ପୁରୀରେ ମୁଖ୍ୟ ଶାସନ ସଚିବ: ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ସୁରକ୍ଷିତ ଓ ଶୃଙ୍ଖଳିତ କରିବା ନେଇ ଚାଲିଛି ସମୀକ୍ଷା

The Sakala Picture
Published On

ପୁରୀ: ଆଗାମୀ ୧୭ ତାରିଖରେ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ। ସେଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ସମାରୋହରେ ସାମିଲ ହେବା ପାଇଁ ଲକ୍ଷାଧିକ ସାଧୁ ସନ୍ଥ, ଶ୍ରଦ୍ଧାଳୁ ପୁରୀ ଆସିବେ। ଲୋକାର୍ପଣ ଉତ୍ସବ କିପରି ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ଆୟୋଜିତ ହେବ, ସେନେଇ ପୁରୀ ସର୍କିଟ ହାଉସରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସମୀକ୍ଷା କରୁଛନ୍ତି । ରାଜ୍ୟ ତଥା ଦେଶର ବିଭିନ୍ନ ମନ୍ଦିରରୁ ସାଧୁ ସନ୍ଥ […]

ପୁରୀ: ଆଗାମୀ ୧୭ ତାରିଖରେ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ। ସେଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ସମାରୋହରେ ସାମିଲ ହେବା ପାଇଁ ଲକ୍ଷାଧିକ ସାଧୁ ସନ୍ଥ, ଶ୍ରଦ୍ଧାଳୁ ପୁରୀ ଆସିବେ। ଲୋକାର୍ପଣ ଉତ୍ସବ କିପରି ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ଆୟୋଜିତ ହେବ, ସେନେଇ ପୁରୀ ସର୍କିଟ ହାଉସରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସମୀକ୍ଷା କରୁଛନ୍ତି । ରାଜ୍ୟ ତଥା ଦେଶର ବିଭିନ୍ନ ମନ୍ଦିରରୁ ସାଧୁ ସନ୍ଥ ଶ୍ରୀକ୍ଷେତ୍ର ଆସିବେ। ଭବ୍ୟ ଲୋକାର୍ପଣ ଉତ୍ସବ କରିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଭକ୍ତଙ୍କ ସମାଗମକୁ ନଜରରେ ରଖି ବିଭିନ୍ନ ପଦକ୍ଷେପ ନିଆଯାଉଛି। ସମସ୍ତ ଆୟୋଜନ ନେଇ ବୈଠକରେ ସମୀକ୍ଷା କରୁଛନ୍ତି ମୁଖ୍ୟ ଶାସନ ସଚିବ। ଉନ୍ନୟନ କମିଶନର ଅନୁ ଗର୍ଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି ମାଥ୍ୟୁ ଭାଥାନନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସଚିବ ସୁଜାତା ରାଉତ କାର୍ତ୍ତିକେୟନ୍, ଅତିରିକ୍ତ ଡିଜିପି ସଂଜୟ କୁମାରଙ୍କ ସହ ବହୁ ବରିଷ୍ଠ ଅଧିକାରୀ ବୈଠକରେ ଯୋଗ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ସମୀକ୍ଷା ବୈଠକ ପୂର୍ବରୁ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ପାର୍କିଂ ସ୍ଥଳ ବୁଲି ଦେଖିଥିବା ବେଳେ ଶ୍ରୀସେତୁ ରାସ୍ତା ମଧ୍ୟ ଅନୁଧ୍ୟାନ କରିଥିଲେ। ଶ୍ରୀଜଗନ୍ନାଥ ପିଲିଗ୍ରିମ ସେଣ୍ଟର ବୁଲି ଦେଖିଥିଲେ। ନୂଆ କରି ନିର୍ମାଣ କରାଯାଉଥିବା ଶ୍ରୀମାର୍ଗ ଦେଇ ପରିକ୍ରମା ପ୍ରକଳ୍ପ କାମର ସମୀକ୍ଷା କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

05 Jan 2024 By The Sakala

ପୁରୀରେ ମୁଖ୍ୟ ଶାସନ ସଚିବ: ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ସୁରକ୍ଷିତ ଓ ଶୃଙ୍ଖଳିତ କରିବା ନେଇ ଚାଲିଛି ସମୀକ୍ଷା

ପୁରୀ: ଆଗାମୀ ୧୭ ତାରିଖରେ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ। ସେଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ସମାରୋହରେ ସାମିଲ ହେବା ପାଇଁ ଲକ୍ଷାଧିକ ସାଧୁ ସନ୍ଥ, ଶ୍ରଦ୍ଧାଳୁ ପୁରୀ ଆସିବେ। ଲୋକାର୍ପଣ ଉତ୍ସବ କିପରି ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ଆୟୋଜିତ ହେବ, ସେନେଇ ପୁରୀ ସର୍କିଟ ହାଉସରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସମୀକ୍ଷା କରୁଛନ୍ତି । ରାଜ୍ୟ ତଥା ଦେଶର ବିଭିନ୍ନ ମନ୍ଦିରରୁ ସାଧୁ ସନ୍ଥ ଶ୍ରୀକ୍ଷେତ୍ର ଆସିବେ। ଭବ୍ୟ ଲୋକାର୍ପଣ ଉତ୍ସବ କରିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଭକ୍ତଙ୍କ ସମାଗମକୁ ନଜରରେ ରଖି ବିଭିନ୍ନ ପଦକ୍ଷେପ ନିଆଯାଉଛି। ସମସ୍ତ ଆୟୋଜନ ନେଇ ବୈଠକରେ ସମୀକ୍ଷା କରୁଛନ୍ତି ମୁଖ୍ୟ ଶାସନ ସଚିବ। ଉନ୍ନୟନ କମିଶନର ଅନୁ ଗର୍ଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି ମାଥ୍ୟୁ ଭାଥାନନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସଚିବ ସୁଜାତା ରାଉତ କାର୍ତ୍ତିକେୟନ୍, ଅତିରିକ୍ତ ଡିଜିପି ସଂଜୟ କୁମାରଙ୍କ ସହ ବହୁ ବରିଷ୍ଠ ଅଧିକାରୀ ବୈଠକରେ ଯୋଗ ଦେଇଛନ୍ତି ।

ସମୀକ୍ଷା ବୈଠକ ପୂର୍ବରୁ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ପାର୍କିଂ ସ୍ଥଳ ବୁଲି ଦେଖିଥିବା ବେଳେ ଶ୍ରୀସେତୁ ରାସ୍ତା ମଧ୍ୟ ଅନୁଧ୍ୟାନ କରିଥିଲେ। ଶ୍ରୀଜଗନ୍ନାଥ ପିଲିଗ୍ରିମ ସେଣ୍ଟର ବୁଲି ଦେଖିଥିଲେ। ନୂଆ କରି ନିର୍ମାଣ କରାଯାଉଥିବା ଶ୍ରୀମାର୍ଗ ଦେଇ ପରିକ୍ରମା ପ୍ରକଳ୍ପ କାମର ସମୀକ୍ଷା କରିଛନ୍ତି।

https://www.thesakala.in/latest-odisha-news/review-by-chief-secretary-pradeep-jena-before-launch-of-parikrama-project/article-28895
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର