କଳିଙ୍ଗ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଥିବା ଦେଶର ସର୍ବବୃହତ୍‌ ଇନ୍‌ଡୋର ଆଥଲେଟିକ୍ସ ଏରିନାକୁ ଗ୍ରେଡ୍‌-୧ ମାନ୍ୟତା

The Sakala Picture
Published On

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଥିବା ଦେଶର ସର୍ବବୃହତ୍‌ ଇନ୍‌ଡୋର ଆଥଲେଟିକ୍ସ ଏରିନାକୁ ବର୍ଗ-୧ ପ୍ରମାଣପତ୍ର ମିଳିଛି। ଦୌଡ଼କୁଦ ପାଇଁ କ୍ରୀଡ଼ା ନିୟନ୍ତ୍ରକ ସଂସ୍ଥା ବିଶ୍ୱ ଆଥଲେଟିକ୍ସ ଶନିବାର ଦକ୍ଷିଣ ଏସିଆର ଏହି ସର୍ବବୃହତ୍‌ ଇନ୍‌ଡୋର ଆଥଲେଟିକ ଷ୍ଟାଡିୟମକୁ ବର୍ଗ-୧ ପ୍ରମାଣପତ୍ର ପ୍ରଦାନ କରିଛି। ବିଶ୍ୱ କ୍ରୀଡ଼ା ମଞ୍ଚରେ କଳିଙ୍ଗ ସ୍ପୋର୍ଟ୍ସ କମ୍ପ୍ଲେକ୍ସର ଖ୍ୟାତିକୁ ଏକ ପ୍ରମୁଖ ସ୍ଥାନ ପ୍ରଦାନ କରିବାରେ ଏହି ମାନ୍ୟତା ଭବିଷ୍ୟତରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ପ୍ରଥମଥର ପାଇଁ […]

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଥିବା ଦେଶର ସର୍ବବୃହତ୍‌ ଇନ୍‌ଡୋର ଆଥଲେଟିକ୍ସ ଏରିନାକୁ ବର୍ଗ-୧ ପ୍ରମାଣପତ୍ର ମିଳିଛି। ଦୌଡ଼କୁଦ ପାଇଁ କ୍ରୀଡ଼ା ନିୟନ୍ତ୍ରକ ସଂସ୍ଥା ବିଶ୍ୱ ଆଥଲେଟିକ୍ସ ଶନିବାର ଦକ୍ଷିଣ ଏସିଆର ଏହି ସର୍ବବୃହତ୍‌ ଇନ୍‌ଡୋର ଆଥଲେଟିକ ଷ୍ଟାଡିୟମକୁ ବର୍ଗ-୧ ପ୍ରମାଣପତ୍ର ପ୍ରଦାନ କରିଛି। ବିଶ୍ୱ କ୍ରୀଡ଼ା ମଞ୍ଚରେ କଳିଙ୍ଗ ସ୍ପୋର୍ଟ୍ସ କମ୍ପ୍ଲେକ୍ସର ଖ୍ୟାତିକୁ ଏକ ପ୍ରମୁଖ ସ୍ଥାନ ପ୍ରଦାନ କରିବାରେ ଏହି ମାନ୍ୟତା ଭବିଷ୍ୟତରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।

ଆହୁରି ପଢ଼ନ୍ତୁ: ‎ଗ୍ରୀଷ୍ମକାଳୀନ ଜାତୀୟ ସେବା ଶିବିର

ପ୍ରଥମଥର ପାଇଁ ସ୍ଥାପନ ହୋଇଥିବା ଅତ୍ୟାଧୁନିକ ମୋଣ୍ଡୋ ଟ୍ରାକ୍‌ର ଅସାଧାରଣ ପ୍ରଦର୍ଶନ, ସ୍ଥାୟୀତ୍ୱ ଓ ଆଥ୍‌ଲେଟ ଅନୁକୂଳ ପୃଷ୍ଠଭୂମି ଏହାକୁ ଶୀର୍ଷସ୍ତରୀୟ ପ୍ରତିଯୋଗିତା ଓ ପ୍ରଶିକ୍ଷଣର ଏକ କେନ୍ଦ୍ର ଭାବେ ପ୍ରତିପାଦନ କରିପାରିବ। ଏହି ମାନ୍ୟତା କ୍ରୀଡ଼ାବିତ୍‌ମାନଙ୍କୁ ଉନ୍ନତ ପ୍ରଶିକ୍ଷଣ ନିମନ୍ତେ ବିଶ୍ୱସ୍ତରୀୟ ଭିତ୍ତିଭୂମି ଯୋଗାଇବା ପାଇଁ ଓଡ଼ିଶାର ପ୍ରତିବଦ୍ଧତାକୁ ସୂଚାଉଛି ବୋଲି ରାଜ୍ୟ କ୍ରୀଡ଼ା ଓ ଯୁବସେବା ସଚିବ ଆର୍‌ ଭିନିଲ କ୍ରିଷ୍ଣା କହିଛନ୍ତି। ଏରିନାର ଭିତ୍ତିଭୂମି, ସୁବିଧା ସୁଯୋଗ ଓ ବୈଷୟିକ ଦକ୍ଷତା ବିଶ୍ୱସ୍ତରୀୟ ବୋଲି ବିଶ୍ୱ ଆଥ୍‌ଲେଟିକ୍ସର ଏହି ମାନ୍ୟତାରୁ ପ୍ରମାଣିତ ହେଉଛି।

ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ରାସ୍ତା କଡ଼ ଖାଲକୁ ଓଲଟିଲା ଟୁରିଷ୍ଟ ବସ୍; ୫ ମୃତ, ୩୦ରୁ ଉର୍ଦ୍ଧ୍ୱ ଆହତ

24 Dec 2023 By The Sakala

କଳିଙ୍ଗ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଥିବା ଦେଶର ସର୍ବବୃହତ୍‌ ଇନ୍‌ଡୋର ଆଥଲେଟିକ୍ସ ଏରିନାକୁ ଗ୍ରେଡ୍‌-୧ ମାନ୍ୟତା

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଥିବା ଦେଶର ସର୍ବବୃହତ୍‌ ଇନ୍‌ଡୋର ଆଥଲେଟିକ୍ସ ଏରିନାକୁ ବର୍ଗ-୧ ପ୍ରମାଣପତ୍ର ମିଳିଛି। ଦୌଡ଼କୁଦ ପାଇଁ କ୍ରୀଡ଼ା ନିୟନ୍ତ୍ରକ ସଂସ୍ଥା ବିଶ୍ୱ ଆଥଲେଟିକ୍ସ ଶନିବାର ଦକ୍ଷିଣ ଏସିଆର ଏହି ସର୍ବବୃହତ୍‌ ଇନ୍‌ଡୋର ଆଥଲେଟିକ ଷ୍ଟାଡିୟମକୁ ବର୍ଗ-୧ ପ୍ରମାଣପତ୍ର ପ୍ରଦାନ କରିଛି। ବିଶ୍ୱ କ୍ରୀଡ଼ା ମଞ୍ଚରେ କଳିଙ୍ଗ ସ୍ପୋର୍ଟ୍ସ କମ୍ପ୍ଲେକ୍ସର ଖ୍ୟାତିକୁ ଏକ ପ୍ରମୁଖ ସ୍ଥାନ ପ୍ରଦାନ କରିବାରେ ଏହି ମାନ୍ୟତା ଭବିଷ୍ୟତରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।

ପ୍ରଥମଥର ପାଇଁ ସ୍ଥାପନ ହୋଇଥିବା ଅତ୍ୟାଧୁନିକ ମୋଣ୍ଡୋ ଟ୍ରାକ୍‌ର ଅସାଧାରଣ ପ୍ରଦର୍ଶନ, ସ୍ଥାୟୀତ୍ୱ ଓ ଆଥ୍‌ଲେଟ ଅନୁକୂଳ ପୃଷ୍ଠଭୂମି ଏହାକୁ ଶୀର୍ଷସ୍ତରୀୟ ପ୍ରତିଯୋଗିତା ଓ ପ୍ରଶିକ୍ଷଣର ଏକ କେନ୍ଦ୍ର ଭାବେ ପ୍ରତିପାଦନ କରିପାରିବ। ଏହି ମାନ୍ୟତା କ୍ରୀଡ଼ାବିତ୍‌ମାନଙ୍କୁ ଉନ୍ନତ ପ୍ରଶିକ୍ଷଣ ନିମନ୍ତେ ବିଶ୍ୱସ୍ତରୀୟ ଭିତ୍ତିଭୂମି ଯୋଗାଇବା ପାଇଁ ଓଡ଼ିଶାର ପ୍ରତିବଦ୍ଧତାକୁ ସୂଚାଉଛି ବୋଲି ରାଜ୍ୟ କ୍ରୀଡ଼ା ଓ ଯୁବସେବା ସଚିବ ଆର୍‌ ଭିନିଲ କ୍ରିଷ୍ଣା କହିଛନ୍ତି। ଏରିନାର ଭିତ୍ତିଭୂମି, ସୁବିଧା ସୁଯୋଗ ଓ ବୈଷୟିକ ଦକ୍ଷତା ବିଶ୍ୱସ୍ତରୀୟ ବୋଲି ବିଶ୍ୱ ଆଥ୍‌ଲେଟିକ୍ସର ଏହି ମାନ୍ୟତାରୁ ପ୍ରମାଣିତ ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର