ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ; ୩୦ରେ ବାତ୍ୟା ଆଶଙ୍କା, ଓଡିଶାରେ ପଡ଼ିବନି ପ୍ରଭାବ

The Sakala Picture
Published On

ଭୁବନେଶ୍ୱର: ଦାନା ବାନ୍ଧୁଛି ଲଘୁଚାପ। ଆସନ୍ତାକାଲି ଦକ୍ଷିଣ ଆଣ୍ଡାମାନ୍ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ପରବର୍ତ୍ତୀ ୨୪ ଘଣ୍ଟାରେ ନେବ ଲଘୁଚାପ ରୂପ। ଦକ୍ଷିଣ ଆଣ୍ଡାମାନ୍ ସାଗର ପାର୍ଶ୍ବବର୍ତ୍ତୀ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ଘୂର୍ଣ୍ଣିବଳୟ ପ୍ରଥମେ ପଶ୍ଚିମ ଦିଗକୁ ଗତି କରି ୨୭ ତାରିଖରେ ଏହା ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବ। ଏହାପରେ ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ପ୍ରାୟତଃ ଉତ୍ତର ଦିଗରେ […]

ଭୁବନେଶ୍ୱର: ଦାନା ବାନ୍ଧୁଛି ଲଘୁଚାପ। ଆସନ୍ତାକାଲି ଦକ୍ଷିଣ ଆଣ୍ଡାମାନ୍ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ପରବର୍ତ୍ତୀ ୨୪ ଘଣ୍ଟାରେ ନେବ ଲଘୁଚାପ ରୂପ। ଦକ୍ଷିଣ ଆଣ୍ଡାମାନ୍ ସାଗର ପାର୍ଶ୍ବବର୍ତ୍ତୀ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ଘୂର୍ଣ୍ଣିବଳୟ ପ୍ରଥମେ ପଶ୍ଚିମ ଦିଗକୁ ଗତି କରି ୨୭ ତାରିଖରେ ଏହା ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବ। ଏହାପରେ ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ପ୍ରାୟତଃ ଉତ୍ତର ଦିଗରେ ଡିସେମ୍ବର ୧ ପର୍ଯ୍ୟନ୍ତ ଗତି କରିବ।

ଆହୁରି ପଢ଼ନ୍ତୁ: MKCG ମେଡିକାଲ ପରିସର ନର୍ସିଂ ଛାତ୍ରାବାସରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଛାତ୍ର

ତେବେ ପ୍ରାଥମିକ ଆକଳନ ଅନୁଯାୟୀ ଏହି ଲଘୁଚାପଟି ୨୮ ସୁଦ୍ଧା ଅବପାତ ଓ ୩୦ ତାରିଖରେ ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। ଏହା ବାତ୍ୟାରେ ପରିଣତ ହେଲେ ମିଆଁମାର ଦ୍ୱାରା ପ୍ରଦତ୍ତ ନାମ ‘ମିଚାଉଁ’ ରହିବ। ଏହି ବାତ୍ୟା ଡିସେମ୍ବର ୨ତାରିଖରେ ଉତ୍ତର-ପୂର୍ବ ଦିଗରେ ଯାଇ ବାଂଲାଦେଶ ଦକ୍ଷିଣ ଉପକୂଳରେ ସ୍ଥଳଭାଗ ଛୁଇଁପାରେ। ତେବେ ଅବପାତ ହେବା ପରେ ହିଁ ଏ ସମ୍ପର୍କରେ ସ୍ପଷ୍ଟ କହିହେବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ସମ୍ଭାବ୍ୟ ବାତ୍ୟା ଦ୍ୱାରା ଓଡ଼ିଶାରେ ବର୍ଷା ବା ପବନର ପ୍ରଭାବ ରହିବ ନାହିଁଁ।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ଲଘୁଚାପ ପ୍ରଭାବରେ ଉପକୂଳ ଓଡ଼ିଶାରେ ଡିସେମ୍ବର ୧ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ଅପରିବର୍ତ୍ତିତ ରହିବ। ଆଭ୍ୟନ୍ତରୀଣ ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାରେ ୧ ତାରିଖ ରାତିରୁ ତାପମାତ୍ରା ପ୍ରାୟ ୩-୪ ଡିଗ୍ରୀ ହ୍ରାସ ହେବ। ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳରେରେ ତାପମାତ୍ରା ୨ ଡିଗ୍ରୀ କମିବ ଏବଂ ଡିସେମ୍ବର ପ୍ରଥମ ସପ୍ତାହରେ ସାରା ରାଜ୍ୟରେ ଶୀତ ବଢ଼଼ିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଆସନ୍ତା ୨-୩ ଦିନ ମଧ୍ୟରେ ଅନେକ ସ୍ଥାନରେ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର