ସ୍ବାସ୍ଥ୍ୟ ସେବାରେ ଯୋଗ ଦେଲେ ୩୭୩୨ ନର୍ସିଂ ଅଫିସର

The Sakala Picture
Published On

ଭୁବନେଶ୍ବର: ଆଜି ରାଜ୍ୟର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ଓ ଡାକ୍ତରଖାନାରେ  ୩୭୩୨ ଜଣ ନର୍ସିଂ ଅଫିସର ଯୋଗ ଦେଇଛନ୍ତି । ଏଥିପାଇଁ ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମ ଠାରେ ଏକ ନିଯୁକ୍ତି ପର୍ବର ଆୟୋଜନ କରାଯାଇଥିଲା । ଏହି ଅବସରରେ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ନୂତନ ଭାବେ ଯୋଗ ଦେଇଥିବା ନର୍ସିଂ ଅଫିସର ମାନଙ୍କୁ ପଣ୍ଡିତ ଗୋପବନ୍ଧୁ ଦାସ, ଫ୍ଲୋରେନ୍‌ସ ନାଇଟେଙ୍ଗଲ ଓ ମଦର ଟେରେସାଙ୍କ ପରି ସେବାର […]

ଭୁବନେଶ୍ବର: ଆଜି ରାଜ୍ୟର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ଓ ଡାକ୍ତରଖାନାରେ  ୩୭୩୨ ଜଣ ନର୍ସିଂ ଅଫିସର ଯୋଗ ଦେଇଛନ୍ତି । ଏଥିପାଇଁ ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମ ଠାରେ ଏକ ନିଯୁକ୍ତି ପର୍ବର ଆୟୋଜନ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ଏହି ଅବସରରେ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ନୂତନ ଭାବେ ଯୋଗ ଦେଇଥିବା ନର୍ସିଂ ଅଫିସର ମାନଙ୍କୁ ପଣ୍ଡିତ ଗୋପବନ୍ଧୁ ଦାସ, ଫ୍ଲୋରେନ୍‌ସ ନାଇଟେଙ୍ଗଲ ଓ ମଦର ଟେରେସାଙ୍କ ପରି ସେବାର ପ୍ରତିମୂର୍ତ୍ତୀ ମାନଙ୍କ ଆଦର୍ଶକୁ ଅନୁସରଣ କରିବା ପାଇଁ ପରାମର୍ଶ ଦେଇଛନ୍ତି । ନିଃସ୍ବାର୍ଥପର ଭାବେ ନିଷ୍ଠାର ସହ ସେବାର ଏହି ମୂର୍ତ୍ତୀମନ୍ତ ପ୍ରତୀକ ମାନଙ୍କ ଆଦର୍ଶରେ କାମ କଲେ, ନିଜ ପାଇଁ ସେମାନେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ରୋଗୀ ସେବା ପରି ଏକ ମହାନ ସେବାରେ ଯୋଗ ଦେଇଥିବାରୁ ନୂଆ ଅଧିକାରୀ ମାନଙ୍କୁ ଓ ସେମାନଙ୍କ ପରିବାରକୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ସ୍ବାସ୍ଥ୍ୟ ସେବାର ମୂଳମନ୍ତ୍ର ହେଉଛି ପ୍ରତି ଜୀବନ ମୂଲ୍ୟବାନ । ଏହି ଆଦର୍ଶ ନେଇ ଆମେ କାମ କରୁଛୁ ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ଏ ଦିଗରେ ନର୍ସିଂ ଅଫିସର ମାନଙ୍କ ଗୁରୁ ଦାୟିତ୍ବ ରହିଛି ବୋଲି ମତ ଦେଇ ସେ କହିଥିଲେ ଯେ ପ୍ରତି ଲୋକ ଯେପରି ଉତ୍ତମ ସେବା ପାଇପାରିବେ, ସେ ଦାୟିତ୍ବ ଆପଣମାନଙ୍କର । ଆପଣମାନେ ହିଁ ରୋଗୀ ଭିତରେ ଭରସା ସୃଷ୍ଟି କରିପାରିବେ । ଆପଣମାନଙ୍କ ନିଷ୍ଠା ଓ ସେବା ହିଁ ରୋଗୀର ବିଶ୍ବାସ ବୃଦ୍ଧି କରିପାରିବ ।  କରୋନା ସମୟରେ ଡାକ୍ତର  ମାନଙ୍କ ସହିତ ନର୍ସିଂ ଅଫିସର ମାନେ ମଧ୍ୟ ବହୁତ ଭଲ କାମ କରିଥିଲେ। କୋଭିଡ ପରିଚାଳନାର ସଫଳତାରେ ନର୍ସିଂ ଅଫିସର ମାନଙ୍କ ବହୁତ ବଡ ଭୂମିକା ଥିଲା ବୋଲି ସେ କହିଥିଲେ।

ରାଜ୍ୟ ସରକାରଙ୍କ 5T ଉପକ୍ରମ ଉପରେ ଆଲୋକପାତ କରି ସେ କହିଥିଲେ ଯେ ଏହି ନୀତି ଦ୍ବାରା ଆମର ସ୍ବାସ୍ଥ୍ୟ ସେବା  ବ୍ୟବସ୍ଥା ଫଳପ୍ରଦ ହୋଇପାରିଛି । ସରକାରୀ ଡାକ୍ତରଖାନାରେ ସ୍ବାସ୍ଥ୍ୟସେବାରେ    ରୂପାନ୍ତର ଆଜି ସମସ୍ତେ ଅନୁଭବ କରିପାରୁଛନ୍ତି । ଧନୀ, ଗରିବ ଆଜି ସମସ୍ତେ ସରକାରୀ ହସ୍‌ପିଟାଲରେ ମାଗଣାରେ ଉତ୍ତମ ଚିକିତ୍ସା ସୁବିଧା ପାଉଛନ୍ତି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ‘ମୋ ସରକାର’ ବ୍ୟବସ୍ଥାରେ ବହୁତ ଭଲ ଫିଡବ୍ୟାକ ଆସୁଛି । ଏହା ବହୁତ ଉତ୍ସାହପ୍ରଦ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

କାର୍ଯ୍ୟକ୍ରମରେ ଉପସ୍ଥିତ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ  ନିରଞ୍ଜନ ପୁଜାରୀ କହିଥିଲେ ଯେ ରାଜ୍ୟବାସୀଙ୍କୁ ପର୍ଯ୍ୟାପ୍ତ ଓ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଆମେ ସବୁବେଳେ ପ୍ରୟାସ କରିଆସିଛୁ । ନୂତନ ମେଡିକାଲ କଲେଜ ପ୍ରତିଷ୍ଠା, ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବା ଏବଂ ନୂତନ ନିଯୁକ୍ତି ଜରିଆରେ ସମସ୍ତଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ପ୍ରଦାନକୁ ସୁଚିଶ୍ଚିତ କରାଯାଇଛି ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ 5T ତଥା ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ନବନିଯୁକ୍ତ ନର୍ସିଂ ଅଫିସର ମାନଙ୍କ ସହ ମତ ବିନିମୟ କରି କହିଥିଲେ ଯେ ଆପଣମାନେ ଆଜି ନୂଆ ଚାକିରିରେ ଯୋଗ ଦେଇ ଯେପରି ଖୁସି ଅଛନ୍ତି, ଆପଣମାନଙ୍କ ପାଖକୁ ଯେଉଁ ଲୋକ ଚିକିତ୍ସା ପାଇଁ ଆସିବେ, ତାଙ୍କୁ ମଧ୍ୟ ଆପଣମାନେ ଏପରି ଖୁସି ଦେବାକୁ ଉଦ୍ୟମ କରନ୍ତୁ। ସେମାନଙ୍କୁ ଭଲ ସେବା ଦିଅନ୍ତୁ । ସେ ଆହୁରି ମଧ୍ୟ କହିଥିଲେ ଯେ ଲୋକମାନେ ପୁଣ୍ଯ ପାଇଁ ମନ୍ଦିର ଯାଆନ୍ତି କିନ୍ତୁ ଆପଣମାନେ ଏପରି ଚାକିରି ପାଇଛନ୍ତି ଯେଉଁଥିରେ ରୋଗୀ ସେବା ଜରିଆରେ ଆପଣ ଭାଗବାନଙ୍କ ଆଶୀର୍ବାଦ ପାଇବେ ଓ ପୁଣ୍ୟ ଅର୍ଜନ କରିବେ. ସ୍ବଚ୍ଛତାର ସହ ସମସ୍ତଙ୍କୁ ସେବା ପ୍ରଦାନ କରିବା ପାଇଁ ସେ ଆହ୍ବାନ ଦେଇଥିଲେ ।

ମୁଖ୍ୟ ଶାସନ ସଚିବ ପି.କେ ଜେନା କହିଥିଲେ ଯେ, ୩୭୩୨ ଜଣ ନର୍ସିଂ ଅଫିସରଙ୍କ ନୂଆ ନିଯୁକ୍ତି ଆମର ସ୍ବାସ୍ଥ୍ୟସେବା କ୍ଷେତ୍ରକୁ ଅଧିକ ସୁଦୃଢ କରିବା ସହିତ ଆମର ଲକ୍ଷ୍ୟ ପୂରଣରେ ସହାୟକ ହେବ । ସମସ୍ତଙ୍କୁ ନିଷ୍ଠାର ସହ କାମ କରିବାକୁ ସେ ପରାମର୍ଶ ଦେଇଥିଲେ ।

ନୂତନ ଭାବେ ନିଯୁକ୍ତି ପାଇଥିବା ନର୍ସିଂ ଅଫିସରଙ୍କ ମଧ୍ୟରୁ ସୁନ୍ଦରଗଡ ସରକାରୀ ମେଡିକାଲ କଲେଜର ଲିପ୍‌ସା ନାୟକ, ମୟୁରଭଞ୍ଜର ଦିବ୍ୟଜ୍ୟୋତି ଖଣ୍ଡା ଏବଂ ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜର ମିତା ବହିଦାର ପ୍ରମୁଖ ନିଯୁକ୍ତି ପ୍ରକ୍ରିୟାରେ ନିଜର ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ ଯେ ସ୍ବଚ୍ଛତାର ସହ ଏବଂ ଖୁବ କମ୍‌ ସମୟ ମଧ୍ୟରେ ସେମାନଙ୍କ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଥିବାରୁ ସେମାନେ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କ ନିକଟରେ କୃତଜ୍ଞ। ମୁଖ୍ୟମନ୍ତ୍ରୀଙ୍କ ‘ସୁସ୍ଥ ଓଡିଶା ସୁଖୀ ଓଡିଶା’ ଗଠନ ପାଇଁ ସେମାନେ ସମର୍ପିତ ହୋଇ କାର୍ଯ୍ୟ କରିବେ ବୋଲି କହିଥିଲେ ।

କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ସ୍ବାଗତ ଭାଷଣ ଦେଇଥିଲେ ଏବଂ ନର୍ସିଂ ନିର୍ଦ୍ଦେଶକ ଡଃ ରାମଚନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

29 Nov 2023 By The Sakala

https://www.thesakala.in/latest-odisha-news/3732-nursing-officers-joined-the-health-service/article-27786
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର