ମୌସୁମୀ ଅଧିବେଶନ ଲାଗି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ଜାଣନ୍ତୁ କେଉଁ ବାଟେ ଯିବେ….

The Sakala Picture
Published On

ଭୁବନେଶ୍ୱର: ଶୁକ୍ରବାର ଠାରୁ ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏନେଇ ସୁରକ୍ଷାବଳୟ ଭିତରେ ବିଧାନସଭା ଗୃହ ରହିଛି। ଓଡ଼ିଶା ପୁଲିସ ଓ କମିସନରେଟ୍‌‌ ପୁଲିସ ପକ୍ଷରୁ ମିଳିତ ସୁରକ୍ଷା ବ୍ୟବସ୍ଥା ହୋଇଛି। ବିଧାନସଭା ପରିସର ଓ ବାହାର ଲାଗି ତ୍ରିସ୍ତରୀୟ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ଆଜି ପୁଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ ବିଧାନସଭାର ସୁରକ୍ଷା ଦାୟିତ୍ୱର ସମୀକ୍ଷା କରିଛନ୍ତି। ଏହାର ସୁରକ୍ଷା ଲାଗି ୩୦ ପ୍ଳାଟୁନ ପୁଲିସ ଫୋର୍ସ ଓ ୧୦୦ରୁ ଊର୍ଦ୍ଧ୍ବ ପୁଲିସ […]

ଭୁବନେଶ୍ୱର: ଶୁକ୍ରବାର ଠାରୁ ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏନେଇ ସୁରକ୍ଷାବଳୟ ଭିତରେ ବିଧାନସଭା ଗୃହ ରହିଛି। ଓଡ଼ିଶା ପୁଲିସ ଓ କମିସନରେଟ୍‌‌ ପୁଲିସ ପକ୍ଷରୁ ମିଳିତ ସୁରକ୍ଷା ବ୍ୟବସ୍ଥା ହୋଇଛି। ବିଧାନସଭା ପରିସର ଓ ବାହାର ଲାଗି ତ୍ରିସ୍ତରୀୟ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ଆଜି ପୁଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ ବିଧାନସଭାର ସୁରକ୍ଷା ଦାୟିତ୍ୱର ସମୀକ୍ଷା କରିଛନ୍ତି। ଏହାର ସୁରକ୍ଷା ଲାଗି ୩୦ ପ୍ଳାଟୁନ ପୁଲିସ ଫୋର୍ସ ଓ ୧୦୦ରୁ ଊର୍ଦ୍ଧ୍ବ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯିବ। ଭୁବନେଶ୍ୱର ଡିସିପିଙ୍କ ତତ୍ତ୍ୱାବଧାନରେ ୬ଜଣ ଅତିରିକ୍ତ ଡିସିପି, ୧୯ଜଣ ଏସିପି, ୨୦ ଇନ୍ସପେକ୍ଟର, ୭୫ଜଣ ଏସ୍‌‌ଆଇ ଓ ଏଏସ୍‌‌ଆଇ, କନଷ୍ଟେବଳ ଓ ହାବିଲଦାର ୨୦୦ଜଣ, ମହିଳା ପୁଲିସ ୬୦ଜଣ ଏବଂ ଏସଓଜି ଯବାନ ନିୟୋଜିତ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ସେହିପରି ଏଇ ବିଧାନସଭା ଅଧିବେଶନ ଲାଗି ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି। ଏଥର ପ୍ରଥମଥର ଲାଗି ବିଧାନସଭା ବାହାରେ ସ୍ପେଶାଲ ଟ୍ରାକ୍ଟିକାଲ ୟୁନିଟ୍‌‌ ଏବଂ ଓଏସ୍‌‌ଏଏଫ୍‌‌(ଅଗ୍‌‌ଜିଲାରୀ) ଫୋର୍ସଙ୍କୁ ମୁତୟନ କରାଯିବ। ଏଥିସହ କୁଇକ୍‌‌ ରେସ୍ପନ୍ସ ଟିମ୍‌‌ ଓ ଷ୍ଟ୍ରାଇକିଂ ଫୋର୍ସ, ବୋମା ନିଷ୍କ୍ରିୟକାରୀ ଦଳ, ବନ୍ଧୁକଧାରୀ ଓ ସାଦା ପୋଷାକରେ ପୁଲିସ ମୁତୟନ କରାଯିବ। ଏହାସହ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବା ଲାଗି ସିସିଟିଭି ଛାଉଣି କରାଯାଇଛି। ଧାରଣାସ୍ଥଳଠାରୁ ବିଧାନସଭା ରାସ୍ତାରେ ସୁରକ୍ଷା ବ୍ୟବସ୍ଥା ସହ ସିସିଟିଭି ସର୍ଭିଲାନ୍ସ ବ୍ୟବସ୍ଥା କରାଯାଇଛି। ସୁରକ୍ଷାରେ ଯେପରି କୌଣସି ତ୍ରୁଟି ନ ରହିବ ସେଥିଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଗୁରୁବାର ବିଧାନସଭା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ଓ ସୁରକ୍ଷା ଯାଞ୍ଚ କରାଯାଇଥିଲା। ଏଥିରେ ପୁଲିସ କମିସନର୍‌‌ ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇନ୍‌‌ଶୃଙ୍ଖଳା ଏଡିଜି ସଞ୍ଜୟ କୁମାର, ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜିବ ପଣ୍ଡା, ଡିଆଇଜି ଅନୁପ କୁମାର ସାହୁ, ଡିସିପି ପ୍ରତୀକ ସିଂଙ୍କ ସମେତ ପୁଲିସର ବରିଷ୍ଠ ଅଧିକାରୀ ବିଧାନସଭା ପରିସର ବୁଲି ସୁରକ୍ଷାର ବନ୍ଦୋବସ୍ତ ବିଷୟରେ ତଦାରଖ କରିଥିଲେ। ଏହାସହ ରାତ୍ରିକାଳୀନ ପାଟ୍ରୋଲିଂକୁ କଡ଼ାକଡ଼ି କରିବା ସହ ହୋଟେଲଗୁଡ଼ିକ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ କମିସନରେଟ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ଅନ୍ୟପକ୍ଷରେ ସବୁଥର ଭଳି ଏଥର ବି ଆତ୍ମାହୁତି ରୋକିବା ଲାଗି ପୁଲିସ ବିଧାନସଭା ମାର୍ଗରେ କଟକଣା ଜାରିକରିଛି। ଉକ୍ତ ସଂଲଗ୍ନ ରାସ୍ତାରେ ସର୍ବସାଧାରଣଙ୍କ ଯାତାୟତ ଉପରେ କଟକଣା ଜାରି କରାଯାଇଛି। ବିଧାନସଭା ଭିତରେ ଓ ବାହାରେ ୫ଟି କଣ୍ଟ୍ରୋଲ ରୁମ୍‌‌ ବ୍ୟବସ୍ଥା ହୋଇଛି। ଏହାକୁ ତଦାରଖ କରିବା ଲାଗି ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ସେଭଳି ଧାରଣାସ୍ଥଳ ଓ ରାଲି ଲାଗି ଗାନ୍ଧୀମାର୍ଗକୁ ଆସୁଥିବା ସଂଗଠନଗୁଡ଼ିକ ଉପରେ ତୀକ୍ଷ୍ମ ନଜର ରଖାଯାଇଛି। କେବଳ ଜରୁରିକାଳୀନ ସେବାରେ ନିୟୋଜିତ ଯାନବାହନ (ପୁଲିସ, ଅଗ୍ନିଶମ ଓ ଆମ୍ବୁଲାନ୍ସ) ଏବଂ କେବଳ ଲୋକସେବା ଭବନ ଓ ବିଧାନସଭା କର୍ମଚାରୀଙ୍କ ସହ ଅନୁମତି ଥିବା କର୍ମଚାରୀ ପରିଚୟପତ୍ର ଦେଖାଇ ଯାତାୟତ କରିପାରିବେ ବୋଲି କୁହାଯାଇଛି। ସେଭଳି ବିଧାନସଭା, ରାଜ୍ୟ ସଚିବାଳୟ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟକୁ ଯାଉଥିବା ଅଧିକୃତ ଗାଡ଼ି ପାଇଁ ଲାଗୁ ହେବନାହିଁ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

କେଉଁବାଟେ ଯିବେ
-ହାଉସିଂବୋର୍ଡ ଛକ ପଟୁ ଆସୁଥିବା ସମସ୍ତ ଗାଡ଼ିଗୁଡିକ କେଶରୀ ଟକିଜ ଠାରୁ ଆଗକୁ ନ ଯାଇ ବାମପଟ ରାସ୍ତାଦେଇ ଗନ୍ତବ୍ୟସ୍ଥଳକୁ ଯାଇପାରିବେ।

-ଏଜି ଛକ ପଟୁ ପିଏମ୍‌‌ଜି ଛକ ଆଡ଼କୁ ଆସୁଥିବା ସମସ୍ତ ଗାଡ଼ିଗୁଡ଼ିକ ଜୟଦେବ ଭବନ ପାଖରେ ଅଟକି ଡାହାଣ ପଟରେ ଥିବା ଇନ୍ଦରା ଗାନ୍ଧୀ ପାର୍କ ରାସ୍ତା ଦେଇ ଗନ୍ତବ୍ୟବସ୍ଥଳକୁ ଯାଇପାରିବେ।

-ମାଷ୍ଟରକ୍ୟାଣ୍ଟିନ ପଟୁ ଅପର ପିଏମ୍‌‌ଜି ଆଡ଼କୁ ଆସୁଥିବା ସମସ୍ତ ଗାଡ଼ିଗୁଡିକ ଲୋୟର ପିଏମ୍‌‌ଜି ଛକ ଠାରୁ ବାମ କିମ୍ବା ଡାହାଣ ପାର୍ଶ୍ବ ଦେଇ ଯାଇପାରିବେ। କିନ୍ତୁ ସେମାନଙ୍କୁ ମହାତ୍ମାଗାନ୍ଧୀ ମାର୍ଗରେ ଯିବା ଲାଗି ଅନୁମତି ଦିଆଯିବ ନାହିଁ।

-୧୨୦ ବାଟାଲିୟନ ଛକ ପଟୁ ପିଏମ୍‌‌ଜି ଛକ ଆଡ଼କୁ ଆସୁଥିବା ଗାଡ଼ିଗୁଡିକ ପାୱାର ହାଉସ୍‌‌ ଛକ ଆଡ଼କୁ ଯିବେ।

-ରାଜଭବନ ଛକ ପଟୁ ଏମଏଲ୍‌‌ଏ କଲୋନୀ ଏବଂ ରବୀନ୍ଦ୍ର ମଣ୍ଡପ ଯାଉଥିବା ସମସ୍ତ ଗାଡ଼ିଗୁଡିକ ଶାସ୍ତ୍ରୀନଗର ଆଡ଼କୁ ଯିବେ।

22 Sep 2023 By The Sakala

https://www.thesakala.in/latest-odisha-news/three-layer-security-system-for-monsoons-know-which-routes-you-can-take/article-25647
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର