କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଲେ ବିଜେଡି ସାଂସଦ ସସ୍ମିତ୍‌ ପାତ୍ର

The Sakala Picture
Published On

ଭୁବନେଶ୍ବର: କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଛନ୍ତି ବିଜେଡି ସାଂସଦ ସସ୍ମିତ୍‌ ପାତ୍ର। ଇଡିସିଆଇଏଲ ପକ୍ଷରୁ ହୋଇଛି ଶିକ୍ଷକ ନିଯୁକ୍ତି। ପୂର୍ବରୁ ଓସେପା ଶିକ୍ଷକ ନିଯୁକ୍ତି ନେଇ ସ୍ପଷ୍ଟୀକରଣ ରଖି ସାରିଥିବାବେଳେ ଆଜି ଆଭିମୁଖ୍ୟ ସ୍ପଷ୍ଟ କରିଛି ଇଡିସିଆଇଏଲ। କିନ୍ତୁ ପଲିଟିକାଲ ମାଇଲେଜ୍‌ ନେବାକୁ ଯାଇ କେନ୍ଦ୍ରଶିକ୍ଷାମନ୍ତ୍ରୀ ବିଭ୍ରାନ୍ତିକର ମନ୍ତବ୍ୟ ଦେଉଥିବା କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। କେନ୍ଦ୍ରମନ୍ତ୍ରୀଙ୍କ ମିଛ ପଦାରେ ପକାଇଲା ଖୋଦ ତାଙ୍କ ବିଭାଗ ଅଧୀନରେ ଥିବା […]

ଭୁବନେଶ୍ବର: କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଛନ୍ତି ବିଜେଡି ସାଂସଦ ସସ୍ମିତ୍‌ ପାତ୍ର। ଇଡିସିଆଇଏଲ ପକ୍ଷରୁ ହୋଇଛି ଶିକ୍ଷକ ନିଯୁକ୍ତି। ପୂର୍ବରୁ ଓସେପା ଶିକ୍ଷକ ନିଯୁକ୍ତି ନେଇ ସ୍ପଷ୍ଟୀକରଣ ରଖି ସାରିଥିବାବେଳେ ଆଜି ଆଭିମୁଖ୍ୟ ସ୍ପଷ୍ଟ କରିଛି ଇଡିସିଆଇଏଲ। କିନ୍ତୁ ପଲିଟିକାଲ ମାଇଲେଜ୍‌ ନେବାକୁ ଯାଇ କେନ୍ଦ୍ରଶିକ୍ଷାମନ୍ତ୍ରୀ ବିଭ୍ରାନ୍ତିକର ମନ୍ତବ୍ୟ ଦେଉଥିବା କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

କେନ୍ଦ୍ରମନ୍ତ୍ରୀଙ୍କ ମିଛ ପଦାରେ ପକାଇଲା ଖୋଦ ତାଙ୍କ ବିଭାଗ ଅଧୀନରେ ଥିବା ଇଡିସିଆଇଏଲ୍‌। କନିଷ୍ଠ ଶିକ୍ଷକ ଯୋଜନା ଭିତ୍ତିକ ନିଯୁକ୍ତି ନେଇ ଇଡିସିଆଇଏଲ ଏବଂ ଓସେପା ମଧ୍ୟରେ ଏମଓୟୁ ସ୍ୱାକ୍ଷର ହୋଇଥିଲା। ଏନେଇ ଇଡିସିଆଇଏଲ ପକ୍ଷରୁ ଜାରି ହୋଇଥିବା ପ୍ରେସ ବିବୃତି ବର୍ତ୍ତମାନ ସାମ୍ନାକୁ ଆସିଛି। ଗତ ଅଗଷ୍ଟ ୨୨ ତାରିଖରେ କନିଷ୍ଠ ଶିକ୍ଷକ ଯୋଜନା ଭିତ୍ତିକ ନିଯୁକ୍ତି ପାଇଁ ପରୀକ୍ଷା ହୋଇଥିବା ବେଳେ ଇଡିସିଆଇଏଲ୍‌ ଏହାକୁ ପରିଚାଳନା କରିଥିଲା।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ପରିଚାଳିତ ବୋଲି କୁହାଯାଉଥିବା ଏକ ଆଇଟି ସେଲ୍‌ ମିଛ କଥାକୁ ଅପ୍ରଚାର କରି ପଲିଟିକାଲ ମାଇଲେଜ ନେବାକୁ ଉଦ୍ୟମ କରୁଛି। ଏକ ଅଣସ୍ୱୀକୃତ ଓଡ଼ିଆ ପ୍ରେସରିଲିଜକୁ ଉଦ୍ଦେଶ୍ୟମୂଳକ ଭାବେ ପ୍ରଚାର କରି ସାଧାରଣରେ ବିଭ୍ରାନ୍ତିକର ମନ୍ତବ୍ୟ ଦେଉଛନ୍ତି କେନ୍ଦ୍ରଶିକ୍ଷାମନ୍ତ୍ରୀ। ଶିକ୍ଷକ ନିଯୁକ୍ତି ଭଳି ଏକ ସମ୍ବେନଶୀଳ ପ୍ରସଙ୍ଗକୁ ନେଇ ଉଦ୍ଦେଶ୍ୟମୂଳକଭାବେ ରାଜନୀତି କରିବା କେତେ ଦୂର ଯଥାର୍ଥ ବୋଲି ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ ଡ. ସସ୍ମିତ୍‌ ପାତ୍ର।

ବୁଧବାର ସୋସିଆଲ ମିଡିଆ ‘ଏକ୍ସ’ରେ ଇଡିସିଆଇଏଲର ଏକ ବିଜ୍ଞପ୍ତି ପୋଷ୍ଟ କରି ସେ କହିଛନ୍ତି- କେନ୍ଦ୍ରୀୟ ସଂସ୍ଥା ଇଡିସିଆଇଏଲ ମିନିରତ୍ନ କାଟାଗୋରୀରେ ଆସେ ଯାହା, କେନ୍ଦ୍ରୀୟ ବିଦ୍ୟାଳୟ, ଜବାହାରଲାଲନବୋଦୟ ବିଦ୍ୟାଳୟ ଏବଂ ଅନ୍ୟ ସଂସ୍ଥା ପାଇଁ ହଜାର ହଜାର ନିଯୁକ୍ତି କରିଥାଏ।

ପୂର୍ବରୁ ଓସେପା ନିଯୁକ୍ତିକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁଖାଖୋଲିଥିଲେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଇଡିସିଆଇଏଲ ପକ୍ଷରୁ ଶିକ୍ଷକ ନିଯୁକ୍ତି ନେଇ ସେ ସ୍ପଷ୍ଟୀକରଣ ରଖିଥିବା ସତ୍ୱେ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତିର ରୁଟି ସେକିବା ସହ ରାଜ୍ୟସରକାରଙ୍କ ଛବି ମଳିନ କରିବାକୁ ଅପଚେଷ୍ଟା କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

24 Jan 2024 By The Sakala

କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଲେ ବିଜେଡି ସାଂସଦ ସସ୍ମିତ୍‌ ପାତ୍ର

ଭୁବନେଶ୍ବର: କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଛନ୍ତି ବିଜେଡି ସାଂସଦ ସସ୍ମିତ୍‌ ପାତ୍ର। ଇଡିସିଆଇଏଲ ପକ୍ଷରୁ ହୋଇଛି ଶିକ୍ଷକ ନିଯୁକ୍ତି। ପୂର୍ବରୁ ଓସେପା ଶିକ୍ଷକ ନିଯୁକ୍ତି ନେଇ ସ୍ପଷ୍ଟୀକରଣ ରଖି ସାରିଥିବାବେଳେ ଆଜି ଆଭିମୁଖ୍ୟ ସ୍ପଷ୍ଟ କରିଛି ଇଡିସିଆଇଏଲ। କିନ୍ତୁ ପଲିଟିକାଲ ମାଇଲେଜ୍‌ ନେବାକୁ ଯାଇ କେନ୍ଦ୍ରଶିକ୍ଷାମନ୍ତ୍ରୀ ବିଭ୍ରାନ୍ତିକର ମନ୍ତବ୍ୟ ଦେଉଥିବା କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର।

କେନ୍ଦ୍ରମନ୍ତ୍ରୀଙ୍କ ମିଛ ପଦାରେ ପକାଇଲା ଖୋଦ ତାଙ୍କ ବିଭାଗ ଅଧୀନରେ ଥିବା ଇଡିସିଆଇଏଲ୍‌। କନିଷ୍ଠ ଶିକ୍ଷକ ଯୋଜନା ଭିତ୍ତିକ ନିଯୁକ୍ତି ନେଇ ଇଡିସିଆଇଏଲ ଏବଂ ଓସେପା ମଧ୍ୟରେ ଏମଓୟୁ ସ୍ୱାକ୍ଷର ହୋଇଥିଲା। ଏନେଇ ଇଡିସିଆଇଏଲ ପକ୍ଷରୁ ଜାରି ହୋଇଥିବା ପ୍ରେସ ବିବୃତି ବର୍ତ୍ତମାନ ସାମ୍ନାକୁ ଆସିଛି। ଗତ ଅଗଷ୍ଟ ୨୨ ତାରିଖରେ କନିଷ୍ଠ ଶିକ୍ଷକ ଯୋଜନା ଭିତ୍ତିକ ନିଯୁକ୍ତି ପାଇଁ ପରୀକ୍ଷା ହୋଇଥିବା ବେଳେ ଇଡିସିଆଇଏଲ୍‌ ଏହାକୁ ପରିଚାଳନା କରିଥିଲା।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ପରିଚାଳିତ ବୋଲି କୁହାଯାଉଥିବା ଏକ ଆଇଟି ସେଲ୍‌ ମିଛ କଥାକୁ ଅପ୍ରଚାର କରି ପଲିଟିକାଲ ମାଇଲେଜ ନେବାକୁ ଉଦ୍ୟମ କରୁଛି। ଏକ ଅଣସ୍ୱୀକୃତ ଓଡ଼ିଆ ପ୍ରେସରିଲିଜକୁ ଉଦ୍ଦେଶ୍ୟମୂଳକ ଭାବେ ପ୍ରଚାର କରି ସାଧାରଣରେ ବିଭ୍ରାନ୍ତିକର ମନ୍ତବ୍ୟ ଦେଉଛନ୍ତି କେନ୍ଦ୍ରଶିକ୍ଷାମନ୍ତ୍ରୀ। ଶିକ୍ଷକ ନିଯୁକ୍ତି ଭଳି ଏକ ସମ୍ବେନଶୀଳ ପ୍ରସଙ୍ଗକୁ ନେଇ ଉଦ୍ଦେଶ୍ୟମୂଳକଭାବେ ରାଜନୀତି କରିବା କେତେ ଦୂର ଯଥାର୍ଥ ବୋଲି ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ ଡ. ସସ୍ମିତ୍‌ ପାତ୍ର।

ବୁଧବାର ସୋସିଆଲ ମିଡିଆ ‘ଏକ୍ସ’ରେ ଇଡିସିଆଇଏଲର ଏକ ବିଜ୍ଞପ୍ତି ପୋଷ୍ଟ କରି ସେ କହିଛନ୍ତି- କେନ୍ଦ୍ରୀୟ ସଂସ୍ଥା ଇଡିସିଆଇଏଲ ମିନିରତ୍ନ କାଟାଗୋରୀରେ ଆସେ ଯାହା, କେନ୍ଦ୍ରୀୟ ବିଦ୍ୟାଳୟ, ଜବାହାରଲାଲନବୋଦୟ ବିଦ୍ୟାଳୟ ଏବଂ ଅନ୍ୟ ସଂସ୍ଥା ପାଇଁ ହଜାର ହଜାର ନିଯୁକ୍ତି କରିଥାଏ।

ପୂର୍ବରୁ ଓସେପା ନିଯୁକ୍ତିକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁଖାଖୋଲିଥିଲେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଇଡିସିଆଇଏଲ ପକ୍ଷରୁ ଶିକ୍ଷକ ନିଯୁକ୍ତି ନେଇ ସେ ସ୍ପଷ୍ଟୀକରଣ ରଖିଥିବା ସତ୍ୱେ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତିର ରୁଟି ସେକିବା ସହ ରାଜ୍ୟସରକାରଙ୍କ ଛବି ମଳିନ କରିବାକୁ ଅପଚେଷ୍ଟା କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

https://www.thesakala.in/latest-odisha-news/junior-teacher-recruitment-issue-dharmendra-pradhan-was-targeted-by-bjd-mp-sasmit-patra/article-29385
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର