ଆସନ୍ତାକାଲିଠୁ ସକାଳୁ ମିଳିବ ଶ୍ରୀଲିଙ୍ଗରାଜଙ୍କ ଅବଢ଼ା

The Sakala Picture
Published On

ଭୁବନେଶ୍ୱର: ଶନିବାରଠାରୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ସକାଳୁ ମିଳିବ ଅବଢ଼ା ।  ଶ୍ରଦ୍ଧାଳୁମାନେ ସକାଳ ୯ଟାରେ ଆନନ୍ଦବଜାରରୁ ଅବଢ଼଼ା କିଣିପାରିବେ। ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପୌଷ ମାସ ଉପଲକ୍ଷେ ସର୍ବସାଧାରଣ ଏହି ଭୋଗ ପାଇପାରିବେ। ଏହାଦ୍ୱାରା ତୀର୍ଥଯାତ୍ରୀମାନେ ଉପକୃତ ହେବେ। ସକାଳୁ ଆସୁଥିବା ପର୍ଯ୍ୟଟକ ଠାକୁରଙ୍କ ଦର୍ଶନ ପରେ ଅବଢ଼଼ା ସେବନର ସୁଯୋଗ ପାଇବେ। ଅନ୍ୟ ଦିନମାନଙ୍କରେ ମହାପ୍ରଭୁ ଲିଙ୍ଗରାଜଙ୍କ ଅବଢ଼଼ା ବାହାରିବାରେ ବିଳମ୍ବ ହେଉଥିବାରୁ ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଅବଢ଼଼ା ପାଇବାରୁ ବଞ୍ଚିତ […]

ଭୁବନେଶ୍ୱର: ଶନିବାରଠାରୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ସକାଳୁ ମିଳିବ ଅବଢ଼ା ।  ଶ୍ରଦ୍ଧାଳୁମାନେ ସକାଳ ୯ଟାରେ ଆନନ୍ଦବଜାରରୁ ଅବଢ଼଼ା କିଣିପାରିବେ। ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପୌଷ ମାସ ଉପଲକ୍ଷେ ସର୍ବସାଧାରଣ ଏହି ଭୋଗ ପାଇପାରିବେ। ଏହାଦ୍ୱାରା ତୀର୍ଥଯାତ୍ରୀମାନେ ଉପକୃତ ହେବେ। ସକାଳୁ ଆସୁଥିବା ପର୍ଯ୍ୟଟକ ଠାକୁରଙ୍କ ଦର୍ଶନ ପରେ ଅବଢ଼଼ା ସେବନର ସୁଯୋଗ ପାଇବେ। ଅନ୍ୟ ଦିନମାନଙ୍କରେ ମହାପ୍ରଭୁ ଲିଙ୍ଗରାଜଙ୍କ ଅବଢ଼଼ା ବାହାରିବାରେ ବିଳମ୍ବ ହେଉଥିବାରୁ ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଅବଢ଼଼ା ପାଇବାରୁ ବଞ୍ଚିତ ହେଉଥିଲେ। ଏହି ଭକ୍ତମାନଙ୍କ ପାଇଁ ଏହି ମାସରେ ମହାପ୍ରଭୁଙ୍କ ଅବଢ଼଼ା ଖାଇବା ପାଇଁ ଏକ ସୁଯୋଗ ଆଣିଦେବ।

ଆହୁରି ପଢ଼ନ୍ତୁ: ଜନଗଣନା କରିବା ବାହାନାରେ ଆସିଲା, ବେକରେ ଛୁରୀ ଲଗାଇ ଫୋନ ଓ ମଙ୍ଗଳସୂତ୍ର ନେଇଗଲା ଲୁଟେରା

ଶନିବାରଠାରୁ ଏକ ମାସ ଧରି ମନ୍ଦିରରେ ଭୋର୍‌‌ ୫ଟାରେ ମଙ୍ଗଳ ଆଳତି, ସାଢ଼େ ୫ଟାରେ ହୋମ, ୬ଟାରେ ମହାସ୍ନାନ କରାଯାଇ ସକାଳ ୭ଟାରେ ସକାଳ ଧୂପ ସମାପନ ହେବ। ସକାଳ ୯ଟାରେ ଭୋଗ ମଣ୍ଡପ ସମାପନ କରାଯାଇ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହେବ। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଧନୁ ସଂକ୍ରାନ୍ତି ପାଇଁ ନୀତି ନିର୍ଘଣ୍ଟ କରାଯାଇଛି। ସଅଳ ଧୂପ ପାଇଁ ସବୁ ସେବାୟତଙ୍କ ସହଯୋଗ ଲୋଡ଼ାଯାଇଛି। ଏନେଇ ବିଭିନ୍ନ ନିଯୋଗକୁ ଚିଠି କରାଯାଇଛି। ତେବେ ସେବାୟତଙ୍କ ସହ କୌଣସି ଆଲୋଚନା ନ ହୋଇ ନୀତି ନିର୍ଘଣ୍ଟ କରାଯାଇଛି। ଏନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ପତି କହିଛନ୍ତି, ପୂର୍ବବର୍ଷ ନୀତିକୁ ଆଧାର କରି ଚିଠି କରାଯାଇଛି। ଏଥିପାଇଁ ମନ୍ଦିର ପ୍ରଶାସନ ସବୁ ନିଯୋଗ ପ୍ରମୁଖଙ୍କ ସହ ଆଲୋଚନା କରିବା କଥା। ହେଲେ ଏ ସବୁ କରା ନ ଯିବା ଏକ ଅସୁସ୍ଥ ପରମ୍ପରା ସୃଷ୍ଟି କରୁଛି ବୋଲି ସେ କ୍ଷୋଭପ୍ରକାଶ କରିଛନ୍ତି। ଏପଟେ ସକାଳୁ ଅବଢ଼଼ା ପାଇଁ ବହୁ ଭକ୍ତଙ୍କ ଭିଡ଼ ହେବା ଆଶଙ୍କା ଥିବାରୁ ମନ୍ଦିରର ରୋଷ ସେବାୟତମାନେ ପୂର୍ବ ପ୍ରସ୍ତୁତି ଚଳାଇଛନ୍ତି। ସକାଳ ଧୂପ ପରେ ଅବଢ଼଼ା ମିଳିବା ଦ୍ୱାରା ବହୁ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ସହଜରେ ମନ୍ଦିରର ଆନନ୍ଦବଜାରରେ ଅବଢ଼଼ା ପାଇ ପାରିବେ ବୋଲି ସେବାୟତମାନେ କହିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଏପ୍ରିଲ ୨୭ରୁ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଛୁଟି

15 Dec 2023 By The Sakala

ଆସନ୍ତାକାଲିଠୁ ସକାଳୁ ମିଳିବ ଶ୍ରୀଲିଙ୍ଗରାଜଙ୍କ ଅବଢ଼ା

ଭୁବନେଶ୍ୱର: ଶନିବାରଠାରୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ସକାଳୁ ମିଳିବ ଅବଢ଼ା ।  ଶ୍ରଦ୍ଧାଳୁମାନେ ସକାଳ ୯ଟାରେ ଆନନ୍ଦବଜାରରୁ ଅବଢ଼଼ା କିଣିପାରିବେ। ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପୌଷ ମାସ ଉପଲକ୍ଷେ ସର୍ବସାଧାରଣ ଏହି ଭୋଗ ପାଇପାରିବେ। ଏହାଦ୍ୱାରା ତୀର୍ଥଯାତ୍ରୀମାନେ ଉପକୃତ ହେବେ। ସକାଳୁ ଆସୁଥିବା ପର୍ଯ୍ୟଟକ ଠାକୁରଙ୍କ ଦର୍ଶନ ପରେ ଅବଢ଼଼ା ସେବନର ସୁଯୋଗ ପାଇବେ। ଅନ୍ୟ ଦିନମାନଙ୍କରେ ମହାପ୍ରଭୁ ଲିଙ୍ଗରାଜଙ୍କ ଅବଢ଼଼ା ବାହାରିବାରେ ବିଳମ୍ବ ହେଉଥିବାରୁ ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଅବଢ଼଼ା ପାଇବାରୁ ବଞ୍ଚିତ ହେଉଥିଲେ। ଏହି ଭକ୍ତମାନଙ୍କ ପାଇଁ ଏହି ମାସରେ ମହାପ୍ରଭୁଙ୍କ ଅବଢ଼଼ା ଖାଇବା ପାଇଁ ଏକ ସୁଯୋଗ ଆଣିଦେବ।

ଶନିବାରଠାରୁ ଏକ ମାସ ଧରି ମନ୍ଦିରରେ ଭୋର୍‌‌ ୫ଟାରେ ମଙ୍ଗଳ ଆଳତି, ସାଢ଼େ ୫ଟାରେ ହୋମ, ୬ଟାରେ ମହାସ୍ନାନ କରାଯାଇ ସକାଳ ୭ଟାରେ ସକାଳ ଧୂପ ସମାପନ ହେବ। ସକାଳ ୯ଟାରେ ଭୋଗ ମଣ୍ଡପ ସମାପନ କରାଯାଇ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହେବ। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଧନୁ ସଂକ୍ରାନ୍ତି ପାଇଁ ନୀତି ନିର୍ଘଣ୍ଟ କରାଯାଇଛି। ସଅଳ ଧୂପ ପାଇଁ ସବୁ ସେବାୟତଙ୍କ ସହଯୋଗ ଲୋଡ଼ାଯାଇଛି। ଏନେଇ ବିଭିନ୍ନ ନିଯୋଗକୁ ଚିଠି କରାଯାଇଛି। ତେବେ ସେବାୟତଙ୍କ ସହ କୌଣସି ଆଲୋଚନା ନ ହୋଇ ନୀତି ନିର୍ଘଣ୍ଟ କରାଯାଇଛି। ଏନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ପତି କହିଛନ୍ତି, ପୂର୍ବବର୍ଷ ନୀତିକୁ ଆଧାର କରି ଚିଠି କରାଯାଇଛି। ଏଥିପାଇଁ ମନ୍ଦିର ପ୍ରଶାସନ ସବୁ ନିଯୋଗ ପ୍ରମୁଖଙ୍କ ସହ ଆଲୋଚନା କରିବା କଥା। ହେଲେ ଏ ସବୁ କରା ନ ଯିବା ଏକ ଅସୁସ୍ଥ ପରମ୍ପରା ସୃଷ୍ଟି କରୁଛି ବୋଲି ସେ କ୍ଷୋଭପ୍ରକାଶ କରିଛନ୍ତି। ଏପଟେ ସକାଳୁ ଅବଢ଼଼ା ପାଇଁ ବହୁ ଭକ୍ତଙ୍କ ଭିଡ଼ ହେବା ଆଶଙ୍କା ଥିବାରୁ ମନ୍ଦିରର ରୋଷ ସେବାୟତମାନେ ପୂର୍ବ ପ୍ରସ୍ତୁତି ଚଳାଇଛନ୍ତି। ସକାଳ ଧୂପ ପରେ ଅବଢ଼଼ା ମିଳିବା ଦ୍ୱାରା ବହୁ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ସହଜରେ ମନ୍ଦିରର ଆନନ୍ଦବଜାରରେ ଅବଢ଼଼ା ପାଇ ପାରିବେ ବୋଲି ସେବାୟତମାନେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର