଲେଣି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ହଜାର ହଜାର ବର୍ଷ ତଳୁ ବହୁ ସାଧୁସନ୍ଥମାନେ ଖଣ୍ଡଗିରିକୁ ଆସି ମା’ ବାରଭୁଜାଙ୍କ ପୀଠରେ ତପସ୍ୟା ଓ ସାଧନା କରୁଛନ୍ତି। ସବୁବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଶ୍ୱଶାନ୍ତି ପାଇଁ ସାଧୁସନ୍ଥମାନେ ଅଖଣ୍ଡ ଧ୍ୱନି, ନାମ ଯଜ୍ଞ, ଗୀତା ଜ୍ଞାନ ଯଜ୍ଞ ଆହୁତି, ନାମ ସଂକୀର୍ତ୍ତନ ସହିତ ୯ଦିନ ଧରି ଯଜ୍ଞ କରିବେ। ଉତ୍ତର ଭାରତର ନାଗାନ୍ଦୀ, ବେଦାନ୍ତି, ରାମାନନ୍ଦୀ ଓ କୃଷ୍ଣାନ୍ଦୀ ଆଦି ସନ୍ଥମାନେ ଆସି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଶୁକ୍ରବାର ସାଧୁସନ୍ଥମାନେ ଅର୍କକ୍ଷେତ୍ର କୋଣାର୍କରେ ଥିବା ଚନ୍ଦ୍ରଭାଗାରେ ବୁଡ଼ପକାଇ କୁମ୍ଭରେ ଜଳ ଆଣିବେ। ଏଠାକୁ ଆସି ‘ଖଣ୍ଡଖିରି’ ଖାଇସାରି କୁମ୍ଭମେଳା ପାଇଁ ଧୁନି ସ୍ଥାପନ କରିବେ। ଏଥିପାଇଁ ପ୍ରାୟ ୫ଶହରୁ ଅଧିକ ସାଧୁସନ୍ଥ ଆସିଛନ୍ତି। ମା’ ବାରଭୁଜାଙ୍କ ସାଧନା ସାଙ୍ଗକୁ ଶିବଶକ୍ତି, ଗାୟତ୍ରୀଙ୍କ ସାଧନା କରିବାପାଇଁ ଯଜ୍ଞକୁଣ୍ଡ ତିଆରି ଚାଲିଛି। ଆସନ୍ତାକାଲି ଠାରୁ ଖଣ୍ଡଗିରିର ଅଧିଷ୍ଠାତ୍ରୀ ମା’ ବାରଭୁଜାଙ୍କ ପୀଠରେ ଅଖଣ୍ଡ ଦ୍ୱୀପ ଲଗାଯିବ। ଏଥିସହିତ ଶ୍ରୀହନୁମାନଙ୍କ ନିକଟରେ ରାମଚରିତ ମାନସ ଓ ହନୁମାନ ଚାଳିଶା କରାଯିବ।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

ସେହିପରି ଆସନ୍ତାକାଲି ରାତିରେ ଲଳିତା କୁଣ୍ଡରେ ପ୍ରଭୁ ଅନନ୍ତ କେଶରୀଙ୍କ ଚାପ ଖେଳ ଅନୁଷ୍ଠିତ ହେବ। ପ୍ରସିଦ୍ଧ ଖଣ୍ଡଗିରି ମେଳା ପାଇଁ ଓଡ଼ିଶା ସମେତ କାଶୀ, ବାରଣାସୀ, ମଥୁରା, ହରିଦ୍ୱାର ଓ ଝାନ୍ସୀ ଆଦିରୁ ନାଗା ବାବାଙ୍କ ସୁଅ ଛୁଟିଲାଣି। ଏପଟେ ପାହାଡ଼ ପାଦଦେଶରେ ଯଜ୍ଞ ଅନୁଷ୍ଠିତ ହେବାକୁ ଥିବାବେଳେ ସେପଟେ ମେଳା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବିଭିନ୍ନ ବ୍ୟବସାୟୀମାନେ ପସରା ମେଳାଉଥିବା ବେଳେ ମୀନାବଜାର ମଧ୍ୟ ପ୍ରସ୍ତୁତ ହେଲାଣି। ଖଣ୍ଡଗିରି ଓ ଉଦୟଗିରି ପାହାଡ଼ଠାରୁ ଟ୍ରାଫିକ୍‌‌ ଛକ ପର୍ଯ୍ୟନ୍ତ ବିଭିନ୍ନ ଦୋକାନୀମାନେ ପସରା ମେଲାଇଲେଣି। ଖାଇବାଠାରୁ ଆରମ୍ଭ କରି ଘର ସଜ୍ଜା ଓ ଗୃହୋପକରଣ ସାମଗ୍ରୀ ପର୍ଯ୍ୟନ୍ତ ସବୁ ଦୋକାନ ଲାଗିଲାଣି। ସେହିଭଳି କୁଲା ବାଉଁସିଆ ଠାରୁ ଆରମ୍ଭ କରି ପଥର ଓ ପିତ୍ତଳ ସାମଗ୍ରୀ ଦୋକାନୀମାନେ ମଧ୍ୟ ଧୀରେ ଧୀରେ ଭିଡ଼ ଜମାଉଛନ୍ତି। କେତେକ ଦୋକାନ ଖୋଲିଥିବାବେଳେ ଆଉ କିଛି ବ୍ୟବସାୟୀ ଆସନ୍ତାକାଲିଠାରୁ ଦୋକାନ ଖୋଲିବେ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର