ମୟୂରଭଞ୍ଜରେ କର୍ମୀଙ୍କୁ ପ୍ରଣବଙ୍କ ଆହ୍ବାନ : ଜିଲ୍ଲାବାସୀଙ୍କୁ ଶ୍ରେଷ୍ଠ ସୁବିଧା ଦିଅ

The Sakala Picture
Published On

ବାରିପଦା : ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦତ୍ତ ସୁବିଧା ସୁଯୋଗ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ସହିତ କରୋନା ଓ ବାତ୍ୟା ପ୍ରଭାବିତଙ୍କ ଦୁଃଖସୁଖ ବୁଝିଥିବାରୁ ଦଳର କର୍ମକର୍ତ୍ତା ଓ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜେଡିର ରାଜ୍ୟ ସଙ୍ଗଠନ ସମ୍ପାଦକ ତଥା ମୟୂରଭଞ୍ଜ ଜିଲ୍ଲାର ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ । ଶନିବାର ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ସେ ଜିଲ୍ଲାର ବାଙ୍କିଶୋଳ ଠାରେ ଥିବା କୋଭିଡ୍ ଡାକ୍ତରଖାନା ସହାୟତା କେନ୍ଦ୍ର ପରିଦର୍ଶନ କରିବା ସହିତ ସ୍ଵେଚ୍ଛାସେବୀଙ୍କ ନିରନ୍ତର […]

ବାରିପଦା : ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦତ୍ତ ସୁବିଧା ସୁଯୋଗ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ସହିତ କରୋନା ଓ ବାତ୍ୟା ପ୍ରଭାବିତଙ୍କ ଦୁଃଖସୁଖ ବୁଝିଥିବାରୁ ଦଳର କର୍ମକର୍ତ୍ତା ଓ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜେଡିର ରାଜ୍ୟ ସଙ୍ଗଠନ ସମ୍ପାଦକ ତଥା ମୟୂରଭଞ୍ଜ ଜିଲ୍ଲାର ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ । ଶନିବାର ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ସେ ଜିଲ୍ଲାର ବାଙ୍କିଶୋଳ ଠାରେ ଥିବା କୋଭିଡ୍ ଡାକ୍ତରଖାନା ସହାୟତା କେନ୍ଦ୍ର ପରିଦର୍ଶନ କରିବା ସହିତ ସ୍ଵେଚ୍ଛାସେବୀଙ୍କ ନିରନ୍ତର ଉଦ୍ୟମକୁ ପ୍ରଶଂସା କରିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

ରୋଗୀ ଓ ତାଙ୍କର ସମ୍ପର୍କୀୟଙ୍କ ସହିତ ସମନ୍ଵୟ ରକ୍ଷା ସହିତ କଠିନ ପରିସ୍ଥିତିରେ ସ୍ୱେଚ୍ଛାସେବୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଏହାପରେ ସଟ ବାରିପଦା ଓ ବଡ଼ସାହି ନିର୍ବାଚନ ମଣ୍ଡଳୀର ୪ଟି ସ୍ଥାନରେ ଦିଆ କର୍ମୀ ବୈଠକରେ ଯୋଗଦେଇ ଶ୍ରୀ ଦାସ ଫେରିଛନ୍ତି । ସହିତ ବାରିପଦା ନିର୍ବାଚନ ମଣ୍ଡଳୀର ବାରିପଦା ଗଣେଶ ମଣ୍ଡପ, ନାଉପାଳ ଓ ଭୋଳାଗଡ଼ିଆ ଷ୍ଟାଡିୟମ ଏବଂ ବଡ଼ସାହି ନିର୍ବାଚନ ମଣ୍ଡଳୀର ବେତନଟୀରେ ଅନୁଷ୍ଠିତ ରକ୍ତ ଦାନ ବୈଠକରେ ଯୋଗଦେଇ ଶ୍ରୀ ଦାସ ମୁଖ୍ୟମନ୍ତ୍ରୀଙ୍କର ରକ୍ତ ବାତ୍ୟା ପରବର୍ତ୍ତୀ ସହାୟତା କ୍ଷତିଗ୍ରସ୍ତଙ୍କ ନିକଟରେ ପ୍ରଶଂସ ପହଞ୍ଚାଇବା, ସେମାନଙ୍କର ସମସ୍ୟା ସମାଧାନରେ ରଖିବା ଛିଡ଼ା ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ନିକଟକୁ ସେହିପରି କରୋନା ସଂକ୍ରମଣ ଜନିତ ଲକଡାଉନ ଓ ସଟଡାଉନରେ ପ୍ରଭାବିତ ଲୋକଙ୍କୁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସୁବିଧା ସୁଯୋଗ ପ୍ରଦାନରେ ପ୍ରଶାସନ ସହିତ ମିଶି ଶ୍ରେଷ୍ଠ ସୁବିଧା ଜିଲ୍ଲାବାସୀଙ୍କୁ ଉପଲବ୍ଧ କରାଇବା ପାଇଁ ସେ ଦଳୀୟ କର୍ମକର୍ତ୍ତା ଓ କର୍ମୀଙ୍କୁ ପରାମର୍ଶ ଦେଇଥିଲେ। ସଙ୍କଟ ସମୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରି ଜିଲ୍ଲା ରକ୍ତଭଣ୍ଡାରରେ ରକ୍ତ ମହଜୁଦରେ ସହାୟକ ହୋଇଥିବାରୁ ରକ୍ତଦାତାଙ୍କୁ ପ୍ରଶଂସା କରିଥିଲେ। ଆଗକୁ ଏଭଳି କାର୍ଯ୍ୟକ୍ରମ ଜାରି ରଖୁବାନେଇ ଗୁରୁତ୍ବାରୋପ କରିଥିଲେ ।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

ଏହା ସହ ଖୁଣ୍ଟା । ନିକଟସ୍ଥ ଭୋଳାଗଡ଼ିଆ ଫୁଟବଲ ଷ୍ଟାଡ଼ିୟମର ଉନ୍ନତି ମ ଓ ପାଇଁ ୨୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବା ସହ ବେତନଟୀ ବ୍ଲକ୍ ବୈଠକରେ ଆଲୋଚନା ସମୟରେ ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବମନ୍ଦିର ମାଣତ୍ରୀର ବାବା କଖାରୁଆ ବୈଦ୍ୟନାଥ ମନ୍ଦିର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପାଇଁ ୫୦ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି। ସେହିପରି କୁଣପଦା(ପାଉଁଶିଆ) । ବନ୍ଧ ପୁନରୁଦ୍ଧାର ପାଇଁ ସହାୟତା ପ୍ରଦାନ ପ୍ରତିଶ୍ରୁତି ପ୍ରଦାନ ମୁଁ କରିଛନ୍ତି। ବିଭିନ୍ନସ୍ଥାନରେ ଆୟୋଜିତ ବୈଠକରେ ସାଂସଦ ମମତା ମହାନ୍ତ, ପ୍ରାକ୍ତନ ବଡ଼ସାହି ବିଧାୟକ ଗଣେଶ୍ବର ପାତ୍ର, ରାଜ୍ୟ କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ତି ମହାନ୍ତି, ଜନ୍ମେଜୟ ଲେଙ୍କା, ପ୍ରକାଶ ମହାନ୍ତି, ଦେବାଶିଷ ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର