୨୪ରେ ପୁଣି ନବୀନ ସରକାର,ରାଜନୀତିରେ ନବୀନ ଥିଲା ପର୍ଯ୍ୟନ୍ତ କେହି ତାଙ୍କୁ ସାମ୍ନା କରିପାରିବେ ନାହିଁ : ପ୍ରଭୁ ଚାୱଲା

The Sakala Picture
Published On

ଭୁବନେଶ୍ବର : ୨୦୨୪ରେ ପୁଣି ଓଡ଼ିଶାରେ ହେବ ନବୀନ ପଟ୍ଟନାୟକଙ୍କ ସରକାର। ୨୬ବର୍ଷର ରାଜନୈତିକ ଜୀବନରେ ନବୀନ ପଟ୍ଟନାୟକଙ୍କ ସେବା, ସଂସ୍କାର ଓ ବିକାଶର ମନ୍ତ୍ର ପାଇଁ ସେ ଅପରାଜେୟ ଓ ଜନପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ପରିଗଣିତ ହୋଇଆସୁଛନ୍ତି। ଗର୍ବ, ଅହଙ୍କାର, ଔଦ୍ଧତ୍ୟ, ହିଂସା, ଦ୍ୱେଷ ଆଦିରୁ ବ୍ୟକ୍ତିଗତ ଭାବେ ନିଜକୁ ଊର୍ଦ୍ଧ୍ବରେ ରଖି ଦଳ ଓ ସରକାରକୁ ନିଆରା ମାର୍ଗରେ ପରିଚାଳନା କରିଆସୁଥିବାରୁ ତାଙ୍କର ସମର୍ପିତ ସେବାକୁ ସାଧାରଣ ଲୋକେ ବାରମ୍ବାର ସ୍ୱୀକୃତି ଦେଇଆସୁଛନ୍ତି। ୨୦୨୪ […]

ଭୁବନେଶ୍ବର : ୨୦୨୪ରେ ପୁଣି ଓଡ଼ିଶାରେ ହେବ ନବୀନ ପଟ୍ଟନାୟକଙ୍କ ସରକାର। ୨୬ବର୍ଷର ରାଜନୈତିକ ଜୀବନରେ ନବୀନ ପଟ୍ଟନାୟକଙ୍କ ସେବା, ସଂସ୍କାର ଓ ବିକାଶର ମନ୍ତ୍ର ପାଇଁ ସେ ଅପରାଜେୟ ଓ ଜନପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ପରିଗଣିତ ହୋଇଆସୁଛନ୍ତି। ଗର୍ବ, ଅହଙ୍କାର, ଔଦ୍ଧତ୍ୟ, ହିଂସା, ଦ୍ୱେଷ ଆଦିରୁ ବ୍ୟକ୍ତିଗତ ଭାବେ ନିଜକୁ ଊର୍ଦ୍ଧ୍ବରେ ରଖି ଦଳ ଓ ସରକାରକୁ ନିଆରା ମାର୍ଗରେ ପରିଚାଳନା କରିଆସୁଥିବାରୁ ତାଙ୍କର ସମର୍ପିତ ସେବାକୁ ସାଧାରଣ ଲୋକେ ବାରମ୍ବାର ସ୍ୱୀକୃତି ଦେଇଆସୁଛନ୍ତି। ୨୦୨୪ ନିର୍ବାଚନ ପାଖେଇ ଆସୁଥିବା ବେଳେ ପୁଣି ଓଡ଼ିଶାରେ ନବୀନ ପଟ୍ଟନାୟକ ସରକାର କରିବା ସହ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଛନ୍ତି ଦେଶର ବରିଷ୍ଠ ସାମ୍ବାଦିକ ତଥା ଇଣ୍ଡିଆନ ଏକ୍ସପ୍ରେସର ମୁଖ୍ୟ ସଂପାଦକ ପ୍ରଭୁ ଚାଓ୍ବଲା।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ଭୁବନେଶ୍ବରରେ ଆୟୋଜିତ ଇଣ୍ଡିଆନ ଏକ୍ସପ୍ରେସର ” ଅ ” ଓଡିଶା ଲିଟେରାରୀ ଫେଷ୍ଟିଭାଲରେ ଯୋଗଦେବା ଅବସରରେ ଇଣ୍ଡିଆନ ଏକ୍ସପ୍ରେସର ମୁଖ୍ୟ ସଂପାଦକ ପ୍ରଭୁ ଚାଓ୍ବଲା କହିଛନ୍ତି ବର୍ତ୍ତମାନର ରାଜନୈତିକ ସ୍ଥିତିରେ ୨୦୨୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେହି ହରେଇ ପାରିବେ ନାହିଁ । କାରଣ ଓଡ଼ିଶାରେ ନବୀନଙ୍କ ବିକଳ୍ପ କେହି ନାହାନ୍ତି କିମ୍ବା ବିରୋଧୀ ବି ନାହାନ୍ତି। ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ଲଢେଇ କରିବାକୁ କେହି ବିରୋଧୀ ଦଳ ନାହାନ୍ତି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ଓଡ଼ିଶାର ରାଜନୀତିରେ ନବୀନ ଥିଲା ପର୍ଯ୍ୟନ୍ତ କେହି ତାଙ୍କୁ ସାମ୍ନା କରିପାରିବେ ନାହିଁ । ନବୀନ ଜଣେ ଲମ୍ବା ନେତା ହେଲେ ବି ଛୋଟ ଗାଡ଼ି ଚଢନ୍ତି । ସେ ଖୁବ କମ କଥା କହିଥାନ୍ତି । ତାଙ୍କ କାମ ହିଁ କଥା କହେ । ତାଙ୍କ କାମ ହିଁ ଝଡ ସୃଷ୍ଟି କରେ । ୨୦୨୪ ରେ ଓଡ଼ିଶାରେ କୌଣସି ବଡ଼ ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି। ସେପଟେ ବିରୋଧୀଙ୍କ ଚିରାଚରିତ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ପ୍ରଭୁ ଚାଓ୍ବଲା କହିଛନ୍ତି ନେତାଙ୍କ ବିନା ଅନୁମତିରେ କୌଣସି କାର୍ଯ୍ୟ ହୁଏ ନାହିଁ । ବିରୋଧୀ ଅସହିଷ୍ଣୁ ହୋଇ ବିଭିନ୍ନ ରାଜନୈତିକ ଅଭିଯୋଗ କରୁଛନ୍ତି । ଯେପରି ସମ୍ବାଦପତ୍ରରେ ସମ୍ପାଦକଙ୍କ ବିନା ଅନୁମତିରେ କୌଣସି ଖବର ଛପେ ନାହିଁ, ସେହିଭଳି ଶାସନରେ ଶାସନ ମୁଖ୍ୟଙ୍କ ବିନା ଅନୁମତିରେ କୌଣସି କାର୍ଯ୍ୟ ହୁଏ ନାହିଁ ବୋଲି ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର