ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ: ବଦଳିଲେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଉପଜିଲ୍ଲାପାଳ

The Sakala Picture
Published On

ଭୁବନେଶ୍ବର: ସୋମବାର ଆଇଏଏସ୍ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବିଜୟ କୁମାର ଦାସଙ୍କୁ ପୁରୀ ଜିଲ୍ଲାପାଳ ଦାୟିତ୍ବ ମିଳିଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ ଦାସଙ୍କ ବଦଳି ହୋଇଛି। ରଂଜନ ଦାସଙ୍କୁ କେନ୍ଦ୍ରାଞ୍ଚଳ ଆର୍‌ଡିସି ଦାୟିତ୍ବ ପ୍ରଦାନ କରାଯାଇଛି। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଶ୍ରୀମନ୍ଦିର ଅତିରିକ୍ତ ମୁଖ୍ୟ ପ୍ରଶାସକ ଦାୟିତ୍ବ ଦିଆଯାଇଛି। ତେମ୍‌ଜେଙ୍ଗ ୱାପଙ୍ଗ ଆଓଙ୍କୁ ପବ୍ଲିକ ଏଣ୍ଟରପ୍ରାଇଜେସ୍‌ ସଚିବ ଦାୟିତ୍ବ ମିଳିଛି। ସେହିପରି ଶ୍ରୀକାନ୍ତ ପୃଷ୍ଟିଙ୍କୁ ଉତ୍ତରାଞ୍ଚଳ ଆର୍‌ଡିସି ଦାୟିତ୍ବ […]

ଭୁବନେଶ୍ବର: ସୋମବାର ଆଇଏଏସ୍ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବିଜୟ କୁମାର ଦାସଙ୍କୁ ପୁରୀ ଜିଲ୍ଲାପାଳ ଦାୟିତ୍ବ ମିଳିଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ ଦାସଙ୍କ ବଦଳି ହୋଇଛି। ରଂଜନ ଦାସଙ୍କୁ କେନ୍ଦ୍ରାଞ୍ଚଳ ଆର୍‌ଡିସି ଦାୟିତ୍ବ ପ୍ରଦାନ କରାଯାଇଛି। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଶ୍ରୀମନ୍ଦିର ଅତିରିକ୍ତ ମୁଖ୍ୟ ପ୍ରଶାସକ ଦାୟିତ୍ବ ଦିଆଯାଇଛି। ତେମ୍‌ଜେଙ୍ଗ ୱାପଙ୍ଗ ଆଓଙ୍କୁ ପବ୍ଲିକ ଏଣ୍ଟରପ୍ରାଇଜେସ୍‌ ସଚିବ ଦାୟିତ୍ବ ମିଳିଛି। ସେହିପରି ଶ୍ରୀକାନ୍ତ ପୃଷ୍ଟିଙ୍କୁ ଉତ୍ତରାଞ୍ଚଳ ଆର୍‌ଡିସି ଦାୟିତ୍ବ ମିଳିଛି । 

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଚାପରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଥିଲା: ବିଜେଡି

କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କୁ ମୟୂରଭଞ୍ଜ ଜିଲ୍ଲାପାଳ ଦାୟିତ୍ବ ମିଳିଛି। ମୟୂରଭଞ୍ଜ ଜିଲ୍ଲାପାଳ ବୀନିତ ଭରଦ୍ୱାଜଙ୍କୁ କଟକ ଜିଲ୍ଲାପାଳ ଦାୟିତ୍ବ ମିଳିଛି। ସେହପରି ବିଶାଲ ସିଂହଙ୍କୁ କେନ୍ଦୁଝର ଜିଲ୍ଲାପାଳ ଦାୟିତ୍ବ ପ୍ରଦାନ କରାଯାଇଛି। ମହମ୍ମଦ ଅବଦଲ ଅଖତର ହେଲେ ଅନୁଗୁଳ ଜିଲ୍ଲାପାଳ। ଚଞ୍ଚଳ ରାଣା ହେଲେ ଖୋର୍ଦ୍ଧା ଜିଲ୍ଲାପାଳ। ସ୍ୱଧା ଦେବ ସିଂ ହେଲେ ନୟାଗଡ଼ ଜିଲ୍ଲାପାଳ। ମହମ୍ମଦ ଅବଦଲ ଅଖତର ହେଲେ ଅନୁଗୁଳ ଜିଲ୍ଲାପାଳ । ଶୁଭଙ୍କର ମହାପାତ୍ର ହେଲେ ଯାଜପୁର ଜିଲ୍ଲାପାଳ। କୀର୍ତ୍ତି ଭାସନ ହେଲେ କୋରାପୁଟ ଜିଲ୍ଲାପାଳ। ସୂର୍ଯ୍ୟବଂଶୀ ମୟୂର ବିକାଶ ହେଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ। ଜେ. ସୋନାଲଙ୍କୁ ବୌଦ୍ଧ ଜିଲ୍ଲାପାଳ ଦାୟିତ୍ବ ପ୍ରଦାନ କରାଯାଇଛି। ଅକ୍ଷୟ ସୁନୀଲ ଅଗ୍ରୱାଲ ହେଲେ ସମ୍ବଲପୁର ଜିଲ୍ଲାପାଳ। ଆଦିତ୍ୟ ଗୋୟଲ ହେଲେ ବରଗଡ଼ ଜିଲ୍ଲାପାଳ । ଅନ୍ୟା ଦାସ ହେଲେ ସୋନପୁର ଜିଲ୍ଲାପାଳ । ମନୋଜ ସତ୍ୟବାନ ମହାଜନ ହେଲେ ରାୟଗଡ଼ା ଜିଲ୍ଲାପାଳ। ପାୱାର ସଚିନ ପ୍ରକାଶ ହେଲେ ମାଲକାନଗିରି ଜିଲ୍ଲାପାଳ । ଗୌରବ ଶିବାଜୀ ଈଶ୍ୱର ହେଲେ ବଲାଙ୍ଗୀର ଜିଲ୍ଲାପାଳ ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

[wp-embedder-pack width=”100%” height=”400px” download=”all” download-text=”” attachment_id=”112600″ /]

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

ଧିନେ ଦସ୍ତାଗର ହେଲେ ଗଂଜାମ ଉପଜିଲ୍ଲାପାଳ । ରୀନା ପ୍ରଧାନ ହେଲେ ବାଲିଗୁଡ଼ା ଉପଜିଲ୍ଲାପାଳ । ପ୍ରଥମେଶ ଅରବିନ୍ଦ ରାଜସିର୍କେ ହେଲେ ବାଲେଶ୍ୱର ଉପଜିଲ୍ଲାପାଳ। କିରଣଦୀପ କୌଣ ସହୋଟା ହେଲେ ଗୁଣପୁର ଉପଜିଲ୍ଲାପାଳ । ରେହାନ ଖତ୍ରୀ ହେଲେ ଟିଟିଲାଗଡ଼ ଉପଜିଲ୍ଲାପାଳ । ଧିମାନ ଚକମା ହେଲେ ଧର୍ମଗଡ଼ ଉପଜିଲ୍ଲାପାଳ ।

ସେହପରି, ନିଖିଲ ପବନ କଲ୍ୟାଣଙ୍କୁ ଗ୍ରାମ୍ୟ ଉନ୍ନୟନ ନିର୍ଦ୍ଦେଶକ ଦାୟିତ୍ବ ପ୍ରଦାନ କରାଯାଇଛି।  ସେହିପରି କେ. ସୁଦର୍ଶନ ଚକ୍ରବର୍ତ୍ତୀ ହେଲେ ଲଘୁ ଖଣିଜ ବିଭାଗ ନିର୍ଦ୍ଦେଶକ । ମନୀଷା ବାନାର୍ଜୀ ହେଲେ ସାମାଜିକ କଲ୍ୟାଣ ନିର୍ଦ୍ଦେଶକ । ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ହେଲେ କଟକ ମହାନଗର କମିଶନର। ଚକ୍ରବର୍ତ୍ତୀ ସିଂ ରାଠୋର ହେଲେ ପଞ୍ଚାୟତିରାଜ ଯୁଗ୍ମ ସଚିବ। ଲିଙ୍ଗରାଜ ପଣ୍ଡା ହେଲେ ସମବାୟ ବିଭାଗ ଯୁଗ୍ମ ସଚିବ। ଅମ୍ରିତ ଋତୁରାଜ ହେଲେ ଶ୍ରମ କମିଶନର। ଅନନ୍ୟା ଦାସ ହେଲେ ବୟନ ଶିଳ୍ପ ଯୁଗ୍ମ ସଚିବ। ବିମଳେନ୍ଦୁ ରାୟ ହେଲେ ଇପିଏମ୍‌ ନିର୍ଦ୍ଦେଶକ । ନୃସିଂହ ଚରଣ ସ୍ୱାଇଁ ହେଲେ ରାଜସ୍ୱ ବିଭାଗ ସ୍ୱତନ୍ତ୍ର ସଚିବ। ନରହରି ସେଠୀ ହେଲେ ଜଳ ସଂପଦ ବିଭାଗ ଅତିରିକ୍ତ ସଚିବ ଦାୟିତ୍ବ ପ୍ରଦାନ କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର