କାଶ୍ମୀର ଠକ ଇଶାନ ବୁଖାରୀର ସରିଲା ରିମାଣ୍ଡ ଅବଧି, STF ହାତରେ ଲାଗିଲା ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

The Sakala Picture
Published On

ଭୁବନେଶ୍ବର: ଯାଜପୁର ନେଉଳପୁରରୁ ଗିରଫ କାଶ୍ମୀର ସନ୍ଦିଗ୍ଧ ଯୁବକ ସୟଦ ଇଶାନ ବୁଖାରୀର ରିମାଣ୍ଡ ଅବଧି ସରିଛି। ୫ ଦିନିଆ ରିମାଣ୍ଡରେ STF ହାତରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି। ନ୍ୟୁଡ଼ ଆପ କରି ଶତାଧିକ ଯୁବତୀଙ୍କୁ ଶୋଷଣ କରିଛି ବୁଖାରୀ । ପ୍ରତ୍ୟେକ ଭିଡିଓ କଲରୁ କମିଶନ ଆକାରରେ ପାଇଛି ୫ ହଜାର ଟଙ୍କା । ନ୍ୟୁଡ଼ ଆପ ଜରିଆରେ କୋଟି କୋଟି ଟଙ୍କା ମୁନାଫା କମାଇଛି ଠକ । ସେପଟେ ଭୁବନେଶ୍ୱରରେ ସେଣ୍ଟ୍ରାଲ ଆଇବି, ପଞ୍ଜାବ […]

ଭୁବନେଶ୍ବର: ଯାଜପୁର ନେଉଳପୁରରୁ ଗିରଫ କାଶ୍ମୀର ସନ୍ଦିଗ୍ଧ ଯୁବକ ସୟଦ ଇଶାନ ବୁଖାରୀର ରିମାଣ୍ଡ ଅବଧି ସରିଛି। ୫ ଦିନିଆ ରିମାଣ୍ଡରେ STF ହାତରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି। ନ୍ୟୁଡ଼ ଆପ କରି ଶତାଧିକ ଯୁବତୀଙ୍କୁ ଶୋଷଣ କରିଛି ବୁଖାରୀ । ପ୍ରତ୍ୟେକ ଭିଡିଓ କଲରୁ କମିଶନ ଆକାରରେ ପାଇଛି ୫ ହଜାର ଟଙ୍କା । ନ୍ୟୁଡ଼ ଆପ ଜରିଆରେ କୋଟି କୋଟି ଟଙ୍କା ମୁନାଫା କମାଇଛି ଠକ । ସେପଟେ ଭୁବନେଶ୍ୱରରେ ସେଣ୍ଟ୍ରାଲ ଆଇବି, ପଞ୍ଜାବ ପୁଲିସ ଆସନ୍ତାକାଲି କାଶ୍ମୀର ପୁଲିସ ଭୁବନେଶ୍ୱର ପହଞ୍ଚିବା ନେଇ ସୂଚନା ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଇ-ହୁଣ୍ଡି' ବ୍ୟବସ୍ଥା: ଘରେ ବସି ଶ୍ରୀଜୀଉଙ୍କୁ ଦାନ କରିପାରିବେ ଦେଶବିଦେଶର ଭକ୍ତ

ସନ୍ଦିଗ୍ଧ ବୁଖାରୀ କେରଳ ମୌଳବାଦୀଙ୍କ ସହ ଲିଙ୍କରେ ଥିବା ନେଇ ପ୍ରମାଣ ମିଳିଛି । ସିଡ଼ିଆର ରିପୋର୍ଟରୁ STF ହାତରେ ସାଙ୍ଘାତିକ ତଥ୍ୟ ଲାଗିଛି। ବାହାର ଦେଶ ଆକାଉଣ୍ଟରୁ ବୁଖାରୀକୁ ଆସିଛି ଫରେନ ଫଣ୍ଡିଂ।ଲଭ ଜିହାଦର ସାଙ୍ଘାତିକ ଅଭିଯୋଗ ରହିଛି ବୁଖାରୀ ବିରୋଧରେ। ରିୟଙ୍କା ସିଂହ ନାମ୍ନୀ ଯୁବତୀଙ୍କୁ ବିବାହ ପରେ ଧର୍ମ ବଦଳାଇବା ପାଇଁ ବାଧ୍ୟ କରୁଥିଲା । ୭ ଜଣ ମହିଳାଙ୍କୁ ଡାକ୍ତର ପରିଚୟରେ ବିବାହ କରିଥିଲା । ଇଶାନ ବୁଖାରୀ ମ୍ୟାଟ୍ରିକ ଫେଲ ବୋଲି ଜାଣିବାକୁ ପାଇଛି STF । ଗୁଗୁଲ ସର୍ଚ୍ଚ କରି ରୋଗୀଙ୍କୁ ମେଡ଼ିସିନ ଦେଉଥିଲା ଅଭିଯୁକ୍ତ । ଭୁଲ ମେଡ଼ିସିନ ଯୋଗୁଁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଜଣାପଡ଼ିଛି। ପିଏମଓ କର୍ମଚାରୀ କହି କାଶ୍ମୀରରେ କିଛି ପୁଲିସ କର୍ମଚାରୀଙ୍କୁ ଠକିଛି ବୁଖାରୀ । ବଦଳି କରାଇଦେବାକୁ କହି ଠକି ନେଇଛି ଲକ୍ଷାଧିକ ଟଙ୍କା ।  ଆବଶ୍ୟକ ହେଲେ ପୁଣି ବୁଖାରିକୁ ରିମାଣ୍ଡରେ ଆଣିପାରେ STF  ।

ଆହୁରି ପଢ଼ନ୍ତୁ: ଘରର କବାଟ ଭାଙ୍ଗି ମା’କୁ ଅଟକ ରଖିଲେ, ୧୫ ବର୍ଷର ନାବାଳିକା ଝିଅକୁ ଅପହରଣ କରିନେଲେ ଦୁର୍ବୃତ୍ତ

23 Dec 2023 By The Sakala

କାଶ୍ମୀର ଠକ ଇଶାନ ବୁଖାରୀର ସରିଲା ରିମାଣ୍ଡ ଅବଧି, STF ହାତରେ ଲାଗିଲା ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ଭୁବନେଶ୍ବର: ଯାଜପୁର ନେଉଳପୁରରୁ ଗିରଫ କାଶ୍ମୀର ସନ୍ଦିଗ୍ଧ ଯୁବକ ସୟଦ ଇଶାନ ବୁଖାରୀର ରିମାଣ୍ଡ ଅବଧି ସରିଛି। ୫ ଦିନିଆ ରିମାଣ୍ଡରେ STF ହାତରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି। ନ୍ୟୁଡ଼ ଆପ କରି ଶତାଧିକ ଯୁବତୀଙ୍କୁ ଶୋଷଣ କରିଛି ବୁଖାରୀ । ପ୍ରତ୍ୟେକ ଭିଡିଓ କଲରୁ କମିଶନ ଆକାରରେ ପାଇଛି ୫ ହଜାର ଟଙ୍କା । ନ୍ୟୁଡ଼ ଆପ ଜରିଆରେ କୋଟି କୋଟି ଟଙ୍କା ମୁନାଫା କମାଇଛି ଠକ । ସେପଟେ ଭୁବନେଶ୍ୱରରେ ସେଣ୍ଟ୍ରାଲ ଆଇବି, ପଞ୍ଜାବ ପୁଲିସ ଆସନ୍ତାକାଲି କାଶ୍ମୀର ପୁଲିସ ଭୁବନେଶ୍ୱର ପହଞ୍ଚିବା ନେଇ ସୂଚନା ।

ସନ୍ଦିଗ୍ଧ ବୁଖାରୀ କେରଳ ମୌଳବାଦୀଙ୍କ ସହ ଲିଙ୍କରେ ଥିବା ନେଇ ପ୍ରମାଣ ମିଳିଛି । ସିଡ଼ିଆର ରିପୋର୍ଟରୁ STF ହାତରେ ସାଙ୍ଘାତିକ ତଥ୍ୟ ଲାଗିଛି। ବାହାର ଦେଶ ଆକାଉଣ୍ଟରୁ ବୁଖାରୀକୁ ଆସିଛି ଫରେନ ଫଣ୍ଡିଂ।ଲଭ ଜିହାଦର ସାଙ୍ଘାତିକ ଅଭିଯୋଗ ରହିଛି ବୁଖାରୀ ବିରୋଧରେ। ରିୟଙ୍କା ସିଂହ ନାମ୍ନୀ ଯୁବତୀଙ୍କୁ ବିବାହ ପରେ ଧର୍ମ ବଦଳାଇବା ପାଇଁ ବାଧ୍ୟ କରୁଥିଲା । ୭ ଜଣ ମହିଳାଙ୍କୁ ଡାକ୍ତର ପରିଚୟରେ ବିବାହ କରିଥିଲା । ଇଶାନ ବୁଖାରୀ ମ୍ୟାଟ୍ରିକ ଫେଲ ବୋଲି ଜାଣିବାକୁ ପାଇଛି STF । ଗୁଗୁଲ ସର୍ଚ୍ଚ କରି ରୋଗୀଙ୍କୁ ମେଡ଼ିସିନ ଦେଉଥିଲା ଅଭିଯୁକ୍ତ । ଭୁଲ ମେଡ଼ିସିନ ଯୋଗୁଁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଜଣାପଡ଼ିଛି। ପିଏମଓ କର୍ମଚାରୀ କହି କାଶ୍ମୀରରେ କିଛି ପୁଲିସ କର୍ମଚାରୀଙ୍କୁ ଠକିଛି ବୁଖାରୀ । ବଦଳି କରାଇଦେବାକୁ କହି ଠକି ନେଇଛି ଲକ୍ଷାଧିକ ଟଙ୍କା ।  ଆବଶ୍ୟକ ହେଲେ ପୁଣି ବୁଖାରିକୁ ରିମାଣ୍ଡରେ ଆଣିପାରେ STF  ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର