ଆଜିଠୁ ବିଧାନସଭା ଅଧିବେଶନ, ପ୍ରଥମ ଦିନ ଆଗତ ହେବ ଅତିରିକ୍ତ ବଜେଟ

The Sakala Picture
Published On

ଭୁବନେଶ୍ୱର: ଆଜି ଅର୍ଥାତ୍‌‌ ସେପ୍ଟେମ୍ବର ୨୨ ତାରିଖରୁ ଷୋଡ଼ଶ ବିଧାନସଭାର ତ୍ରୟୋଦଶ ଅଧିବେଶନ ଅର୍ଥାତ୍‌‌ ମୌସୁମୀ ଅଧିବେଶନ ଆରମ୍ଭ ହେବ। ଅକ୍ଟୋବର ୪ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୮ଟି କାର୍ଯ୍ୟଦିବସ ରହିଛି। ଅଧିବେଶନର ପ୍ରଥମ ଦିନରେ ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ। ଅତିରିକ୍ତ ବଜେଟର ଆକାର ପ୍ରାୟ ୨୧ ହଜାର କୋଟିରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଆସନ୍ତା ଅକ୍ଟୋବର ୩ ତାରିଖରେ ବ୍ୟୟମଞ୍ଜୁରୀ […]

ଭୁବନେଶ୍ୱର: ଆଜି ଅର୍ଥାତ୍‌‌ ସେପ୍ଟେମ୍ବର ୨୨ ତାରିଖରୁ ଷୋଡ଼ଶ ବିଧାନସଭାର ତ୍ରୟୋଦଶ ଅଧିବେଶନ ଅର୍ଥାତ୍‌‌ ମୌସୁମୀ ଅଧିବେଶନ ଆରମ୍ଭ ହେବ। ଅକ୍ଟୋବର ୪ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୮ଟି କାର୍ଯ୍ୟଦିବସ ରହିଛି। ଅଧିବେଶନର ପ୍ରଥମ ଦିନରେ ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ। ଅତିରିକ୍ତ ବଜେଟର ଆକାର ପ୍ରାୟ ୨୧ ହଜାର କୋଟିରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଆସନ୍ତା ଅକ୍ଟୋବର ୩ ତାରିଖରେ ବ୍ୟୟମଞ୍ଜୁରୀ ବିଧେୟକ ଆଗତ ସହ ପାରିତ ହେବ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ହେବେ ମହାପ୍ରଭୁ, ସାଢେ଼ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତାକାଲି ପ୍ରଥମାର୍ଦ୍ଧରେ ଗୃହରେ ଦିବଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବ। ଏହାପରେ ଗୃହକୁ ଦ୍ୱିତୀୟାର୍ଦ୍ଧ ଯାଏଁ ମୁଲତବୀ ରଖାଯିବ। ଦ୍ୱିତୀୟାର୍ଦ୍ଧରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଗୃହରେ ଅତିରିକ୍ତ ବଜେଟ ଆଗତ କରିବେ। ଏହାପରେ ଗୃହକୁ ୨୫ ତାରିଖ ଯାଏଁ ମୁଲତବୀ ରଖାଯିବ। ଅତିରିକ୍ତ ବଜେଟରେ ଯେଉଁ କେତେକ ଦିଗରୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଇଛି, ତନ୍ମଧ୍ୟରେ ଭିତ୍ତିଭୂମି ନିର୍ମାଣ, ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ଗ୍ରାମୀଣ ଯୋଗାଯୋଗ, କୃଷି, ପାନୀୟ ଜଳ ଆଦି ଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପକ୍ଷରେ କାର୍ଯ୍ୟଦିବସ ଦୃଷ୍ଟିରୁ ଅଧିବେଶନଟି ବେଶ୍‌‌ ସଂକ୍ଷିପ୍ତ ଥିଲେ ହେଁ ବିଭିନ୍ନ ପ୍ରସଙ୍ଗକୁ ନେଇ ଅଧିବେଶନ ବ୍ୟାପୀ ଗୃହ ସରଗରମ୍‌‌ ରହିବ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ଜନ୍ମକଲା ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା

ମୌସୁମୀ ଅଧିବେଶନ ପରିପ୍ରେକ୍ଷୀରେ ଆସନ୍ତାକାଲି ଶାସକ ବିଜେଡି ସହ ବିରୋଧୀ ବିଜେପି ଓ କଂଗ୍ରେସ ନିଜ ନିଜର ବିଧାୟକ ଦଳ ବୈଠକ କରିବେ। ମୁଖ୍ୟ ବିରୋଧୀ ଦଳ ବିଜେପି ମଧ୍ୟାହ୍ନ ୧୨ଟାରେ ନିଜ ବିଧାୟକ ଦଳ ବୈଠକ ଡାକିଥିବା ବେଳେ କଂଗ୍ରେସ ସନ୍ଧ୍ୟାରେ ବିଧାୟକ ଦଳ ବୈଠକ ଡାକିଛି। ସେପଟେ ବିଜେଡି ବିଧାୟକ ଦଳ ବୈଠକ ପୂର୍ବାହ୍ନ ୧୦ଟା ୩୦ ମିନିଟରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ସରକାରୀ ଦଳର ସଦସ୍ୟମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ସଫଳତାକୁ ଗୃହରେ ଉପସ୍ଥାପନ କରିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ ଉପରେ ବିଜେଡିର ପ୍ରତିକ୍ରିୟା: ଦୁଇ ବର୍ଷର ଶିଳ୍ପ ପ୍ରଗତି ଉପରେ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର