ମନୋଜ ମିଶ୍ରଙ୍କୁ ଅରିନ୍ଦମଙ୍କ ଅପିଲ୍: ଆସନ୍ତୁ ବସି ବିବାଦର ସମାଧାନ କରିବା…

The Sakala Picture
Published On

ଭୁବନେଶ୍ବର: ଓଲିଉଡ୍ ବିବାଦ ଭିତରେ ଅଭିନେତା ଅରିନ୍ଦମ ରାୟ ରବିବାର ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ବିବାଦର ସମାଧାନ ପାଇଁ ଅଭିନେତା ମନୋଜ ମିଶ୍ରଙ୍କୁ ଅନୁରୋଧ କରିଛନ୍ତି।  ଏହି ଘଟଣାକୁ ନେଇ ରାଜନୀତି କରାଯିବା ଉଚିତ୍‌ ନୁହେଁ ବୋଲି ଅରିନ୍ଦମ କହିଛନ୍ତି। ଅରିନ୍ଦମ କହିଛନ୍ତି ଯେ, ଆସନ୍ତୁ ଘରେ ବସିକି ବିବାଦର ସମାଧାନ କରିବା। ଆମ ଘର କଥାରେ ରାଜନୀତିରେ କୌଣସି ସ୍ଥାନ ନାହିଁ। ଆମ ଘର କଥାରେ ବାହାର ଲୋକଙ୍କୁ ପୂରାଇବା ନାହିଁ। ସାମାନ୍ୟ କଳିକୁ ନେଇ […]

ଭୁବନେଶ୍ବର: ଓଲିଉଡ୍ ବିବାଦ ଭିତରେ ଅଭିନେତା ଅରିନ୍ଦମ ରାୟ ରବିବାର ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ବିବାଦର ସମାଧାନ ପାଇଁ ଅଭିନେତା ମନୋଜ ମିଶ୍ରଙ୍କୁ ଅନୁରୋଧ କରିଛନ୍ତି।  ଏହି ଘଟଣାକୁ ନେଇ ରାଜନୀତି କରାଯିବା ଉଚିତ୍‌ ନୁହେଁ ବୋଲି ଅରିନ୍ଦମ କହିଛନ୍ତି।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ଅରିନ୍ଦମ କହିଛନ୍ତି ଯେ, ଆସନ୍ତୁ ଘରେ ବସିକି ବିବାଦର ସମାଧାନ କରିବା। ଆମ ଘର କଥାରେ ରାଜନୀତିରେ କୌଣସି ସ୍ଥାନ ନାହିଁ। ଆମ ଘର କଥାରେ ବାହାର ଲୋକଙ୍କୁ ପୂରାଇବା ନାହିଁ। ସାମାନ୍ୟ କଳିକୁ ନେଇ ବିଚ୍ଛିନ୍ନ ହେବା ଅଭିଯୋଗ କରିବା ଠିକ୍ ନୁହେଁ। ଟିଭି ଖୋଲିବା ମାତ୍ରେ ଏହି ବିବାଦ ଶୁଭୁଛି, ଏହା ଶୁଣିକି ଦେଖିକି ଭଲ ଲାଗୁନି। ସାନ ଭାଇ ହିସାବରେ ଅନୁରୋଧ କରୁଛି ଆସନ୍ତୁ ବସିକି ସମାଧାନ କରିବା

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

ସୂଚନାଯୋଗ୍ୟ ଯେ, ମାଇଣ୍ଡଗେମ୍ ଏବଂ ରାମ୍ ଫିଲ୍ମକୁ ନେଇ ବିବାଦ ଛିଡା ହେଇଛି। ରାମ୍ ଫିଲ୍ମକୁ ସମ୍ବଲପୁରରେ ରିଲିଜ୍ କରାଇ ନଦେବା ଅଭିଯୋଗରେ ମନୋଜ ମିଶ୍ରଙ୍କୁ ବ୍ୟାନ୍ କରିଛି ପ୍ରଯୋଜକ ସଂଘ। ଅନ୍ୟପଟେ ଏହି ବ୍ୟାନ୍ ପରେ ମନୋଜ ମିଶ୍ର ମଧ୍ୟ ପ୍ରଯୋଜକ ଟୁଟୁ ନାୟକଙ୍କୁ ନିଜ ତରଫରୁ ବ୍ୟାନ୍ କରିଛନ୍ତି । ଯେଉଁ ବିବାଦ କି ଏବେ ବଢିବାରେ ଲାଗିଛି । ହେଲେ ଏହାରି ଭିତରେ ଆଜି ଅରିନ୍ଦମ ପ୍ରେସମିଟ୍ କରିବା ସହିତ ଏହି ଘଟଣାକୁ ଭୁଲି ସମାଧାନ କରିବାକୁ ମନୋଜ ମିଶ୍ରଙ୍କୁ ଆହ୍ୱାନ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପିପିଲି ତହସିଲର ଦୁଇ ରାଜସ୍ୱ ଅଧିକାରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର