ଋଣ ଜାଲିଆତି ମାମଲାରେ ସୌମ୍ୟଙ୍କ ବିରୋଧରେ EOWରେ ରୁଜୁ ହେଲା ଆଉ ୩ଟି ମାମଲା

The Sakala Picture
Published On

ଭୁବନେଶ୍ୱର: ସୌମ୍ୟଙ୍କ ବିରୋଧରେ ବଢୁଛି ଅଭିଯୋଗର ଫର୍ଦ୍ଦ । ଋଣ ଜାଲିଆତି ମାମଲାରେ ସୌମ୍ୟଙ୍କ ବିରୋଧରେ EOWରେ ରୁଜୁ ହେଲା ଆଉ ୩ଟି ମାମଲା । ୩ ଜଣ ପୂର୍ବତନ କର୍ମଚାରୀ ସୌମ୍ୟଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ଆସିଥିବା ସମସ୍ତ ଅଭିଯୋଗର ସବୁ ଦିଗକୁ ନେଇ ଖୋଳତାଡ଼ କରୁଛି ତଦନ୍ତକାରୀ ଟିମ୍ । ଆଜି ବି ହୋଇପାରେ ଛାନବିନ୍ । ଋଣ ଜାଲିଆତି ଘଟଣାରେ ମିଳୁଛି ସାଂଘାତିକ ପ୍ରମାଣ । ସେହିପରି ଋଣ ଦେଇଥିବା […]

ଭୁବନେଶ୍ୱର: ସୌମ୍ୟଙ୍କ ବିରୋଧରେ ବଢୁଛି ଅଭିଯୋଗର ଫର୍ଦ୍ଦ । ଋଣ ଜାଲିଆତି ମାମଲାରେ ସୌମ୍ୟଙ୍କ ବିରୋଧରେ EOWରେ ରୁଜୁ ହେଲା ଆଉ ୩ଟି ମାମଲା । ୩ ଜଣ ପୂର୍ବତନ କର୍ମଚାରୀ ସୌମ୍ୟଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ଆସିଥିବା ସମସ୍ତ ଅଭିଯୋଗର ସବୁ ଦିଗକୁ ନେଇ ଖୋଳତାଡ଼ କରୁଛି ତଦନ୍ତକାରୀ ଟିମ୍ । ଆଜି ବି ହୋଇପାରେ ଛାନବିନ୍ । ଋଣ ଜାଲିଆତି ଘଟଣାରେ ମିଳୁଛି ସାଂଘାତିକ ପ୍ରମାଣ । ସେହିପରି ଋଣ ଦେଇଥିବା ବ୍ୟାଙ୍କକୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରାଯାଇଛି । ଗତକାଲି ୭ ଘଣ୍ଟାର ଜେରା କରି ସମ୍ବାଦ ଭବନରୁ ଫେରିଥିଲା EOW । ଚଢ଼ାଉକୁ ନେଇ ପ୍ରେସ ରିଲିଜ୍ ଜାରି କରିଛି EOW ।

ଆହୁରି ପଢ଼ନ୍ତୁ: ଘରର କବାଟ ଭାଙ୍ଗି ମା’କୁ ଅଟକ ରଖିଲେ, ୧୫ ବର୍ଷର ନାବାଳିକା ଝିଅକୁ ଅପହରଣ କରିନେଲେ ଦୁର୍ବୃତ୍ତ

ସମ୍ବାଦ ବିରୋଧରେ ବଢୁଛି ଅଭିଯୋଗକାରୀଙ୍କ ସଂଖ୍ୟା । ସମ୍ବାଦର ଜଣେ ପୂର୍ବତନ କର୍ମଚାରୀଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ ହୋଇଛି । ଦଫା ୫୦୬, ୪୬୬, ୪୬୮, ୪୭୧, ୪୨୦, ୧୨୦-B IPC ଅନୁସାରେ ମାମଲା ରୁଜୁ ହୋଇଛି । ଯାଞ୍ଚ ବେଳେ ଅନେକ ସନ୍ଦେହଜନକ ଦସ୍ତାବିଜ ଜବତ କରିଛି EOW । ଋଣ ଜାଲିଆତି ସମ୍ପର୍କରେ ଅନେକଙ୍କ ବୟାନ ରେକର୍ଡ ହୋଇଛି । ଆହୁରି ୨୦ ଜଣ ପୂର୍ବତନ କର୍ମଚାରୀ ଋଣ ଜାଲିଆତି ଅଭିଯୋଗ ଆଣିଛନ୍ତି ।

ଆହୁରି ପଢ଼ନ୍ତୁ: ବରମୁଣ୍ଡା ବସ ଟର୍ମିନାଲରେ ଅପହରଣ ଉଦ୍ୟମ ପଣ୍ଡ: ଏନଜିଓ କର୍ମୀଙ୍କ କବଳରୁ ଉଦ୍ଧାର ହେଲେ ନାବାଳିକାଙ୍କ ସମେତ ୩ ମହିଳା

ଅଭିଯୋଗରେ ପଞ୍ଜୀକୃତ ହୋଇଛି ଯେ ବହୁ ସଂଖ୍ୟକ କର୍ମଚାରୀଙ୍କୁ ଧମକ ଦେଇ ବ୍ୟକ୍ତିଗତ ଲୋନ୍‌ ନେବାକୁ ବାଧ୍ୟ କରାଯାଉଥିଲା। କୋଟି କୋଟି ଟଙ୍କା ଋଣ ନିଆଯାଉଥିବା ବେଳେ ଟଙ୍କା ସଂପୃକ୍ତ କର୍ମଚାରୀଙ୍କୁ ଦିଆଯାଉନଥିଲା ବରଂ ସେହି ଟଙ୍କା ନିଯୁକ୍ତିଦାତା କମ୍ପାନୀ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ ଦ୍ୱାରା ବ୍ୟବହୃତ ହୋଇଥିବା ଅଭିଯୋଗ ହୋଇଛି। ଯାହାକି ସଂପୂର୍ଣ୍ଣ ଭାବେ ବେଆଇନ ଓ କମ୍ପାନୀର କର୍ମଚାରୀଙ୍କ ଅଗୋଚରରେ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ସମ୍ବାଦର ପୂର୍ବତନ କର୍ମଚାରୀ ଅସୀମ ମହାପାତ୍ର । ଏନେଇ ସମ୍ବାଦର ସଂପାଦକ ସୌମ୍ୟଂରଜନ ପଟ୍ଟନାୟକ ଓ ମାନବ ସମ୍ବଳ ଅଧିକାରୀ ବୈଜୟନ୍ତୀ କରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ଆହୁରି ପଢ଼ନ୍ତୁ: କୂଅ ସଫାବେଳେ ଶ୍ୱାସରୁଦ୍ଧ ହୋଇ ଜଣେ ମୃତ, ୨ ଗୁରୁତର

ସମ୍ବାଦ ୩୦୦ରୁ ଅଧିକ କର୍ମଚାରୀଙ୍କୁ ଠକେଇ କରିଥିବା ଅଭିଯୋଗ ହୋଇଛି । ଏହି ଠକେଇ ପରିମାଣ ୫୦ କୋଟିରୁ ଅଧିକ ହେବ । ସେହିପରି ଯାଞ୍ଚ ନେଇ କନକ ନ୍ୟୁଜ ମିଛ ଖବର ପ୍ରସାରଣ କରୁଛି ବୋଲି କହିଛି EOW । ତଦନ୍ତକାରୀ ଅଧିକାରୀ କୌଣସି ଚାପର ବଶବର୍ତ୍ତୀ ନାହାନ୍ତି । ଋଣ ଜାଲିଆତି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ବୋଲି କହିଛି EOW ।

19 Sep 2023 By The Sakala

ଋଣ ଜାଲିଆତି ମାମଲାରେ ସୌମ୍ୟଙ୍କ ବିରୋଧରେ EOWରେ ରୁଜୁ ହେଲା ଆଉ ୩ଟି ମାମଲା

ଭୁବନେଶ୍ୱର: ସୌମ୍ୟଙ୍କ ବିରୋଧରେ ବଢୁଛି ଅଭିଯୋଗର ଫର୍ଦ୍ଦ । ଋଣ ଜାଲିଆତି ମାମଲାରେ ସୌମ୍ୟଙ୍କ ବିରୋଧରେ EOWରେ ରୁଜୁ ହେଲା ଆଉ ୩ଟି ମାମଲା । ୩ ଜଣ ପୂର୍ବତନ କର୍ମଚାରୀ ସୌମ୍ୟଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ଆସିଥିବା ସମସ୍ତ ଅଭିଯୋଗର ସବୁ ଦିଗକୁ ନେଇ ଖୋଳତାଡ଼ କରୁଛି ତଦନ୍ତକାରୀ ଟିମ୍ । ଆଜି ବି ହୋଇପାରେ ଛାନବିନ୍ । ଋଣ ଜାଲିଆତି ଘଟଣାରେ ମିଳୁଛି ସାଂଘାତିକ ପ୍ରମାଣ । ସେହିପରି ଋଣ ଦେଇଥିବା ବ୍ୟାଙ୍କକୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରାଯାଇଛି । ଗତକାଲି ୭ ଘଣ୍ଟାର ଜେରା କରି ସମ୍ବାଦ ଭବନରୁ ଫେରିଥିଲା EOW । ଚଢ଼ାଉକୁ ନେଇ ପ୍ରେସ ରିଲିଜ୍ ଜାରି କରିଛି EOW ।

ସମ୍ବାଦ ବିରୋଧରେ ବଢୁଛି ଅଭିଯୋଗକାରୀଙ୍କ ସଂଖ୍ୟା । ସମ୍ବାଦର ଜଣେ ପୂର୍ବତନ କର୍ମଚାରୀଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ ହୋଇଛି । ଦଫା ୫୦୬, ୪୬୬, ୪୬୮, ୪୭୧, ୪୨୦, ୧୨୦-B IPC ଅନୁସାରେ ମାମଲା ରୁଜୁ ହୋଇଛି । ଯାଞ୍ଚ ବେଳେ ଅନେକ ସନ୍ଦେହଜନକ ଦସ୍ତାବିଜ ଜବତ କରିଛି EOW । ଋଣ ଜାଲିଆତି ସମ୍ପର୍କରେ ଅନେକଙ୍କ ବୟାନ ରେକର୍ଡ ହୋଇଛି । ଆହୁରି ୨୦ ଜଣ ପୂର୍ବତନ କର୍ମଚାରୀ ଋଣ ଜାଲିଆତି ଅଭିଯୋଗ ଆଣିଛନ୍ତି ।

ଅଭିଯୋଗରେ ପଞ୍ଜୀକୃତ ହୋଇଛି ଯେ ବହୁ ସଂଖ୍ୟକ କର୍ମଚାରୀଙ୍କୁ ଧମକ ଦେଇ ବ୍ୟକ୍ତିଗତ ଲୋନ୍‌ ନେବାକୁ ବାଧ୍ୟ କରାଯାଉଥିଲା। କୋଟି କୋଟି ଟଙ୍କା ଋଣ ନିଆଯାଉଥିବା ବେଳେ ଟଙ୍କା ସଂପୃକ୍ତ କର୍ମଚାରୀଙ୍କୁ ଦିଆଯାଉନଥିଲା ବରଂ ସେହି ଟଙ୍କା ନିଯୁକ୍ତିଦାତା କମ୍ପାନୀ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ ଦ୍ୱାରା ବ୍ୟବହୃତ ହୋଇଥିବା ଅଭିଯୋଗ ହୋଇଛି। ଯାହାକି ସଂପୂର୍ଣ୍ଣ ଭାବେ ବେଆଇନ ଓ କମ୍ପାନୀର କର୍ମଚାରୀଙ୍କ ଅଗୋଚରରେ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ସମ୍ବାଦର ପୂର୍ବତନ କର୍ମଚାରୀ ଅସୀମ ମହାପାତ୍ର । ଏନେଇ ସମ୍ବାଦର ସଂପାଦକ ସୌମ୍ୟଂରଜନ ପଟ୍ଟନାୟକ ଓ ମାନବ ସମ୍ବଳ ଅଧିକାରୀ ବୈଜୟନ୍ତୀ କରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ସମ୍ବାଦ ୩୦୦ରୁ ଅଧିକ କର୍ମଚାରୀଙ୍କୁ ଠକେଇ କରିଥିବା ଅଭିଯୋଗ ହୋଇଛି । ଏହି ଠକେଇ ପରିମାଣ ୫୦ କୋଟିରୁ ଅଧିକ ହେବ । ସେହିପରି ଯାଞ୍ଚ ନେଇ କନକ ନ୍ୟୁଜ ମିଛ ଖବର ପ୍ରସାରଣ କରୁଛି ବୋଲି କହିଛି EOW । ତଦନ୍ତକାରୀ ଅଧିକାରୀ କୌଣସି ଚାପର ବଶବର୍ତ୍ତୀ ନାହାନ୍ତି । ଋଣ ଜାଲିଆତି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ବୋଲି କହିଛି EOW ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର