ଆଜିଠୁ +୨ ପରୀକ୍ଷା; ପରୀକ୍ଷା ଦେବେ ୩, ୮୬, ୨୫୦ ଛାତ୍ରଛାତ୍ରୀ, ସିସିଟିଭି ନଜରରେ ରହିବେ ପରୀକ୍ଷାର୍ଥୀ

The Sakala Picture
Published On

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌‌ଏସ୍‌‌ଇ) ପରିଚାଳିତ +୨ ପରୀକ୍ଷା। ଏଥିପାଇଁ ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। କପି ରୋକିବା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି। ପରୀକ୍ଷା ହଲ୍‌‌ ସମେତ ପ୍ରଶ୍ନପତ୍ର ଥିବା ହବ୍‌‌ରୁ ସିସିଟିଭିର ଲାଇଭ୍‌‌ ଷ୍ଟ୍ରିମିଂ ହେବ। ଏହାକୁ ଦେଖି ପରୀକ୍ଷା ପରିଚାଳନା କରିବା ପାଇଁ ପରିଷଦ ପକ୍ଷରୁ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ସେଠାରୁ ପରୀକ୍ଷାକୁ ନିରୀକ୍ଷଣ କରିବା ସହ […]

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌‌ଏସ୍‌‌ଇ) ପରିଚାଳିତ +୨ ପରୀକ୍ଷା। ଏଥିପାଇଁ ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। କପି ରୋକିବା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି। ପରୀକ୍ଷା ହଲ୍‌‌ ସମେତ ପ୍ରଶ୍ନପତ୍ର ଥିବା ହବ୍‌‌ରୁ ସିସିଟିଭିର ଲାଇଭ୍‌‌ ଷ୍ଟ୍ରିମିଂ ହେବ। ଏହାକୁ ଦେଖି ପରୀକ୍ଷା ପରିଚାଳନା କରିବା ପାଇଁ ପରିଷଦ ପକ୍ଷରୁ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ସେଠାରୁ ପରୀକ୍ଷାକୁ ନିରୀକ୍ଷଣ କରିବା ସହ ଆବଶ୍ୟକସ୍ଥଳେ ନିର୍ଦ୍ଦେଶ ଦେବାର ବ୍ୟବସ୍ଥା କରାଯାଇଛି।

ଆହୁରି ପଢ଼ନ୍ତୁ: କାର୍ଯ୍ୟରେ ଅବହେଳା ଅଭିଯୋଗରେ ଜଳ ସଂପଦ ବିଭାଗର ୩ ଇଂଜିନିୟର ସସ୍‌ପେଣ୍ଡ

ସୂଚନା ଅନୁଯାୟୀ, ସକାଳ ସାଢ଼େ ୧୦ଟାରେ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷା ଆରମ୍ଭ ହେବାର ଅଧଘଣ୍ଟା ପୂର୍ବରୁ ପହଞ୍ଚିବାକୁ ପରୀକ୍ଷାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି। ୧୫ ମିନିଟ୍‌‌ ପୂର୍ବରୁ ହଲ୍‌‌ରେ ପ୍ରବେଶ କରିବେ ଓ ୧୦ ମିନିଟ୍‌‌ ପୂର୍ବରୁ ଉତ୍ତରଖାତା ଓ ୫ ମିନିଟ୍‌‌ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନପତ୍ର ଦିଆଯିବ। ପ୍ରଶ୍ନପତ୍ରରେ ରୋଲ୍‌‌ ନମ୍ୱର ବ୍ୟତୀତ ଦାଗ ମଧ୍ୟ ଲଗାଇବାକୁ ବାରଣ କରାଯାଇଛି। ଅନ୍ୟଥା ମାଲ୍‌‌ପ୍ରାକ୍ଟିସ୍‌‌(ଏମପି) ହୋଇଯିବେ ବୋଲି ଦର୍ଶାଯାଇଛି। ପରୀକ୍ଷାର୍ଥୀଙ୍କୁ ଉତ୍ତର ଖାତା ବ୍ୟତୀତ ଆଡିସନାଲ୍‌‌ ସିଟ୍‌‌ ଦିଆଯିବ ନାହିଁ। ଲେଖିବା ପାଇଁ କଳା ବଲ୍‌ ପେନ୍‌‌ ଏବଂ ଆଡମିଟ୍‌‌ କାର୍ଡ ବ୍ୟତୀତ ଅନ୍ୟ କିଛି ନନେବାକୁ ପରିଷଦ ପକ୍ଷରୁ କୁହାଯାଇଛି। ସେହିପରି ଭିନ୍ନକ୍ଷମ ପିଲାଙ୍କ ପାଇଁ ଅଧିକ ୧ଘଣ୍ଟା ସମୟ ରହିଛି।

ଆହୁରି ପଢ଼ନ୍ତୁ: ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ଧକ୍କା ଦେଲା କଣ୍ଟେନର, ଚାଲିଗଲା ୨ ଜଣଙ୍କ ଜୀବନ

ଚଳିତ ବର୍ଷ ୩ଲକ୍ଷ ୮୬ ହଜାର ୨୫୦ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ତନ୍ମଧ୍ୟରେ ୩ ଲକ୍ଷ ୬୦ ହଜାର ୧୯୮ଜଣ ରେଗୁଲାର ଏବଂ ୨୬ ହଜାର ୫୨ଜଣ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ରହିଛନ୍ତି। ଲିଙ୍ଗ ଅନୁପାତରେ ସର୍ବାଧିକ ଛାତ୍ରୀ ଚଳିତଥର ପରୀକ୍ଷା ଦେଉଛନ୍ତି। ସମୁଦାୟ ୧ ଲକ୍ଷ ୯୯ ହଜାର ୩୬୧ଜଣ ଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ଛାତ୍ରଙ୍କ ସଂଖ୍ୟା ୧ ଲକ୍ଷ ୮୬ ହଜାର ୮୮୯ ରହିଛି। କଳା ବିଭାଗରେ ୨ ଲକ୍ଷ ୩୭ ହଜାର ୭୫୦ଜଣ ପରୀକ୍ଷାର୍ଥୀ ଥିବା ବେଳେ ବିଜ୍ଞାନରେ ୧ଲକ୍ଷ ୧୬ ହଜାର ୬୨୦, ବାଣିଜ୍ୟରେ ୨୬ ହଜାର ୮୯ ଜଣ ଓ ଧନ୍ଦାମୂଳକରେ ୫ହଜାର ୭୯୧ଜଣ ପରୀକ୍ଷାର୍ଥୀ ରହିଛନ୍ତି। ଏହି ପରୀକ୍ଷା ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନ ଅର୍ଥାତ ଶୁକ୍ରବାର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ର ମାତୃଭାଷା ପରୀକ୍ଷା ଦେବେ। ପ୍ରତ୍ୟେକ ଦିନ ଗୋଟିଏ ବିଷୟ ପରୀକ୍ଷା ହେବ। ଆସନ୍ତା ୨୦ ତାରିଖରୁ ଆରମ୍ଭ ହେଉଥିବା ମାଟ୍ରିକ ପରୀକ୍ଷା ସୂଚୀକୁ ଦେଖି +୨ ପରୀକ୍ଷା କରାଯାଇଛି। ଗୋଟିଏ ଦିନ ଦଶମ ଓ +୨ ପରୀକ୍ଷା ରହିବ ନାହିଁ। ପୂର୍ବପରି ସମସ୍ତ ପ୍ରସ୍ତୁତି କରିବା ସହ ସମୀକ୍ଷା ମଧ୍ୟ କରାଯାଇଛି। ଏଣୁ ପ୍ରଶ୍ନପତ୍ର ବିଭ୍ରାଟ ହେବ ନାହିଁ ବୋଲି ପରୀକ୍ଷା ନିୟନ୍ତ୍ରକ କହିଛନ୍ତି।

ଆହୁରି ପଢ଼ନ୍ତୁ: ଯୁବକଙ୍କୁ ଅବକାରୀ ବିଭାଗର ଥାର୍ଡ ଡିଗ୍ରୀ ଘଟଣା: ଦୁଇ ଅଧିକାରୀଙ୍କୁ ନିଲମ୍ବିତ କଲେ କମିଶନର

16 Feb 2024 By The Sakala

ଆଜିଠୁ +୨ ପରୀକ୍ଷା; ପରୀକ୍ଷା ଦେବେ ୩, ୮୬, ୨୫୦ ଛାତ୍ରଛାତ୍ରୀ, ସିସିଟିଭି ନଜରରେ ରହିବେ ପରୀକ୍ଷାର୍ଥୀ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌‌ଏସ୍‌‌ଇ) ପରିଚାଳିତ +୨ ପରୀକ୍ଷା। ଏଥିପାଇଁ ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। କପି ରୋକିବା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି। ପରୀକ୍ଷା ହଲ୍‌‌ ସମେତ ପ୍ରଶ୍ନପତ୍ର ଥିବା ହବ୍‌‌ରୁ ସିସିଟିଭିର ଲାଇଭ୍‌‌ ଷ୍ଟ୍ରିମିଂ ହେବ। ଏହାକୁ ଦେଖି ପରୀକ୍ଷା ପରିଚାଳନା କରିବା ପାଇଁ ପରିଷଦ ପକ୍ଷରୁ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ସେଠାରୁ ପରୀକ୍ଷାକୁ ନିରୀକ୍ଷଣ କରିବା ସହ ଆବଶ୍ୟକସ୍ଥଳେ ନିର୍ଦ୍ଦେଶ ଦେବାର ବ୍ୟବସ୍ଥା କରାଯାଇଛି।

ସୂଚନା ଅନୁଯାୟୀ, ସକାଳ ସାଢ଼େ ୧୦ଟାରେ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷା ଆରମ୍ଭ ହେବାର ଅଧଘଣ୍ଟା ପୂର୍ବରୁ ପହଞ୍ଚିବାକୁ ପରୀକ୍ଷାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି। ୧୫ ମିନିଟ୍‌‌ ପୂର୍ବରୁ ହଲ୍‌‌ରେ ପ୍ରବେଶ କରିବେ ଓ ୧୦ ମିନିଟ୍‌‌ ପୂର୍ବରୁ ଉତ୍ତରଖାତା ଓ ୫ ମିନିଟ୍‌‌ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନପତ୍ର ଦିଆଯିବ। ପ୍ରଶ୍ନପତ୍ରରେ ରୋଲ୍‌‌ ନମ୍ୱର ବ୍ୟତୀତ ଦାଗ ମଧ୍ୟ ଲଗାଇବାକୁ ବାରଣ କରାଯାଇଛି। ଅନ୍ୟଥା ମାଲ୍‌‌ପ୍ରାକ୍ଟିସ୍‌‌(ଏମପି) ହୋଇଯିବେ ବୋଲି ଦର୍ଶାଯାଇଛି। ପରୀକ୍ଷାର୍ଥୀଙ୍କୁ ଉତ୍ତର ଖାତା ବ୍ୟତୀତ ଆଡିସନାଲ୍‌‌ ସିଟ୍‌‌ ଦିଆଯିବ ନାହିଁ। ଲେଖିବା ପାଇଁ କଳା ବଲ୍‌ ପେନ୍‌‌ ଏବଂ ଆଡମିଟ୍‌‌ କାର୍ଡ ବ୍ୟତୀତ ଅନ୍ୟ କିଛି ନନେବାକୁ ପରିଷଦ ପକ୍ଷରୁ କୁହାଯାଇଛି। ସେହିପରି ଭିନ୍ନକ୍ଷମ ପିଲାଙ୍କ ପାଇଁ ଅଧିକ ୧ଘଣ୍ଟା ସମୟ ରହିଛି।

ଚଳିତ ବର୍ଷ ୩ଲକ୍ଷ ୮୬ ହଜାର ୨୫୦ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ତନ୍ମଧ୍ୟରେ ୩ ଲକ୍ଷ ୬୦ ହଜାର ୧୯୮ଜଣ ରେଗୁଲାର ଏବଂ ୨୬ ହଜାର ୫୨ଜଣ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ରହିଛନ୍ତି। ଲିଙ୍ଗ ଅନୁପାତରେ ସର୍ବାଧିକ ଛାତ୍ରୀ ଚଳିତଥର ପରୀକ୍ଷା ଦେଉଛନ୍ତି। ସମୁଦାୟ ୧ ଲକ୍ଷ ୯୯ ହଜାର ୩୬୧ଜଣ ଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ଛାତ୍ରଙ୍କ ସଂଖ୍ୟା ୧ ଲକ୍ଷ ୮୬ ହଜାର ୮୮୯ ରହିଛି। କଳା ବିଭାଗରେ ୨ ଲକ୍ଷ ୩୭ ହଜାର ୭୫୦ଜଣ ପରୀକ୍ଷାର୍ଥୀ ଥିବା ବେଳେ ବିଜ୍ଞାନରେ ୧ଲକ୍ଷ ୧୬ ହଜାର ୬୨୦, ବାଣିଜ୍ୟରେ ୨୬ ହଜାର ୮୯ ଜଣ ଓ ଧନ୍ଦାମୂଳକରେ ୫ହଜାର ୭୯୧ଜଣ ପରୀକ୍ଷାର୍ଥୀ ରହିଛନ୍ତି। ଏହି ପରୀକ୍ଷା ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନ ଅର୍ଥାତ ଶୁକ୍ରବାର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ର ମାତୃଭାଷା ପରୀକ୍ଷା ଦେବେ। ପ୍ରତ୍ୟେକ ଦିନ ଗୋଟିଏ ବିଷୟ ପରୀକ୍ଷା ହେବ। ଆସନ୍ତା ୨୦ ତାରିଖରୁ ଆରମ୍ଭ ହେଉଥିବା ମାଟ୍ରିକ ପରୀକ୍ଷା ସୂଚୀକୁ ଦେଖି +୨ ପରୀକ୍ଷା କରାଯାଇଛି। ଗୋଟିଏ ଦିନ ଦଶମ ଓ +୨ ପରୀକ୍ଷା ରହିବ ନାହିଁ। ପୂର୍ବପରି ସମସ୍ତ ପ୍ରସ୍ତୁତି କରିବା ସହ ସମୀକ୍ଷା ମଧ୍ୟ କରାଯାଇଛି। ଏଣୁ ପ୍ରଶ୍ନପତ୍ର ବିଭ୍ରାଟ ହେବ ନାହିଁ ବୋଲି ପରୀକ୍ଷା ନିୟନ୍ତ୍ରକ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର