ଜୟନାରାୟଣ ମିଶ୍ରଙ୍କୁ ଘାରିଲା ଗିରଫ ଭୟ, ହାଇକୋର୍ଟରେ କଲେ ଆଗୁଆ ଜାମିନ ଆବେଦନ

The Sakala Picture
Published On

ଭୁବନେଶ୍ବର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଘାରିଛି ଗିରଫ ଭୟ । ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ୨୦୨୨ ଓ ୨୦୨୩ରେ ଦୁଇଟି ଘଟଣାରେ ଜୟନାରାୟଣ ମିଶ୍ରଙ୍କ ବିରୋଧରେ ସମ୍ବଲପୁରରେ ଦୁଇଟି ମାମଲା ହୋଇଥିଲା । ଏହି ଦୁଇଟି ମାମଲାରେ ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ୨୦୨୨ ଫେବୃଆରୀରେ ଜୟନାୟରାଣ ମିଶ୍ର ତତ୍କାଳିନ ସମ୍ବଲପୁର ସଦର ତହସିଲଦାର ଲକ୍ଷ୍ମଣ ଅମାତଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେବା ସହ ଅଶ୍ରବ୍ୟ […]

ଭୁବନେଶ୍ବର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଘାରିଛି ଗିରଫ ଭୟ । ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ୨୦୨୨ ଓ ୨୦୨୩ରେ ଦୁଇଟି ଘଟଣାରେ ଜୟନାରାୟଣ ମିଶ୍ରଙ୍କ ବିରୋଧରେ ସମ୍ବଲପୁରରେ ଦୁଇଟି ମାମଲା ହୋଇଥିଲା । ଏହି ଦୁଇଟି ମାମଲାରେ ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି।

ଆହୁରି ପଢ଼ନ୍ତୁ: ବିଜେଡି ସାଂସଦଙ୍କ କଡ଼ା ସମାଲୋଚନା: ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାରିତ କରିବାରେ କେନ୍ଦ୍ର ସରକାର ବିଫଳ

୨୦୨୨ ଫେବୃଆରୀରେ ଜୟନାୟରାଣ ମିଶ୍ର ତତ୍କାଳିନ ସମ୍ବଲପୁର ସଦର ତହସିଲଦାର ଲକ୍ଷ୍ମଣ ଅମାତଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେବା ସହ ଅଶ୍ରବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏନେଇ ୨୦୨୨ ଫେବୃଆରୀ ୧୫ ତାରିଖରେ ପୂର୍ବତନ ତହସିଲଦାର କ୍ଷେତ୍ରାଜପୁର ଥାନାରେ ଜୟନାରାୟଣଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲେ । ସମ୍ବଲପୁର ଦୁର୍ଗାପାଲ୍ଲୀ ଠାରେ ଏକ ବେଆଇନ ନିର୍ମାଣର ଉଚ୍ଛେଦ ସମୟରେ କାର୍ଯ୍ୟରତ ତହସିଲଦାରଙ୍କୁ ଜୟନାରାୟଣ ଓ ତାଙ୍କ ଗୁଣ୍ଡାମାନେ ବିରୋଧ କରିବା ସହ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ତତ୍କାଳିନ ତହସିଲଦାର ଏକ ମାମଲା ରୁଜୁ କରିଥିଲେ।

ଆହୁରି ପଢ଼ନ୍ତୁ: ମହଙ୍ଗା ପଡିଲା ମାମଲା ରଫାଦଫା ପାଇଁ ଫେଭର ମାଗିବା; ବଦଳିଲେ ଖଣ୍ଡପଡାର ବିବାଦୀୟ SDPO

ସେହିଭଳି ୨୦୨୩ରେ ଧନୁପାଲ୍ଲୀ ଥାନାର ପୂର୍ବତନ ଆଇଆଇସି ଅନୀତା ପ୍ରଧାନଙ୍କୁ ଆକ୍ରମଣ କରିବା ସହ ଧମକ ଦେଇଥିଲେ ଜୟନାରାୟଣ । ଏନେଇ ସମ୍ବଲପୁର ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି । ଜଣେ କାର୍ଯ୍ୟରତ ମହିଳା ପୋଲିସ ଅଧିକାରୀଙ୍କୁ ତାଙ୍କ କାର୍ଯ୍ୟରେ ବାଧା ଦେବା ଓ ଧମକ ଦେବା ଅଭିଯୋଗରେ ଜୟନାରାୟଣଙ୍କ ବିରୋଧରେ ଟାଉନ ଥାନାରେ ଗତ ଫେବୃଆରୀ ମାମଲା ରୁଜୁ ହୋଇଥିଲା। ଏହି ଦୁଇଟି ମାମଲା ଏବେ ବି କୋର୍ଟରେ ବିଚାରଧିନ ଥିବା ବେଳେ କାର୍ଯ୍ୟରତ ସରକାରୀ ଅଧିକାରୀଙ୍କୁ ଆକ୍ରମଣ ଓ ଧମକ ଦେବା ଅଭିଯୋଗରେ ଜୟନାରାୟଣ ଗିରଫ ହୋଇଯିବାର ଭୟ ରହିଛି । ଏହିଦୃଷ୍ଟିରୁ ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ଜନଗଣନା କରିବା ବାହାନାରେ ଆସିଲା, ବେକରେ ଛୁରୀ ଲଗାଇ ଫୋନ ଓ ମଙ୍ଗଳସୂତ୍ର ନେଇଗଲା ଲୁଟେରା

18 Oct 2023 By The Sakala

ଜୟନାରାୟଣ ମିଶ୍ରଙ୍କୁ ଘାରିଲା ଗିରଫ ଭୟ, ହାଇକୋର୍ଟରେ କଲେ ଆଗୁଆ ଜାମିନ ଆବେଦନ

ଭୁବନେଶ୍ବର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଘାରିଛି ଗିରଫ ଭୟ । ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ୨୦୨୨ ଓ ୨୦୨୩ରେ ଦୁଇଟି ଘଟଣାରେ ଜୟନାରାୟଣ ମିଶ୍ରଙ୍କ ବିରୋଧରେ ସମ୍ବଲପୁରରେ ଦୁଇଟି ମାମଲା ହୋଇଥିଲା । ଏହି ଦୁଇଟି ମାମଲାରେ ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି।

୨୦୨୨ ଫେବୃଆରୀରେ ଜୟନାୟରାଣ ମିଶ୍ର ତତ୍କାଳିନ ସମ୍ବଲପୁର ସଦର ତହସିଲଦାର ଲକ୍ଷ୍ମଣ ଅମାତଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେବା ସହ ଅଶ୍ରବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏନେଇ ୨୦୨୨ ଫେବୃଆରୀ ୧୫ ତାରିଖରେ ପୂର୍ବତନ ତହସିଲଦାର କ୍ଷେତ୍ରାଜପୁର ଥାନାରେ ଜୟନାରାୟଣଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲେ । ସମ୍ବଲପୁର ଦୁର୍ଗାପାଲ୍ଲୀ ଠାରେ ଏକ ବେଆଇନ ନିର୍ମାଣର ଉଚ୍ଛେଦ ସମୟରେ କାର୍ଯ୍ୟରତ ତହସିଲଦାରଙ୍କୁ ଜୟନାରାୟଣ ଓ ତାଙ୍କ ଗୁଣ୍ଡାମାନେ ବିରୋଧ କରିବା ସହ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ତତ୍କାଳିନ ତହସିଲଦାର ଏକ ମାମଲା ରୁଜୁ କରିଥିଲେ।

ସେହିଭଳି ୨୦୨୩ରେ ଧନୁପାଲ୍ଲୀ ଥାନାର ପୂର୍ବତନ ଆଇଆଇସି ଅନୀତା ପ୍ରଧାନଙ୍କୁ ଆକ୍ରମଣ କରିବା ସହ ଧମକ ଦେଇଥିଲେ ଜୟନାରାୟଣ । ଏନେଇ ସମ୍ବଲପୁର ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି । ଜଣେ କାର୍ଯ୍ୟରତ ମହିଳା ପୋଲିସ ଅଧିକାରୀଙ୍କୁ ତାଙ୍କ କାର୍ଯ୍ୟରେ ବାଧା ଦେବା ଓ ଧମକ ଦେବା ଅଭିଯୋଗରେ ଜୟନାରାୟଣଙ୍କ ବିରୋଧରେ ଟାଉନ ଥାନାରେ ଗତ ଫେବୃଆରୀ ମାମଲା ରୁଜୁ ହୋଇଥିଲା। ଏହି ଦୁଇଟି ମାମଲା ଏବେ ବି କୋର୍ଟରେ ବିଚାରଧିନ ଥିବା ବେଳେ କାର୍ଯ୍ୟରତ ସରକାରୀ ଅଧିକାରୀଙ୍କୁ ଆକ୍ରମଣ ଓ ଧମକ ଦେବା ଅଭିଯୋଗରେ ଜୟନାରାୟଣ ଗିରଫ ହୋଇଯିବାର ଭୟ ରହିଛି । ଏହିଦୃଷ୍ଟିରୁ ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା ଜଣାପଡ଼ିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର