ଲଘୁଚାପ ଯୋଗୁଁ ଉପକୂଳରେ ଫିକା ପଡ଼ିବ ଦଶହରା ! ୨୨ରେ ଅବପାତର ରୂପ ନେଇ ୨୩ରୁ ହୋଇପାରେ ପ୍ରବଳ ବର୍ଷା

The Sakala Picture
Published On

ଭୁବନେଶ୍ୱର: ଉପକୂଳ ଜିଲ୍ଲାଗୁଡ଼ିକରେ ଫିକା ପଡ଼ିପାରେ ଦଶହରା ପୂଜା ମଉଜ। ବଙ୍ଗୋପସାରରେ ଶୁକ୍ରବାର ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଏପରି ଆଶଙ୍କା ପ୍ରକାଶ ପାଇଛି। କିନ୍ତୁ ଏ ପର୍ଯ୍ୟନ୍ତ ପୂରା ଚିତ୍ର ସାମ୍ନାକୁ ଆସି ନଥିବା ଜଣାଯାଇଛି। ଏହି ଲଘୁଚାପଟି ଅବପାତର ରୂପ ନେଇ ସ୍ଥଳପଥ ଆଡ଼କୁ ଗତି କରିବ। କିନ୍ତୁ ଓଡ଼ିଶା ଉପରେ ଏହାର ପ୍ରଭାବ କମ୍‌ ରହିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ତେଣୁ ଉପକୂଳବର୍ତ୍ତୀ କିଛି ଜିଲ୍ଲାରେ […]

ଭୁବନେଶ୍ୱର: ଉପକୂଳ ଜିଲ୍ଲାଗୁଡ଼ିକରେ ଫିକା ପଡ଼ିପାରେ ଦଶହରା ପୂଜା ମଉଜ। ବଙ୍ଗୋପସାରରେ ଶୁକ୍ରବାର ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଏପରି ଆଶଙ୍କା ପ୍ରକାଶ ପାଇଛି। କିନ୍ତୁ ଏ ପର୍ଯ୍ୟନ୍ତ ପୂରା ଚିତ୍ର ସାମ୍ନାକୁ ଆସି ନଥିବା ଜଣାଯାଇଛି। ଏହି ଲଘୁଚାପଟି ଅବପାତର ରୂପ ନେଇ ସ୍ଥଳପଥ ଆଡ଼କୁ ଗତି କରିବ। କିନ୍ତୁ ଓଡ଼ିଶା ଉପରେ ଏହାର ପ୍ରଭାବ କମ୍‌ ରହିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ତେଣୁ ଉପକୂଳବର୍ତ୍ତୀ କିଛି ଜିଲ୍ଲାରେ ବର୍ଷା ହେଲେ ବି ତାହାର ମାତ୍ରା କମ୍‌ ରହିବ। ଅବପାତର ଗତିପଥ ଉପରେ ସବୁ କିଛି ନିର୍ଭର କରେ। ଓଡ଼ିଶାଠାରୁ ଏହା କେତେ ଦୂରରେ ଯିବ, ତାହା ଉପରେ ରାଜ୍ୟରେ ବର୍ଷା ନିର୍ଭର କରିବ ବୋଲି ପାଣିପାଗ କେନ୍ଦ୍ର କହିଛି।

ଆହୁରି ପଢ଼ନ୍ତୁ: ଶବ ସତ୍କାରରୁ ଫେରୁଥିଲେ, ନିଜେ ପାଲଟିଗଲେ ଶବ; ବନ୍ୟା ସ୍ରୋତରେ ଚାଲିଗଲା ଜୀବନ

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆଜି ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଘନୀଭୂତ ହୋଇ ୨୨ ତାରିଖ ବେଳକୁ ଅବପାତର ରୂପ ନେବ। ଏହା ପ୍ରଥମେ ୨୨ ତାରିଖ ସକାଳ ପର୍ଯ୍ୟନ୍ତ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ପରେ ଗତିପଥ ବଦଳାଇ ଧୀରେଧୀରେ ଉତ୍ତର-ଉତ୍ତର-ପୂର୍ବ ଦିଗରେ ବାଂଲାଦେଶ ଉପକୂଳ ଆଡ଼କୁ ଗତି କରିବ। ତେବେ ଏହା ସମୁଦ୍ର ମଧ୍ୟରେ କେତେ ଦୂରରେ ଯିବ, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେଣୁ ପାଣିପାଗ କେନ୍ଦ୍ର ପ୍ରାଥମିକ ଆକଳନ ସ୍ୱରୂପ ରାଜ୍ୟରେ ୨୨ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବାକୁ ଥିବା ବେଳେ ୨୩ରୁ କିଛି ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ହୋଇପାରେ। ୨୩ରେ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୨୪ରେ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ବର୍ଷା ଆଶଙ୍କା ନେଇ ପାଣିପାଗ କେନ୍ଦ୍ର କହିଛି।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୨୨ରେ ଅବପାତ ଓ ୨୩ରେ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଆସନ୍ତା ଦୁଇଦିନ ପ୍ରାୟତଃ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି ଲଘୁଚାପ ସଂଗଠିତ ହେବା ପରେ ୨୩ରେ ଉତ୍ତର-ପଶ୍ଚିମ ଦିଗରେ ଆନ୍ଧ୍ର ଉପକୂଳ ଆଡ଼କୁ ମୁହାଁଇବ। ୨୩ ପରେ ଦିଗ ପରିବର୍ତ୍ତନ କରି ଉପକୂଳରେ ଏହା ସମାନ୍ତରାଳରେ ତଥା ଦୂରରେ ବଙ୍ଗଲାଦେଶ ଆଡ଼କୁ ପୁଣି ମୁହାଁଇବ। ସମ୍ଭବତଃ ୨୬ତାରିଖରେ ବାଂଲାଦେଶ ଉପକୂଳରେ ଏହା ସ୍ଥଳଭାଗ ଅତିକ୍ରମ କରିପାରେ। ଓଡ଼ିଶା ଉପକୂଳରେ ଦୂରରେ ଯିବାର ସମ୍ଭାବନା ଥିବାରୁ ରାଜ୍ୟ ଉପରେ ଏହି ଲଘୁଚାପର ପ୍ରଭାବ ପଡ଼ି ନ ପାରେ। ଦଶହରା ଦିନ ଗୋପାଳପୁରର ଦକ୍ଷିଣରେ ଓ ବିଶାଖାପାଟଣାର ପୂର୍ବରେ ସମୁଦ୍ରରେ ଏହା ରହିବାର ସମ୍ଭାବନା ରହିଛି। ଅନ୍ୟପଟେ ଇସିଏମ୍‌‌ଡବ୍ଲୁଏଫ୍‌‌ ମଡେଲ୍‌‌ର ଆକଳନ ଅନୁଯାୟୀ, ଏହା ଛୋଟବାତ୍ୟା ରୂପ ନେଇପାରେ। ମାତ୍ର ଜିଏଫ୍‌‌ଏସ୍‌‌ ମଡେଲ୍‌‌ ଅନୁଯାୟୀ ଏହା ଗଭୀର ଅବପାତ ପର୍ଯ୍ୟନ୍ତ ଯାଇପାରେ ବୋଲି ଆକଳନ କରୁଛି। ଦଶହରା ଦିନ ସାରା ରାଜ୍ୟରେ ପାଗ ଶୁଖିଲା ରହିବ। ଯଦି ଏହା ବାତ୍ୟା ରୂପ ନିଏ, ତେବେ ଓଡ଼ିଶାରେ ୨୪ ଓ ୨୫ରେ କିଛି ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। କିନ୍ତୁ ଏହାର ସମ୍ଭାବନା କମ୍‌ ଥିବା ସେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର