ଆଜି ବାଙ୍କଚୂଡ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୂ

The Sakala Picture
Published On

ପୁରୀ: ଆଜି ପବିତ୍ର କାର୍ତିକ ମାସ ଶୁକ୍ଳପକ୍ଷ ଦ୍ବାଦଶୀ ତିଥି। ଆଜି ପଞ୍ଚୁକର ଦ୍ବିତୀୟ ଦିନରେ ବାଙ୍କଚୂଡ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୂ। ଏହି ବେଶରେ ଠାକୁର ସୁବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହେବା ସହ ଚୂଡା ମଧ୍ୟ ଧାରଣ କରିଥାନ୍ତି। ମହାପ୍ରଭୁଙ୍କ ଏହି ଅନନ୍ୟ ବେଶ ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଆଜି ରାତି ୩ଟା ୪୫ରେ ଶ୍ରୀମନ୍ଦିର ଦ୍ୱାରଫିଟା ପରେ ଭୋର ୪ଟା ୪୦ରେ ମଙ୍ଗଳ ଆରତୀ, ପରେ ଅବକାଶ ନୀତି […]

ପୁରୀ: ଆଜି ପବିତ୍ର କାର୍ତିକ ମାସ ଶୁକ୍ଳପକ୍ଷ ଦ୍ବାଦଶୀ ତିଥି। ଆଜି ପଞ୍ଚୁକର ଦ୍ବିତୀୟ ଦିନରେ ବାଙ୍କଚୂଡ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୂ। ଏହି ବେଶରେ ଠାକୁର ସୁବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହେବା ସହ ଚୂଡା ମଧ୍ୟ ଧାରଣ କରିଥାନ୍ତି। ମହାପ୍ରଭୁଙ୍କ ଏହି ଅନନ୍ୟ ବେଶ ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଆଜି ରାତି ୩ଟା ୪୫ରେ ଶ୍ରୀମନ୍ଦିର ଦ୍ୱାରଫିଟା ପରେ ଭୋର ୪ଟା ୪୦ରେ ମଙ୍ଗଳ ଆରତୀ, ପରେ ଅବକାଶ ନୀତି ବଢିବା ପରେ ଠାକୁରଙ୍କୁ ବାଙ୍କଚୂଡ ବେଶରେ ସଜ୍ଜିତ କରାଯିବ।

ଆହୁରି ପଢ଼ନ୍ତୁ: ‘ଏପିକେ’ ଆତଙ୍କ: ଫାଇଲ୍‌‌ ଖୋଲିଲେ ହ୍ୟାକରଙ୍କ ନିୟନ୍ତ୍ରଣକୁ ଚାଲିଯିବ ଆପଣଙ୍କ ମୋବାଇଲ, ଖାଲି ହୋଇଯିବ ଆକାଉଣ୍ଟ

ଠାକୁରଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହି ପଞ୍ଚୁକ ଯାତ୍ରା ଅନ୍ୟତମ। ଆସନ୍ତାକାଲି ତ୍ରୟୋଦଶୀରେ ତ୍ରି ବିକ୍ରମ ବେଶ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ବେଶ ଏବଂ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କୁ ରାଜ ରାଜେଶ୍ୱର ବେଶ ବା ସୁନାବେଶରେ ସଜ୍ଜିତ କରାଯିବ। ବିଶ୍ବାସ ରହିଛି ଆଜିର ଦିନରେ ମହାପ୍ରଭୁଙ୍କର ଏହି ଦୁର୍ଲଭ ବେଶ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ । ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ମର୍ଚ୍ଚିକୋଟ ଛକଠାରେ କରାଯାଇଥିବା ଅସ୍ଥାୟୀ ବ୍ୟାରିକେଡ଼ ଭିତରେ ଆସି ଭକ୍ତମାନେ ଶ୍ରୀମନ୍ଦିର ସିଂହଦ୍ବାର ଦେଇ ପ୍ରବେଶ କରିବା ସହ ଉତ୍ତର ଦ୍ବାର ଦେଇ ପ୍ରସ୍ଥାନ କରୁଛନ୍ତି।

ଆହୁରି ପଢ଼ନ୍ତୁ: ନାବାଳିକାକୁ ପ୍ରେମ ବିବାହ କରିଥିଲେ, ପୋଲିସ ଗିରଫ ଭୟରେ ରଶିରେ ଝୁଲିପଡିଲେ ଯୁବକ !

ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁବିଧା ଓ ସୁରକ୍ଷାକୁ ନଜରରେ ରଖି ଜିଲ୍ଲା, ପୁଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶେଷ କରି ପାନୀୟ ଜଳ, ଅସ୍ଥାୟୀ ଶୌଚାଳୟ ସହ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ସେଡର ବ୍ୟବସ୍ଥା ମଧ୍ୟ ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ୪୦ ପ୍ଲାଟୁନ ଫୋର୍ସ ସହ ୭ ଜଣ ଅତିରିକ୍ତ ଏସପି, ୧୫ ଡିଏସପି, ୧୫୦ ଅଧିକାରୀ, ୪୦ ରୁ ଉର୍ଦ୍ଧ ଇନ୍ସପେକ୍ଟର ଦାୟିତ୍ବରେ ରହିଛନ୍ତି। ଏଥିସହ ୫୦ରୁ ଉର୍ଦ୍ଧ ସ୍ବେଛାସେବୀ ମଧ୍ୟ ନିୟୋଜିତ ଅଛନ୍ତି।

ଆହୁରି ପଢ଼ନ୍ତୁ: ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରି ଉପରେ କଟକଣା, ପେଟ୍ରୋଲ ପମ୍ପଗୁଡ଼ିକୁ ନୋଟିସ୍ ଜାରି

24 Nov 2023 By The Sakala

ଆଜି ବାଙ୍କଚୂଡ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୂ

ପୁରୀ: ଆଜି ପବିତ୍ର କାର୍ତିକ ମାସ ଶୁକ୍ଳପକ୍ଷ ଦ୍ବାଦଶୀ ତିଥି। ଆଜି ପଞ୍ଚୁକର ଦ୍ବିତୀୟ ଦିନରେ ବାଙ୍କଚୂଡ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୂ। ଏହି ବେଶରେ ଠାକୁର ସୁବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହେବା ସହ ଚୂଡା ମଧ୍ୟ ଧାରଣ କରିଥାନ୍ତି। ମହାପ୍ରଭୁଙ୍କ ଏହି ଅନନ୍ୟ ବେଶ ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଆଜି ରାତି ୩ଟା ୪୫ରେ ଶ୍ରୀମନ୍ଦିର ଦ୍ୱାରଫିଟା ପରେ ଭୋର ୪ଟା ୪୦ରେ ମଙ୍ଗଳ ଆରତୀ, ପରେ ଅବକାଶ ନୀତି ବଢିବା ପରେ ଠାକୁରଙ୍କୁ ବାଙ୍କଚୂଡ ବେଶରେ ସଜ୍ଜିତ କରାଯିବ।

ଠାକୁରଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହି ପଞ୍ଚୁକ ଯାତ୍ରା ଅନ୍ୟତମ। ଆସନ୍ତାକାଲି ତ୍ରୟୋଦଶୀରେ ତ୍ରି ବିକ୍ରମ ବେଶ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ବେଶ ଏବଂ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କୁ ରାଜ ରାଜେଶ୍ୱର ବେଶ ବା ସୁନାବେଶରେ ସଜ୍ଜିତ କରାଯିବ। ବିଶ୍ବାସ ରହିଛି ଆଜିର ଦିନରେ ମହାପ୍ରଭୁଙ୍କର ଏହି ଦୁର୍ଲଭ ବେଶ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ । ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ମର୍ଚ୍ଚିକୋଟ ଛକଠାରେ କରାଯାଇଥିବା ଅସ୍ଥାୟୀ ବ୍ୟାରିକେଡ଼ ଭିତରେ ଆସି ଭକ୍ତମାନେ ଶ୍ରୀମନ୍ଦିର ସିଂହଦ୍ବାର ଦେଇ ପ୍ରବେଶ କରିବା ସହ ଉତ୍ତର ଦ୍ବାର ଦେଇ ପ୍ରସ୍ଥାନ କରୁଛନ୍ତି।

ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁବିଧା ଓ ସୁରକ୍ଷାକୁ ନଜରରେ ରଖି ଜିଲ୍ଲା, ପୁଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶେଷ କରି ପାନୀୟ ଜଳ, ଅସ୍ଥାୟୀ ଶୌଚାଳୟ ସହ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ସେଡର ବ୍ୟବସ୍ଥା ମଧ୍ୟ ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ୪୦ ପ୍ଲାଟୁନ ଫୋର୍ସ ସହ ୭ ଜଣ ଅତିରିକ୍ତ ଏସପି, ୧୫ ଡିଏସପି, ୧୫୦ ଅଧିକାରୀ, ୪୦ ରୁ ଉର୍ଦ୍ଧ ଇନ୍ସପେକ୍ଟର ଦାୟିତ୍ବରେ ରହିଛନ୍ତି। ଏଥିସହ ୫୦ରୁ ଉର୍ଦ୍ଧ ସ୍ବେଛାସେବୀ ମଧ୍ୟ ନିୟୋଜିତ ଅଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର